ହିସାରରେ ମିଳିବ ଗଧ କ୍ଷୀର: ୧ ଲିଟରର ଦାମ ୭ ହଜାର ଟଙ୍କା!

ହିସାର,୨୩।୮: ଆମେ ସମସ୍ତେ ଗାଈ, ମଇଁଷି ଅବା ଛେଳି କ୍ଷୀରର ବ୍ୟବହାର ବିଷୟରେ ଜାଣିଛେ। ହେଲେ ଗଧ କ୍ଷୀର କଥା ଶୁଣିଲେ ସାମାନ୍ୟ ଭ୍ରୁକୁଞ୍ଚନ ସୃଷ୍ଟି ହୁଏ। କାରଣ ଏହାର ବ୍ୟବହାର ଅଧିକାଂଶଙ୍କୁ ଜଣା ନାହିଁ କହିଲେ ଚଳେ। ଗଧ ଶବ୍ଦର ବ୍ୟବହାର ଆମେ କେବଳ କାହାକୁ ଚିଡାଇବାକୁ କରିଥାଉ। ହେଲେ ଗଧର ଉପଯୋଗୀତା ବି ମଣିଷ ଜୀବନରେ ରହିଛି। ଦେଶର ବିଭିନ୍ନ ସ୍ଥାନରେ ଗାଈ, ମଇଁଷିଙ୍କର ଡାଏରୀ ଫାର୍ମ ଖୋଲିଥିବା କଥା ଶୁଣିବାକୁ ମିଳିଛି। ଯେଉଁଠାରେ ଗାଈ, ମଇଁଷି କ୍ଷୀର ମିଳିଥାଏ। ହେଲେ ଏବେ ହରିୟାଣାର ହିସାରରେ ଗଧ କ୍ଷୀରର ଏକ ଡାଏରୀ ଫାର୍ମ ଖୋଲିବାକୁ ଯାଉଛି ବୋଲି ଶୁଣିବାକୁ ମିଳିଛି। ଦେଶରେ ପ୍ରଥମ କରି ଏହି ଡାଏରୀ ଖୋଲିବାକୁ ଯାଉଛି। ଆଉ ଏଠାରେ ଗୋଟିଏ ଲିଟର ଗଧି କ୍ଷୀରର ଦାମ୍‌ ରହିଛି ୭ ହଜାର ଟଙ୍କା। ଏହି କ୍ଷୀର ମଣିଷ ପାଇଁ କେବଳ ଲାଭଦାୟକ ନୁହେଁ ବରଂ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଠିକ୍‌ କରିବାରେ ଯଥେଷ୍ଟ ସାହାଯ୍ୟ କରିଥାଏ। ଏଥିରେ ଅନେକ ବିୟୁଟି ପ୍ରଡକ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ରାଷ୍ଟ୍ରୀୟ ଅଶ୍ୱ ଅନୁସନ୍ଧାନ କେନ୍ଦ୍ର(ଏନ୍‌ଆର୍‌ସିଇ) ହିସାରରେ ଗଧି କ୍ଷୀରର ଏକ ଡାଏରୀ ଖୋଲିବାକୁ ଯୋଜନା କରାଯାଇଛି। ଏଥିରେ ହିଲାରି କିସମ ଗଧିର କ୍ଷୀର ମିଳିବ। ଏଥିପାଇଁ ପୂର୍ବରୁ ଏନ୍‌ଆର୍‌ସିଇ ୧୦ଟି ହିଲାରି କିସମ ଗଧିଙ୍କୁ ଆଣି ରଖିଛି। ଏବେ ଏହାର ବ୍ରିଡିଂ କରାଯାଉଛି। ଏହି ପ୍ରଜାତିର ଗଧି କେବଳ ଗୁଜରାଟରେ ମିଳିଥାଆନ୍ତି। ଏମାନଙ୍କ କ୍ଷୀର କ୍ୟାନସର, ମେଦବହୁଳତା, ଏଲର୍ଜି ଆଦି ସହ ଲଢିବାର କ୍ଷମତା ରଖିଛି। ବେଳେବେଳେ କେତେଜଣ ଶିଶୁଙ୍କ ପାଖରେ ଗାଈ ଅବା ମଇଁଷି କ୍ଷୀର ଆଲର୍ଜି ସୃଷ୍ଟି କରିଥାଏ। ହେଲେ ଏହି ପ୍ରଜାତିର ଗଧି କ୍ଷୀର କୌଣସି ଆଲର୍ଜି କରି ନ ଥାଏ ବୋଲି ବିଶେଷଜ୍ଞମାନେ କୁହନ୍ତି। ଏହା ଶରୀରରେ ଥିବା ଜଟିଳ ରୋଗସହ ଲଢିବାର କ୍ଷମତା ରଖିଥାଏ। ଏଥିପାଇଁ ଏନ୍‌ଆର୍‌ସିଇ ହିସାରର କେନ୍ଦ୍ରୀୟ ମଇଁଷି ଅନୁସନ୍ଧାନ କେନ୍ଦ୍ର ଓ କରନାଲର ନ୍ୟାଶନାଲ ଡାଏରୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବୈଜ୍ଞାନିକଙ୍କ ସହଯୋଗ ଲୋଡିଛି। ତେବେ ହିସାରର ଏହି ଗଧ କ୍ଷୀରର ଡାଏରୀ ଖୋଲିଲେ ଲୋକଙ୍କ ପାଇଁ ଏହା ଲାଭଦାୟକ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

ପ୍ରେମ, ପ୍ରତାରଣା ମାମଲା: ଆସିଷ୍ଟାଣ୍ଟ ଲେବର ଅଫିସର ଗିରଫ

ଭୁବନେଶ୍ୱର,୧୮।୨(ତ୍ରିନାଥ ମହାନ୍ତି):ପ୍ରେମ ଓ ପ୍ରତାରଣା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ବଲାଙ୍ଗୀରରେ କାର୍ଯ୍ୟରତ ଜଣେ ଆସିଷ୍ଟାଣ୍ଟ ଲେବର ଅଫିସରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ର…

ଠାକୁରାଣୀ ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି: ବିଧାୟକ,ଉପଜିଲାପାଳଙ୍କ ନୂଆ ହେବ ଅନୁଭୂତି

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହେବ। ଏନେଇ ସମସ୍ତ ବିଭାଗ…

ରେଙ୍ଗାଲି ଜଳଭଣ୍ଡାରରେ ହାତୀ ଛୁଆର ମୃତ୍ୟୁ

ଦେବଗଡ, ୧୮।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ରେଞ୍ଜର ଠିଆନାଲ ସେକ୍ସନ ଅନ୍ତର୍ଗତ ରେଙ୍ଗାଲି ଜଳଭଣ୍ଡାର (କୁଲସରା ଗ୍ରାମ ନିକଟରେ) ନିକଟରେ ବୁଧବାର ଏକ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri