Posted inUncategorized

‘ଜିଲାରେ ଶୀତଳ ଭଣ୍ଡାର ସ୍ବପ୍ନ’

ନବରଙ୍ଗପୁର,୨୫।୬(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲା କଂଗ୍ରେସ କାର୍ଯ୍ୟାଳୟରେ ନବରଙ୍ଗପୁର ଜିଲା କଂଗ୍ରେସ କିଷାନ ସେଲର ଚିଠା ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟ କିଷାନ କଂଗ୍ରେସ ସଭାପତି ଅମୀୟ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପୂର୍ବତନ ବିଧାୟକ ତଥା ରାଜ୍ୟ ଆଦିବାସୀ କଂଗ୍ରେସ ସଭାପତି ଭୁଜବଳ ମାଝି ଓ ନବରଙ୍ଗପୁର ଜିଲା କଂଗ୍ରେସ କମିଟିର ସଭାପତି ମୁନ୍ନା ତ୍ରିପାଠୀ ଯୋଗଦେଇଥିଲେ। ଜିଲା କୃଷକ ସେଲ ସଭାପତି ବୃନ୍ଦାବନ ତ୍ରିପାଠୀ ସଭାରେ ଅଧ୍ୟକ୍ଷତା କରିଥିଲେ। ନବରଙ୍ଗପୁର ଜିଲାର ଧାନ, ଆଖୁ, ମକା, ବିରି, ପନିପରିବା, ଫୁଲ, ଛତୁ ଓ କୁକୁଡ଼ା ଛେଳି ଚାଷର ମୋଟ ୬୫ ଜଣ ମହିଳା ଓ ପୁରୁଷ ଚାଷୀ ଏହି ପ୍ରସ୍ତାବିତ ଚିଠା ଅନୁମୋଦନ ବୈଠକରେ ଯୋଗଦେଇଥିଲେ।
ରାଜ୍ୟ ବିଜେଡି ଓ କେନ୍ଦ୍ର ଭାଜପା ସରକାରୀ ଚାଷୀ ମାରଣ ନୀତି ଉପରେ ଆଲୋଚନା କରିଥିଲେ। ଜିଲାରେ ଶୀତଳ ଭଣ୍ଡାର, ମକା ଓ ଚିନି କାରଖାନା ସ୍ବପ୍ନ। ମାଣ୍ଡିଆ ମଣ୍ଡିର ମିଥ୍ୟା ପ୍ରତିଶ୍ରୁତି ସରକାରଙ୍କ ଚାଷୀ ବିରୋଧୀ ନୀତି ବୋଲି ଚାଷୀମାନେ କହିଛନ୍ତି। ଚାଷୀ କିଭଳି ଦୁଇ ଗୁଣ ସୁଧରେ ଋଣ ଆଣି ସର୍ବସ୍ବାନ୍ତ ହେଉଛନ୍ତି ସେ ନେଇ ଜେମା ଭତରା କହିଥିଲେ। ଶୀତଳ ଭଣ୍ଡାର, ଛତିଶଗଡ଼ ଢାଞ୍ଚାରେ ପନିପରିବା ବଜାର କରିବାକୁ ଚାଷୀ ସନରାଜ ଗଣ୍ଡ, ଦିବାକର ପୂଜାରୀ ଓ ଅମେଲା ମଣ୍ଡଳ କହିଛନ୍ତି। କୋଷାଗୁମୁଡ଼ା ଲକ୍ଷ୍ମୀଧର ନାୟକ ଛତିଶଗଡ଼ ଦରରେ ଧାନ କିଣିବା କଥା ଓ ସେମାନଙ୍କ ଲ୍ୟାମ୍ପ୍‌ସ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ଚାଷୀମାନଙ୍କୁ ପାଣି ଯୋଗାଇଦେବା ପାଇଁ ପ୍ରକାଶ ସାମନ୍ତରାୟ ସରକାରଙ୍କ ପାଖରେ ଦାବି ରଖିଥିଲେ। ଆସନ୍ତା ନିର୍ବାଚନ ପୂର୍ବରୁ ନବରଙ୍ଗପୁରରେ ଚାଷୀ ମହା ପଞ୍ଚାୟତ ଅନୁଷ୍ଠିତ ହେବ ବୋଲି ଅମୀୟ ପଟ୍ଟନାୟକ ପ୍ରସ୍ତାବ ରଖିଥିଲେ। ନିର୍ବାଚନ ପୂର୍ବରୁ ଚାଷୀ ଇସ୍ତାହାର ପ୍ରକାଶ ପାଇବ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ ଓ ଭୁଜବଳ ମାଝି, ଏଆଇସିସି ସଭ୍ୟା ମନଷା ତ୍ରିପାଠୀ, ନବରଙ୍ଗପୁର ବ୍ଲକ କଂଗ୍ରେସ ସଭାପତି ଅବଦୁଲ ଫିରୋଜ, ନଗର ଯୁବ କଂଗ୍ରେସ ସଭାପତି ସୁରଜ ଲାଲ, ମଣ୍ଡଳ ସଭାପତି ନବଜୀବନ ମନ୍ଦାର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ବର୍ଷା କଲେ କୋହଲି-ଗିଲ୍‌: ଗୋଟିଏ ମ୍ୟାଚ୍‌ରେ ଭାଙ୍ଗିଦେଲେ ୭ ବଡ଼ ରେକର୍ଡ

ତିରୁଭାନନ୍ତପୁରମ,୨୮।୯: ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି ଭାରତ। ପ୍ରଥମ ୨୦ ଓଭର ମଧ୍ୟରେ ୱେଷ୍ଟଇଣ୍ଡିଜ୍‌ର ଓପନିଂ ଯୋଡ଼ି ୧୩୫ ରନ୍‌ର ଭାଗିଦାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?