ଗିଲଗିଟ୍‌-ବଲ୍ଟିସ୍ତାନକୁ ନେଇ ମୁହଁ ଖୋଲିଲା ଡ୍ରାଗନ

ବେଜିଂ,୫।୧୧: ପାକିସ୍ତାନରେ ଦେଶବ୍ୟାପି ବିରୋଧ ସତ୍ତ୍ୱେ ଗିଲଗିଟ୍‌-ବଲ୍ଟିସ୍ତାନକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ସରକାର ଅସ୍ଥାୟୀ ପ୍ରଦେଶ ମାନ୍ୟତା ଦେଇଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ରବିବାର ଘୋଷଣା କରାଯାଇଥିଲା। ଏହାକୁ ଭାରତ ପକ୍ଷରୁ ବିରୋଧ କରାଯାଇଥିଲା। ପାକିସ୍ତାନ ଭାରତର କିଛି ଅଞ୍ଚଳରେ ବେଆଇନ ଦଖଲ କରିଥିବା ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରସଙ୍ଗରେ କୁହାଯାଇଥିଲା। ତେବେ ଏନେଇ ଚାଇନା ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନ ଥିଲା। ୪ ଦିନ ଚୁପ୍‌ ରହିବା ପରେ ଚାଇନା ବିଦେଶମନ୍ତ୍ରଣାଳୟ ପ୍ରବକ୍ତା ଓ୍ବାଙ୍ଗ୍‌ ଓ୍ବେନବିନ୍‌ ଏକ ଗଣମାଧ୍ୟମ ସମ୍ମିଳନୀରେ ଏସମ୍ପର୍କରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ଏହି ଘଟଣା ସମ୍ପର୍କରେ ରିପୋର୍ଟ ସଂଗ୍ରହ କରାଯାଇ ଏହାର ଅନୁଧ୍ୟାନ କରାଯାଇଛି। କଶ୍ମୀର ପ୍ରସଙ୍ଗ ନେଇ ଚାଇନାର ନୀତି ସ୍ପଷ୍ଟ ଏବଂ ସ୍ଥିର ଥିବା ସେ କହିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଜାରି ରହିଛି। ଏହାର ସମାଧାନ ଜାତିସଂଘ ସୁରକ୍ଷା ପରିଷଦ ସହାୟତାରେ ତଥା ଦୁଇପକ୍ଷଙ୍କ ମୁଝାମଣାରେ ଶାନ୍ତିପୂର୍ଣ୍ଣ ଭାବେ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ତେବେ ଓ୍ବେନବିନ୍‌ ଗିଲଗିଟ୍‌-ବଲ୍ଟିସ୍ତାନକୁ ନେଇ ପାକିସ୍ତାନ ବିରୋଧରେ କିଛି ବି ଉତ୍ତର ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ଆଖି ଦେଖାଇଲା ପାକିସ୍ତାନ: ଚୁକ୍ତି ସ୍ବାକ୍ଷର କରିବାକୁ ସିଧା ସିଧା କଲା ମନା

ଇସଲାମାବାଦ୍‌,୨୬।୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏବଂ ସେନା ଅଧ୍ୟକ୍ଷ ଅସୀମ ମୁନିର ଆମେରିକା ପ୍ରତି ଯେତେ ପ୍ରେମ ଦେଖାଉଥିଲେ ମଧ୍ୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାହାକୁ…

ଘରକୁ ଫେରୁଥିବା ବେଳେ ଟଳିପଡିଲେ ବୁଦ୍ଧଦେବ, ଅଂଶୁଘାତ….

ପାଟଣା,୨୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ତେଣ୍ଡରା ପଞ୍ଚାୟତ ଖିଲାରିପାଟ୍ ନୂଆଗାଁ ଗ୍ରାମରେ ଜେ ଯୁବକଙ୍କର ମୃତ୍ୟୁ ହୋଇଛି । ୩୫ବର୍ଷୀୟ…

ଭିଜିଲାନ୍ସ ଦୁର୍ନୀତି ମାମଲାରେ ପୂର୍ବତନ ଉନ୍ନୟନ କ୍ଲର୍କ-କମ-ଷ୍ଟୋର ଇନଚାର୍ଜ ଦୋଷୀ ସାବ୍ୟସ୍ତ

କେନ୍ଦୁଝର,୨୫।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦୁର୍ନୀତି ବିରୋଧୀ ଘଟଣାକ୍ରମରେ ଓଡିଶା ଭିଜିଲାନ୍ସ କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକର ପୂର୍ବତନ ଉନ୍ନୟନ କ୍ଲର୍କ-କମ-ଷ୍ଟୋର ଇନଚାର୍ଜଙ୍କୁ ଏକ…

ଟ୍ରମ୍ପଙ୍କ ୩ ବଡ଼ ସର୍ତ୍ତ: ଯାହା କାରଣରୁ ଅଟକିଲା ଇରାନ-ଆମେରିକାର ଶାନ୍ତି ଚୁକ୍ତି

ନୂଆଦିଲ୍ଲୀ, ୨୬।୫: ଇରାନ ଏବଂ ଆମେରିକା ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନାର ଅନ୍ତ ଘଟାଇବା ପାଇଁ ଆଶା କରାଯାଉଥିବା ଶାନ୍ତି ଚୁକ୍ତିନାମା ଏବେ ଝୁଲି…

ଆଶ୍ଚର୍ଯ୍ୟ! ବାହାଘର ରିଟର୍ନ ଗିଫ୍ଟ ଦେଖି ଛାନିଆ ହେଲେ ଗାଁ ଲୋକେ, ଯିଏ ଶୁଣିଲା…

ମୁମ୍ବାଇ,୨୬।୫: ବିବାହରେ ଅତିଥିମାନଙ୍କୁ ପ୍ରତିଦାନ(ରିଟର୍ନ) ଉପହାର ଦେବାର ପ୍ରଥା ଏକ ବହୁ ପୁରୁଣା ପରମ୍ପରା । ତେବେ ମହାରାଷ୍ଟ୍ରର ନାନ୍ଦେଡ଼ ଜିଲାରେ ସମ୍ପ୍ରତି ଅନୁଷ୍ଠିତ ଏକ ବିବାହ…

ଭଞ୍ଜ ରାଜବଂଶର ସ୍ମୃତି : ଲୋକଙ୍କ ଦାନରେ ଚାଲିଛି କୁଲାଡ ଜଗନ୍ନାଥ ମନ୍ଦିର

ଭଞ୍ଜନଗର,୨୬।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଘୁମୁସର ଭଞ୍ଜ ରାଜବଂଶର ସ୍ମୃତି ଭାବେ ପରିଚିତ କୁଲାଡ ଜଗନ୍ନାଥ ମନ୍ଦିର ୧୭୬୦ ମସିହାରେ ନିର୍ମାଣ ହୋଇଥିଲା। ସେ ସମୟରେ ମନ୍ଦିର ପରିଚାଳନା…

କୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: କହୁ କହୁ ବଡ କଥା କହିଦେଲେ ମନ୍ତ୍ରୀ, ନୂତନ ମନ୍ତ୍ରିମଣ୍ଡଳରେ….

ଭୁବନେଶ୍ୱର,୨୬।୫: ଓଡ଼ିଶାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ମଧ୍ୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବଡ ଅପଡେଟ ଦେଇଛନ୍ତି। ସେ କହିଛନ୍ତି ଯେ, କୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ…

ପୁଣି କରୋନା ଭଳି ହେବ ଲକ୍‌ଡାଉନ! ଇବୋଲା ଭୂତାଣୁକୁ ନେଇ ଭାରତରେ ହାଇଆଲର୍ଟ: ଜାଣନ୍ତୁ ସରକାରଙ୍କ ଗାଇଡଲାଇନ

ନୂଆଦିଲ୍ଲୀ, ୨୬।୫: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ଏକ ବୈଠକରେ ଇବୋଲା ନିବାରଣ, ନିରୀକ୍ଷଣ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ସମୀକ୍ଷା କରାଯାଇଛି। କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri