‘ଦକ୍ଷତାରେ ପଛରେ ନ ପଡ଼ନ୍ତୁ ପିଲା’

ଅନୁଗୋଳ ଅଫିସ, ୧୪ା୩: କରୋନା ମହାମାରୀ କାରଣରୁ ଗତବର୍ଷଠାରୁ ସ୍କୁଲ ବନ୍ଦ ରହିଛି। ଅନ୍‌ଲାଇନରେ କ୍ଲାସ କରାଯାଇଥିଲେ ମଧ୍ୟ ତାହା ସମସ୍ତ ଛାତ୍ରୀଛାତ୍ରଙ୍କ ନିକଟରେ ପହଞ୍ଚିପାରି ନାହିଁ। ବିଶେଷକରି ସରକାରୀ ସ୍କୁଲରେ ପଢ଼ୁଥିବା ପିଲାମାନେ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କାରଣ ଅନେକ ଛାତ୍ରୀଛାତ୍ରଙ୍କ ଘରେ ଅନ୍‌ଲାଇନ ଶିକ୍ଷା ନେବାଭଳି ମୋବାଇଲ ନାହିଁ। ସେହିପରି ନେଟଓ୍ବର୍କ ସମସ୍ୟା ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି। ତେଣୁ ଅନ୍‌ଲାଇନ ଶିକ୍ଷାରୁ ବଞ୍ଚିତ ଛାତ୍ରୀଛାତ୍ରଙ୍କୁ ପଢ଼ାଇବା ପାଇଁ ସରକାର ଉଦ୍ୟମ କରିଥିଲେ ମଧ୍ୟ ତାହା ସେତେଟା ଫଳପ୍ରଦ ହୋଇପାରି ନାହିଁ। ପ୍ରାଥମିକ ଶିକ୍ଷା ପିଲାଙ୍କ ମୂଳଦୁଆ ମଜଭୁତ କରେ। ଶିକ୍ଷାର୍ଥୀ ଜୀବନରେ ସଫଳ ହେବାକୁ ଭିତ୍ତିଭୂମି ଯୋଗାଏ। କିନ୍ତୁ ବର୍ଷଟିଏ ଠିକ୍‌ ଭାବେ ପଢ଼ିପାରି ନ ଥିବା ଛାତ୍ରୀଛାତ୍ରମାନେ ବିଷୟବସ୍ତୁକୁ ନେଇ ଅନେକ ସନ୍ଦେହରେ ଥିବାବେଳେ ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତଙ୍କୁ ପାସ୍‌ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ଥିର କରାଯାଇଛି। ଯଦିଓ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଏହା ଘୋଷଣା କରାଯାଇ ନାହିିଁ, ତଥାପି ଏପରି ନିଷ୍ପତ୍ତି ନିଆଯାଉଥିବା ଶନିବାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି। ନବମ ଓ ଦଶମ ଶ୍ରେଣୀ ପାଠପଢ଼ା ଜାରି ରହିଥିବାରୁ ଆଗାମୀ ଦିନରେ ପ୍ରାଥମିକ ସ୍କୁଲ ଖୋଲାଯାଇ ପିଲାଙ୍କ ପରୀକ୍ଷା କରାଯିବ ବୋଲି ଅନେକେ ଆଶାବ୍ୟକ୍ତ କରିଥିଲେ। ହେଲେ କରୋନା ସଂକ୍ରମଣ ଦେଶରେ ବଢ଼ୁଥିବାରୁ ସରକାର ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏମିତି ଏକ ନିଷ୍ପତ୍ତି ନେଉଥିବା କୁହାଯାଉଛି। ଫଳରେ ବର୍ଷଟିଏ ହେଲା ସ୍କୁଲ ଶିକ୍ଷାରୁ ବଞ୍ଚିତ ଛାତ୍ରୀଛାତ୍ରଙ୍କୁ ଏଥିପାଇଁ ଆହୁରି କିଛି ମାସ ଅପେକ୍ଷା କରିବାକୁ ପଡ଼ିବ। ଏହା କେବଳ ଶିକ୍ଷା ନୁହେଁ, ସେମାନଙ୍କ ଶାରୀରିକ ଓ ମାନସିକ ବିକାଶକୁ କ୍ଷତି ପହଞ୍ଚାଇବ ବୋଲି ଅନୁଗୋଳର ଅନେକ ଅଭିଭାବକ ମତ ଦେଇଛନ୍ତି। ତେବେ ଉପର ଶ୍ରେଣୀକୁ ଡେଉଁଥିବା ପିଲାମାନେ ଯେପରି ଦକ୍ଷତାରେ ପଛରେ ନ ପଡ଼ନ୍ତି ସେ ନେଇ ସରକାର କିଛି ସ୍ବତନ୍ତ୍ର ବ୍ୟବସ୍ଥା କରନ୍ତୁ ବୋଲି ଅଭିଭାବକମାନେ ଦାବି କରିଛନ୍ତି।

ବହୁ ପାଠ ଅବୁଝା ରହିଯିବ
ବିନା ପରୀକ୍ଷାରେ ଶ୍ରେଣୀ ଉତ୍ତୀର୍ଣ୍ଣ ଦ୍ୱାରା ପିଲାମାନଙ୍କ ଦକ୍ଷତା ପ୍ରତିପାଦନ ହୋଇପାରିବ ନାହିଁ। ଅନ୍‌ଲାଇନ ଶିକ୍ଷା ସମସ୍ତଙ୍କ ନିକଟରେ ଠିକ୍‌ ଭାବେ ପହଞ୍ଚି ନ ଥିବାରୁ ଅବୁଝା ରହିଥିବା ପାଠ ସେମାନେ ଆଉ ବୁଝିବାକୁ ଆଗ୍ରହ ରଖିବେ ନାହିଁ। ତାହା ସେମାନଙ୍କୁ ଶିକ୍ଷାରେ ପଛରେ ପକାଇ ଦେବ। କିନ୍ତୁ କରୋନା ପରିସ୍ଥିତି ସରକାରଙ୍କୁ ଏପରି କରିବାକୁ ବାଧ୍ୟ କରିଛି।
– ସରୋଜ ପାଣିଗ୍ରାହୀ, ପ୍ରଧାନଶିକ୍ଷକ ଟାଉନ ହାଇସ୍କୁଲ

ସ୍କୁଲ ଯିବା ଖୁସି ପିଲାଙ୍କୁ ମିଳୁନି
ବର୍ଷେ ହେଲା ସ୍କୁଲ ବନ୍ଦ ରହିଛି। କେବଳ ୯ମ ଓ ୧୦ ଶ୍ରେଣୀ ପିଲାଙ୍କ ପାଇଁ କେତେକ ସ୍କୁଲ ଖୋଲାଯାଇ ପଢ଼ା ହେଉଛି। କିନ୍ତୁ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲା ଘରେ ବସି ରହିଛନ୍ତି। ଅନ୍‌ଲାଇନ କ୍ଲାସ ଶିକ୍ଷାର ଉପଯୁକ୍ତ ସୁଯୋଗ ଦେଉ ନ ଥିବାବେଳେ ସ୍କୁଲ ଯାଇ ଘରକୁ ଫେରିବା ବେଳର ଖୁସି ପିଲାମାନେ ପାଉନାହାନ୍ତି।

-ଅନସୂୟା ଦେହୁରୀ, ଅଭିଭାବକ

ପୁଣି ନିରାଶ ହେବାକୁ ପଡ଼ିଲା
କରୋନା ସଂକ୍ରମଣ ହ୍ରାସକୁ ଦେଖି ସରକାର ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଲେ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପରେ ଖୋଲାଯିବା ବୋଲି ଆଶା କରାଯାଉଥିଲା। ଫଳରେ ସ୍କୁଲ ଯାଇ ପଢ଼ିବା ଓ ସାଙ୍ଗସାଥୀଙ୍କ ସହ ଖେଳିବାର ସୁଯୋଗ ବର୍ଷେ ପରେ ପାଇବୁ ବୋଲି ଭାବିଥିଲୁ। ହେଲେ ସଂକ୍ରମଣ ବଢ଼ୁଥିବାରୁ ସ୍କୁଲ ଖୋଲାଯିବନି କି ପରୀକ୍ଷା ହେବନି ବୋଲି କହିଲେଣି। ଏହା ଆମକୁ ନିରାଶ କରିଛି।
-ଶମ୍ବୁନାଥ ଦେହୁରୀ, ଛାତ୍ର

ପ୍ରାଥମିକ ଶିକ୍ଷା କ୍ଷତିଗ୍ରସ୍ତ ହୋଇଛି
କରୋନା ପରିସ୍ଥିତି ଯୋଗୁ ପ୍ରାଥମିକ ଶିକ୍ଷା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଥିଲାବାଲାଙ୍କ ପିଲା ଟ୍ୟୁଶନ କରି ଯାହା ଯେମିତି ପାଠ ପଢ଼ିଛନ୍ତି। କିନ୍ତୁ ଗରିବ ଲୋକଙ୍କ ପିଲାମାନେ ସେଥିରୁ ବଞ୍ଚିତ ରହିଛନ୍ତି। ଏପରି ଛାତ୍ରୀଛାତ୍ରଙ୍କ ମୂଳଦୁଆ ମଜଭୁତ ନ କରି ଉପର ଶ୍ରେଣୀକୁ ପଠାଗଲେ ସେମାନେ ଆଗାମୀ ଦିନରେ ଉପଯୁକ୍ତ ଦକ୍ଷତା ଦେଖାଇପାରିବେ ନାହିଁ।
-ପବିତ୍ର ମୋହନ ସାହୁ, ଅଭିଭାବକ


Enter your email to get our daily news in your inbox.

All Right Reserved By Dharitri.Com

‘ମମିତାଙ୍କ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦରଦ ନାହିଁ’

ଭୁବନେଶ୍ୱର, ୪।୧୨(ବ୍ୟୁରୋ): ବିଧାନସଭାରେ ମମିତା ମେହେର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଛଳନାପୂର୍ଣ୍ଣ ଭିଡିଓ ବିବୃତି ଦେଇଛନ୍ତି। ମମିତାଙ୍କ ପରିବାରକୁ ନ୍ୟାୟ ନୁହେଁ ବରଂ ଦିବ୍ୟଶଙ୍କର ମିଶ୍ରଙ୍କୁ ବଞ୍ଚାଇବା...

ଉପହାର ଲୋଭରେ ହରାଇଲେ ୩.୯୫ ଲକ୍ଷ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଜଣେ ଯୁବକ ବିବାହ କରିବାକୁ ଯାଇ ଓଡ଼ିଆ ମାଟ୍ରିମୋନିରେ ବିଜ୍ଞାପନ ଦେବା ପରେ ବଡ଼ଧରଣର ସାଇବର ଠକେଇର ଶିକାର ହୋଇଛନ୍ତି। ସେଥିରେ ଜଣେ ଯୁବତୀ...

ପୂର୍ବତନ ରଣଜୀ ଖେଳାଳି ପ୍ରଶାନ୍ତ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୫(ବ୍ୟୁରୋ): ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ଦେହାନ୍ତର ୧୧ ଦିନରେ ତାଙ୍କ ପୁଅ ତଥା ପୂର୍ବତନ ରଣଜୀ ଖେଳାଳି ପ୍ରଶାନ୍ତ ମହାପାତ୍ରଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ୱରସ୍ଥିତ ଏମ୍ସରେ...

ଯୁକ୍ତ୨ ନାମଲେଖା: ୬ରୁ ଆବେଦନ

ଭୁବନେଶ୍ୱର, ୨ା୬(ବ୍ୟୁରୋ): ଯୁକ୍ତ୨ ନାମଲେଖା ପାଇଁ ଆସନ୍ତା ୬ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟରେ ଥିବା ୧୬୦୦ରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ...

ଡିଭାଇଡରରେ ପିଟିହେଲା ବାଇକ୍‌, ୨ ଜଣଙ୍କ ଜୀବନ ଗଲା

ଛତ୍ରପୁର,୨୫ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ବାୟା ରେଷ୍ଟୁରାଣ୍ଟ ସମ୍ମୁଖରେ ୧୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛ। ଏହି ଦୁର୍ଘଟଣାରେ...

୧୯ରେ ମେଘନାଦ ପାଚେରି ଚତୁଃପାର୍ଶ୍ୱରୁ ଭଙ୍ଗାଯିବ ବେଆଇନ କୋଠା

ପୁରୀ ଅଫିସ, ୧୪ା୮: ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ଶ୍ରୀମନ୍ଦିର। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ କେନ୍ଦ୍ର ଗୋଇନ୍ଦା ବିଭାଗର ଏହି ରିପୋର୍ଟ ପ୍ରଶାସନ ଆଖିରୁ...

ରାଉରକେଲାରେ ହେବ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ: ସ୍ଥାନ ପରିଦର୍ଶନ କଲେ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର,୧୯।୧(ବ୍ୟୁରେ): ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭି.କେ.ପାଣ୍ଡିଆନ, କ୍ରୀଡ଼ା ଓ ଯୁବ ସେବା ବିଭାଗର ସ୍ବତନ୍ତ୍ର ସଚିବ ଆର୍‌ ଭିନିଲ କ୍ରିଷ୍ଣା...

୭ ଦିନରେ ୩ କୋଟିର ସାମଗ୍ରୀ ଜବତ, ୮୩୨ ଗିରଫ

ଭୁବନେଶ୍ୱର,୭।୨(ବ୍ୟୁରୋ): ଶୃଙ୍ଖଳିତ ନିର୍ବାଚନ ପାଇଁ ରାଜ୍ୟ ଅବକାରୀ ବିଭାଗର ନିର୍ଦ୍ଦେଶକ୍ରମେ ଜିଲାସ୍ତରରେ ଚଢ଼ାଉ ଓ ଧରପଗଡ଼ ଅଭିଯାନକୁ ଜୋର୍‌ଦାର କରାଯାଇଛି। ଫଳରେ ୭ଦିନ ମଧ୍ୟରେ ୩କୋଟି...

Advertisement
Archives

Model This Week