ସ୍ବପ୍ନରେ ଆପଣ ଏହି ୪ ଜିନିଷ ଦେଖୁଛନ୍ତି କି? ହୋଇପାରେ ଏଭଳି ଅଶୁଭ ସଙ୍କେତ, ଜାଣନ୍ତୁ କିଭଳି କରିବେ…

ସ୍ବପ୍ନ ଦୁଇ ପ୍ରକାରର। ସୁସ୍ବପ୍ନ ଆଉ ଦୁଃସ୍ବପ୍ନ। ସ୍ବପ୍ନ ଭଲ ହେଉ ଅବା ଖରାପ, ସେ ବିଷୟରେ ସଠିକ୍‌ ଜ୍ଞାନ ଥିଲେ ଜୀବନରେ ଆସୁଥିବା ବିପଦରୁ ନିଜକୁ ରକ୍ଷା କରି ହୁଏ। କାରଣ ସ୍ବପ୍ନ ମନୁଷ୍ୟର ସ୍ବାସ୍ଥ୍ୟ, ସମ୍ପଦ, ବ୍ୟାପାର, ଆଧ୍ୟାତ୍ମ୍ୟ, ଧନ ଏବଂ ସଫଳତା ଆଦି ସହ ଜଡ଼ିତ ଥାଏ। ଏଣୁ ସ୍ବପ୍ନ ଶାସ୍ତ୍ରରେ ଏଭଳି ୪ ପ୍ରକାର ସ୍ବପ୍ନ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାର ସିଧା ପ୍ରଭାବ ଧନହାନୀଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ। ଆସନ୍ତୁ ଜାଣିବା…

-କବାଟ ବନ୍ଦ ହେବା: ଯଦି କେହି ସ୍ବପ୍ନରେ କବାଟ ବନ୍ଦ ହେବା ଦେଖୁଥାନ୍ତି ତେବେ ଏହା ଅଶୁଭ ସଙ୍କେତ। ସ୍ବପ୍ନ ଶାସ୍ତ୍ର ଅନୁଯାୟୀ, ଏଭଳି ସ୍ବପ୍ନ ଦେଖିବା ବ୍ୟକ୍ତିଙ୍କ କ୍ୟାରିୟରରେ କିଛି ଅଘଟଣ ଘଟିପାରେ। ଏଥିରୁ ରକ୍ଷା ପାଇବା ପାଇଁ ହନୁମାନଙ୍କୁ ଲାଲ୍‌ ସିନ୍ଦୁର ଅର୍ପଣ କରିବା ଉଚିତ।

ପୋଷାକରେ ଦାଗ ଲାଗିବା: ସ୍ବପ୍ନ ଶାସ୍ତ୍ର ଅନୁଯାୟୀ, ଯଦି କେହି ସ୍ବପ୍ନରେ ହଳଦିଆ ପୋଷାକରେ କିଛି ଦାଗ ଲାଗିବା ଦେଖୁଥାନ୍ତି ତେବେ ଏହାର ଅର୍ଥ ଧନହାନୀ। ଏଭଳି ସ୍ଥିତିରେ ମନୁଷ୍ୟକୁ ନିଦରୁ ଉଠିବା ପରେ ମା’ ଲକ୍ଷ୍ମୀଙ୍କୁ ଲାଲ୍‌ ରଙ୍ଗର ବସ୍ତ୍ର ଦାନ କରିବା ଉଚିତ।

ବହୁତ ଜୀବଜନ୍ତୁ: ଯଦି ଆପଣଙ୍କ ସ୍ବପ୍ନରେ ବହୁତ ଜୀବଜନ୍ତୁ ଆସୁଛନ୍ତି ତେବେ ଏହା ଅଶୁଭ। ଏହାର ଅର୍ଥ ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ। ଏଣୁ ନିଦରୁ ଉଠିବା ପରେ ଗରିବ ଲୋକଙ୍କୁ ଲାଲ୍‌ ରଙ୍ଗର ବସ୍ତ୍ର ଦାନ କରିବା ଉଚିତ।

କଳା ବିରାଡି: ଯଦି ସ୍ବପ୍ନରେ କେହି କଳା ବିରାଡି ଦେଖୁଥାନ୍ତି ତେବେ ଏହା ଅଶୁଭ ହୋଇପାରେ। ଏହାର ପ୍ରଭାବ ମସ୍ତିଷ୍କ ଉପରେ ପଡ଼ିପାରେ। ଏଣୁ ଉଠିବା ପରେ ଶିବଙ୍କଠାରେ ଜଳଲାଗି କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri