Posted inଜାତୀୟ

ଆତ୍ମହତ୍ୟାରେ ଶେଷ ଯୌତୁକ ଯନ୍ତ୍ରଣା

ଅହମଦାବାଦ, ୪ା୩: ଗତ ଫେବୃୟାରୀ ୨୫ରେ ସାବରମତୀ ନଦୀକୁ ଲମ୍ଫ ମାରି ଆତ୍ମହତ୍ୟା କରିଥିଲେ ଗୁଜରାଟ ଅହମଦାବାଦର ଆୟେଶା। ଏହା ପୂର୍ବରୁ ସେ ଏକ ଭିଡିଓ କରିଥିଲେ। ଭିଡିଓରେ ସେ କହିଥିଲେ,‘ଯଦି ସେ ମୋଠାରୁ ମୁକ୍ତି ଚାହଁାନ୍ତି ତେବେ ତାଙ୍କୁ ତାହା ମିଳିବା ଦରକାର। ମୁଁ ଆଲ୍ଲାଙ୍କୁ ଭେଟିବାକୁ ଯାଉଥିବାରୁ ଖୁସି। କେଉଁଠାରେ ମୋ ଭୁଲ୍‌ ରହିଗଲା ତାହା ଆଲ୍ଲାଙ୍କୁ ପଚାରିବି। ହୁଏତ ମୋ ନିୟତିରେ କିଛି ତ୍ରୁଟି ରହିଯାଇଛି। ମୁଁ ଖୁସି ଅଛି। ଆଲ୍ଲାଙ୍କ ନିକଟରେ ଅନୁରୋଧ କରିବି ଯେ ସେ ଆଉ କେବେ ବି ତାଙ୍କୁ ମଣିଷର ମୁହଁ ନ ଦେଖାନ୍ତୁ।’ ଏହା ପରେ ସେ ହସହସ ମୁହଁରେ ନଦୀକୁ ଡେଇଁ ପଡ଼ିଥିଲେ। ଆତ୍ମହତ୍ୟା ପୂର୍ବରୁ ସେ ମା’ବାପାଙ୍କୁ ଫୋନ ମଧ୍ୟ କରିଥିଲେ। ସୁଇସାଇଡ୍‌ ବେଳର ଭିଡିଓ ସାମ୍‌ନାକୁ ଆସିବା ପରେ ତାହା ଯୌତୁକ ନିର୍ଯାତନାଜନିତ ଆତ୍ମହତ୍ୟା ବୋଲି ପୋଲିସ ଜାଣିବାକୁ ପାଇଛି। ସମ୍ପର୍କୀୟଙ୍କ ବାହାଘରକୁ ଯାଇଥିବାବେଳେ ଘଟଣା ବାବଦରେ ଜାଣି ଆୟେଶାଙ୍କ ସ୍ବାମୀ ଆରିଫ୍‌ ଖାନ ଫେରାର ହୋଇଯାଇଥିଲେ। ରାଜସ୍ଥାନର ପାଲିରୁ ପୋଲିସ ଆରିଫଙ୍କୁ ଗିରଫ କରିଥିଲା। ମଙ୍ଗଳବାର ଗୁଜରାଟ ପୋଲିସ ଆରିଫ୍‌ଙ୍କୁ ଅହମଦାବାଦସ୍ଥିତ ଏକ କୋର୍ଟରେ ହାଜର କରାଇ ୩ ଦିନିଆ ରିମାଣ୍ଡରେ ନେଇଛି।

‘ମରିଯା, ଭିଡିଓ ପଠାଇବୁ’

 

ଆୟେଶା ମରିଯାଆନ୍ତୁ ବୋଲି ଆରିଫ୍‌ ଚାହୁଁଥିଲେ ଏବଂ ବାରମ୍ବାର ତାଙ୍କୁ ମରିଯିବାକୁ କହୁଥିଲେ। ପୂର୍ବରୁ ଆୟେଶା ଆପୋସ ବୁଝାମଣା ମାଧ୍ୟମରେ ସମାଧାନ ପାଇଁ ଆରିଫ୍‌ଙ୍କୁ ବାରମ୍ବାର କଲ୍‌ କରୁଥିଲେ ମଧ୍ୟ ସେ ଫୋନ୍‌ ଉଠାଉ ନ ଥିଲେ। ଯଦି କେବେ ଫୋନ ଉଠାଉଥିଲେ କହୁଥିଲେ, ତୁ ମରିଯା। ମରିବା ସମୟ ଭିଡିଓ ପଠାଇବୁ। ଆୟେଶା ଏଥିରେ ବ୍ୟଥିତ ହୋଇ ଶେଷରେ ହସି ହସି ଜଳସମାଧି ନେବାକୁ ସ୍ଥିର କଲେ। ମୃତ୍ୟୁ ପରେ ମଧ୍ୟ ଆରିଫ୍‌ଙ୍କୁ ଦୋଷ ନ ଦେବାକୁ ଆୟେଶା ନିଜ ପରିବାର ଲୋକଙ୍କୁ କହିଥିଲେ। ଏହା ବ୍ୟତୀତ ରାଜସ୍ଥାନର ଅନ୍ୟ ଜଣେ ଯୁବତୀଙ୍କ ସହ ଆରିଫ୍‌ଙ୍କ ପ୍ରେମ ସମ୍ପର୍କ ଥିଲା ବୋଲି ମଧ୍ୟ ଅଭିଯୋଗ ରହିଛି।

ପ୍ରେମ ବିବାହ କରିଥିଲେ

୨୩ ବର୍ଷୀୟା ଆୟେଶା ରାଜସ୍ଥାନର ଜାଲୋରଠାରେ ରହୁଥିବା ଆରିଫ୍‌ଙ୍କୁ ପ୍ରେମ କରୁଥିଲେ। ୨୦୧୮ରେ ପରିବାର ସହମତିରେ ଉଭୟଙ୍କ ବିବାହ ହୋଇଥିଲା। ଜାଲୋରସ୍ଥିତ ଏକ ଗ୍ରାନାଇଟ୍‌ ଫ୍ୟାକ୍ଟ୍ରିରେ ପିତା ବାବୁ ଖାନଙ୍କ ସହ ଆରିଫ୍‌ କାମ କରୁଥିଲେ। ବାହାଘର ପରେ ଆରିଫଙ୍କ ସମେତ ତାଙ୍କ ଘର ଲୋକେ ଆୟେଶାଙ୍କୁ ଯୌତୁକ ନିର୍ଯାତନା ଦେଉଥିଲେ। ମାରପିଟ୍‌ ସହି ନ ପାରି ଆୟେଶା ଅହମଦାବାଦ ପଳାଇ ଆସୁଥିଲେ। ଟଙ୍କା ଦେଲେ ଝିଅକୁ ଶାଶୁ ଘରକୁ ପଠାଇବାକୁ ଆରିଫ୍‌ ଆୟେଶାଙ୍କ ମାତାପିତାଙ୍କୁ କହୁଥିଲେ। ଦାବି ମୁତାବକ ଯୌତୁକ ଦେବା ପରେ ଆରିଫ୍‌ ଆୟେଶାଙ୍କୁ ଘରକୁ ନେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri