Posted inଖେଳ

ସିଏସ୍‌କେ, ଧୋନୀଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ, ୮ା୪- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୪ତମ ସଂସ୍କରଣ ଆରମ୍ଭ ପୂର୍ବରୁ ସିଏସ୍‌କେ ଓ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ୟାନଙ୍କୁ ମିଳିଛି ଖୁସି ଖବର। ଚଳିତ ବର୍ଷ ଆଇପିଏଲରୁ ଅବସର ନେଉ ନାହାନ୍ତି କ୍ୟାପଟେନ କୁଲ୍‌। ଏହା ସ୍ପଷ୍ଟ କରିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ସିଇଓ କାସି ବିଶ୍ୱନାଥନ। ଚଳିତ ବର୍ଷ ସିଏସ୍‌କେ ସହ ଧୋନୀଙ୍କ ଅନ୍ତିମ ବର୍ଷ ନୁହେଁ। ଗତବର୍ଷ ଅଗଷ୍ଟରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିବା ଧୋନୀ ଆଗକୁ ମଧ୍ୟ ଏହି ଫ୍ରାଞ୍ଚାଇଜ ସହ ଯୋଡ଼ି ହୋଇ ରହିବେ। ମୁଁ ଭାବୁଛି, ଏହା ଧୋନୀଙ୍କ ଅନ୍ତିମ ବର୍ଷ ନୁହେଁ। ଏହା ମୋ ବ୍ୟକ୍ତିଗତ ମତ। ତାଙ୍କ ଯାଗାରେ ଆମେ ଅନ୍ୟ କାହାକୁ ଦେଖୁ ନାହୁଁ ବୋଲି ବିଶ୍ୱନାଥନ କହିଛନ୍ତି।

ଆଇପିଏଲ ଆରମ୍ଭରୁ ଧୋନୀ ସିଏସ୍‌କେ ଦଳର ନେତୃତ୍ୱ ନେଇ ଆସୁଛନ୍ତି। ଫ୍ରାଞ୍ଚାଇଜକୁ ବାସନ୍ଦ କରାଯିବାରୁ ୨୦୧୬ ଓ ୨୦୧୭ରେ ଅନ୍ୟ ଫ୍ରାଞ୍ଚାଇଜ ପାଇଁ ଖେଳିଥିଲେ ଧୋନୀ। ୨୦୧୮ରେ ଦଳ ଆଇପିଏଲକୁ ଫେରିବା ସହ ହାତେଇଥିଲା ଟ୍ରଫି। ଆଇପିଏଲ ଇତିହାସର ଅନ୍ୟତମ ସଫଳତମ ଦଳ ସିଏସ୍‌କେ ପ୍ରଥମ ଥର ପାଇଁ ପ୍ଲେଅପ୍‌ରେ ସ୍ଥାନ ପାଇବାରେ ବିଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜନୀତିରେ ଯୋଗଦେବାକୁ ଦୂତୀ ଆଗ୍ରହୀ

ଭୁବନେଶ୍ୱର, ୨୪।୯(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଏବେ ପୁଣି ଚର୍ଚ୍ଚାରେ। ମାତ୍ର ଏଥର କୌଣସି ଖେଳ ପାଇଁ ନୁହେଁ ବରଂ...

‘ଆଫ୍ରିଦୀଙ୍କୁ ଅଫ୍‌ ଷ୍ଟମ୍ପ ବାହାରେ ପକାଇବାର ଥିଲା’

କରାଚୀ,୧୩।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନ ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହେବା ପରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ପରାଜୟ ପାଇଁ ସାରା ପାକିସ୍ତାନରେ...

ଲିୟନଙ୍କୁ ୫ ଉଇକେଟ: ଅଷ୍ଟ୍ରେଲିଆ ନିୟନ୍ତ୍ରଣରେ ସିଡନୀ ଟେଷ୍ଟ

ସିଡନୀ,୫।୧(ଏଏଫ୍‌ପି)- ସ୍ଥାନୀୟ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଅଷ୍ଟ୍ରେଲିଆ ସ୍ଥିତି ଦୃଢ଼ କରିଛି। ଟସ୍‌...

ଓ୍ବର୍ନଙ୍କୁ ଶେଷ ବିଦାୟ

ମେଲବୋର୍ନ,୨୦।୩: ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଶେନ ଓ୍ବର୍ନଙ୍କୁ ଶେଷ ବିଦାୟ ଦେଇଛନ୍ତି ପରିବାରଲୋକେ। ରବିବାର ଏଠାର ସେଣ୍ଟ କିଲ୍‌ଡା ଫୁଟବଲ୍‌ କ୍ଲବରେ ଏକ ବ୍ୟକ୍ତିଗତ ଅନ୍ତିମ...

ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ଅର୍ଜୁନ ପୁରସ୍କାର ଗ୍ରହଣ କଲେ ଦୂତୀ

ଭୁବନେଶ୍ୱର, ୩୦।୮(କ୍ରୀଡ଼ା ପ୍ରତିନିଧି)- ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଜ୍ୟର ନବମ କ୍ରୀଡ଼ାବିତ୍‌ଭାବେ ଶନିବାର ସମ୍ମାନଜନକ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ସ୍ପ୍ରିଣ୍ଟ କୁଇନ୍‌ ଦୂତୀ...

ନଟରାଜନଙ୍କ ପ୍ରଶଂସକ ପାଲଟିଲେ ଇଂଲଣ୍ଡର ଏହି ଯୁବ ଅଲରାଉଣ୍ଡର: କହିଲେ…

ନୂଆଦିଲ୍ଲୀ,୩୦।୩: ଭାରତ ବିପକ୍ଷ ନିର୍ଣ୍ଣାୟକ ଦିନିକିଆରେ ଇଂଲଣ୍ଡର ଯୁବ ଅଲରାଉଣ୍ଡର ସାମ କୁରାନ ଉଲ୍ଲେଖନୀୟ ବ୍ୟାଟିଂ କରିଥିଲେ। ଦଳ ପକ୍ଷରୁ ୮ମ ଖେଳାଳି ଭାବେ ସେ...

ପୁଣି ଥରେ ବର୍ଣ୍ଣବୈଷମ୍ୟ ଅଭିଯୋଗ ଆଣିଲେ ସିରାଜ, ଷ୍ଟାଣ୍ଡ୍‌ରୁ ହଟିଲେ ଦର୍ଶକ

ସିଡ୍‌ନୀ,୧୦।୧- ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଚାଲିଥିବା ତୃତୀୟ ତଥା ସିଡ୍‌ନୀ ଟେଷ୍ଟର ତୃତୀୟ ଦିନ ଭଳି ରବିବାର ମଧ୍ୟ ଫିଲ୍ଡରେ ଘଟିଛି ଅସ୍ବାଭାବିକ ଘଟଣା।...

ଖ୍ବାଜା ବିଶ୍ୱକପ୍‌ରୁ ବାଦ୍‌

ମାଞ୍ଚେଷ୍ଟର, ୮ା୭ (ଏଏଫ୍‌ପି)-ହାମଷ୍ଟ୍ରିଙ୍ଗ ଇଞ୍ଜୁରି ଯୋଗୁ ବ୍ୟାଟ୍ସମ୍ୟାନ ଉସ୍‌ମାନ ଖ୍ବାଜା ଚଳିତ ଆଇସିସି ବିଶ୍ୱକପ୍‌ର ଅବଶିଷ୍ଟ ମ୍ୟାଚଗୁଡ଼ିକରୁ ବାଦ୍‌ ପଡ଼ିଛନ୍ତି। ଅଷ୍ଟ୍ରେଲିଆ ମୁଖ୍ୟ କୋଚ୍‌ ଜଷ୍ଟିନ...

Advertisement
Archives

Model This Week