ଟିକାର ଡବଲ ଡୋଜ୍‌ ବି ଅକାମୀ, ୧୦ରୁ ୯ ଜଣ ଓମିକ୍ରନ୍‌ରେ ଆକ୍ରାନ୍ତ…

ନୂଆଦିଲ୍ଲୀ, ୨୫।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ କ୍ଷେତ୍ରରେ ଟିକାର ଡବଲ ଡୋଜ୍‌ ବି ଅକାମୀ ହେବାରେ ଲାଗିଛି। ଡବଲ ଡୋଜ୍‌ ନେଇଥିବା ୧୦ରୁ ୯ ଜଣ ଓମିକ୍ରନ୍‌ରେ ଆକ୍ରାନ୍ତ ହେଉଛନ୍ତି।

ଭାରତରେ ୧୮୩ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ ବିଶ୍ଳେଷଣ କରାଯାଇଛି। ଏହା ଦର୍ଶାଇଛି ଯେ କୋଭିଡ-୧୯ ର ଅତ୍ୟଧିକ ଟ୍ରାନ୍ସମିସିବଲ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ୧୦ ଜଣଙ୍କ ମଧ୍ୟରୁ ନଅ ଜଣ ଡବଲ୍‌ ଡୋଜ୍‌ ଟିକା ନେଇଛନ୍ତିି। ଏହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି ଯେ ମହାମାରୀରୁ ଦୂରେଇ ରହିବା ପାଇଁ କେବଳ ଟିକା ଯଥେଷ୍ଟ ନୁହେଁ। ସଂକ୍ରମଣକୁ ରୋକିବା ପାଇଁ ମାର୍ଗଦର୍ଶିକା ପାଳନ ସହିତ ମାସ୍କର ବ୍ୟବହାର ଏବଂ ରୋଗର ନୀରିକ୍ଷଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଦ୍ୱାରା ପ୍ରକାଶିତ ଏକ ବିଶ୍ଳେଷଣରୁ ଜଣାପଡିଛି ଯେ ୨୭ ପ୍ରତିଶତ ମାମଲାରେ କୌଣସି ବିଦେଶ ଭ୍ରମଣର ରେକର୍ଡ ଲିପିବଦ୍ଧ ହୋଇନାହିଁ। ସେହିପରି ୮୭ ଜଣ ଅର୍ଥାତ୍‌ ୯୧ ପ୍ରତିଶତ କ୍ଷେତ୍ରରେ ସମ୍ପୂର୍ଣ୍ଣ ଟିକାକରଣ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ତିନିଜଣଙ୍କୁ ବୁଷ୍ଟର ଡୋଜ ଦିଆଯାଇଥିଲା ଏବଂ ୧୮୩ ଜଣଙ୍କ ମଧ୍ୟରୁ କେବଳ ସାତଜଣଙ୍କର ଟିକାକରଣ କରାଯାଇ ନଥିବା ବେଳେ ଦୁଇଜଣଙ୍କୁ ଗୋଟିଏ ଲେଖାଏଁ ଡୋଜ୍‌ ଦିଆଯାଇଥିଲା। ବିଶ୍ଳେଷଣ କରାଯାଇଥିବା ଲୋକଙ୍କ ମଧ୍ୟରୁ ୭୩ ଜଣଙ୍କର ଟିକାକରଣ ସ୍ଥିତି ଜଣା ନାହିଁ ଏବଂ ୧୬ ଜଣ ଟିକାକରଣ ପାଇଁ ଯୋଗ୍ୟ ନୁହଁନ୍ତି ବୋଲି କେନ୍ଦ୍ରୀୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲା ଭାଜପା: ୩ ରାଜ୍ୟ ପାଇଁ…

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତିନୋଟି ରାଜ୍ୟ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶ, ପଞ୍ଜାବ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ଦଳ କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ…

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

ମହିଳାଙ୍କ ଖାତାକୁ ଆସିବ ୩ହଜାର ଟଙ୍କା, ହେଲେ ସରକାର କାହିଁକି ଦେଉଛନ୍ତି ଏହି ଟଙ୍କା? ଜାଣନ୍ତୁ ଏହା ପଛର ରହସ୍ୟ

କୋଲକାତା,୧୮।୮: ପଶ୍ଚିମବଙ୍ଗ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନାରେ ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର ପ୍ରକ୍ରିୟା ସୋମବାର (ଅଗଷ୍ଟ ୧୭, ୨୦୨୬) ଠାରୁ ଆରମ୍ଭ ହୋଇଛି। ରାଜ୍ୟ…

ଜନସାଧାରଣଙ୍କ ପାଇଁ ଚିନ୍ତାଜନକ ଖବର: ପେଟ୍ରୋଲ-ଡିଜେଲ ଦାମ୍‌…

ନୂଆଦିଲ୍ଲୀ, ୧୮।୮: ଜନସାଧାରଣଙ୍କ ପାଇଁ ଅନ୍ତର୍ଜାତୀୟ ବଜାରରୁ ଏକ ନୂଆ ଚିନ୍ତାଜନକ ଖବର ଆସୁଛି। Crude Oil ଦରରେ ଲଗାତାର ତୃତୀୟ ଦିନ ପାଇଁ ବୃଦ୍ଧି ଦେଖିବାକୁ…

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri