ତଡ଼ା ଖାଉଛନ୍ତି

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ୫ ନଭେମ୍ବର ୨୦୨୪ରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ଦୁଇ ସପ୍ତାହରୁ କମ୍‌ ସମୟ ଥିବା ବେଳେ ସେଠାକାର ହୋମ୍‌ଲାଣ୍ଡ୍‌ ସିକ୍ୟୁରିଟି ବିଭାଗ (ଡିଏଚ୍‌ଏସ୍‌) ବେଆଇନ ଭାବେ ରହିଥିବା ୧୪୫ ଦେଶର ପ୍ରାୟ ଲକ୍ଷେ ୬୦ ହଜାର ଲୋକଙ୍କୁ ସେମାନଙ୍କ ଦେଶକୁ ଫେରାଇ ଦେଇଛି। ସେଥିମଧ୍ୟରେ ଅନେକ ଭାରତୀୟ ରହିଛନ୍ତି। ସଂଖ୍ୟା ବିଷୟରେ କୌଣସି ତଥ୍ୟ ଦିଆଯାଇ ନ ଥିଲେ ମଧ୍ୟ ଭାରତ ସରକାରଙ୍କ ସହ ସମନ୍ବୟ ରଖାଯାଇ ଏଭଳି ପଦକ୍ଷେପ ନିଆଯାଇଥିବା ଡିଏଚ୍‌ଏସ୍‌ ପକ୍ଷରୁ କୁହାଯାଇଛି। ଆମେରିକା ସୀମାଶୁଳ୍କ ଓ ସୀମା ସୁରକ୍ଷା ତଥ୍ୟ ଅନୁଯାୟୀ ଗତବର୍ଷ ଅକ୍ଟୋବର ପହିଲାରୁ ଚଳିତବର୍ଷ ସେପ୍ଟେମ୍ବର ୩୦ ମଧ୍ୟରେ ମେକ୍ସିକୋ ଓ କାନାଡା ଦେଇ ଆମେରିକାରେ ବେଆଇନ ପ୍ରବେଶ ଉଦ୍ୟମ ବେଳେ ୨୯ ଲକ୍ଷ ପ୍ରବାସୀ ଧରାପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ଭାରତୀୟଙ୍କ ସଂଖ୍ୟା ୯୦, ୪୧୫ ରହିଥିଲା। ଏଥିରେ କୁହାଯାଇଛି ଯେ, ପ୍ରତି ଘଣ୍ଟାରେ ୧୦ ଭାରତୀୟ ବେଆଇନ ଭାବେ ଆମେରିକା ଯିବା ଲାଗି ଉଦ୍ୟମ କରୁଛନ୍ତି।
ଏବେ ପ୍ରଶ୍ନ ଉଠିବା ସ୍ବାଭାବିକ ନିକଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଡିଏଚ୍‌ଏସ୍‌ ଅଚାନକ ଏଭଳି ନିଷ୍ପତ୍ତି ନେବା ପଛରେ କାରଣ କ’ଣ ଥାଇପାରେ। ଏହାର ଉତ୍ତରରେ କୁହାଯାଇପାରେ ଯେ ଆମେରିକାରେ ବେଆଇନ କାର୍ଯ୍ୟ କରୁଥିବା ଲୋକଙ୍କୁ ଧରିବା ଓ ଦଣ୍ଡିତ କରିବା ପାଇଁ ରାଜନୈତିକ ହସ୍ତକ୍ଷେପକୁ ଅପେକ୍ଷା କରାଯାଏ ନାହିଁ। ଏବେ ବି ଅନେକାଂଶରେ ଅନୁପ୍ରବେଶକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ନେଇ ଆମେରିକା ସରକାରର ଡିଏଚ୍‌ଏସ୍‌, ବର୍ଡର ପାଟ୍ରୋଲ ଓ ସ୍ଥାନୀୟ ପୋଲିସ ଭଳି କେତେଗୁଡ଼ିଏ ବିଭାଗ ସର୍ବଦା ନିୟୋଜିତ ଅଛନ୍ତି। ତେବେ ରିପବ୍ଲିକାନ୍‌ ଓ ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ଯେଉଁ କେତେଗୁଡ଼ିଏ ପ୍ରସଙ୍ଗ ନିର୍ବାଚନ ବିତର୍କରେ ସ୍ଥାନ ପାଇ ଆସିଛି, ସେଥିରେ ବେଆଇନ ଅନୁପ୍ରବେଶକାରୀ ରହିଛନ୍ତି। ରିପବ୍ଲିକାନ୍‌ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବାରମ୍ବାର କହୁଛନ୍ତି ଯେ, ଡେମୋକ୍ରାଟ୍‌ମାନେ ଆମେରିକା ନିର୍ବାଚନରେ ଇଲିଗାଲ ଇମିଗ୍ରାଣ୍ଟ ବା ବେଆଇନ ଅପ୍ରବାସୀମାନେ ଭୋଟ ଦେବା ଚାହାନ୍ତି। ଡେମୋକ୍ରାଟିକ୍‌ ପ୍ରାର୍ଥୀ କମଲା ହାରିସ୍‌ଙ୍କ ସହ ଏକ ବିତର୍କ ବେଳେ ଡୋନାଲ୍ଡ ଟ୍ରମ୍ପ ଏହି ମତ ରଖିଥିଲେ। ଏପରିକି ରିପବ୍ଲିକାନ୍‌ମାନେ ଦାବି କରିଥିଲେ ଯେ, ବହୁସଂଖ୍ୟକ ବେଆଇନ ଅପ୍ରବାସୀଙ୍କୁ ଡେମୋକ୍ରାଟ୍‌ମାନେ ଭୋଟର ତାଲିକାରେ ପଞ୍ଜୀକୃତ କରିଛନ୍ତି। ଦେଖିବାକୁ ଗଲେ ଏବେ କମଲା ହାରିସ ଆମେରିକାର ଉପରାଷ୍ଟ୍ରପତି ଅଛନ୍ତି। ଯଦି ତାଙ୍କ ଦଳ ବେଆଇନ ଅପ୍ରବାସୀମାନଙ୍କ ଭୋଟ ହାସଲ କରିବାକୁ ଚାହୁଁଥିଲା, ସେଠାକାର ହୋମ୍‌ଲାଣ୍ଡ ସିକ୍ୟୁରିଟି ବିଭାଗ ସେମାନଙ୍କୁ ବିଦା କରିବାକୁ ଚାହିଁ ନ ଥାଆନ୍ତା। କିନ୍ତୁ ବୁଝିବାକୁ ହେବ ଯେ ସେଠାକାର ସରକାରୀ ସଂସ୍ଥାଗୁଡ଼ିକରେ ଭାରତ ଭଳି ରାଜନୈତିକ ହସ୍ତକ୍ଷେପ ନ ଥାଏ। ଯେତେବେଳେ ବେଆଇନ ଅପ୍ରବାସୀଙ୍କ ବିଷୟ ବିତର୍କ ପାଲଟିଛି ସମ୍ଭବତଃ ଡିଏଚ୍‌ଏସ୍‌ ଏଭଳି ପଦକ୍ଷେପ ନେଇଛି। ଏମିତି ଦେଖିଲେ ଆମେରିକା ନିର୍ବାଚନରେ ଅଣ-ଆମେରିକୀୟ ଭୋଟ ଦେବା ବେଆଇନ ବୋଲି ନୀତି ରହିଛି। ହେଲେ ଡେମୋକାଟ୍ରିକ୍‌ ପାର୍ଟିର ଉଚ୍ଚପଦସ୍ଥ କର୍ମକର୍ତ୍ତାମାନେ ସେହି ସମସ୍ୟାକୁ ଏଡ଼ାଇବା ପାଇଁ ଅନେକ ଚେଷ୍ଟା କରୁଛନ୍ତି। ଉଦାହରଣସ୍ବରୂପ ନଭେମ୍ବରରେ ହେବାକୁଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କାଲିଫର୍ନିଆ ଗଭର୍ନର ଗାଭିଲ ନ୍ୟୁସମ ନିକଟରେ ଆଇନ ପ୍ରଣୟନ କରିଛନ୍ତି, ଯେଉଁଥିରେ ଭୋଟ ଦେବାକୁ ଯାଇଥିବା ବ୍ୟକ୍ତିଙ୍କୁ ବୁଥ୍‌ରେ (ଭୋଟ ଗ୍ରହଣ କେନ୍ଦ୍ରରେ) ନିଜର କୌଣସି ପରିଚୟପତ୍ର ଦେଖାଇବାକୁ ପଡ଼ିବ ନାହିଁ। ଏହାର ଅର୍ଥ ଯିଏ ନାହିଁ ସିଏ ଭୋଟ ଦେଇପାରିବେ।
ଆମେରିକାରେ ବେଆଇନ ଭାବେ ରହି ଏବଂ ପ୍ରତ୍ୟେକ ଦିନ ପ୍ରବେଶ କରୁଥିବା ଅନେକ ହଜାର ଭାରତୀୟଙ୍କ ବିଷୟରେ କୌଣସି ଗଣମାଧ୍ୟମ ଲେଖୁନାହିଁ କିମ୍ବା ସାଧାରଣରେ ଆଲୋଚନା ହେଉ ନାହିଁ। ଏହାର ଗୁରୁତ୍ୱ ବୁଝିବାକୁ ହେଲେ ଭାରତରେ ରାଜନେତା ଓ ଉଚ୍ଚପଦସ୍ଥ ଅମଲାତନ୍ତ୍ରୀଙ୍କ ଭାଷଣ ଶୁଣିବା ଦରକାର। ସମସ୍ତେ କହୁଛନ୍ତି ଯେ ଭାରତ ବିକଶିତ ହୋଇଗଲାଣି। ପୂର୍ବ ଭଳି ଗରିବ ନାହିଁ। ଏବଂ ଅତି ଶୀଘ୍ର ତାହାର ଅର୍ଥନୀତି ପୃଥିବୀରେ ସର୍ବୋଚ୍ଚ ୩ ଭିତରେ ଚାଲିଆସିବ। ଏହି ବାହୁସ୍ପୋଟ ଏବଂ ସମ୍ପୂର୍ଣ୍ଣ ଅସତ୍ୟକୁ ଜଣେ ନୁହେଁ, ପ୍ରାୟତଃ ସମସ୍ତେ ବାରମ୍ବାର ଉଚ୍ଚାରଣ କରିବା ଫଳରେ ସାଧାରଣ ନାଗରିକ ମଧ୍ୟ ବିଶ୍ୱାସ କରିବାକୁ ପସନ୍ଦ କରୁଛି। ଜର୍ମାନୀର ଆଡଫ୍‌ ହିଟଲରଙ୍କ ନାଜି ପାର୍ଟିରେ ଥିବା ପ୍ରସାରଣ ମନ୍ତ୍ରୀ ଯୋସେଫ୍‌ ଗୋବେଲ୍ସ କହୁଥିଲେ ଯେ, ଗୋଟିଏ ମିଥ୍ୟାକୁ ଯଦି ବାରମ୍ବାର ଦୋହରାଯାଏ, ଶିକ୍ଷିତ ବ୍ୟକ୍ତି ମଧ୍ୟ ତାହାକୁ ବିଶ୍ୱାସ କରିବେ। ହୁଏତ ଗୋବେଲ୍ସଙ୍କ ଚିନ୍ତାଧାରାକୁ ସ୍ବୀକାର କରି ଆଜି ଭାରତର ବିଭିନ୍ନ ପଦପଦବୀରେ ଥିବା ବ୍ୟକ୍ତିମାନେ ଗୋଟିଏ କଥାକୁ କହି ଚାଲୁଛନ୍ତି। ଭାରତ ବିକଶିତ ହୋଇଗଲାଣି। ଏଠାରେ ଆଉ ଦାରିଦ୍ର୍ୟ ନାହିଁ। କିନ୍ତୁ ବିଦେଶରୁ ବିଶେଷକରି ଆମେରିକାରୁ ପ୍ରତ୍ୟେକ ମାସରେ ଅନେକ ହଜାର ଭାରତୀୟଙ୍କୁ ବାଧ୍ୟତାମୂଳକ ଘରକୁ ଫେରାଇ ଦିଆଯାଉଛି। କାରଣ ସେମାନେ ବେଆଇନ ଭାବେ ପ୍ରବେଶ କରି ଧରାପଡୁଛନ୍ତି। ଓଡ଼ିଆରେ ଗୋଟେ ଢଗ ଅଛି- ‘ନେଇଆଣି ଥୋଇ ପାରିଲେ ଚୋରି ବିଦ୍ୟା ଭଲ’। ଏହି ଭାରତୀୟମାନେ ସେତିକି ବି କରିପାରୁ ନାହାନ୍ତି, ଧରାପଡୁଛନ୍ତି। ତାହା ସେମାନଙ୍କ ବୌଦ୍ଧିକ ଶକ୍ତି ସମ୍ପର୍କରେ ସମସ୍ତେ ଜାଣୁଛନ୍ତି। ଖବର ଅନୁଯାୟୀ ବିଦେଶରୁ ତଡ଼ା ଖାଉଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଗୁଜରାଟରୁ ବୋଲି ଜଣାପଡ଼ିଛି। ଏଥିରୁ ବୁଝିବାକୁ ହେବ ଯେ ଗୁଜରାଟ ମଧ୍ୟ ଏକ ବିକଶିତ ରାଜ୍ୟ ନୁହେଁ। ହୁଏତ ସେଥିପାଇଁ କେନ୍ଦ୍ର ସରକାର ଏବେ ଆଉ ଗୁଜରାଟ ମଡେଲ ବୋଲି କୌଣସି କାର୍ଯ୍ୟକୁ କହୁନାହାନ୍ତି। ଯେତେବେଳେ ଭାରତ ସରକାର ଟାଟା ଓ ଆଦାନୀ ଭଳି ବଡ଼ କମ୍ପାନୀଗୁଡ଼ିକର ମୁଣ୍ଡ ଉପରେ ସୁନା କଳସ ଢାଳିବା ବନ୍ଦ କରି ସାଧାରଣ ନାଗରିକଙ୍କ ଭଲମନ୍ଦ ସମ୍ପର୍କରେ ବୁଝିବାକୁ ଆରମ୍ଭ କରିବେ ସେତେବେଳେ ଏହି ଦେଶରେ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri