‘ନକଲି ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ ନାହିଁ’

ଭୁବନେଶ୍ୱର, ୧୦।୨(ବ୍ୟୁରୋ): ଚଳିତ ପଞ୍ଚାୟତ ନିର୍ବାଚନରେ ନକଲି ଏସ୍‌ସି, କେଉଟ, କୈବର୍ତ୍ତ, ଧୀବର ପ୍ରାର୍ଥୀଙ୍କୁ ଭୋଟ ନ ଦେବା ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ଉଠିଛି। ସଂରକ୍ଷଣକୁ ହଡ଼ପ କରିଥିବା ନକଲି ପ୍ରାର୍ଥୀଙ୍କୁ ଭୋଟ ନ ଦେଇ ଦଳିତ ଆଦିବାସୀ ଗରିବ ନିଃସହାୟ ମହିଳାଙ୍କ କଲ୍ୟାଣ ତଥା ସାମ୍ବିଧାନିକ ଅଧିକାରର ସୁରକ୍ଷା ନିମନ୍ତେ କାର୍ଯ୍ୟ କରୁଥିବା ପ୍ରାର୍ଥୀଙ୍କୁ ଭୋଟ୍‌ ଦେବା ପାଇଁ ଓଡ଼ିଶାର ଭୋଟରଙ୍କୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ ମିଳିତ ଭାବେ ଅନୁରୋଧ କରାଯାଇଛି।

ଅଲେଖ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବୁଧବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତି, ସର୍ବଭାରତୀୟ ଅନୁସୂଚିତ ଜାତି ଓ ଜନଜାତି ସଂଘ ପରିଷଦ, ନାଗରିକ ଏକତା ପରିଷଦ, ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ, ସାମାଜିକ ନ୍ୟାୟ ପରିଷଦ, ନୀଳମାଧବ ଶବର ସଂଘ, ଉତ୍କଳ ରଜକ ମହାସଂଘ, ରାଷ୍ଟ୍ରୀୟ ଦଳିତ ମହାସଭା, ଅଲ୍‌ ଓଡ଼ିଶା ଦଳିତ ସାମାଜିକ କଲ୍ୟାଣ ପରିଷଦ, ବାଲ୍ମୀକି ସମାଜ, କାଳନ୍ଦୀ ସମାଜ, ପାସି ସମାଜ ଆଦି ବହୁ ସଂଗଠନର ପ୍ରତିନିଧି ଉପସ୍ଥିତ ଥିଲେ। ଏଥି ସହିତ ରାଜ୍ୟ ସରକାର, ରାଜନୈତିକ ଦଳ ଓ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଆଉ କେତେକ ଦାବି ରଖାଯାଇଥିଲା। ସମ୍ମିଳନୀରେ ଲକ୍ଷ୍ମୀଧର ବେହେରା, ଅଶୋକ ନାୟକ, ଦିବାକର ମଲ୍ଲିକ, ଗୋପାଳ ନାୟକ, ଶର୍ମିଷ୍ଠା ସ୍ବାଇଁ, ଦାମୋଦର ମଲ୍ଲିକ, କାହ୍ନୁଚରଣ ସେଠୀ ଓ ଲକ୍ଷ୍ମଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢ଼ାଇଲାଣି କରୋନାର ଦ୍ୱିତୀୟ ସମ୍ଭାବ୍ୟ ସଂକ୍ରମଣ: ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ଚିନ୍ତା ବଢ଼ାଇଲାଣି କରୋନାର ଦ୍ୱିତୀୟ ସଂକ୍ରମଣ। ଏହାର ମୁକାବିଲା ଲାଗି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତିର ସମୀକ୍ଷା କରିଛନ୍ତି। ସେ ସତର୍କତାମୂଳକ ପଦକ୍ଷେପ...

ଜିଲା ପରିଷଦ ପ୍ରାର୍ଥୀଙ୍କୁ ମିଳିଲା ଚିହ୍ନ

କେନ୍ଦ୍ରାପଡ଼ା ଅଫିସ, ୨୮ା୧: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲା ପରିଷଦ ସଭ୍ୟ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ସହ ଚିହ୍ନ ପ୍ରଦାନ କରାଯାଇଛି। ମଙ୍ଗଳବାର...

ଅନ୍ୟର ତ୍ରୁଟି ୨ଜଣଙ୍କୁ କାଳ ହେଲା

ବରଗଡ଼ ଅଫିସ୍‌/ବରପାଲି,୧୨।୫: ବରଗଡ଼ ଜିଲା ବରପାଲି ଥାନା ମହଦା କେନାଲ ଛକ ନିକଟରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତାରେ ଆସୁଥିବା ବେଳେ ଗଛଡ଼ାଳ...

ହୋଇପାରେ ସାନି ଜମି ଅଧିଗ୍ରହଣ

ପୁରୀ ଅଫିସ,୧୪।୫: ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ସାନି ବିବାଦ ମୁଣ୍ଡ ଟେକିଛି। ନିଷିଦ୍ଧାଞ୍ଚଳ ବାହାରେ ଶ୍ରୀଜଗଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବା ପାଇଁ ନିଷ୍ପତ୍ତି...

ବଡ଼ଗଡ଼ରେ ମୁଣ୍ଡ ଟେକୁଛି ବଡ଼ ଗ୍ୟାଙ୍ଗ

ଭୁବନେଶ୍ୱର, ୧୩ା୧(ବ୍ୟୁରୋ): କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ଭଙ୍ଗାରୁଜା ଓ ଆକ୍ରମଣ କରି ଆତଙ୍କ ଖେଳାଇବା ଘଟଣାରେ ରବିବାର ପୋଲିସ ଆଉ ୩ଜଣ...

ନିର୍ବାଚନ, ବିକାଶମୂଳକ କାର୍ଯ୍ୟଠାରୁ ଦୂରେଇ ରହିବାକୁ ଚେତାବନୀ

ମାଲକାନଗିରି,୫ା୨(ଡି.ଏନ.ଏ.):ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳ ଯନ୍ତ୍ରୀରେ ଗୁରୁବାର ନିର୍ବାଚନକୁ ନେଇ ମାଓବାଦୀଙ୍କ ଧମକପୂର୍ଣ୍ଟ ପୋଷ୍ଟର ଲାଗିବା ପରେ ଶୁକ୍ରବାର ସ୍ବାଭିମାନ ଅଞ୍ଚଳର ସମାନ ସ୍ଥାନରେ ମାଓବାଦୀଙ୍କୁ...

ଜାତୀୟ ରାଜପଥରେ ଦୁର୍ଘଟଣା: ଷ୍ଟିଅରିଂରେ ଫସିଗଲା ଡ୍ରାଇଭରଙ୍କ ଗୋଡ଼

ଖୋର୍ଦ୍ଧା ଅଫିସ,୧୦ା୪: ୧୬ ନଂ ଜାତୀୟ ରାଜପଥ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରବିବାର ସକାଳେ ଭୁବନେଶ୍ବର ପଟୁ ଆସୁଥିବା...

ଭୁବନେଶ୍ୱରରୁ ଆଉ ୧୬୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୬।୭(ବ୍ୟୁରୋ)-ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜଧାନୀ ଭୁବନେଶ୍ୱରରୁ ରବିବାର ୧୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ...

Advertisement
Archives

Model This Week