ରବିବାର ଡିଆର୍‌ଡିଓ ଯୋଗାଇବ ୧୦ ହଜାର ଡୋଜ୍‌ ୨-ଡିଜି…

ନୂଆଦିଲ୍ଲୀ,୧୫।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍‌ ଅଭାବ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ସରକାର ଜରୁରୀକାଳୀନ ସ୍ଥିତିରେ ପ୍ରୟୋଗ କରିବା ଲାଗି ଡିଆର୍‌ଡିଓ ପକ୍ଷରୁ ବିକଶିତ କରାଯାଇଥିବା ନୂଆ ଔଷଧ ୨-ଡିଓକ୍ସି-ଡି-ଗ୍ଲୁକୋଜ୍‌(୨-ଡିଜି)କୁ ମଞ୍ଜୁରୀ ଦେଇଛନ୍ତି। ଏହାକୁ ଡ୍ରଗ୍‌ କଣ୍ଟ୍ରୋଲର ଅଫ୍‌ ଇଣ୍ଡିଆଙ୍କ ପକ୍ଷରୁ ବ୍ୟବହାର କରାଯିବା ଅନୁମତି ଦିଆଯିବା ପରେ ରବିବାର ଡିଆର୍‌ଡିଓ ଏହାର ୧୦ ହଜାର ଡୋଜ୍‌ ଭାରତ ସରକାରଙ୍କୁ ଯୋଗାଇ ଦେବ। ୨-ଡିଜିି ଔଷଧକୁ ଡିଆର୍‌ଡିଓର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁକ୍ଲିୟର ମେଡ଼ିସିନ୍‌ ଆଣ୍ଡ୍‌ ଆଲାଏଡ୍‌ ସାଇନ୍ସ୍‌ ଏବଂ ହାଇଦ୍ରାବାଦ୍‌ର ସେଣ୍ଟର ଫର୍‌ ସେଲୁଲାର୍‌ ଆଣ୍ଡ୍‌ ମଲିକ୍ୟୁଲାର ବାୟୋଲୋଜିର ମିଳିତ ସହଯୋଗରେ ପ୍ରସ୍ତୁତ କରାଯାଇଛି। ଏହାର ଉତ୍ପାଦନ ଦାୟିତ୍ୱ ହାଇଦ୍ରାବାଦ୍‌ସ୍ଥିତ ଡ. ରେଡ୍ଡୀ ଲାବୋରେଟୋରୀଜ୍‌ ଦ୍ୱାରା କରାଯାଉଛି। ଏହି ଔଷଧ ପ୍ରୟୋଗ ଦ୍ୱାରା କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ୍‌ ଉପରେ ନିର୍ଭରଶୀଳତା କମ୍‌ ପଡ଼ିବ। ଏହାର କ୍ଲିନିକାଲ ଟ୍ରାଏଲ୍‌ ସଫଳ ରହିଛି। ଏହାର ପ୍ରଯୋଗ ଦ୍ୱାରା କରୋନା ଆକ୍ରାନ୍ତ ଶୀଘ୍ର ରୋଗମୁକ୍ତ ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୩ତମ ବିବାହ ବାର୍ଷିକୀରେ ଫଟୋ ଶେୟାର କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୮।୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିବାହ ବାର୍ଷିକୀକୁ ୨୩ ବର୍ଷ ପୂରଣ ହୋଇଛି। ଏହାକୁ ନେଇ ପ୍ରିୟଙ୍କା ସୋସିଆଲ ମିଡିଆରେ କିଛି ଫଟୋ...

ଦେଶରେ କମୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨୩।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯,୬୮୦...

ନିଜ ଗୁଳିରେ ଟଳିଲେ ଶିଖ୍‌ ପୂଜକ

ନୂଆଦିଲ୍ଲୀ, ୧୭ା୧୨: କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ସିଂଘୁ ସୀମାରେ ଆନ୍ଦୋଳନରତ ଚାଷୀଙ୍କ ସଂଘର୍ଷ ଓ ଦୁର୍ଦ୍ଦଶାରେ ମର୍ମାହତ ହୋଇ ଜଣେ ଶିଖ୍‌ ପୂଜକ...

ଖାଲି ପାଦରେ ବନ୍ୟାଞ୍ଚଳ ବୁଲିଲେ ଆଇଏଏସ୍‌ ଅଧିକାରୀ

ଦିଶପୁର,୨୮।୫: ଆସାମ ବନ୍ୟାରେ ସବୁଠାରୁ କ୍ଷତିଗ୍ରସ୍ତ ହୋଇଥିବା କାଛରା ଜିଲା ପରିଦର୍ଶନ କରିଥିଲେ ଆଇଏଏସ୍‌ ଅଧିକାରୀ କୀର୍ତ୍ତି ଜାଲ୍ଲି। ପରିଦର୍ଶନ ବେଳର ଫଟୋ ଏବେ ସୋସିଆଲ...

୧୧କି.ମି. ଦୌଡ଼ି ବିବାହ କରିବାକୁ ପହଞ୍ଚିଲେ ବର

ଇନ୍ଦୋର,୨୧।୧: ବର୍ତ୍ତମାନର ଖାଦ୍ୟପେୟ ଓ ଦୂଷିତ ପରିବେଶକୁ ଆଖି ଆଗରେ ରଖି ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକମାନେ ଏବେ ସଜାଗ ହେଲେଣି। ନିଜକୁ ଫିଟ୍‌...

ଲକ୍‌ଡାଉନ ମଧ୍ୟରେ ମା’ ହେଲେ ଟିଏମ୍‌ସି ଏମ୍‌ପି: ଝିଅର ନାଁ ରଖିଲେ ‘କରୋନା’

ହୁଗଳି,୮।୫: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇଥିବା ବେଳେ ଇତିମଧ୍ୟରେ କେତେଜଣ ଦମ୍ପତି ତାଙ୍କ ନବଜାତକଙ୍କ ନାଁ ଭାଇରସର ନାଁ ଅନୁସାରେ ରଖୁଥିବା...

କଶ୍ମୀର ନିଷ୍ପତ୍ତି ନେଇ ଅନ୍ୟ ଦେଶକୁ ଜଣାଇଲା ଭାରତ

ନୂଆଦିଲ୍ଲୀ,୬ା୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ରାଜ୍ୟ ବିଭାଜନ ସମ୍ପର୍କିତ ନିଷ୍ପତ୍ତି ଭାରତ ଜାତିସଂଘ ସୁରକ୍ଷା ପରିଷଦର ୫ ସଦସ୍ୟ ରାଷ୍ଟ୍ର ସମେତ ଅନ୍ୟ...

ରାସ୍ତା ମଝିରେ ଏସ୍‌ପିଙ୍କ ଗୋଡ଼ ଧରି କାନ୍ଦି ପକାଇଲେ ଭାଜପା ନେତା

ମିର୍ଜାପୁର,୮।୭: ଉତ୍ତର ପ୍ରଦେଶ ମିର୍ଜାପୁରର କୋତବାଲି ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଭାଜପା ନେତା ରାସ୍ତା ମଝିରେ ଏସ୍‌ପିଙ୍କ ଗୋଡ଼ ଧରି...

Advertisement
Archives

Model This Week