୨ ୱାର୍ଡରେ ପାନୀୟଜଳ ସମସ୍ୟା

ମଙ୍ଗୁଳି-ଜଗତପୁର,୮ା୫(ଡି.ଏନ.ଏ.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଧୀନ କୟଳପଡା ପଞ୍ଚାୟତର ୨୦ ଓ ୨୧ ନମ୍ବର ୱାର୍ଡରେ ପ୍ରାୟ ଏକବର୍ଷ ହେବ ପାନୀୟଜଳ ସମସ୍ୟା ଲାଗିରହିଛି। ଏ ସମ୍ପର୍କରେ ଗ୍ରାମବାସୀ ବାରମ୍ବାର ବିଡିଓ ଆଶୁତୋଷ ମିଶ୍ରଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳିପାରି ନାହିଁ। ଫଳରେ ରବିବାର ୨୦ ନମ୍ବର ଓ୍ବାର୍ଡର ଓ୍ବାର୍ଡମେମ୍ବର ସତ୍ୟସୁନ୍ଦର ପ୍ରଧାନ ଓ ୨୧ ନମ୍ବର ଓ୍ବାର୍ଡର ଓ୍ବାର୍ଡମେମ୍ବର ଗେଲ୍ଲୀ ମହାନ୍ତି(୬୫) ଟ୍ୟାଙ୍କର ଯୋଗେ ଗ୍ରାମବାସୀଙ୍କୁ ପାନୀୟଜଳ ଯୋଗାଇ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଉପରୋକ୍ତ ଦୁଇଟି ଓ୍ବାର୍ଡରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଏ ସମ୍ପର୍କରେ ଅଭିଯୋଗ ହେଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନାହିଁ। ଫଳରେ ଓ୍ବାର୍ଡବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ସ୍ଥାନୀୟ ପୂର୍ବତନ ସରପଞ୍ଚ ରଶ୍ମିରଞ୍ଜନ ପ୍ରଧାନ ଓ ଜିଲା ପରିଷଦ ସଦସ୍ୟ ଶ୍ରୀଧର ରାଉଳଙ୍କ ନେତୃତ୍ୱରେ ଗ୍ରାମର ଶତାଧିକ ଜନସାଧାରଣ ଗତମାସ ୨୫ ତାରିଖରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗରା, ମାଠିଆ ରଖି ଧାରଣା ଦେଇଥିଲେ। ଏକ ମାସ ମଧ୍ୟରେ ଏହାର ସ୍ଥାୟୀ ସମାଧାନ କରାଯିବ ଓ ଏହି ୧ ମାସ ମଧ୍ୟରେ ପଞ୍ଚାୟତ ପକ୍ଷରୁ ଉକ୍ତ ଦୁଇଟି ୱାର୍ଡକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ହେଲେ ଏହାପରେ ଉକ୍ତ ଓ୍ବାର୍ଡ ଦୁଇଟିରେ ପାନୀୟଜଳ ଯୋଗାଇ ଦିଆଯାଇ ନ ଥିଲା। ଏ ନେଇ ପୂର୍ବତନ ସରପଞ୍ଚ ପ୍ରଧାନ କହିଛନ୍ତି, ବିଡିଓ ଦୁଇ ଦିନ ମଧ୍ୟରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଲକ୍ଷ୍ମୀଧର ପତ୍ରିଙ୍କୁ ନିର୍ଦ୍ଦେଶ ଦେବା ସହ ଉକ୍ତ ଓ୍ବାର୍ଡ ଦ୍ୱୟକୁ ଟ୍ୟାଙ୍କର ଯୋଗେ ଜଳଯୋଗାଣ ପାଇଁ ଚିଠି ଲେଖିଥିଲେ। ଇତିମଧ୍ୟରେ ୧୦ ଦିନି ବିତିଯାଇଥିଲେ ମଧ୍ୟ ବିଡିଓଙ୍କ ନିର୍ଦ୍ଦେଶ ପାଳନ କରାଯାଇନାହିଁ। ଆସନ୍ତା ୨ ଦିନ ମଧ୍ୟରେ ଦାବି ପୂରଣ କରା ନ ଗଲେ ପଞ୍ଚାୟତ କାର୍ଯ୍ୟାଳୟ ଓ ବିଡିଓଙ୍କ କାର୍ଯ୍ୟାଳୟରେ ତାଲା ପକାଇବୁ ବୋଲି ସେ କହିଛନ୍ତି। ଅପରପକ୍ଷରେ ପିଇଓ ପତ୍ରି କହିଛନ୍ତି, ବିଡିଓଙ୍କ ନିର୍ଦ୍ଦେଶରେ ପାଣି ଯୋଗାଇବା ପାଇଁ ସବୁ ବନ୍ଦୋବସ୍ତ କରାଯାଇଥିଲା। କିନ୍ତୁ ସ୍ଥାନୀୟ ସରପଞ୍ଚ କହିଲେ ପଞ୍ଚାୟତ ଟଙ୍କାରେ ଜଳଯୋଗାଣ କରାଯିବ ନାହିଁ। ଏଥିଯୋଗୁ ଜଳଯୋଗାଣ ହୋଇପାରିନାହିଁ। ଏ ନେଇ ସ୍ଥାନୀୟ ସରପଞ୍ଚ ଶୈଳବାଳା ନାୟକ କହିଛନ୍ତି, ପାଣି ପାଇଁ ନୂତନ ବୋରିଂ ଖୋଳାଯାଇ ସେଥିରେ ମୋଟର ସଂଯୋଗ କରାଯାଇଛି। କେବଳ ପାଇପ ବିଛା କାର୍ଯ୍ୟ ସରିଲେ ଆସନ୍ତା ୧୫ ତାରିଖ ମଧ୍ୟରେ ପାଣି ଯୋଗାଇ ଦିଆଯିବ। ସେଥିପାଇଁ ପଞ୍ଚାୟତ ଟଙ୍କା ଅଯଥାରେ ଖର୍ଚ୍ଚ କରାଯିବ ନାହିଁ ବୋଲି ପିଇଓଙ୍କୁ କହିଥିଲେ। ଅପରପକ୍ଷରେ ବିଡିଓଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ। ଗ୍ରାମର ଦୀପ୍ତି ବେଉରା, ଚତୁର୍ଭୁଜ ନାୟକ, ମନୋଜ ଲେଙ୍କା, ବସନ୍ତ ବରାଳ, ଅନିଲ ନାୟକ, ଦିଲୀପ ନାୟକ, ଜ୍ଞାନରଞ୍ଜନ ମହାନ୍ତି, ଜୟଦେବ ମହାନ୍ତି, ଅଞ୍ଜନ ସାହୁ, ସୁନାକର ବେଉରା, ଅକ୍ଷୟ ପ୍ରଧାନ ପ୍ରମୁଖ ପାନୀୟ ଜଳ ଯୋଗାଇବାରେ ଓ୍ବାର୍ଡମେମ୍ବରଙ୍କୁ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri