Posted inରାଜ୍ୟ

ହଟ୍ଟଗୋଳ କରନି, କ୍ୟାରିୟରକୁ ଦେଖ: ରିଜିଜୁ

ଭୁବନେଶ୍ୱର,୧୮।୮(ଅନିଲଦାସ): ଦୁଇ ମିନିଟ୍‌ ଗୃହରେ ହଙ୍ଗାମା କରି ଖବରର ସିରୋନାମା ନ ପାଲଟି ଲମ୍ବା କ୍ୟାରିୟର ପାଇଁ ଧ୍ୟାନଦେବାକୁ ବିଧାୟକମାନଙ୍କୁ କେନ୍ଦ୍ର ସଂସଦୀୟ ବ୍ୟାପାର ଏବଂ ସଂଖ୍ୟାଲଘୁ ମନ୍ତ୍ରୀ କିରେନ୍‌ ରିଜିଜୁ ପରାମର୍ଶ ଦେଇଛନ୍ତି। ବିଧାନସଭା ପରିସରରେ ନବନିର୍ବାଚିତ ବିଧାୟକମାନଙ୍କ ନିମନ୍ତେ ଓଡ଼ିଶା ବିଧାନସଭା ପକ୍ଷରୁ ଶନିବାର ଆରମ୍ଭ ହୋଇଥିତ୍ବା ୨ ଦିନିଆ ଜ୍ଞାନସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, ଗୃହର କାର୍ଯ୍ୟକଳାପରେ ବିଧାୟକମାନଙ୍କର ସକ୍ରିୟ ଅଂଶଗ୍ରହଣ ରହିବା ଦରକାର। ରାଜନୈତିକ ଜୀବନରେ ଉତ୍‌ଥାନ, ପତନ ଲାଗିରହିଥାଏ। ପରସ୍ପର ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ ତଥା ନିଜ ନିଜର ଅନୁଭୂତିକୁ ବାଣ୍ଟିଲେ ସେଥିରୁ ବହୁତ କିଛି ଶିକ୍ଷଣୀୟ ଉପାଦାନ ମିଳିଥାଏ। ଜଣେ ଭଲ ସାଂସଦ, ବିଧାୟକ ହେବା ପାଇଁ ଗଭୀର ଅଧ୍ୟୟନ ଓ ଜ୍ଞାନ ଆହରଣର ଆବଶ୍ୟକତା ରହିଛି ବୋଲି ରିଜିଜୁ କହିଛନ୍ତି।
ଅଧ୍ୟକ୍ଷତାକରି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି, ବିଧାନସଭାର କାର୍ଯ୍ୟଧାରା ଓ ତତ୍‌ ସମ୍ପର୍କିତ ନିୟମ ତଥା ବ୍ୟବସ୍ଥାପକମାନଙ୍କ ଦାୟିତ୍ୱ, ଅଧିକାର ଓ ସ୍ବାଧିକାର ସମ୍ପର୍କରେ ଆଲୋଚନା ହୋଇଆସୁଅଛି। ଫଳରେ ଜନସ୍ବାର୍ଥ ସମ୍ବଳିତ ବିଷୟବସ୍ତୁଗୁଡ଼ିକୁ ଆଲୋଚନା ପାଇଁ ବିଧାନସଭାରେ ସଦସ୍ୟମାନେ ନିର୍ଦ୍ୱନ୍ଦ୍ୱରେ ଯୋଗଦାନକରି ଜନହିତକର କାର୍ଯ୍ୟ ପାଇଁ ସ୍ବର ଉତ୍ତୋଳନ କରିପାରୁଛନ୍ତି ବୋଲି ସେ କହିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଗଣତାନ୍ତ୍ରିକ ଶାସନ ପଦ୍ଧତିର ଠିକ୍‌ କାର୍ଯ୍ୟକାରିତା ହିଁ ଆମ ଦେଶକୁ ଉନ୍ନତି ପଥରେ ଅଗ୍ରସର କରାଇ ଚାଲିଛି। ସେହିପରି ଓଡ଼ିଆ ଅସ୍ମିତା ଓ ପରମ୍ପରାକୁ ନେଇ ଆମ ଓଡ଼ିଶାକୁ ବିକଶିତ ଭାରତ ବର୍ଷର ଏକ ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ ଆମ ସମସ୍ତଙ୍କର ଦାୟିତ୍ୱ ରହିଛି। ଏ କ୍ଷେତ୍ରରେ ଜନ ପ୍ରତିନିଧିମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ I ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ମତରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ସବୁବେଳେ ଯୋଗ୍ୟ ବ୍ୟକ୍ତି ଓ ସମାଜ ସେବାରେ ବ୍ରତୀ ରହୁଥିବା ଲୋକ ପ୍ରତିନିଧି ନିର୍ବାଚିତ ହୋଇଆସିବା ଦରକାର। ଏହି କର୍ମଶାଳା ସଦସ୍ୟମାନଙ୍କୁ ବିଧାନସଭାର କାର୍ଯ୍ୟଧାରା ଓ ପରିଚାଳନା ଅନୁସାରେ ଗୃହର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜଣେ ଶୃଙ୍ଖଳିତ ସଦସ୍ୟ ହୋଇ ନିୟମର ମୌଳିକ ଲକ୍ଷ୍ୟ ପୂରଣ କରିବାରେ ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଆମ ଗଣତାନ୍ତ୍ରିକ ଶାସନ ହେଉଛି ଏକ ପ୍ରତିନିଧିମୂଳକ ଶାସନ ବ୍ୟବସ୍ଥା। ଜନସାଧାରଣଙ୍କ ଆଶା, ଭରସା ଓ ଆସ୍ଥାକୁ ନିଷ୍ଠା, ସାଧୁତା ଓ ସେବା ମନୋଭାବ ବଳରେ ଲୋକପ୍ରିୟତା କରିବା ହେଉଛି ଏହି ପଦପଦବୀର ଉପଯୁକ୍ତ ଯୋଗ୍ୟତା। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ଉପସ୍ଥିତ ଥିବାବେଳେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
ପରବର୍ତ୍ତୀ ପର୍ଯ୍ୟାୟରେ ଜାତୀୟ ଇ-ବିଧାନ ପ୍ରୟୋଗ ସମ୍ପର୍କରେ ଆଲୋଚନା ହୋଇଥିଲା। ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଏନ୍‌ଆଇସି ଓଡ଼ିଶାର ରାଜ୍ୟ ଇନଫର୍ମେଟିକ ଅଫିସର ଅଶୋକ କୁମାର ହୋତା, ନୂଆଦିଲ୍ଲୀସ୍ଥିତ ନେଭାର ମୁଖ୍ୟ ସଞ୍ଜୀବ ପ୍ରମୁଖ ଏହି ପ୍ରୟୋଗ ମାଧ୍ୟମରେ ବିଧାନସଭାର କାର୍ଯ୍ୟ କିପରି ସହଜ, ସୁନ୍ଦର ହୋଇପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ।
ବିଧାୟକ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ଜନପ୍ରତିନିଧିମାନଙ୍କର ବିଶେଷ ଅଧିକାର ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ବିଧାୟକ ବାବୁ ସିଂଙ୍କ ଅଧ୍ୟକ୍ଷତାରେ ବଜେଟ ପ୍ରସ୍ତୁତି ଓ ଉପସ୍ଥାପନ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ଲୋକ ସଭା ସଚିବାଳୟର ନିର୍ଦ୍ଦେଶକ ବଜେଟ ଉପସ୍ଥାପନ ସମ୍ପର୍କରେ ଆଲୋଚନା କରିଥିଲେ। ବିଧାୟକ ରଘୁନାଥ ଜଗଦ୍ଦଳାଙ୍କ ଅଧ୍ୟକ୍ଷତାରେ ବିଧାୟକମାନଙ୍କର ପ୍ରଶ୍ନ ଉପସ୍ଥାପନ ସମ୍ପର୍କରେ ଆଲୋଚନା ହୋଇଥିଲା। ଲୋକ ସଭା ସଚିବାଳୟର ପୂର୍ବତନ ଯୁଗ୍ମସଚିବ ବିନୟ କୁମାର ମୋହନ ଏ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ଏହି ଅବସରରେ ବିଧାନସଭାର ସଚିବ ଦାଶରଥି ଶତପଥୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅନ୍ୟ ପକ୍ଷରେ କେନ୍ଦ୍ର ମନ୍ତ୍ରୀଙ୍କ ଯୋଗଦାନକୁ ନେଇ ଉଭୟ କଂଗ୍ରେସ ଓ ବିଜେଡି ବିଧାୟକମାନେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବର୍ଜନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?