Posted inଜାତୀୟ

ଭଣ୍ଡୁର ହେବାକୁ ଦିଆଯିବନି

ନୂଆଦିଲ୍ଲୀ, ୧୩।୧୨ :ଶୀତ କାକର ସହି ମରିବୁ ପଛେ ପଛଘୁଞ୍ଚା ଦେବୁନାହିଁ । ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ କେନ୍ଦ୍ରର ଉଦ୍ୟମକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି କୃଷକ ସଙ୍ଗଠନ । ଦେଶକୁ ଆହାର ଯୋଗାଉଥିବା କୃଷକ ନିଜ ହକ୍‌ ପାଇଁ ଲଢ଼େଇ କରୁଥିବାବେଳେ ଦିଲ୍ଲୀକୁ ଯେପରି ଅଧିକ ସଂଖ୍ୟକ ଚାଷୀ ଆସି ନ ପାରିବେ ସେଥିପାଇଁ ଜାତୀୟ ରାଜଧାନୀ ସଂଲଗ୍ନ ସୀମାରେ ବ୍ୟାପକ ପୋଲିସ ମୁତୟନ କରାଯାଇ ଆଗକୁ ବଢ଼ିବାକୁ ଦିଆଯାଉନାହିଁ । ସରକାର ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର ନ କଲେ ଆସନ୍ତା ସୋମବାର ଅନଶନରେ ବସିବେ ବୋଲି ଚାଷୀ ନେତାମାନେ ଚେତାବନୀ ଦେଇଛନ୍ତି।
କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଶନିବାର ୧୭ ଦିନରେ ପହଞ୍ଚତ୍ଛି। ଆଇନର କେତେକ ଧାରାରେ ସଂଶୋଧନ ପାଇଁ ସରକାର ପ୍ରସ୍ତାବ ଦେଇଥିଲା ବେଳେ ଚାଷୀ ଏହାର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଅଡ଼ି ବସିଛନ୍ତି। ସରକାରଙ୍କ ଉପରେ ଅଧିକ ଚାପ ପକାଇବା ପାଇଁ ୧୪ ତାରିଖରେ ସମସ୍ତ କୃଷକ ନେତା ସିଙ୍ଘୁ ସୀମାରେ ଅନଶନରେ ବସିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଯଦି ସରକାର ଆଲୋଚନା ଚାହୁଁଛନ୍ତି, ତେବେ ସେଥିପାଇଁ ଆମେ ପ୍ରସ୍ତୁତ ବୋଲି କୃଷକ ନେତା କହିଛନ୍ତି। ତେବେ ପ୍ରଥମେ ୩ ଆଇନ ପ୍ରତ୍ୟାହାର ନେଇ ଆଲୋଚନା ହେବା ଆବଶ୍ୟକ। ଆମେ ସଂଶୋଧନ ସପକ୍ଷରେ ନାହୁଁ ବୋଲି ସଂଯୁକ୍ତ କିଷାନ ଆନ୍ଦୋଳନର ନେତା କମଲ ପ୍ରୀତ୍‌ ସିଂ ପନ୍ନୁ କହିଛନ୍ତି। ସରକାର ଚାଷୀ ଆନ୍ଦୋଳନକୁ ବିଫଳ କରିବାକୁ ଚାହୁଁଛନ୍ତି। ତାହା ହେବାକୁ ଦିଆଯିବନାହିଁ ବୋଲି କୃଷକ ନେତା କହିଛନ୍ତି। ଶାନ୍ତିପୂର୍ଣ୍ଣ ଉପାୟରେ ଆନ୍ଦୋଳନ ଜାରି ରଖିବାକୁ ଚାଷୀମାନେ ପ୍ରତିଜ୍ଞା କରିଛନ୍ତି।
ପୂର୍ବାହ୍ନ ୧୧ଟାରୁ କୃଷକମାନେ ଟ୍ରାକ୍ଟର ଶୋଭାଯାତ୍ରା କରିବେ। ରାଜସ୍ଥାନର ଶାହଜାହାନପୁରରୁ ଏହା ଆରମ୍ଭ ହେବ ଏବଂ ଜୟପୁର-ଦିଲ୍ଲୀ ମୁଖ୍ୟ ରାସ୍ତାକୁ ଅବରୋଧ କରାଯିବ। ସେପ୍ଟେମ୍ବରରେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା ୩ ଆଇନ ଚାଷୀ ବିରୋଧୀ ଏବଂ ଏହା କୃଷକଙ୍କୁ ବୃହତ୍‌ କର୍ପୋରେଟଗୁଡ଼ିକର ଦୟାରେ ଛାଡ଼ିଦେବ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଅଚଳାବସ୍ଥାର ସମାଧାନ ପାଇଁ କୃଷକ ସଂଗଠନ ସହ ସରକାରଙ୍କ ଏକାଧିକ ପର୍ଯ୍ୟାୟ ଆଲୋଚନା ବିଫଳ ହେଲାଣି।
ଆନ୍ଦୋଳନକୁ ବ୍ୟାପକ କରିବାକୁ ଚାଷୀନେତାମାନେ ଧମକ ଦେଇଛନ୍ତି। ଆନ୍ଦୋଳନରେ ସାମିଲ ହୋଇଥିବା ୩୨ କୃଷକ ସଂଗଠନ ମଧ୍ୟରୁ ଶୁକ୍ରବାର ଗୋଟିଏ ସଂଘ କୃଷି ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଦିଲ୍ଲୀ-ଜୟପୁର ଜାତୀୟ ରାଜପଥ ଏବଂ ଯମୁନା ଏକ୍ସପ୍ରେସ୍‌ ଓ୍ବେ ଅବରୋଧ କରିବାକୁ କୃଷକମାନେ ନିଷ୍ପତ୍ତି ନେଇଥିବାରୁ ଦିଲ୍ଲୀ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଦିଆଯାଇଛି। ବିଭିନ୍ନ ସୀମାରେ କଂକ୍ରିଟ୍‌ ପ୍ରତିବନ୍ଧକ ରଖାଯିବା ସହ ଅଧିକ ସଂଖ୍ୟାରେ ସୁରକ୍ଷା ବଳ ନିୟୋଜିତ ହୋଇଛନ୍ତି। ଆନ୍ଦୋଳନସ୍ଥଳକୁ ଯେପରି ଅଧିକ କୃଷକ ନ ଆସନ୍ତି ସେଥିପାଇଁ ଗୁରୁଗ୍ରାମରେ ହଜାରେରୁ ଅଧିକ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବାବେଳେ ଫରିଦାବାଦରେ ୩,୫୦୦ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ଶନିବାର ଭାରତୀୟ କିଷାନ ୟୁନିୟନ ଜାତୀୟ ରାଜପଥ ୯୧ ନିକଟରେ ଥିବା ଏକ ଟୋଲ୍‌ ପ୍ଲାଜାକୁ ଦଖଲ କରିବା ପରେ ସ୍ଲୋଗାନ ଦେଇଥିଲା। ଟୋଲ୍‌ ପ୍ଲାଜା ଦଖଲ ପରେ ଗାଡ଼ିଗୁଡ଼ିକ ଦେୟ ନ ଦେଇ ଚାଲିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri