ଉତ୍ପାତ ହୁଅନାହିଁ

ରିପବ୍ଲିକ୍‌ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ଅନ୍ତରୀଣ ଜାମିନ ଆବେଦନକୁ ୯ ନଭେମ୍ବରରେ ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି। ୨୦୧୮ରେ ଇଣ୍ଟେରିୟର ଡିଜାଇନର ଅନ୍ଵୟ ନାଏକ ଓ ତାଙ୍କ ମା’ଙ୍କ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବ ଓ ଅନ୍ୟ ଦୁଇ ଜଣଙ୍କୁ ନିକଟରେ ଗିରଫ କରାଯାଇଥିଲା। ଅଭିଯୁକ୍ତମାନେ ଇଣ୍ଟେରିୟର ଡିଜାଇନ୍‌ ବାବଦକୁ ଅନ୍ଵୟଙ୍କୁ ତାଙ୍କ ପ୍ରାପ୍ୟ ନ ଦେବାରୁ ଆର୍ଥିକ ଚାପରେ ପଡ଼ି ମା’ ଓ ପୁଅ ଆତ୍ମହତ୍ୟା କରିଥିଲେ ବୋଲି କୁହାଯାଉଛି। ତେବେ ରାଜନୈତିକ ଉଦ୍ଦେଶ୍ୟ ରଖାଯାଇ ଅର୍ଣ୍ଣବଙ୍କୁ ହଇରାଣ ହରକତ କରାଯାଉଛି ବୋଲି ଭାଜପା ପକ୍ଷରୁ ଅଭିଯୋଗ ହେଉଛି। କାରଣ ନିକଟ ଅତୀତରେ ଟିଆର୍‌ପି କଥାକୁ ନେଇ ରିପବ୍ଲିକ୍‌ ଟିଭି ଓ ମହାରାଷ୍ଟ୍ର ପୋଲିସ ମଧ୍ୟରେ ଟଣାଓଟରା ଚାଲିଥିବାରୁ ମହାରାଷ୍ଟ୍ର ସରକାର ପ୍ରତିଶୋଧପରାୟଣ ହୋଇ ଏଭଳି ପଦକ୍ଷେପ ନେଉଛନ୍ତି ବୋଲି ଆଲୋଚନା ହେଉଛି। କିନ୍ତୁ ଅର୍ଣ୍ଣବ ଯେଉଁ ମାମଲାରେ ଗିରଫ ହୋଇଛନ୍ତି ସେଥିରେ ଜଣେ ସାମ୍ବାଦିକଙ୍କ ବାକ୍‌ ସ୍ବାଧୀନତା କ୍ଷୁଣ୍ଣ ହେବାର କୌଣସି ଦିଗ ଦେଖାଯାଉ ନାହିଁ। ଅନ୍ବୟଙ୍କ ଆତ୍ମହତ୍ୟା ପରେ ଏହି ମାମଲାକୁ ବନ୍ଦ କରାଯାଇଥିଲା। ଏସବୁ ବିଷୟରେ ଜାଣି ଅନ୍ବୟଙ୍କ ଝିଅ ଏହା ବିରୋଧରେ ବମ୍ବେ ହାଇକୋର୍ଟ ଯିବା ପରେ ଅର୍ଣ୍ଣବଙ୍କ ପ୍ରକୃତ ଚେହେରା ପଦାକୁ ଆସିଛି।
ବମ୍ବେ ହାଇକୋର୍ଟ ଅର୍ଣ୍ଣବଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଦେବା ପରେ ଭାଜପାର କିଛି ନେତା ଏବେ ବିବ୍ରତ ହୋଇପଡ଼ିଥିବା ମନେହେଉଛି। ଏପରି କି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଚିନ୍ତା ପ୍ରକଟ କରିବା ସହ ଏ ନେଇ ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ସହ ଆଲୋଚନା କରିଛନ୍ତି। ଅର୍ଣ୍ଣବଙ୍କ ସହ ତାଙ୍କ ପରିବାରବର୍ଗଙ୍କୁ ସାକ୍ଷାତ୍‌ କରିବା ଲାଗି ସୁଯୋଗ ଦେବାକୁ ରାଜ୍ୟପାଳ କହିଛନ୍ତି। ରାଜ୍ୟପାଳ କୋଶିୟାରୀଙ୍କ ଭଳିି ଅନ୍ୟ ଯେଉଁମାନେ ଅର୍ଣ୍ଣବଙ୍କ ପାଇଁ ଉଦ୍‌ବେଗ ପ୍ରକାଶ କରୁଛନ୍ତି, ସେମାନେ ସକାରାତ୍ମକ ପଦକ୍ଷେପ ନେଉଛନ୍ତି। ଏହା ଏକ ଭିନ୍ନ ବିଷୟ ଯେ ଅର୍ଣ୍ଣବଙ୍କ ଏହି ଘଟଣାରେ ଗିରଫ ହେବାର ତାଙ୍କର ସାମ୍ବାଦିକତା ସାଙ୍ଗରେ କୌଣସି ସମ୍ପର୍କ ନାହିଁ। ଅନ୍ୟପଟେ ଜଣେ ଟେଲିଭିଜନ ଚ୍ୟାନେଲ ମାଲିକ ଯିଏକି ଉପସ୍ଥାପକ ଭାବେ କାର୍ଯ୍ୟ କରିଆସୁଛନ୍ତି, ତାଙ୍କୁ ବାସ୍ତବରେ ସାମ୍ବାଦିକ ଆଖ୍ୟା ଦିଆଯାଇ ପାରିବ କି ନାହିଁ ସେହି ବିଷୟରେ ଆଲୋଚନା ହେବା କଥା। ତଥାପି ମହାରାଷ୍ଟ୍ର ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓ ସ୍ମୃତି ଇରାନୀଙ୍କ ଭଳି ଯେଉଁମାନେ ଅର୍ଣ୍ଣବଙ୍କ ପାଇଁ ଚିନ୍ତା ପ୍ରକଟ କରୁଛନ୍ତି, ସେ ସମସ୍ତଙ୍କୁ ଅନେକ ପ୍ରଶଂସା କରାଯିବା ଦରକାର। ସାମ୍ବାଦିକତା ସେତିକିବେଳେ ସଫଳ ହୁଏ, ଯେତେବେଳେ ବାକ୍‌ ସ୍ବାଧୀନତାକୁ ସରକାର ଏବଂ ବ୍ୟବସ୍ଥା ସୁରକ୍ଷା ଦେଇଥାଏ। ତେଣୁ ଏହିସବୁ ନେତୃବୃନ୍ଦ ଅର୍ଣ୍ଣବଙ୍କ ଭଳି ଦେଶବ୍ୟାପୀ ଯେଉଁସବୁ ଜାଗାରେ ବାସ୍ତବ ଖବରଦାତାମାନେ ସରକାରୀ ଚାପରେ ନିଜ ପେସାକୁ ନ୍ୟାୟ ଦେବାରେ ବିଫଳ ହେଉଛନ୍ତି, ସେମାନଙ୍କୁ ମଧ୍ୟ ଏହିଭଳି ବିପୁଳ ସମର୍ଥନ ମିଳିବା ଉଚିତ। ଉଦାହରଣ ସ୍ବରୂପ ୧୯ ଡିସେମ୍ବର ୨୦୧୯ରେ ଏକ ହିନ୍ଦୀ ଖବରକାଗଜର ରିପୋର୍ଟର ପଓ୍ବନ ଜୟସ୍ବାଲଙ୍କୁ ଗିରଫ କରାଯାଇଥିଲା। ଉତ୍ତରପ୍ରଦେଶର ମିର୍ଜାପୁରରେ ସ୍କୁଲ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ରୁଟି ସହ ଲୁଣ ଦିଆଯାଉଥିଲା ବୋଲି ସେ ରିପୋର୍ଟ ପ୍ରକାଶ କରିଥିଲେ। ଏହା ଦ୍ୱାରା ଉତ୍ତରପ୍ରଦେଶ ସରକାରଙ୍କ ରାଗ ପଞ୍ଚମକୁ ଚଢ଼ିଗଲା ଓ ସାମ୍ବାଦିକଙ୍କୁ ଗିରଫ କରାଗଲା। ପରେ ଯେତେବେଳେ ଏହାର ଭିଡିଓ ଭାଇରାଲ ହେଲା ସେତେବେଳେ ସତ ପଦାକୁ ଆସିଥିଲା। ସେହିପରି ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟର ଜରିଆରେ ସମାଲୋଚନା କରି ଢାବଲ ପଟେଲ ସରକାରଙ୍କ ରୋଷର ଶିକାର ହୋଇଥିଲେ। ୨୩ ସେପ୍ଟେମ୍ବରରେ ମୋଦି, ଭାଜପା ଓ ଆର୍‌ଏସ୍‌ଏସ୍‌ ବିରୋଧରେ ଟୁଇଟ୍‌ କରିବାରୁ ସ୍ତମ୍ଭକାର ଆକାର ପଟେଲଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଅନୁରୂପ ଭାବେ ହାଥରାସ୍‌ ବିଷୟରେ ମାଲାୟାଲମ୍‌ ଭାଷାର ଖବରକାଗଜ ପାଇଁ ଅଧିକ ରିପୋର୍ଟ ସଂଗ୍ରହ କରିବାକୁ ଯାଉଥିବା ସାମ୍ବାଦିକ ସିଦ୍ଦିକ୍‌ କାପାନ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (ୟୁଏପିଏ) ଲଗାଇ ଦେଇଥିଲେ ଉତ୍ତରପ୍ରଦେଶ ସରକାର। ଏପରିି ତାଲିକା ଖୋଜିଲେ ତାହା ଲମ୍ବିଚାଲିବ।
ଅର୍ଣ୍ଣବ ଏକ ବ୍ୟକ୍ତିଗତ ମାମଲାରେ ପଡ଼ି ଗିରଫ ହୋଇଛନ୍ତି। ହେଲେ ତାଙ୍କ ମାମଲାକୁ ଯୋଡ଼ିଯାଡ଼ି ସାମ୍ବାଦିକର ବାକ୍‌ ସ୍ବାଧୀନତା କ୍ଷୁଣ୍ଣ ହୋଇଛି ବୋଲି ଚିଲାଯାଉଛି। ହେଲେ ଯେଉଁମାନେ ସାମ୍ବାଦିକତାରେ ନିମଗ୍ନ ରହି ବାସ୍ତବ ରିପୋର୍ଟିଂ କରୁଛନ୍ତି, ସେମାନଙ୍କ ପାଇଁ କେହି ଥିଲା ଭଳି ମନେହେଉ ନାହିଁ। ବରଂ ସେମାନଙ୍କୁ ଢେର ଦିନ ଜେଲରେ ରଖିବା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଉଛି। କେବଳ ଜେଲ୍‌ରେ ରଖିବାରେ ସୀମିତ ନୁହେଁ, ଉତ୍ତର ପ୍ରଦେଶ ସାମ୍ବାଦିକଙ୍କ ଉପରେ କିରୋସିନ ପକାଯାଇ ଜାଳି ମାରି ଦିଆଯିବାର ଉଦାହରଣ ମଧ୍ୟ ରହିଛି। ଏଥରକ କେବଳ ଗୋଟିଏ କଥା ଭିନ୍ନ ହୋଇଛି, ଅର୍ଣ୍ଣବ ନିଜକୁ ଅତି ବିରାଟକାୟ ବ୍ୟକ୍ତିତ୍ୱ ଭାବେ ନିଜର ମତ ରିପବ୍ଲିକ୍‌ ଚ୍ୟାନେଲରେ ପ୍ରତ୍ୟେକ ସନ୍ଧ୍ୟାରେ ପ୍ରଦାନ କରିଚାଲିଲେ। ମନେପଡ଼େ ଖୁବ୍‌ ନିକଟ ଅତୀତରେ ସିନେମା ତାରକା ସୁଶାନ୍ତ ସିଂହ ରାଜପୁତଙ୍କ ବାନ୍ଧବୀ ରିଆ ଚକ୍ରବର୍ତ୍ତୀଙ୍କୁ କାହିଁକି ଗିରଫ କରାଯାଇ ନାହିଁ ବୋଲି ଚିତ୍କାର କରି ଅର୍ଣ୍ଣବ ନିଜର ଏକତରଫା ଯୁକ୍ତି ବାଢ଼ିଚାଲିଲେ। ତାହାଦ୍ୱାରା ଅନ୍ୟସବୁ ଚ୍ୟାନେଲ ମଧ୍ୟ ତାଙ୍କ ପଛରେ ଧାଡ଼ି ବାନ୍ଧିବାକୁ ବାଧ୍ୟ ହେଲେ। ରିଆଙ୍କ ବ୍ୟତୀତ ଅର୍ଣ୍ଣବ ଯେଉଁଭଳି ଭାବେ ଶିବସେନା ଅଧ୍ୟକ୍ଷ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଅଭଦ୍ର ଭାଷାରେ ‘ତୁ ତା’ କରିଥିଲେ, ତାହାର ପ୍ରଭାବ ସବୁ ଦର୍ଶକଙ୍କ ଉପରେ ପଡ଼ିଥିଲା। କୁହାଯାଏ ଯେ ଉଭୟ ସ୍ବର୍ଗ ଓ ନର୍କ ପୃଥିବୀରେ ଜୀବିତ ଥିବା ସମୟରେ ପ୍ରତ୍ୟେକ ଆତ୍ମାକୁ ଭୋଗିବାକୁ ପଡ଼େ। ରିଆ ଚକ୍ରବର୍ତ୍ତୀ ନିର୍ଦ୍ଦୋଷ ବୋଲି ଅଦାଲତ କହିବା ପରେ ତାଙ୍କୁ ଦୁଇ ମାସରୁ ଅଧିକ ସମୟ କାରାଗାରରେ ରଖାଯାଇ ମୁକ୍ତ କରିଦିଆଯାଇଥିଲା। ସବୁ ଅନ୍ୟାୟର ଫଳ ଭୋଗିବାକୁ ପଡ଼େ। ରାଜନେତାଙ୍କୁ ସମର୍ଥନ କରିବାର ସ୍ବାଧୀନତା ସମସ୍ତଙ୍କ ପାଖରେ ଅଛି। ଅପରପଟରେ ‘କ୍ଷୀର ଉତୁରିଲେ ଚୁଲିକୁ ଯାଏ’ ଭଳି କୌଣସି ବ୍ୟକ୍ତି ନିଜକୁ ଅତ୍ୟନ୍ତ ଶକ୍ତିଶାଳୀ ଭାବି ମାତ୍ରାଧିକ ଉତ୍ପାତ ହେଲେ ତାହାର ନକାରାତ୍ମକ ଫଳ ଭୋଗିବାକୁ ପଡ଼ିଥାଏ। ସବୁ ଗଣମାଧ୍ୟମ ମାଲିକ ଓ ସମ୍ପାଦକମାନଙ୍କ ପାଇଁ ଅର୍ଣ୍ଣବ ଏକ ଉଦାହରଣ ଭାବେ ସୃଷ୍ଟି ହୋଇଗଲେ। ନିଜ ପେସାକୁ ସ୍ବୟଂ ସୀମା ଭିତରେ ରଖି ଖବରଦାତାମାନେ କାର୍ଯ୍ୟ କଲେ ସମାଜର ମଙ୍ଗଳ ହେବା ସହିତ ନିଜେ ମଧ୍ୟ ସୁରକ୍ଷିତ ରହିହେବ।


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri