Posted inଖେଳ

ଡ୍ରାଭିଡ ହେବେ ରାଜସ୍ଥାନର ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ, ୫ା୯ (ପି.ଟି.): ଭାରତର ଟି୨୦ ବିଶ୍ୱକପ୍‌ ୨୦୨୪ ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୫ରେ ରାଜସ୍ଥାନ ରୟାଲ୍ସ ଦଳର ମୁଖ୍ୟ କୋଚ୍‌ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ଜୁନ୍‌ରେ ବାର୍ବାଡୋସରେ ଭାରତର ବିଜୟ ପରେ ଡ୍ରାଭିଡ ତାଙ୍କ କ୍ୟାରିୟରରେ କିଛି ସମୟ ପାଇଁ ଛୁଟିରେ ଅଛନ୍ତି। ଖୁବ୍‌ ଶୀଘ୍ର ସେ ଫ୍ରାଞ୍ଚାଇଜ ସହ କାର୍ଯ୍ୟ କରିବାକୁ ଯାଉଛନ୍ତି। ଚଳିତବର୍ଷ ପରବର୍ତ୍ତୀ ଭାଗରେ ନିଲାମି ପୂର୍ବରୁ ମୁଖ୍ୟ କୋଚ୍‌ ଭାବେ ସେ ପ୍ଲେୟର ରିଟେନଶନ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତାଙ୍କୁ ମିଳିପାରେ। ଏନେଇ କଥାବାର୍ତ୍ତା ଶେଷ ପର୍ଯ୍ୟାୟରେ ପହଞ୍ଚଥିବା ଫ୍ରାଞ୍ଚାଇଜ ସୂତ୍ରରୁ ଜଣାପଡ଼ିଛି। ୨୦୨୧ରୁ ରୟାଲ୍ସର କ୍ରିକେଟ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଆସୁଥବବା କୁମାର ସଙ୍ଗକାରା ତାଙ୍କ ପଦବୀ ବଜାୟ ରଖିବେ। ଶ୍ରୀଲଙ୍କାର ପୂର୍ବତନ ଷ୍ଟାର ଖେଳାଳି କ୍ୟାରିବିନ ପ୍ରିମିୟର ଲିଗ୍‌ରେ ବାର୍ବାଡୋସ ରୟାଲ୍ସ ଏବଂ ସାଉଥ ଆଫ୍ରିକା ଟି୨୦ରେ ପାର୍ଲ ରୟାଲ୍ସ ସହିତ ୨ବର୍ଷ ହେଲା ମେଣ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ବେଙ୍ଗାଲୁରୁରେ ଥିବା ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନ୍‌ସିଏଡ)ରେ ଯୋଗଦାନ ପରେ ୨୦୧୬ରେ ଦିଲ୍ଲୀ କ୍ୟାପିଟାଲରେ ଡ୍ରାଭିଡ୍‌ ସମାନ ଭୂମିକାରେ ରହିଥିଲେ। ରୟାଲ୍ସରେ ଡ୍ରାଭିଡ ଓ ସଞ୍ଜୁ ସାମସନ ପୁଣି ଏକାଠି ହେବେ। ସାମସନ ଆଉ ଏକ ସିଜନ ପାଇଁ ଦଳର ଅଧିନାୟକ ରହିବା ଯଥେଷ୍ଟ ସମ୍ଭାବନା ରହିଛି। ସାମସନ ପୂର୍ବରୁ ଡ୍ରାଭିଡଙ୍କ ଅଧୀନରେ ତାଲିମ ନେଇଛନ୍ତି। ଖବର ଅନୁସାରେ ଡ୍ରାଭିଡଙ୍କ କାର୍ଯ୍ୟକାଳ ସମୟରେ ଭାରତୀୟ ଦଳର ବ୍ୟାଟିଂ କୋଚ୍‌ ରହିଥିବା ବିକ୍ରମ ରାଠୋରଙ୍କୁ ରୟାଲ୍ସ ଫ୍ରାଞ୍ଚାଇଜ୍‌ ସହକାରୀ କୋଚ୍‌ ପଦବୀରେ ନିଯୁକ୍ତି ଦେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍‌ ସୂର୍ଯ୍ୟଘର ଯୋଜନା: ସବ୍‌ସିଡି ଅର୍ଥ ବ୍ୟାଙ୍କ ଖାତାକୁ ଆସିବା ପାଇଁ ମନ୍ତ୍ରୀଙ୍କୁ ଗୁହାରି

କଟକ ସଦର,୨୫ା୮(ସୁଶାନ୍ତ କୁମାର ଜେନା): କଟକ ସଦର ନିର୍ବାଚନ ମଣ୍ଡଳୀରେ ପିଏମ୍‌ ସୂର୍ଯ୍ୟଘର ଯୋଜନା ଆଖି ଦୃଶିଆ ଅଗ୍ରଗତି ହୋଇପାରୁ ନ ଥିବାରୁ ଉପମୁଖ୍ୟମନ୍ତ୍ରୀ ତଥା ବିଦ୍ୟୁତ୍‌…

ସରକାରକୁ ପୁଣି ଅଲ୍ଟିମେଟମ୍‌ ଦେଲା CJP: ୩ ଦାବି ପୂରଣ ନ ହେଲେ…ସରକାରଙ୍କଠାରେ ପଶିଲା ଛନ୍‌କା

ନୂଆଦିଲ୍ଲୀ,୨୬।୮: କକ୍ରୋଚ ଜନତା ପାର୍ଟି (CJP) ପୁଣି ଥରେ ଦିଲ୍ଲୀରେ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଦଳ ପକ୍ଷରୁ ସେପ୍ଟେମ୍ବର ୫ ତାରିଖରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ…

ଜମିପଟ୍ଟା ପାଇଁ ତହସିଲ ଅଫିସ ଦୌଡୁଥିଲେ ମାଲିକ, ବିଧାୟକ ପହଞ୍ଚି ସମସ୍ତଙ୍କୁ…

ମହାକାଳପଡ଼ା,୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରାଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ମଙ୍ଗଳବାର ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ଯୋଗଦେଇ କୂଳନାଞ୍ଜୁରା, ବିଲ ନାଞ୍ଜୁରା…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ୫୦,୦୦୦ ଝିଅଙ୍କୁ ମିଳିବ ସ୍କୁଟି

ଲକ୍ଷ୍ନୌ,୨୬।୮: ଲକ୍ଷ୍ନୌରେ ‘ଲୋକମାତା ଅହଲ୍ୟାବାଇ ମାତୃଶକ୍ତି ଯାତ୍ରା ଯୋଜନା’ର ଶୁଭାରମ୍ଭ ଏବଂ ସ୍ବତନ୍ତ୍ର ବସ ପାଇଁ ପତାକା ପ୍ରଦର୍ଶନ ଅବସରରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଝିଅମାନଙ୍କ…

ବଢୁଛି ଶିଶୁ ଶ୍ରମିକ, ନାବାଳିକା ଯୌନ ନିର୍ଯାତନା: ସଚେତନତା ନେଇ…

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବଙ୍ଗ ଭାଷାଭାଷୀ ବହୁଳ ପଞ୍ଚାୟତମାନଙ୍କରେ ଶିଶୁ ଶ୍ରମିକ, ନାବାଳିକା ଶିଶୁଙ୍କୁ ଯୌନ ନିର୍ଯାତନା, ଶିଶୁ ଚାଲାଣ…

ବଢିଲା କ୍ୟାନସର ରୋଗୀଙ୍କ ଚିନ୍ତା! ୧ ଲକ୍ଷ ଟଙ୍କାର ଇଞ୍ଜେକ୍ସନରେ କେବଳ ପାଣି ଆଉ ଜୀବାଣୁ

ନୂଆଦିଲ୍ଲୀ,୨୬।୮: ଯେତେବେଳେ ପ୍ରାୟ ଏକ ଲକ୍ଷ ଟଙ୍କା ମୂଲ୍ୟର ଏକ ଇଞ୍ଜେକ୍ସନ ଜଣେ ଗରିବ କର୍କଟ ରୋଗୀଙ୍କ ମାଗଣା ଚିକିତ୍ସା ପାଇଁ ଉଦ୍ଦିଷ୍ଟ ସରକାରୀ ହସ୍ପିଟାଲରୁ ଗାଏବ…

ପୁରୀରେ ପୁଣି ହତ୍ୟାକାଣ୍ଡ

ପୁରୀ, ୨୬।୮ (ଅଜିତ୍ କୁମାର ମହାନ୍ତି): ପୁରୀରେ ପୁଣି ଏକ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଗତ ଦୁଇ ଦିନ ମଧ୍ୟରେ ପୁରୀରେ ଦୁଇଟି ହତ୍ୟାକାଣ୍ଡ ଘଟିଥିବାରୁ ଏହାକୁ…

ଜଳୁନି ଷ୍ଟ୍ରିଟ ଲାଇଟ: ଚେତାବନୀ ଦେଲେ ଲକ୍ଷ୍ମୀପୁର ଗ୍ରାମବାସୀ, ପଞ୍ଚାୟତ ନିର୍ବାଚନରେ…

ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ସରକାର ପଞ୍ଚାୟତର ବିକାଶ ହେଉଛି ବୋଲି ଡିଣ୍ଡିପ ପିଟୁଥିବାବେଳେ ଏବେ ବି କିଛି ପଞ୍ଚାୟତ ଅବହେଳିତ ଅବସ୍ଥାରେ ରହିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri