ଚା’ ପିଅନ୍ତୁ, କପ୍‌କୁ ଚୋବାଇ ଖାଆନ୍ତୁ: ଚାଷୀ ବିକଶିତ କଲେ ବାଜରା କପ୍‌…

ପ୍ରୟାଗରାଜ,୧୩।୨ : ଆଇସକ୍ରିମ ଖାଇବା ପରେ ଲୋକେ କୋନକୁ ଚୋବାଇ ଖାଇଥାନ୍ତି। ସେହିଭଳି ଉତ୍ତରପ୍ରଦେଶର ଦେଓରିଆର ଚାଷୀମାନେ ବାଜରାରେ ତିଆରି କପ ବିକଶିତ କରିଛନ୍ତି। ଏହାକୁ ଚା’ ପିଇବାରେ ବ୍ୟବହାର କରାଯାଇପାରିବ ଏବଂ ସ୍ନାକ୍ସ ଭାବରେ ମଧ୍ୟ ଚୋବାଇ ଖାଇ ହେବ।

କୌତୁହଳର ବିଷୟ, ଏହି କପ୍‌ ଗୁଡିକ ଏପରି ଏକ ସମୟରେ ଆସିଛି ଯେତେବେଳେ ୨୦୧୯ ରେ ଭାରତର ପ୍ରସ୍ତାବ ପରେ ୨୦୨୩ କୁ ମିଳିତ ଜାତିସଂଘ ଦ୍ୱାରା ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷଣା କରାଯାଇଛି।

ପ୍ରୟାଗରାଜରେ ଚାଲିଥିବା ମାଘ ମେଳାରେ, ରାଗି ଏବଂ ମକା ଦ୍ୱାରା ଏହି ପୁଷ୍ଟିକର କପ୍‌ଗୁଡିକର ନାମ ଚା ପିଓ ଏବଂ କୁଲହଡ ଖାଓ ରଖାଯାଇଛି।

ଏହି ଚାଷୀ ଦଳର ସଦସ୍ୟ ଅଙ୍କିତ ରାୟ କହିଛନ୍ତି ଯେ ପୂର୍ବ ଉତ୍ତରପ୍ରଦେଶର ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଏଭଳି କପ୍‌ ଗୁଡ଼ିକର ଚାହିଦା ବହୁଗୁଣିତ ହେବାରେ ଲାଗିଛି।

ସେ କହିଛନ୍ତି, ବାଜରାକୁ ଲୋକପ୍ରିୟ କରାଇବା ପାଇଁ ଆମେ ପ୍ରାୟ ଦୁଇ ବର୍ଷ ପୂର୍ବେ ଏଭଳି ଚା’କପର ବିକଶିତ କରିଥିଲୁ। ଆମର ଏକ ସ୍ବତନ୍ତ୍ର ମେସିନ ଅଛି, ଏଥିରେ ଆମେ ଏକ ସମୟରେ ୨୪ କପ ତିଆରି କରିପାରୁଛୁ।

ପ୍ରାରମ୍ଭରେ, ଆମେ ଦେଓରିଆ, ଗୋରଖପୁର, ସିଦ୍ଧାର୍ଥ ନଗର ଏବଂ କୁସିନଗର ସମେତ ପୂର୍ବ ଉତ୍ତରପ୍ରଦେଶର ଛୋଟ ଗାଁରେ ଚା’ ବିକ୍ରେତାମାନଙ୍କ ସହ ଯୋଗାଯୋଗ କରିଥିଲୁ। ବର୍ତ୍ତମାନ ଏଭଳି କପ୍‌ର ଚାହିଦା ି ପ୍ରୟାଗରାଜ, ବାରାଣସୀ, ଲକ୍ଷ୍ନୌ ଏବଂ ଅନ୍ୟାନ୍ୟ ଜିଲାରେ ବୃଦ୍ଧି ପାଇଛି।

ଏହି କପ୍‌ଗୁଡିକର ମୂଲ୍ୟ ବିଷୟରେ ଆଲୋଚନା କରି ସେ କହିଛନ୍ତି ଯେ ଏହିପରି କପ୍‌ ତିଆରି ପାଇଁ ୫ ଟଙ୍କା ଲାଗିଥାଏ ଏବଂ ଯେତେବେଳେ ଚା ’ ପିଇବାକୁ ପ୍ରଦାନ କରାଯାଇଥାଏ ଏଥିପାଇଁ ୧୦ ଟଙ୍କା ଗ୍ରାହକଙ୍କbୁ ଦେବାକୁ ପଡ଼ିଥାଏ। ଏହି କପଗୁଡିକ ପରିବେଶ ଉପଯୋଗୀ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri