ଥଣ୍ଡା ପାଣି ପିଉଥିଲେ…

ଖରାଦିନେ ଗରମରେ ବାହାରେ ବୁଲିଆସିଲେ ସଙ୍ଗେ ସଙ୍ଗେ ପାଣିଟିକେ କାହାକୁ ବା ଲୋଡ଼ା ନୁହେଁ! ଆଉ ତାହା ଯଦି ଫ୍ରିଜ୍‌ର ଥଣ୍ଡା ପାଣି ହୁଏ, ତେବେ ପିଇବାର ଆନନ୍ଦ ଅବର୍ଣ୍ଣନୀୟ। ହେଲେ ଆପଣ ଜାଣନ୍ତିକି ସବୁବେଳେ ଏଭଳି ଥଣ୍ଡା ପାଣି ପିଇବା ସ୍ବାସ୍ଥ୍ୟପକ୍ଷେ ହୋଇପାରେ ହାନିକାରକ…

ଥଣ୍ଡା ପାଣି ପିଇବା ଦ୍ୱାରା ଏହା ଶରୀରରେ ଥିବା ଶିରାଗୁଡ଼ିକୁ ସଂକୁଚିତ କରିଥାଏ, ଫଳରେ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୋଇଥାଏ। ଏହାଦ୍ୱାରା ହଜମକ୍ରିୟା ମଧ୍ୟ ପ୍ରଭାବିତ ହୋଇଥାଏ। ଥଣ୍ଡା ପାଣି ପିଇବା ଦ୍ୱାରା ଡିହାଇଡ୍ରେଶନ୍‌ ସମସ୍ୟା ଦେଖାଦେବାର ଆଶଙ୍କା ବି ରହିଛି।
ଅଧିକ ଥଣ୍ଡା ବା ବରଫ ପକାଇ ପାଣି ପିଇବାକୁ ଅନେକେ ପସନ୍ଦ କରନ୍ତି। ହେଲେ ଏଥିପାଇଁ ଅନେକେ ଗଳା ଦରଜ, ଫୁଲିବା ଏବଂ ଥଣ୍ଡାରେ ନାକ ବନ୍ଦ ହେବା ଭଳି ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଥା’ନ୍ତି। ବିଶେଷକରି ଖାଇବା ପରେ ଥଣ୍ଡା ପାଣି ପିଇଲେ ଶ୍ୱାସନଳୀରେ ମ୍ୟୁକସ୍‌ ଜମା ହୁଏ ଏବଂ କେବେକେବେ ଇନ୍‌ଫେକ୍ସନ ହୋଇ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ।
କେବଳ ଏତିକି ନୁହେଁ, ଖାଇବା ପରେ ଥଣ୍ଡା ପାଣି ପିଇଲେ ଚର୍ବି ବା ଫ୍ୟାଟ୍‌ ଜାତୀୟ ଖାଦ୍ୟ କଠିନ ହୋଇଯିବା ଫଳରେ ହଜମ ହୋଇ ନ ପାରି ଶରୀରରେ ଜମା ହୋଇ ରୁହେ, ଯାହାକି ପରବର୍ତ୍ତୀ ସମୟରେ ମେଦବହୁଳତାର କାରଣ ସାଜିଥାଏ।
ଥଣ୍ଡା ପାଣି ପିଇବା ଦ୍ୱାରା ହୃତ୍‌ସ୍ପନ୍ଦନ ମଧ୍ୟ ଧୀର ହୋଇଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି।
ବ୍ୟାୟାମ କରିବା ପରେ ଆଦୌ ଥଣ୍ଡା ପାଣି ପିଇବା ଠିକ୍‌ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri