ପାନୀୟ ଜଳ ସଙ୍କଟ, କାର୍ଯ୍ୟକାରୀ ହେଉନି ପ୍ରକଳ୍ପ

ଆରଡ଼ି, ୮।୪ (ଡି.ଏନ.ଏ.)-ଗ୍ରୀଷ୍ମଋତୁ ଆରମ୍ଭରୁ ହ୍ରାସ ପାଇଛି ଭୂତଳ ଜଳସ୍ତର। ଗାଁରେ ବସିଥିବା ନଳକୂପରୁ ଆଉ ପାଣି ବାହାରୁ ନାହିଁ। ଫଳରେ ଲୋକେ ହତାଶ ହୋଇ ପୂର୍ବପରି ପୋଖରୀ ଓ ନଦୀ ପାଣିକୁ ଭରସା କରୁଛନ୍ତି। ଭଦ୍ରକ ଜିଲା ଧାମନଗର ବ୍ଲକ ପାଳସାହି ଏବଂ ଚାନ୍ଦବାଲି ବ୍ଲକର ସୁନ୍ଦରପୁର ଓ ନାନ୍ଦପୁର ପଞ୍ଚାୟତରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି।
ଖରାଦିନ ଆରମ୍ଭରୁ ପାନୀୟ ଜଳ ସଙ୍କଟ ଜନଜୀବନକୁ ବ୍ୟତିବ୍ୟସ୍ତ କରି ପକାଇଛି। ପାଳସାହି ପଞ୍ଚାୟତର ସାଆଁଳପୁରଠାରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ସରିଥିଲେ ମଧ୍ୟ ଉଦ୍‌ଘାଟନ କରାଯାଉ ନାହିଁ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉ ନ ଥିବାରୁ ପାଣି ପାଇଁ ଲୋକେ ନାନା ଅସୁବିଧା ଭୋଗୁଛନ୍ତି। ସାଆଁଳପୁର ଓ ଆଖପାଖ ଗାଁରେ ନଳକୂପ ପାଖରେ ଦିନସାରା ଭିଡ଼ ଲାଗୁଛି। ଅଧଘଣ୍ଟାରେ ବାଲ୍‌ଟି ପୂରୁ ନ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ପାନୀୟ ଜଳ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ସେମାନେ ଲିଖିତ ଭାବେ ବିଡିଓଙ୍କୁ ଜଣାଇଛନ୍ତି। ସେହିପରି ଚାନ୍ଦବାଲି ବ୍ଲକର ଓଳଗ ପଞ୍ଚାୟତ ଓଳଗଠାରେ ଏକ ପାନୀୟ ଜଳ ପ୍ରକଳ୍ପ ଥିଲେ ବି ଏହା ଉପରେ ନିର୍ଭର କରୁଥିବା ଷାଠିବାଙ୍କୁଡ଼ା, ଅମୃତମଣି ଓ ସୁନ୍ଦରପୁର ପଞ୍ଚାୟତର କୁଳେଇପଦା ଗାଁକୁ ପାଇପ୍‌ ଯୋଗେ ପାଣି ଆସୁନାହିଁ। ଏସବୁ ଗାଁରେ ମଧ୍ୟ ନଳକୂପରୁ ପାଣି ବାହାରୁ ନ ଥିବା କୁହାଯାଇଛି। ଏଠାରେ ପାଇପ୍‌ ଯୋଗେ ଆସୁଥିବା ଜଳକୁ ମୁଷ୍ଟିମେୟ ବ୍ୟକ୍ତିମାନେ ପରିବା ଚାଷରେ ବିନିଯୋଗ କରୁଛନ୍ତି। ଏହାଛଡ଼ା କେତେଜଣ ବ୍ୟକ୍ତି ଏହି ପାଣିକୁ ନିଜ ପୋଖରୀକୁ ଛାଡୁଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ ପାନୀୟ ଜଳ ସମସ୍ୟା ଧୀରେ ଧୀରେ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ପାଳସାହି ସରପଞ୍ଚ ଅନସୂୟା ମିଶ୍ରଙ୍କୁ ଜଳପ୍ରକଳ୍ପ କାର୍ଯ୍ୟକାରୀ ନ ହେବା ସମ୍ପର୍କରେ ପଚାରିବାରୁ କହିଛନ୍ତି, ଠିକାଦାର ଜଣଙ୍କ ୭ ବର୍ଷ ହେଲା ମନମୁଖୀ କାର୍ଯ୍ୟ ଚଳାଇଛନ୍ତି। ଏ ପର୍ଯ୍ୟନ୍ତ ସେ ଉକ୍ତ ପ୍ରକଳ୍ପର ସମସ୍ତ କାର୍ଯ୍ୟ ସାରି ପାରି ନ ଥିବାରୁ ଏଭଳି ସମସ୍ୟା ଉପୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri