ଡୋଭାଲ-ବ୍ଲିଙ୍କନ ଭେଟ…

ଓ୍ବାଶିଂଟନ,୨।୨ : ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ସମୟରେ ଦ୍ୱିପାକ୍ଷିକ ରଣନୀତିକ ଭାଗିଦାରୀକୁ ସୁଦୃଢ଼ କରିବାକୁ ଉଭୟ ପ୍ରତିବଦ୍ଧତା ପ୍ରକାଶ କରିଥିଲେ।

ବ୍ଲିଙ୍କନ ପୂର୍ବରୁ ଇସ୍ରାଏଲ ଏବଂ ଇଜିପ୍ଟ ସମେତ ପଶ୍ଚିମ ଏସିଆ ଗସ୍ତରେ ଥିଲେ। ସେ ଆମେରିକା ଫେରିବା ମାତ୍ରେ ତୁରନ୍ତ ଡୋଭାଲଙ୍କୁ ଭେଟିଥିଲେ। ବୈଠକ ପରେ ବ୍ଲିଙ୍କନ ଟୁଇଟ କରି କହିଛନ୍ତି ଯେ ବିଶ୍ୱର ଆହ୍ବାନର ମୁକାବିଲା ପାଇଁ ଆମେରିକା ଭାରତ ସହିତ ସହଯୋଗ ବୃଦ୍ଧି କରୁଛି। ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ମୋର ଭଲ ବୈଠକ ହୋଇଛି।

ଉଭୟଙ୍କ ସାକ୍ଷାତ ସମ୍ପର୍କରେ ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ଏକ ଟୁଇଟ କରାଯାଇଛି। ଏଥିରେ କୁହାଯାଇଛି ଯେ ପାରସ୍ପରିକ ସ୍ବାର୍ଥର ବିଭିନ୍ନ ବିଶ୍ୱ ତଥା ଆଞ୍ଚଳିକ ପ୍ରସଙ୍ଗରେ ଉଭୟ ପକ୍ଷ ମତ ବିନିମୟ କରିଥିଲେ ଏବଂ ଭାରତ-ଆମେରିକା କିପରି ବିସ୍ତୃତ ଗ୍ଲୋବାଲ ଷ୍ଟ୍ରାଟେଜିକ ପାର୍ଟନରଶିପକୁ ଆହୁରି ମଜବୁତ କରିପାରିବ ସେନେଇ ଆଲୋଚନା କରାଯାଇଥିଲା।

ଡୋଭାଲ ଆମେରିକାରେ ଏକ ଉଚ୍ଚ ସ୍ତରୀୟ ଭାରତୀୟ ପ୍ରତିନିଧୀଙ୍କ ପ୍ରତିନିଧିତ୍ୱ କରୁଛନ୍ତି। ମଙ୍ଗଳବାର ସେ ତାଙ୍କର ଆମେରିକୀୟ ପ୍ରତିପକ୍ଷ ଜ୍ୟାକ ସଲିଭାନଙ୍କୁ ମଧ୍ୟ ଭେଟିଥିଲେ। ଡୋଭାଲ ଏବଂ ସଲିଭାନ ନିଜ ନିଜ ପ୍ରତିନିଧୀଙ୍କ ସହ ହ୍ବାଇଟ ହାଉସରେ ଇନିସିଏଟିଭ ଫର୍‌ କ୍ରିଟିକାଲ ଆଣ୍ଡ ଏମର୍ଜିଂ ଟେକ୍ନୋଲୋଜି (ଆଇସିଏଟ) ର ପ୍ରଥମ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ବିସ୍ଫୋରଣରେ କେମିତି ନିହତ ହେଲେ ଅଲକାଏଦା ମୁଖ୍ୟ

ଓ୍ବାଶିଂଟନ,୨।୮: ଆମେରିକାର ଡ୍ରୋନ ଆକ୍ରମଣରେ ଆଖି ବୁଜିଛନ୍ତି ଅଲ କାଏଦା ମୁଖ୍ୟ ଆୟମାନ ଅଲ-ଜାୱାହିରି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଅଲ ଜାୱାହିରିଙ୍କ ମୃତ୍ୟୁକୁ ନିଶ୍ଚିତ...

ବନାଗ୍ନି ବଦଳାଇଦେଲା ହିମବାହ ରଙ୍ଗ

ଓ୍ବେଲିଂଟନ୍‌: ଦୁଇସପ୍ତାହ ହେଲା ଜଳୁଛି ଅଷ୍ଟ୍ରେଲିଆ ଜଙ୍ଗଲ। ବନାଗ୍ନିରେ ହଜାର ହଜାର ବନ୍ୟଜୀବନ ଧ୍ୱଂସ ପାଇଯାଇଥିବାବେଳେ ବହୁ ବିରଳ ଜୀବଜନ୍ତୁ ବାସହରା ହୋଇ ଜନବସତିମୁହଁା ହୋଇଛନ୍ତି।...

ବେରୁଟ୍‌ ବିସ୍ଫୋରଣର ହୃଦୟ ବିଦାରକ ଦୃଶ୍ୟ: ଆହତଙ୍କୁ ସ୍କୁଟିରେ ଡାକ୍ତରଖାନା ନେଲେ ଯୁବକ

ବେରୁଟ୍‌,୬ା୮: ମଙ୍ଗଳବାର ଲେବାନନ୍‌ର ରାଜଧାନୀ ବେରୁଟ୍‌ରେ ଘଟିଥିବା ଭୟାନକ ବିସ୍ଫୋରଣରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣ...

ଭାରତ ଆମର ପ୍ରକୃତ ବନ୍ଧୁ: ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ

କଲମ୍ବୋ,୮।୩: ଗତ ବର୍ଷ ଶ୍ରୀଲଙ୍କା ପାଇଁ ସବୁଠାରୁ ଖରାପ ପର୍ଯ୍ୟାୟ ଥିଲା। ଆର୍ଥିକ ବିପର୍ଯ୍ୟୟ ଶ୍ରୀଲଙ୍କାର ମୂଳଦୁଆକୁ ଥରାଇ ଦେଇଥିଲା। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅନ୍ୟ...

ପାକିସ୍ତାନକୁ ଫେରିଲା ପୋଲିଓ…

ଇସଲାମାବାଦ୍‌, ୨୩।୪ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଶନିବାର କହିଛନ୍ତି ଯେ ୧୫ ମାସ ପରେ ଦେଶରେ ପୋଲିଓ ପୁଣି ଚିହ୍ନଟ ହୋଇଛି। ଏନେଇ...

ମରୁଡ଼ି ସ୍ଥିତି ଅଣାୟତ୍ତ: ଖାଦ୍ୟ ପାଇଁ ଜାତିସଂଘର ଦ୍ୱାରସ୍ଥ ହେଲା ଆଫଗାନିସ୍ତାନ…

କାବୁଲ,୧୯।୩ : ଦେଶରେ ମରୁଡ଼ି ସ୍ଥିତି ଅଣାୟତ୍ତ ହେବାରୁ ଆଫଗାନିସ୍ତାନ ମିଳିତ ଜାତିସଂଘର ଦ୍ୱାରସ୍ଥ ହୋଇ ସାହାଯ୍ୟ ପାଇଁ ଅନୁରୋଧ କରିଛି। ବାସ୍ତବରେ, ଯୁଦ୍ଧ ପ୍ରଭାବିତ...

ପ୍ରବଳ ତୁଷାର ଝଡ଼: ୧୬୦୦ରୁ ଅଧିକ ବିମାନ ବାତିଲ, ୬୫ ହଜାର ଲୋକଙ୍କ ଘରୁ ବିଦ୍ୟୁତ୍‌ କାଟ୍‌

ଓ୍ବାଶିଂଟନ,୨୩ା୨: ଆମେରିକାର ଅନେକ ସ୍ଥାନରେ ପ୍ରବଳ ତୁଷାରପାତ ହୋଇଛି। ଏହି କାରଣରୁ ବିମାନ ଉଡ଼ାଣ ବାତିଲ ହୋଇଛି। ଏହା ବ୍ୟତୀତ ସଡ଼କ ପରିବହନ ମଧ୍ୟ ବ୍ୟାହତ...

୮୦୩ କିଲୋଗ୍ରାମ୍‌ ଓଜନର ବୃହତ୍‌ କଖାରୁ ଉତ୍ପାଦନ କରିଥିବା ଚାଷୀଙ୍କୁ ଲକ୍ଷେ ୬୦ ହଜାର ପୁରସ୍କାର

ଟରୋଣ୍ଟୋ,୭।୧୦: କାନାଡ଼ାରେ ଜଣେ ଚାଷୀ ୮୦୩.୫୪ କିଲୋଗ୍ରାମ୍‌ ଓଜନର ବୃହତ୍‌ କଖାରୁ ଉତ୍ପାଦନ କରି ଲକ୍ଷେ ୬୦ ହଜାର ଟଙ୍କାର ପୁରସ୍କାର ଜିଣିଛନ୍ତି। ସ୍ଥାନୀୟ ବୁଶ୍‌...

Advertisement
Archives

Model This Week