Posted inଜାତୀୟ

ଭଣ୍ଡୁର ହେବାକୁ ଦିଆଯିବନି

ନୂଆଦିଲ୍ଲୀ, ୧୩।୧୨ :ଶୀତ କାକର ସହି ମରିବୁ ପଛେ ପଛଘୁଞ୍ଚା ଦେବୁନାହିଁ । ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ କେନ୍ଦ୍ରର ଉଦ୍ୟମକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି କୃଷକ ସଙ୍ଗଠନ । ଦେଶକୁ ଆହାର ଯୋଗାଉଥିବା କୃଷକ ନିଜ ହକ୍‌ ପାଇଁ ଲଢ଼େଇ କରୁଥିବାବେଳେ ଦିଲ୍ଲୀକୁ ଯେପରି ଅଧିକ ସଂଖ୍ୟକ ଚାଷୀ ଆସି ନ ପାରିବେ ସେଥିପାଇଁ ଜାତୀୟ ରାଜଧାନୀ ସଂଲଗ୍ନ ସୀମାରେ ବ୍ୟାପକ ପୋଲିସ ମୁତୟନ କରାଯାଇ ଆଗକୁ ବଢ଼ିବାକୁ ଦିଆଯାଉନାହିଁ । ସରକାର ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର ନ କଲେ ଆସନ୍ତା ସୋମବାର ଅନଶନରେ ବସିବେ ବୋଲି ଚାଷୀ ନେତାମାନେ ଚେତାବନୀ ଦେଇଛନ୍ତି।
କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଶନିବାର ୧୭ ଦିନରେ ପହଞ୍ଚତ୍ଛି। ଆଇନର କେତେକ ଧାରାରେ ସଂଶୋଧନ ପାଇଁ ସରକାର ପ୍ରସ୍ତାବ ଦେଇଥିଲା ବେଳେ ଚାଷୀ ଏହାର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଅଡ଼ି ବସିଛନ୍ତି। ସରକାରଙ୍କ ଉପରେ ଅଧିକ ଚାପ ପକାଇବା ପାଇଁ ୧୪ ତାରିଖରେ ସମସ୍ତ କୃଷକ ନେତା ସିଙ୍ଘୁ ସୀମାରେ ଅନଶନରେ ବସିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଯଦି ସରକାର ଆଲୋଚନା ଚାହୁଁଛନ୍ତି, ତେବେ ସେଥିପାଇଁ ଆମେ ପ୍ରସ୍ତୁତ ବୋଲି କୃଷକ ନେତା କହିଛନ୍ତି। ତେବେ ପ୍ରଥମେ ୩ ଆଇନ ପ୍ରତ୍ୟାହାର ନେଇ ଆଲୋଚନା ହେବା ଆବଶ୍ୟକ। ଆମେ ସଂଶୋଧନ ସପକ୍ଷରେ ନାହୁଁ ବୋଲି ସଂଯୁକ୍ତ କିଷାନ ଆନ୍ଦୋଳନର ନେତା କମଲ ପ୍ରୀତ୍‌ ସିଂ ପନ୍ନୁ କହିଛନ୍ତି। ସରକାର ଚାଷୀ ଆନ୍ଦୋଳନକୁ ବିଫଳ କରିବାକୁ ଚାହୁଁଛନ୍ତି। ତାହା ହେବାକୁ ଦିଆଯିବନାହିଁ ବୋଲି କୃଷକ ନେତା କହିଛନ୍ତି। ଶାନ୍ତିପୂର୍ଣ୍ଣ ଉପାୟରେ ଆନ୍ଦୋଳନ ଜାରି ରଖିବାକୁ ଚାଷୀମାନେ ପ୍ରତିଜ୍ଞା କରିଛନ୍ତି।
ପୂର୍ବାହ୍ନ ୧୧ଟାରୁ କୃଷକମାନେ ଟ୍ରାକ୍ଟର ଶୋଭାଯାତ୍ରା କରିବେ। ରାଜସ୍ଥାନର ଶାହଜାହାନପୁରରୁ ଏହା ଆରମ୍ଭ ହେବ ଏବଂ ଜୟପୁର-ଦିଲ୍ଲୀ ମୁଖ୍ୟ ରାସ୍ତାକୁ ଅବରୋଧ କରାଯିବ। ସେପ୍ଟେମ୍ବରରେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା ୩ ଆଇନ ଚାଷୀ ବିରୋଧୀ ଏବଂ ଏହା କୃଷକଙ୍କୁ ବୃହତ୍‌ କର୍ପୋରେଟଗୁଡ଼ିକର ଦୟାରେ ଛାଡ଼ିଦେବ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଅଚଳାବସ୍ଥାର ସମାଧାନ ପାଇଁ କୃଷକ ସଂଗଠନ ସହ ସରକାରଙ୍କ ଏକାଧିକ ପର୍ଯ୍ୟାୟ ଆଲୋଚନା ବିଫଳ ହେଲାଣି।
ଆନ୍ଦୋଳନକୁ ବ୍ୟାପକ କରିବାକୁ ଚାଷୀନେତାମାନେ ଧମକ ଦେଇଛନ୍ତି। ଆନ୍ଦୋଳନରେ ସାମିଲ ହୋଇଥିବା ୩୨ କୃଷକ ସଂଗଠନ ମଧ୍ୟରୁ ଶୁକ୍ରବାର ଗୋଟିଏ ସଂଘ କୃଷି ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଦିଲ୍ଲୀ-ଜୟପୁର ଜାତୀୟ ରାଜପଥ ଏବଂ ଯମୁନା ଏକ୍ସପ୍ରେସ୍‌ ଓ୍ବେ ଅବରୋଧ କରିବାକୁ କୃଷକମାନେ ନିଷ୍ପତ୍ତି ନେଇଥିବାରୁ ଦିଲ୍ଲୀ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଦିଆଯାଇଛି। ବିଭିନ୍ନ ସୀମାରେ କଂକ୍ରିଟ୍‌ ପ୍ରତିବନ୍ଧକ ରଖାଯିବା ସହ ଅଧିକ ସଂଖ୍ୟାରେ ସୁରକ୍ଷା ବଳ ନିୟୋଜିତ ହୋଇଛନ୍ତି। ଆନ୍ଦୋଳନସ୍ଥଳକୁ ଯେପରି ଅଧିକ କୃଷକ ନ ଆସନ୍ତି ସେଥିପାଇଁ ଗୁରୁଗ୍ରାମରେ ହଜାରେରୁ ଅଧିକ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବାବେଳେ ଫରିଦାବାଦରେ ୩,୫୦୦ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ଶନିବାର ଭାରତୀୟ କିଷାନ ୟୁନିୟନ ଜାତୀୟ ରାଜପଥ ୯୧ ନିକଟରେ ଥିବା ଏକ ଟୋଲ୍‌ ପ୍ଲାଜାକୁ ଦଖଲ କରିବା ପରେ ସ୍ଲୋଗାନ ଦେଇଥିଲା। ଟୋଲ୍‌ ପ୍ଲାଜା ଦଖଲ ପରେ ଗାଡ଼ିଗୁଡ଼ିକ ଦେୟ ନ ଦେଇ ଚାଲିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?