Posted inଖେଳ

”ମତେ କେହି ହତ୍ୟା କରିଦେଲେ ଚିନ୍ତା ନାହିଁ”, କାହିଁକି ଅଲମ୍ପିକ୍ସରେ ପଦକ ଜିତିପାରୁନାହିଁ କହିଲେ ଛେତ୍ରୀ

ନୂଆଦିଲ୍ଲୀ,୧ା୮: ଫୁଟବଲ କିମ୍ବଦନ୍ତୀ ସୁନୀଲ ଛେତ୍ରୀ ଭାରତୀୟ କ୍ରୀଡ଼ା କ୍ଷେତ୍ରକୁ ଆଗକୁ ନେବା ଦିଗରେ ସର୍ବଦା ତାଙ୍କର ସକାରାତ୍ମକ ପ୍ରତିକ୍ରିୟା ଦେଇଥାନ୍ତି। ସମ୍ପ୍ରତି ପ୍ୟାରିସ ଅଲମ୍ପିକ୍ସ ଚାଲିଥିବା ବେଳେ ଅଲମ୍ପିକ୍ସରେ ଭାରତର ଦୁର୍ବଳ ପ୍ରଦର୍ଶନ ଉପରେ ନିଜର ମତ ପ୍ରକାଶ କରିଛନ୍ତି। ଗତ ଅଲମ୍ପିକ୍ସ ସଂସ୍କରଣ ଟୋକିଓରେ ଭାରତ ୭ ଟି ପଦକ ଜିତିଥିଲା, ଯାହା ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ତେବେ ୧.୫ ବିଲିଅନ୍ ଜନସଂଖ୍ୟା ସତ୍ତ୍ୱେ ଭାରତ ପଦକ ଅଭାବର କାରଣ ବର୍ଣ୍ଣନା କରିଛନ୍ତି ଛେତ୍ରୀ।

ଏକ ସାକ୍ଷାତକାରରେ ଛେତ୍ରୀ କହିଛନ୍ତି ଯେ ତୃଣମୂଳ ସ୍ତରରେ ପ୍ରତିଭା ଚିହ୍ନଟ ତଥା ସେମାନଙ୍କୁ ପ୍ରଶିକ୍ଷିତ କରିବାରେ ସଫଳତାର ଅଭାବ ହେତୁ ଭାରତ ବିଶ୍ୱ ସ୍ତରରେ ପଦକ ପାଇବାରେ ବିଫଳ ହୋଇଛି।

“୧.୫ ବିଲିୟନ ଜନସଂଖ୍ୟା ସତ୍ୱେ ଆମେ ଅଲିମ୍ପିକ୍ସରେ ପଦକ ଜିତି ନାହୁଁ, ଏହା ପ୍ରକୃତରେ ସତ୍ୟ ନୁହେଁ କାରଣ ଆମେ ୧.୫ ବିଲିୟନ ଲୋକଙ୍କ ପ୍ରତିଭା ଚିହ୍ନଟ କରିପାରୁ ନାହୁଁ। ଚୀନ୍, ଆମେରିକା, ଜର୍ମାନୀ, ଜାପାନ, ଅଷ୍ଟ୍ରେଲିଆ, କାନାଡା – – ଯେଉଁମାନେ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରୁଛନ୍ତି ସେମାନେ ଆମଠାରୁ ମାଇଲ୍ ଭଲ ବୋଲି ଛେତ୍ରୀ କହିଛନ୍ତି ଏବଂ ଏହି ଭିଡିଓ ଏବେ ଭାଇରାଲ ହେଉଛି।

ଗୋଟିଏ ଦେଶ ଯେଉଁଠି ୧.୫ ବିଲିୟନ ଜନସଂଖ୍ୟା ଅଛନ୍ତି ସେଠାରେ ଅଧିକ ପ୍ରତିଭା ବାହାର କରିବାରେ ସକ୍ଷମ ହେବା ଉଚିତ ଏବଂ ଛେତ୍ରୀ ଅନୁଭବ କରୁଛନ୍ତି ଯଦିଓ ଭାରତରେ ପ୍ରତିଭା ଅଛି, ସେମାନଙ୍କୁ ପରବର୍ତ୍ତୀ ସ୍ତରକୁ ନେବା ଉପରେ ଅଧିକ ଧ୍ୟାନ ଦିଆଯାଉ ନାହିଁ।

“ଯେତେବେଳେ ଲୋକମାନେ କହନ୍ତି, ‘ପ୍ରତିଭାର କୌଣସି ଅଭାବ ନାହିଁ, ଆମ ଦେଶରେ’, ଏହା ଶତପ୍ରତିଶତ ଠିକ୍ ଅଟେ। ଆଣ୍ଡାମାନର ଜଣେ ପାଞ୍ଚ ବର୍ଷର ପିଲା, ଯିଏ ଫୁଟବଲ୍ କିମ୍ବା ଜାଭେଲିନରେ ଭଲ ଥିଲେ, ତାଙ୍କ କେହି ଜାଣି ନ ଥିଲେ ଏବଂ କିଛି ଦିନ ପରେ ସେ ଉଭାନ ହୋଇଯାଇଥିଲେ, ଆଉ ଏବେ ସେ କଲ୍ ସେଣ୍ଟରେ କାମ କରୁଛନ୍ତି।

“ପ୍ରତିଭାକୁ ଚିହ୍ନିବା ଏବଂ ପ୍ରତିଭାକୁ ସଠିକ୍ ସମୟରେ ଏବଂ ସଠିକ୍ ପ୍ରଣାଳୀରେ ପ୍ରଶିକ୍ଷଣ କରିବାରେ ଆମେ ପଛରେ ଅଛୁ। ”ଏଥିପାଇଁ ଲୋକମାନେ ମୋତେ ମାରିଦେଲେ ମଧ୍ୟ ମୋର ଚିନ୍ତା ନାହିଁ” ଏହା ହେଉଛି ବାସ୍ତବତା।”


Enter your email to get our daily news in your inbox.

All Right Reserved By Dharitri.Com

ନୋଏଡାରେ ବଡ଼ ଦୁର୍ଘଟଣା: ଏସି ଫାଟିବାରୁ ଲାଗିଲା ନିଆଁ

ନୋଏଡା,୨୯।୬: ସୋମବାର ନୋଏଡାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସେକ୍ଟର ୧୧୯ ସ୍ଥିତ ଅରଣ୍ୟ ସୋସାଇଟିର ୨୨ତମ ମହଲାରେ ଥିବା ଏକ ଫ୍ଲାଟରେ ଏକ ଭୟଙ୍କର…

‘ମୁଁ ମୃତ୍ୟୁକୁ ଭୟ କରେ ନାହିଁ; ମୁଁ ଏହି ବର୍ଷ ଫେରିବି’ – ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବୟାନକୁ ନେଇ ବାଂଲାଦେଶ ରାଜନୀତିରେ ହଇଚଇ

ଢାକା,୨୯।୬: ୨୦୨୪ ମସିହାରେ କ୍ଷମତାରୁ ବହିଷ୍କୃତ ହେବା ପରଠାରୁ ଭାରତରେ ରହୁଥିବା ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଏହି…

ଜର୍ମାନୀ ଜଙ୍ଗଲରେ ଲାଗିଲା ନିଆଁ, ତାପମାତ୍ରା ସର୍ବକାଳୀନ ରେକର୍ଡ

ବର୍ଲିନ,୨୯ା୬(ଏପି): ସମଗ୍ର ୟୁରୋପ ମହାଦେଶ ବର୍ତ୍ତମାନ ଭୟଙ୍କର ଗ୍ରୀଷ୍ମ ପ୍ରବାହ ମଧ୍ୟରେ ସନ୍ତୁଳିତ ହେଉଛି। ପ୍ରବଳ ଗରମ ଯୋଗୁ ଗତ ବୁଧବାର, ଗୁରୁବାର, ଶୁକ୍ରବାର କେବଳ ଫ୍ରାନ୍ସରେ…

ଆଜି ୭ ଜିଲାରେ ଝଡ଼ବର୍ଷା, ସତର୍କତା ଜାରି କରି ପାଣିପାଗ ବିଶେଷଜ୍ଞ କହିଲେ ଜୁନ୍‌ ୩୦ ବେଳକୁ…

ଭୁବନେଶ୍ୱର,୨୯ା୬(ବନ୍ଦନା ସେଠୀ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାବେଳେ ବିଭିନ୍ନ ଜିଲାରେ କାଳବୈଶାଖୀ ବର୍ଷା ହେଉଛି। ତେବେ ଜୁନ୍‌ ୩୦ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି…

ଆମେରିକା-ଇରାନ ଆଲୋଚନା ପୁଣିଥରେ ଟ୍ରାକରେ; ଶୀଘ୍ର ଖୋଲିବ ହର୍ମୁଜ ପ୍ରଣାଳୀ; କାତାରରେ ଉଭୟ ରାଷ୍ଟ୍ର ଏଥିରେ ସହମତ

ତେହରାନ,୨୯।୬: ଆମେରିକା ଏବଂ ଇରାନ ଆଲୋଚନା ପଥରେ ଫେରିଛନ୍ତି। ଏକ ଶାନ୍ତି ଚୁକ୍ତିନାମା ପରେ, ଦୁଇ ରାଷ୍ଟ୍ର ପରସ୍ପର ଉପରେ ଆକ୍ରମଣ ଆରମ୍ଭ କରିଥିଲେ; ତଥାପି, କାତାରରେ…

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ

ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ…

ମାଛ ମାରିବାକୁ ଯାଇ ପାଣିରେ ବୁଡ଼ି ଜୀବନ ଗଲା

ବରଗଡ଼,୨୯ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ମାଛ ମାରିବାକୁ ଯାଇଥିବାବେଳେ ରବିବାର  ଜଣେ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ, ଭଟଲି ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri