ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଉଥିଲେ…

ପାଣି ପିଇବା ଲାଗି ସାଧାରଣତଃ ଆମେ ପ୍ଲାଷ୍ଟିକ୍‌ ବୋତଲ ବ୍ୟବହାର କରିଥାଉ। ବିଶେଷକରି ବାହାରକୁ ଯିବା ବେଳେ ନେବାକୁ ସୁବିଧା ହେଉଥିବାରୁ ଏହାର ଚାହିଦା ସର୍ବାଧିକ। ହେଲେ ଆପଣ ଜାଣନ୍ତିକି, ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଇବା ସ୍ବାସ୍ଥ୍ୟ ପକ୍ଷେ ହିତକର ନୁହେଁ …

ପ୍ଲାଷ୍ଟିକ୍‌ରେ ରହିଛି ଫ୍ଲୋରାଇଡ୍‌, ଆର୍ସେନିକ୍‌ ଏବଂ ଆଲୁମିନିୟମ ଭଳି ଅନେକ ହାନିକାରକ ଉପାଦାନ। ତେଣୁ ଏହି ବୋତଲରେ ଅଧିକ ସମୟ ପାଣି ରଖିବା ଦ୍ୱାରା ଏସବୁ ଉପାଦାନ ନିର୍ଗତ ହୋଇ ସେଥିରେ ମିଶିଥାଏ। ଏହି ପାଣି ପିଇବା ଦ୍ୱାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ।
ବାରମ୍ବାର ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଇବା ଦ୍ୱାରା ଏହିସବୁ ହାନିକାରକ ରାସାୟନିକ ପଦାର୍ଥ ମଣିଷର ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିଥାଏ। ଫଳରେ ଏହା ଅନେକ ରୋଗର କାରଣ ହୋଇଥାଏ। ବିଶେଷକରି ଏଥିରେ ଥିବା ଥାଲେଟ୍ସ ନାମକ କେମିକାଲ ଲିଭର କ୍ୟାନ୍ସରର କାରଣ ସାଜିଥାଏ। କେବଳ ଏତିକି ନୁହେଁ, ଏହା ଦ୍ୱାରା ମୃତ୍ୟୁ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।
କେବଳ ଏତିକି ନୁହେଁ, ପ୍ଲାଷ୍ଟିକ୍‌ ବୋତଲରେ ପାଣି ରଖି ପିଇବା ଦ୍ୱାରା ଶରୀରକୁ ବାଇଫେନିଲ୍‌-ଏ ନାମକ ଏକ ମାରାତ୍ମକ ଏଷ୍ଟ୍ରୋଜେନ୍‌ ମିମିକିଙ୍ଗ୍‌ କେମିକାଲ୍‌ ଯାଇଥାଏ। ଏହା ମେଦବହୁଳତା, ଡାଇବେଟିସ୍‌, ପ୍ରଜନନ ସମସ୍ୟା ଭଳି ଅନେକ ରୋଗର କାରଣ ସାଜିଥାଏ।
ପ୍ଲାଷ୍ଟିକ୍‌ ବୋତଲରେ ପାଣି ଅଧିକ ସମୟ ରହିବା ଏବଂ ତାହା ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବା ଦ୍ୱାରା ସେଥିରୁ ଡାଇଅକ୍ସିନ୍‌ ନାମକ ଏକ ବିଷାକ୍ତ ପଦାର୍ଥ ନିର୍ଗତ ହୋଇଥାଏ। ଗାଡ଼ିରେ ପାଣିବୋତଲ ଅଧିକ ସମୟ ରଖିବା ଅବା ଗାଡ଼ି ଷ୍ଟାର୍ଟ ରଖି ବାହାରକୁ ଯିବା ଦ୍ୱାରା ମଧ୍ୟ ପାଣି ଗରମ ହେବା ସହ ଧୀରେ ଧୀରେ ପ୍ଲାଷ୍ଟିକ୍‌ ତରଳି ଏହି ଉପାଦାନ ନିର୍ଗତ ହୋଇ ପାଣିରେ ମିଶିଥାଏ, ଯାହା କି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ।
ତେଣୁ ସ୍ବାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ପ୍ଲାଷ୍ଟିକ୍‌ ବୋତଲରେ ପାଣି ନ ପିଇବା ଭଲ ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନର ଅନ୍ତିମ ସମୟରେ ସାଥିରେ ଥାନ୍ତି ଏ ୪ ବନ୍ଧୁ

ଆଚାର୍ଯ୍ୟ ଚାଣକ୍ୟ ଜଣେ ଭଲ ବନ୍ଧୁଙ୍କ ବିଷୟରେ ଅନେକ କଥା କହିଛନ୍ତି। ଏଥି ସହିତ, ସେ ଜଣେ ବନ୍ଧୁଙ୍କ ପ୍ରକୃତି ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି,...

ଚର୍ମ ରୋଗର ଆୟୁର୍ବେଦୀୟ ଉପଚାର

”ଅତ୍ୟଧିକ ଆମିଷ ଦ୍ରବ୍ୟ ସେବନ, ଅପରିଷ୍କାର ରହିଲେ ବା ପ୍ରତ୍ୟହ ସଫା ଲୁଗାପଟା ନ ପିନ୍ଧିଲେ, ଗାଁ ଗହଳିରେ ଥିବା ଅପରିଷ୍କାର ଦଳ ଭର୍ତ୍ତି ଗାଡ଼ିଆ...

ଅଧିକ ହଳଦୀ କ୍ଷତିକାରକ

ହଳଦୀ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ସମସ୍ତଙ୍କୁ ଜଣା। ସେଥିପାଇଁ ତାକୁ ରୋଷେଇ ଘରର ଭଲ ମସଲା ବୋଲି କୁହାଯାଏ। ହେଲେ ଏବେ ଗବେଷକମାନେ କହିଛନ୍ତି...

ଚିକେନ୍‌ ବେଗମ୍‌ ବାହାର

ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ରୁଚିକୁ ଦୃଷ୍ଟିରେ ରଖିତ୍ ବିଭିନ୍ନ ହୋଟେଲ ଏବଂ ରେସ୍ତୋରାଁରେ ସୁଆଦିଆ ଖାଦ୍ୟ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଉଛି। ମୁଖ୍ୟତଃ ଗ୍ରାହକଙ୍କ ଚାହିଦାକୁ ଦେଖି...

ପିଲା ଓ ମଧୁମେହ

ଜୀବନଶୈଳୀ ପରିବର୍ତ୍ତନ ସହ ଅନ୍ୟ କେତେକ କାରଣରୁ ବର୍ତ୍ତମାନ ଅଧିକାଂଶଙ୍କ ଠାରେ ମଧୁମେହ ବା ଡାଇବେଟିସ୍‌ ସମସ୍ୟା ଦେଖିବାକୁ ମିଳୁଛି; ଯେଉଁଥିରୁ ବାଦ୍‌ ପଡ଼ୁନାହାନ୍ତି ଛୋଟପିଲା।...

ଲୋଫର୍‌ ଶୁଜ୍‌

ଅଫିସ୍‌ରେ ସିମ୍ପଲ୍‌ ଏବଂ ଫର୍ମାଲ୍‌ ଆଉଟ ଫିଟ୍‌ ହିଁ ଭଲ ମାନିଥାଏ। ତାହା ସହ ମ୍ୟାଚିଂ ଶୁଜ୍‌ ବି ପିନ୍ଧିବାକୁ ପଡ଼େ। ଏହା ଆପଣଙ୍କ ଲୁକ୍‌...

ଏହି ୩ ଲୋକ ପୃଥିବୀ ପାଇଁ ବୋଝ: ଏଭଳି ଲୋକଙ୍କର ନାହିଁ ବଞ୍ଚିବାର ଅଧିକାର

ପ୍ରତ୍ୟେକ ମଣିଷ କିଛି ଉଦ୍ଦେଶ୍ୟ ନେଇ ଜନ୍ମଗ୍ରହଣ କରିଥାନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କ ଜ୍ଞାନ ଏବଂ ଗୁଣ ନାହିଁ, ତେବେ ଏପରି...

କୃତ୍ରିମ ସ୍ପାଇଡର ସିଲ୍‌କ

ବୁଣିଆଣୀ ସୂତାକୁ ଏଣିକି ଲାବରେଟୋରୀରେ ପ୍ରସ୍ତୁତ କରିହେବ। ଏ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ। ଦୀର୍ଘ ପାଞ୍ଚ ବର୍ଷ ଏ ସମ୍ପର୍କିତ...

Advertisement
Archives

Model This Week