ଭୁଲ୍‌ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୩ କଥା, ନଚେତ ହେବ ବିବାହ ବିଚ୍ଛେଦ

ସ୍ତ୍ରୀ-ସ୍ବାମୀଙ୍କ ସମ୍ପର୍କ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ଯଦି ଏହି ସମ୍ପର୍କରେ ସତ୍ୟ, ବିଶ୍ୱାସ ଏବଂ ପ୍ରେମ ମିଶି କି ରହିଥାଏ ତେବେ ଏହା ଅଧିକ ଶକ୍ତିଶାଳୀ ହୁଏ। ପ୍ରାୟତଃ କୁହାଯାଏ, ସାଥୀଙ୍କ ସାମ୍ନାରେ ଆମେ ସବୁକିଛି କହିବା ଉଚିତ। ଏହା ସମ୍ପର୍କରେ ବିଶ୍ୱାସ ବଢ଼ାଇଥାଏ ଏବଂ ପ୍ରେମ ଗଭୀର ହୋଇଥାଏ। କିନ୍ତୁ ମହାନ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ କହିଛନ୍ତି, ଏମିତି କିଛି କଥା ଅଛି, ଯାହାକୁ ସ୍ତ୍ରୀଙ୍କ ଆଗରେ ସ୍ବାମୀ ଆଦୌ କହିବା କଥା ନୁହେଁ। ନଚେତ ସମ୍ପର୍କରେ ଫାଟ ସୃଷ୍ଟି ହେବା ସହ ବିବାହ ବିଚ୍ଛେଦ ମଧ୍ୟ ହୋଇଥାଏ।

ଜାଣନ୍ତୁ ଏହି କଥାଗୁଡ଼ିକ କ’ଣ…

ବିବାହ ପରେ ପୁରୁଷମାନେ ସ୍ତ୍ରୀଙ୍କ ଆଗରେ କେବେ ବି ତାଙ୍କ ପୂର୍ବ ପ୍ରେମିକା କଥା କୁହନ୍ତୁ ନାହିଁ। ଏପରି କରିବା ଦ୍ୱାରା ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହି ନ ଥାଏ। ଏହି ନିୟମ ସ୍ତ୍ରୀଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ। ସେମାନେ ସେମାନଙ୍କର ଅତୀତ ସମ୍ପର୍କ ବିଷୟରେ ସ୍ବାମୀଙ୍କୁ ନ କହିବା ପାଇଁ ଚେଷ୍ଟା କରନ୍ତୁ। କାରଣ ଏହା ବୈବାହିକ ଜୀବନ ପାଇଁ ଭଲ।

ଚାଣକ୍ୟଙ୍କ ନୀତିରେ କୁହାଯାଇଛି, ଜଣେ ପୁରୁଷ ନିଜ ରୋଜଗାର ବିଷୟରେ ସଠିକ ସୂଚନା ସ୍ତ୍ରୀଙ୍କ ସହ ଶେୟାର କରିବା ଉଚିତ ନୁହେଁ। କେତେ ରୋଜଗାର ଟଙ୍କା କରୁଛ ସେ ବିଷୟରେ ସ୍ତ୍ରୀଙ୍କୁ ଜଣାନ୍ତୁ ନାହିଁ। ଯଦି ସ୍ତ୍ରୀ ଆପଣଙ୍କ ଟଙ୍କା ବିଷୟରେ ଜାଣନ୍ତି, ବେଳେବେଳେ ଏହି ଟଙ୍କାକୁ ନେଇ କଳିଝଗଡ଼ା ଆରମ୍ଭ ହୁଏ। ଧିରେ ଧିରେ ଦାମ୍ପତ୍ୟ ଜୀବନରେ ଦୁଃଖ ଆସେ।

ଆଉ ମଧ୍ୟ ଚାଣକ୍ୟ ଏକ କଥା କହିଛନ୍ତି, ସ୍ବାମୀ କେବେ ବି ନିଜ ଦୁର୍ବଳତା ବିଷୟରେ ସ୍ତ୍ରୀଙ୍କୁ କହିବା ଉଚିତ ନୁହେଁ। ଯଦି ସ୍ତ୍ରୀଙ୍କ ସାମ୍ନାରେ ଦୁର୍ବଳତା ପ୍ରକାଶ କରନ୍ତି ତେବେ ସେ ଫାଇଦା ଉଠାଇବେ। ଏହି କାରଣରୁ ସ୍ବାମୀ ନିଜର ଦୁର୍ବଳତାକୁ ସ୍ତ୍ରୀଙ୍କଠାରେ ଲୁଚାଇବା ଉଚିତ। ଏହି ଛୋଟ ଛୋଟ କଥାକୁ ମାନି ଚଳିଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଉଠିବ ବୋଲି ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ଆପଣ ବି ଦିନରାତି AC ଚଲାଉଛନ୍ତି କି? ଫାଟିବା ପୂର୍ବରୁ ଜାଣି ନିଅନ୍ତୁ ଏହି ଜରୁରୀ ନିୟମ

ନୂଆଦିଲ୍ଲୀ,୨୪।୫: ରାଜ୍ୟ ତଥା ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଗରମ ଏବଂ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଲୋକମାନେ ଘର ଓ…

ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଯୁବକ

ବ୍ରହ୍ମପୁର,୨୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ନୂଆ ସାହି ନିକଟରେ ଥିବା ବଡ଼ ବନ୍ଧ(ପୋଖରୀ)ରେ ବୁଡ଼ି ଜଣେ ଛାତ୍ର ସମେତ ଦୁଇଜଣଙ୍କ ମୃତ୍ୟୁ ଘଟିଛି।…

ସ୍ୱାମୀ କି ପିଲା ନାହାନ୍ତି? ମହିଳାଙ୍କ ମୃତ୍ୟୁ ପରେ କାହାକୁ ମିଳିବ ସମ୍ପତ୍ତି; ବାପଘର ନା ଶାଶୁଘର? ଆଶ୍ଚର୍ଯ୍ୟ କରିବ ଆଇନ!

ନୂଆଦିଲ୍‌ଲୀ,୨୪।୫: ଭାରତୀୟ ସମାଜରେ ମହିଳାମାନଙ୍କ ଆର୍ଥିକ ସୁରକ୍ଷା ଏବଂ ସମ୍ପତ୍ତି ଅଧିକାରକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରଶ୍ନ ଉଠିଥାଏ। ସାଧାରଣତଃ ବିବାହ ପରେ ଜଣେ ମହିଳାଙ୍କ…

ଟ୍ରେନ୍‌ ଉପରେ ଚଢ଼ି ସେଲ୍‌ଫି ନେଉଥିଲେ ଯୁବକ, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲେ

ଭୁବନେଶ୍ୱର,୨୪ା୫: ଟ୍ରେନ୍‌ରେ ଚଢ଼ି ସେଲ୍‌ଫି ନେବାବେଳେ ଜଳିଗଲେ ଜଣେ ଯୁବକ। ରବିବାର ପୂର୍ବାହ୍ନରେ ମଞ୍ଚେଶ୍ୱର ଷ୍ଟେଶନରେ ଏପରି ଅଘଟଣ ଘଟିଛି। ଯୁବକ ଜଣକ ଟ୍ରେନ ଉପରେ ଚଢ଼ି…

ମାଟି ଉଠାଣକୁ ନେଇ ତୁମୁଳକାଣ୍ଡ: ଥାନାରେ ପହଞ୍ଚିଲା ମାମଲ…

ଧର୍ମଶାଳା,୨୪।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତର ଶୁନାରି ମୌଜାରୁ ଅବୈଧ ଭାବେ ମାଟି ଉଠାଣ ହେଉଥିବା ବେଳେ ଏହାକୁ ବିରୋଧ…

କିଛି ଦେଶକୁ ନ ଯିବା ପାଇଁ ଆଡଭାଇଜରୀ ଜାରି କଲେ ଭାରତ ସରକାର, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୫: ଆଫ୍ରିକାରେ ଇବୋଲା ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି, ଭାରତ ସରକାର ଏକ ଯାତ୍ରା ପରାମର୍ଶ ବା ଟ୍ରାଭେଲ ଆଡଭାଇଜରୀ ଜାରି କରିଛନ୍ତି,…

ରେଲଓ୍ବେ ଟ୍ରାକରେ ଜବରଦସ୍ତ ବିସ୍ଫୋରଣ, ୨୩ରୁ ଅଧିକ ମୃତ୍ୟୁ ଆଶଙ୍କା

ଇସଲାମାବାଦ,୨୪।୫: ପୁଣିଥରେ ଦୋହଲି ଯାଇଛି ପାକିସ୍ତାନ। କ୍ୱେଟା ସହରରେ ଏକ ଟ୍ରେନରେ ବିସ୍ଫୋରଣ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିସ୍ଫୋରଣରେ ଅନେକ ମୃତାହତ ହୋଇଥିବା ଆଶଙ୍କା…

ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀଙ୍କ ଆହ୍ୱାନ

ଗଞ୍ଜାମ,୨୪/୫ (ବିଦ୍ୟାଧର ସାହୁ): ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି। ସମାଜରେ ଚାଲିଥିବା କୁସଂସ୍କୃତ ରାଜନୀତିରୁ ଦୂରେ ରହି ସହରର ବିକାଶ, ନିଶାମୁକ୍ତ ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri