ପାନୀୟ ଜଳ ସଙ୍କଟ, କାର୍ଯ୍ୟକାରୀ ହେଉନି ପ୍ରକଳ୍ପ

ଆରଡ଼ି, ୮।୪ (ଡି.ଏନ.ଏ.)-ଗ୍ରୀଷ୍ମଋତୁ ଆରମ୍ଭରୁ ହ୍ରାସ ପାଇଛି ଭୂତଳ ଜଳସ୍ତର। ଗାଁରେ ବସିଥିବା ନଳକୂପରୁ ଆଉ ପାଣି ବାହାରୁ ନାହିଁ। ଫଳରେ ଲୋକେ ହତାଶ ହୋଇ ପୂର୍ବପରି ପୋଖରୀ ଓ ନଦୀ ପାଣିକୁ ଭରସା କରୁଛନ୍ତି। ଭଦ୍ରକ ଜିଲା ଧାମନଗର ବ୍ଲକ ପାଳସାହି ଏବଂ ଚାନ୍ଦବାଲି ବ୍ଲକର ସୁନ୍ଦରପୁର ଓ ନାନ୍ଦପୁର ପଞ୍ଚାୟତରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି।
ଖରାଦିନ ଆରମ୍ଭରୁ ପାନୀୟ ଜଳ ସଙ୍କଟ ଜନଜୀବନକୁ ବ୍ୟତିବ୍ୟସ୍ତ କରି ପକାଇଛି। ପାଳସାହି ପଞ୍ଚାୟତର ସାଆଁଳପୁରଠାରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ସରିଥିଲେ ମଧ୍ୟ ଉଦ୍‌ଘାଟନ କରାଯାଉ ନାହିଁ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉ ନ ଥିବାରୁ ପାଣି ପାଇଁ ଲୋକେ ନାନା ଅସୁବିଧା ଭୋଗୁଛନ୍ତି। ସାଆଁଳପୁର ଓ ଆଖପାଖ ଗାଁରେ ନଳକୂପ ପାଖରେ ଦିନସାରା ଭିଡ଼ ଲାଗୁଛି। ଅଧଘଣ୍ଟାରେ ବାଲ୍‌ଟି ପୂରୁ ନ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ପାନୀୟ ଜଳ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ସେମାନେ ଲିଖିତ ଭାବେ ବିଡିଓଙ୍କୁ ଜଣାଇଛନ୍ତି। ସେହିପରି ଚାନ୍ଦବାଲି ବ୍ଲକର ଓଳଗ ପଞ୍ଚାୟତ ଓଳଗଠାରେ ଏକ ପାନୀୟ ଜଳ ପ୍ରକଳ୍ପ ଥିଲେ ବି ଏହା ଉପରେ ନିର୍ଭର କରୁଥିବା ଷାଠିବାଙ୍କୁଡ଼ା, ଅମୃତମଣି ଓ ସୁନ୍ଦରପୁର ପଞ୍ଚାୟତର କୁଳେଇପଦା ଗାଁକୁ ପାଇପ୍‌ ଯୋଗେ ପାଣି ଆସୁନାହିଁ। ଏସବୁ ଗାଁରେ ମଧ୍ୟ ନଳକୂପରୁ ପାଣି ବାହାରୁ ନ ଥିବା କୁହାଯାଇଛି। ଏଠାରେ ପାଇପ୍‌ ଯୋଗେ ଆସୁଥିବା ଜଳକୁ ମୁଷ୍ଟିମେୟ ବ୍ୟକ୍ତିମାନେ ପରିବା ଚାଷରେ ବିନିଯୋଗ କରୁଛନ୍ତି। ଏହାଛଡ଼ା କେତେଜଣ ବ୍ୟକ୍ତି ଏହି ପାଣିକୁ ନିଜ ପୋଖରୀକୁ ଛାଡୁଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ ପାନୀୟ ଜଳ ସମସ୍ୟା ଧୀରେ ଧୀରେ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ପାଳସାହି ସରପଞ୍ଚ ଅନସୂୟା ମିଶ୍ରଙ୍କୁ ଜଳପ୍ରକଳ୍ପ କାର୍ଯ୍ୟକାରୀ ନ ହେବା ସମ୍ପର୍କରେ ପଚାରିବାରୁ କହିଛନ୍ତି, ଠିକାଦାର ଜଣଙ୍କ ୭ ବର୍ଷ ହେଲା ମନମୁଖୀ କାର୍ଯ୍ୟ ଚଳାଇଛନ୍ତି। ଏ ପର୍ଯ୍ୟନ୍ତ ସେ ଉକ୍ତ ପ୍ରକଳ୍ପର ସମସ୍ତ କାର୍ଯ୍ୟ ସାରି ପାରି ନ ଥିବାରୁ ଏଭଳି ସମସ୍ୟା ଉପୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri