କନ୍ଦାଉଛି ରାସ୍ତା ପାର୍ଶ୍ୱ କଟକଣା

ଅନୁଗୋଳ ଅଫିସ, ୧୧।୧୧ – ମାତ୍ର ତିନିଦିନ ପରେ ଦୀପାବଳି। କରୋନା କାଳ ହୋଇ ନ ଥିଲେ ଏତେବେଳକୁ ଦୀପ ଓ ବାଣ ବ୍ୟବସାୟ ଶିଖର ଛୁଉଁଥାଆନ୍ତା। ରାସ୍ତା ପାର୍ଶ୍ୱରେ ଭଳିକି ଭଳି ଦୋକାନ ଚମକୁଥାନ୍ତା। ସକାଳୁ ସନ୍ଧ୍ୟା ଯାଏ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥାନ୍ତା। କିନ୍ତୁ ମହାମାରୀ କୋଭିଡ୍‌-୧୯ ପାଇଁ ଚଳିତବର୍ଷ ସବୁ ଉତ୍ସବ କଡ଼ା କଟକଣା ମଧ୍ୟରେ ପାଳନ କରାଯାଉଛି। ଦୀପାବଳିରେ ବାଣ ବିକ୍ରି ଓ ଫୁଟାଇବା ନିଷେଧ କରାଯାଇଛି। ଏପରି କି ରାସ୍ତା ପାର୍ଶ୍ୱରେ ବସି ଦୀପ ବିକିବାକୁ ମଧ୍ୟ ବାରଣ କରାଯାଇଛି। ହେଲେ ସଂକ୍ରମଣ ବୃଦ୍ଧି ରୋକିବାକୁ ଏହି ସରକାରୀ କଟକଣା ଦୀପ କାରିଗର, ବ୍ୟବସାୟୀଙ୍କୁ କନ୍ଦାଇବାରେ ଲାଗିଛି।
ଅନୁଗୋଳ ସହରକୁ ଛେଳିଆପଡ଼ା କୁମ୍ଭାର ସାହି ଦୀପ ଯୋଗାଇଥାଏ। ଦୀପାବଳି ପୂର୍ବରୁ ଏହି ଗାଁ ଚଳଚଞ୍ଚଳ ହୋଇଉଠେ। ଏଠାରେ ଥିବା ୩୦ରୁ ୪୦ ପରିବାର ଦେଢ଼ମାସ ପୂର୍ବରୁ ନିର୍ମାଣ କାର୍ଯ୍ୟରେ ଲାଗିପଡ଼ିଥାନ୍ତି। ଚାହିଦା ଅନୁସାରେ ଏହି କାରିଗରମାନେ କମ୍‌ ଅର୍ଥରେ ସାମଗ୍ରୀ ଯୋଗାଉଥିବାରୁ ବହୁ ଦୂରଦୂରାନ୍ତ ଗ୍ରାହକ, ବ୍ୟବସାୟୀମାନେ ଛେଳିଆପଡ଼ା ଆସିଥାନ୍ତି। ସାଧାରଣତଃ ଏହି ରାସ୍ତା ଦେଇ ଯାଉଥିବା ଲୋକେ ଗାଁ ଛକରେ ପସରା ମେଲାଇଥିବା କାରିଗରଙ୍କଠାରୁ ଦୀପ କିଣିଥାନ୍ତି। ଫଳରେ ଗୋଟିଏ ଗୋଟିଏ ପରିବାର ୧୦ରୁ ୧୫ ହଜାର ଦୀପ ବିକ୍ରି କରିଥାନ୍ତି। ଚଳିତବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ବାଣ ବିକ୍ରି ବନ୍ଦ ନିର୍ଦ୍ଦେଶ ଦେଇଥିବାରୁ ଦୀପ ବେପାର ଭଲ ହେବ ବୋଲି ସମସ୍ତେ ଆଶା କରିଥିଲେ। ସେଥିପାଇଁ କାରିଗରମାନେ ଗତବର୍ଷ ଅପେକ୍ଷା ଅଧିକ ଦୀପ ତିଆରି କରିଥିଲେ। ହେଲେ ସରକାର ରାସ୍ତା କଡ଼ରେ ଦୀପ ବିକ୍ରି ମନା ବୋଲି କହିବା ପରେ ହତାଶ ହୋଇପଡ଼ିଛନ୍ତି ଏହି କାରିଗର ଓ ବ୍ୟବସାୟୀ। ସରକାରଙ୍କ ଏହି କଟକଣା କେବଳ ଛେଳିଆପଡ଼ା ନୁହେଁ, ଅନୁଗୋଳ ଜିଲାର ଶତାଧିକ ଦୀପ ବ୍ୟବସାୟୀଙ୍କୁ ନିରାଶ କରିଛି। ବସ୍ତା ବସ୍ତା ଦୀପ ଧରି ଗାଁ ଛକ, ରାସ୍ତା ପାର୍ଶ୍ୱରେ ବେପାର କରୁଥିବା କାରିଗରମାନେ ଏବେ କେଉଁଠି ଓ କିପରି ଏହାକୁ ବିକି ପାରିଶ୍ରମିକ ଉଠାଇବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।
କାରିଗରଙ୍କ ପେଟ ପୋଡ଼ିଯାଉଛି
ଦୀପାବଳି ପାଇଁ ୬ରୁ ୭ ପ୍ରକାରର ୧୫ ହଜାର ଦୀପ ତିଆରି କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୦ ହଜାର ବିକ୍ରି ହୋଇଯିବା କଥା। କିନ୍ତୁ ସରକାରଙ୍କ ରାସ୍ତା ପାର୍ଶ୍ୱ କଟକଣା ଯୋଗୁ ଛକମାନଙ୍କରେ ବସିପାରୁନୁ। ଗାଁକୁ ଗ୍ରାହକ ଆସୁ ନ ଥିବାରୁ କାରିଗରଙ୍କ ପେଟ ପୋଡ଼ିଯାଉଛି।
-ତ୍ରିପୁର ମୁଦୁଲି, କାରିଗର, ଛେଳିଆପଡ଼ା
ପାରିଶ୍ରମିକ ମିଳିବ କି ନାହିଁ ଦ୍ୱନ୍ଦ୍ୱ
କରୋନା ଭୂତାଣୁ ପାଇଁ ଚଳିତବର୍ଷ ଉତ୍ସାହ ନାହିଁ କି ବେପାର ନାହିଁ। ଦୀପ ନେବାକୁ ବ୍ୟବସାୟୀ କିମ୍ବା ଖାଉଟିଙ୍କ ଦର୍ଶନ ମିଳୁନି। ଫଳରେ ଦିନରାତି ପରିଶ୍ରମ କରି ଗଢ଼ିଥିବା ଦୀପ ବାବଦ ପାରିଶ୍ରମିକ ଉଠିବ କି ନାହିଁ ତାହାକୁ ନେଇ କାରିଗରମାନେ ଦ୍ୱନ୍ଦ୍ୱରେ ଅଛନ୍ତି।
-ନିରଞ୍ଜନ ମୁଦୁଲି, କାରିଗର, ଛେଳିଆପଡ଼ା
ପୂର୍ବବର୍ଷ ଭଳି ବେପାର ନାହିଁ
ଟଙ୍କାଏ ଠାରୁ ଆରମ୍ଭ କରି କୋଡ଼ିଏ ଟଙ୍କା ପର୍ଯ୍ୟନ୍ତ ଦୀପର ମୂଲ୍ୟ ରଖାଯାଇଛି। କିଣିବାକୁ ଲୋକ ଆସୁଥିଲେ ମଧ୍ୟ ଗତବର୍ଷ ଭଳି ଅଧିକ ପରିମାଣର ବିକ୍ରି ହେଉନି। ହାତରେ ଆଉ ମାତ୍ର ୩ଦିନ ଥିବାରୁ ଚଳିତବର୍ଷ ବ୍ୟବସାୟ ସେପରି ହେବାର ସମ୍ଭାବନା ଦେଖାଯାଉ ନାହିଁ। ସରକାର ରାସ୍ତା ପାର୍ଶ୍ୱରେ ବିକ୍ରି ଉପରେ କଟକଣା ଲଗାଇ ନ ଥିଲେ ଭଲ ହୋଇଥାନ୍ତା।
-ରଜତ ବେହେରା, ବ୍ୟବସାୟୀ, ଜରାସିଂହା
ବ୍ୟବସାୟୀ, କାରିଗର ନିରାଶ
ବାଣ ବିକ୍ରି ଓ ଫୁଟାଯିବା ଉପରେ ଏଥର କଟକଣା ଲଗାଯାଇଥିବାରୁ ଦୀପର ଚାହିଦା ବଢ଼ିବ ବୋଲି ଆଶା ଥିଲା। କିନ୍ତୁ ବିକ୍ରି ସ୍ଥାନ ବଦଳିଥିବାରୁ ବେପାର ପ୍ରଭାବିତ ହେଉଛି। ସରକାର ରାସ୍ତାପାର୍ଶ୍ୱରେ ବିକ୍ରି ପାଇଁ ଅନୁମତି ଦେଇଥିଲେ ବ୍ୟବସାୟୀ, କାରିଗର ସମସ୍ତେ ଲାଭବାନ ହୋଇଥାନ୍ତେ।
-ଚିକୁନ୍‌ ସାହୁ, ବ୍ୟବସାୟୀ


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଅଲୋଡ଼ା ଶିଶୁକନ୍ୟା: ପ୍ଲାଷ୍ଟିକ୍‌ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ଡ୍ରେନ୍‌ରୁ ଉଦ୍ଧାର

ବରଗଡ ଅଫିସ/ପଦ୍ମପୁର,୧୪।୧୨- ପୁଣି ଅଲୋଡ଼ା ହୋଇଛି ଶିଶୁକନ୍ୟା। ବରଗଡ଼ ଜିଲା ପଦ୍ମପୁର ୱାର୍ଡ ନଂ -୬ ଶାସ୍ତ୍ରୀଛକ ନିକଟ ସାହିର ଏକ ଡ୍ରେନ୍‌ ଭିତରୁ ଶନିବାର...

ବ୍ୟାଗ୍‌ରେ ଶ୍ରୀମନ୍ଦିର ଚିତ୍ର: ପ୍ରତିବାଦ କଲେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ

ପୁରୀ ଅଫିସ,୨୪ା୧୨: ପୁରୀ ସହରକୁ ସ୍ବଚ୍ଛ ଓ ପରିଷ୍କାର ରଖିବା ଲାଗି ପୌରସଂସ୍ଥା ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ବିଶେଷକରି ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ଓ...

‘ସବୁ ବ୍ୟକ୍ତି ଭିତରେ କବି ସତ୍ତାଟିଏ ରହିଛି’

ବଲାଙ୍ଗୀର ଅଫିସ, ୨୮ା୧୨: କଥାଶିଳ୍ପୀ ଡା. ମଞ୍ଜୁବାଳା ପଣ୍ଡାଙ୍କ ଗଳ୍ପ ସଙ୍କଳନ ପାରନାନୀ ଓ ଅନ୍ୟାନ୍ୟ ଗଳ୍ପ ଉନ୍ମୋଚିତ ହୋଇଛି ା ବଲାଙ୍ଗୀର ପୂଜ୍ୟପୂଜା ସଙ୍ଗଠନ...

ଭଡ଼ାଘରୁ ଶ୍ରମ କାର୍ଯ୍ୟାଳୟ ସ୍ଥାନାନ୍ତର ହେଉନି

ନୟାଗଡ଼ ଅଫିସ,୨୪।୧:ନୟାଗଡ଼ ଜିଲା ଶ୍ରମ କାର୍ଯ୍ୟାଳୟ ଭଡ଼ାଘରେ ଖଣ୍ଡପଡ଼ା ରୋଡ୍‌ରେ ଚାଲୁଥିବାବେଳେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଉନାହିଁ। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଶ୍ରମ କାର୍ଯ୍ୟାଳୟ ସ୍ଥାନାନ୍ତର...

କାମ ସାରି ଫେରିଥିଲେ ଘରକୁ, ହେଲେ ବାପା ତୃତୀୟ ସ୍ତ୍ରୀ ସହ ମିଶି ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର

ବାରିପଦା ଅଫିସ,୧୮ା୭: ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ନରଣଖୁଣ୍ଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ତିକ୍ତତାକୁ କେନ୍ଦ୍ରକରି ତୃତୀୟ ସ୍ତ୍ରୀ ସହ ମିଶି...

ବୃନ୍ଦାବନରେ ଫସି ରହିଛନ୍ତି ୬୦ ଓଡ଼ିଆ ତୀର୍ଥଯାତ୍ରୀ

ଅମରପାଲି, ୨୬ା୩(ଡି.ଏନ.ଏ.): ତୀର୍ଥ କରିବାକୁ ଯାଇଥିବା ସୁବର୍ଣ୍ଣପୁର, ବୌଦ୍ଧ ଓ ଦେବଗଡ଼ ଜିଲାର ୬୦ ଜଣ ତୀର୍ଥଯାତ୍ରୀ ଏବେ ଉତ୍ତରପ୍ରଦେଶର ବୃନ୍ଦାବନରେ ଫସି ରହିଛନ୍ତି। ସେମାନଙ୍କ...

ଘାଟିରେ ପଥର ବୋଝେଇ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ

ଦାରିଙ୍ଗବାଡ଼ି,୨୮ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାମୁଣୀଗାଁ ଥାନା ସିକରମାହା ଘାଟିରେ ସୋମବାର ସକାଳୁ ଏକ ପଥର ବୋଝେଇ ଟ୍ରାକ୍ଟର ଦୁର୍ଘଟଣା ହୋଇଛି। ଫଳରେ ଦାରିଙ୍ଗବାଡ଼ିଠାରୁ...

ନଦୀ ପାର ହେଲେ ଗର୍ଭବତୀ, ମହାନତା ଦେଖାଇଲେ ଗ୍ରାମବାସୀ

ମାଲକାନଗିରି,୨୪ା୮(ସ୍ବ.ପ୍ର.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାର ଲଙ୍କାଗାଁରେ ଜଣେ ଗର୍ଭବତୀଙ୍କୁ ନଦୀ ପାର କରି ଗ୍ରାମବାସୀ ମହାନତା ଦେଖାଇଛନ୍ତି॥ ମାଓବାଦୀ ପ୍ରବଣ ଲଙ୍କାପଲ୍ଲୀ...

Advertisement
Archives

Model This Week