Posted inଫୁରସତ

ଫୁଲ ପାଖୁଡାରେ ଡ୍ରେସ୍‌

ଜାପାନର ୨୦ ବର୍ଷୀୟା କଳାକାର ମୋମୋତ୍‌ସୁକି। ସେ ଯେମିତି କଳ୍ପନାବିଳାସୀ ସେମିତି ବୃକ୍ଷପ୍ରେମୀ। ଆଉ ସେ ବେଶ୍‌ ନିଖୁଣତାର ସହ ଏହି ଦୁଇଟିର ମିଶ୍ରଣ କରି ଏକ ସୁନ୍ଦର ସୃଷ୍ଟି କରିଛନ୍ତି। ପିଲାଦିନୁ ସେ ଗଛଲତାକୁ ଭଲ ପାଉଥିବାରୁ ବଗିଚା କାମ କରିବାକୁ ସେ ବହୁତ ଭଲ ପାଉଥିଲେ। ତେଣୁ ଅନେକ ଫୁଲ ଗଛରେ ତାଙ୍କ ବଗିଚା ବେଶ୍‌ ସୁନ୍ଦର ଦେଖାଯାଉଥିଲା। ସେ କଳ୍ପନାବିଳାସୀ ହୋଇଥିବାରୁ ଅନେକ ପରୀଙ୍କୁ ମନରେ ଭାବୁଥିଲେ। ଯେଉଁଥିରେ ପରୀମାନେ ସୁନ୍ଦର ଡ୍ରେସ୍‌ ପିନ୍ଧିଥିବା ଦେଖୁଥିଲେ। ସେହି ଫେୟାରୀ ଡ୍ରେସ୍‌କୁ ସେ ବାସ୍ତବରେ କରିବା ଲାଗି ଯୋଜନା କଲେ। ଆଉ ନିଜ ବଗିଚାର ସୁନ୍ଦର ସୁନ୍ଦର ଫୁଲର ପାଖୁଡାରେ ଫେୟାରୀ ଡ୍ରେସ୍‌ ତିଆରି କରିବା ଆରମ୍ଭ କଲେ। ଖାଲି ନିଜ ବଗିଚାର ଫୁଲ ନୁହେଁ, ଏଠି ସେଠି ପରିତ୍ୟକ୍ତ ଭାବେ ପଡିଥିବା ଫୁଲକୁ ସେ ସଂଗ୍ରହ କରି ପାଖୁଡାକୁ ସାବଧାନତାର ସହ ଅଲଗା କରି ଭିନ୍ନ ଭିନ୍ନ ଡିଜାଇନ୍‌ର ସୁନ୍ଦର ଫେୟାରୀ ଡ୍ରେସ୍‌ ତିଆରି କରନ୍ତି। ସେଇ ଡ୍ରେସ୍‌ଗୁଡିକ ଏତେ ସୁନ୍ଦର ହୋଇଥାଏ ଯେ, ଦେଖଣାହାରୀ ଘଡିଏ ଚାହିଁ ରୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri