ସୁନିଦ୍ରାକୁ ପ୍ରଭାବିତ କରେ ଅଧିକ ଚା’ ପିଇବା

କ୍ଳାନ୍ତ ମନକୁ ହାଲକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି ଅଭ୍ୟାସଠାରୁ ନିଜକୁ ଦୂରେଇ ରଖିବା ଦରକାର ବୋଲି ମତବ୍ୟକ୍ତ କରିଛନ୍ତି ଓ୍ବାଶିଂଟନ୍‌ ୟୁନିଭର୍ସିଟିର ବିଶେଷଜ୍ଞମାନେ। ଏକ ସଦ୍ୟତମ ସର୍ଭେରୁ ସେମାନେ ଅଧିକ ଚା’ ପିଇବାର କେଉଁ ପ୍ରକାର ଖରାପ ପ୍ରଭାବ ଶରୀର ଉପରେ ପଡେ ସେ ନେଇ ସୂଚିତ କରିଛନ୍ତି। ଅଧିକ ସମୟ ଚା’ ପିଉଥିଲେ ତାହାର ପ୍ରଭାବ ସୁନିଦ୍ରା ଉପରେ ପଡିଥାଏ। ଅର୍ଥାତ୍‌ ଏହାଦ୍ୱାରା ଭଲ ନିଦ ହୋଇ ନ ଥାଏ। ଏହାବ୍ୟତୀତ ଅଧିକ ଚା’ ପିଇଲେ ପେଟରେ ଅମ୍ଳ ବା ଏସିଡିଟି ସୃଷ୍ଟି ହୁଏ, ଯାହାଦ୍ୱାରା ପେଟ ଦରଜ ଏବଂ ପେଟ ଫୁଲିବା ପରି ସମସ୍ୟା ଦେଖାଦେଇଥାଏ। ଏହାର ପ୍ରଭାବ ମଧ୍ୟ ଦାନ୍ତ ଉପରେ ପଡିଥାଏ। ଏହାଦ୍ୱାରା ଦାନ୍ତ ଉପରେ ହଳଦିଆ ଆସ୍ତରଣ ସୃଷ୍ଟି ହୋଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚା’ରେ ‘କୈଫିନ୍‌ ଟେନିନ୍‌’ ନାମକ ଏକ ବିଷାକ୍ତ ନିଶାଦ୍ରବ୍ୟ ରହିଥାଏ, ଯାହାର ପ୍ରଭାବ ହାର୍ଟ ଏବଂ ମସ୍ତିଷ୍କ ଉପରେ ପଡିବାର ଆଶଙ୍କା ରହିଛି ବୋଲି ଉକ୍ତ ୟୁନିଭର୍ସିଟିର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦର କେଶ ପାଇଁ ଘରୋଇ ଉପାୟ

କେଶ ନାରୀ ସୌନ୍ଦର୍ଯ୍ୟର ଅଭିନ୍ନ ଅଙ୍ଗ। ତେଣୁ ଏହାକୁ ଅଧିକ ଆକର୍ଷଣୀୟ କରିବାକୁ ସମସ୍ତେ ଚାହାନ୍ତି। ଯଦି ଆପଣ ବି ନିଜ କେଶକୁ ମଜଭୁତ ଏବଂ...

ଘରେ ଶୁଭ ଫଳ ପାଇଁ ଡାଇନିଂ ରୁମର ଲଗାନ୍ତୁ ଏପରି ରଙ୍ଗ

ରଙ୍ଗ ଏବଂ ଧ୍ୱନି ହେଉଛି ଏହି ପ୍ରକାରର ଶକ୍ତି। ଯାହା ଆମକୁ ପ୍ରକୃତି ଏବଂ ପରିବେଶ ମାଧ୍ୟମରେ ଘେରି ରହିଛି । ଶୁଭ ରଙ୍ଗ ଭାଗ୍ୟ...

ଘରକୁ ଦିଅନ୍ତୁ କଲରଫୁଲ୍‌ ଲୁକ୍‌

କଲରଫୁଲ୍‌ ଡେକୋରେଟିଭ୍‌ ଆଇଟମ୍‌ ଘରକୁ ଆକର୍ଷଣୀୟ ଓ ଫ୍ରେସ୍‌ ଲୁକ୍‌ ଦେଇଥାଏ। ଯଦି ଦୀପାବଳିରେ ଆପଣ ନିଜ ଘରକୁ ଏପରି ସଜାଇବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ...

ସେରୋ ସର୍ଭେ

”ରକ୍ତରେ ପ୍ରତିପିଣ୍ଡ (ଆଣ୍ଟିବଡି) ଜାଣିବା ପାଇଁ ସେରୋସର୍ଭେ କରାଯାଏ। କେରଳ, ମହାରାଷ୍ଟ୍ର, ଦିଲ୍ଲୀ, ଓଡିଶା ପ୍ରଭୃତି ଅନେକ ରାଜ୍ୟ ଏହାକୁ କାର୍ଯ୍ୟକାରୀ କରୁଛନ୍ତି। କରୋନା ସଂକ୍ରମିତ...

ଜାଣନ୍ତୁ କେମିତି କିଣିବେ ଛତା

ବର୍ଷାରୁ ରକ୍ଷା ପାଇବା ଲାଗି ଛତା ସଭିଙ୍କୁ ଲୋଡ଼ା। ତେବେ ଅନେକେ ଛତା କିଣିବା ବେଳେ ଏହାର କଲର ଏବଂ ଆକର୍ଷଣୀୟ ଡିଜାଇନ୍‌କୁ ଅଧିକ ଗୁରୁତ୍ୱ...

ଲୁଣ କମ୍‌ ଖାଉଛନ୍ତି କି… ଦେଖାଯାଇପାରେ ଏସବୁ ସମସ୍ୟା

ଅଧିକ ଲୁଣ ଖାଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ଆପଣ ଜାଣିଥିବେ। ଏ ନେଇ ଅଧିକାଂଶ ଲୋକ କମ୍‌ ଲୁଣ ଖାଉଥିବା ବେଳେ କେହି କେହି...

ଦୀର୍ଘକାଳୀନ ରୋଗ ପାଇଁ ଉପକାରୀ ଭିଟାମିନ୍‌ ‘ସି’

ଭିଟାମିନ୍‌ ‘ସି’ରେ ଅନେକ ଉପକାରୀ ଗୁଣ ରହିଛି। ଏହି ଭିଟାମିନ୍‌ ଦୀର୍ଘକାଳୀନ ରୋଗ ପାଇଁ ଲାଭପ୍ରଦ ହୋଇଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି। ‘ଭିଟାମିନ୍‌...

ମୁହଁରୁ ଅନାବଶ୍ୟକ କେଶ ହଟାଇବା ପାଇଁ ଆପଣାନ୍ତୁ ଘରୋଇ ଉପାୟ

ଆଜିକାଲିର ଖାଦ୍ୟପାନୀୟ ଓ ହର୍ମାନ ଇନ୍‌ବାଲାନ୍ସରୁ କେତକଙ୍କ ମୁହଁରେ ଅନାବଶ୍ୟକ କେଶ ଉଠିଥାଏ। ଏହା ଅସୁନ୍ଦର ଦେଖାଯିବା ସହ ବେଳେବେଳେ ଏଥିପାଇଁ ଲୋକଙ୍କୁ ଲଜ୍ଜିତ ହେବାକୁ...

Advertisement
Archives

Model This Week