ନିର୍ବାଚନ ଫଳାଫଳ ପରେ ପ୍ରଥମଥର ସାମ୍ନାକୁ ଆସିଲେ ଟ୍ରମ୍ପ

ୱାଶିଂଟନ,୧୪ ।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବା ପରେ ପ୍ରଥମଥର ପାଇଁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ର୍‌ମ୍ପ ସାମ୍ନାକୁ ଆସିଛନ୍ତି । ଏକ ଉଦ୍‌ବୋଧନରେ ଟ୍ରମ୍ପ କହିଛନ୍ତି ଆସନ୍ତା ବର୍ଷ ଏପ୍ରିଲ ସୁଦ୍ଧା ଆମେରିକାକୁ କରୋନା ଟିକା ମିଳିଯିବ । ଔଷଧ କମ୍ପାନୀ ଫାଇଜରର ଭ୍ୟାକ୍ସିନକୁ ନେଇ ଅପ୍‌ଡେଟ ଦେବା ସମୟରେ ସେ ଏହା କହିଛନ୍ତି । ପ୍ରଥମେ ଏହି କରୋନା ଟିକା ଫ୍ରଣ୍ଟ ଲାଇନ ୱାରିୟର୍ସ, ବରିଷ୍ଠ ନାଗରିକ ଓ ଅଧିକ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଦିଆଯିବ । ତେବେ ଏହା ସମସ୍ତଙ୍କୁ ମାଗଣାରେ ଯୋଗାଇ ଦି÷ଆଯିବ ବୋଲି ମଧ୍ୟ ଟ୍ରମ୍ପ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ସନ୍ତୁଷ୍ଟ ନ ଥିବା ଟ୍ରମ୍ପ ପ୍ରଥମଥର ଲାଗି ଉଦ୍‌ବୋଧନ ଦେଇଛନ୍ତି । କରୋନା ମୁକାବିଲାରେ ବିଫଳ ବୋଲି କୁହାଯାଉଥିବା ଟ୍ରମ୍ପ କିନ୍ତୁ ପ୍ରଥମେ କରୋନା ସମ୍ପର୍କରେ ଦେଇଥିବା ଏହି ଉଦ୍‌ବୋଧନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ମହିଳାଙ୍କ କରୁଣ ଚିତ୍କାର ଆପଣଙ୍କ କାନକୁ ଶୁଭୁ ନ ଥିଲା କି: ନେତାନ୍ୟାହୁଙ୍କ ପ୍ରଶ୍ନ…

ଜେରୁଜେଲମ,୬।୧୨ : ଅସ୍ତ୍ରବିରତି ପରେ ଇସ୍ରାଏଲ ଦକ୍ଷିଣ ଗାଜାରେ ହମାସ ବିରୁଦ୍ଧରେ ଆକ୍ରମଣକୁ ତୀବ୍ର କରିଛି। ମଙ୍ଗଳବାର ପଖାନ ୟୁନିସ ସହରର ପୂର୍ବ ଅଞ୍ଚଳରେ ଇସ୍ରାଏଲର...

ଭାରତର ମୁଣ୍ଡ ପିଛା ଅଙ୍ଗାରକାମ୍ଳ ଉତ୍ସର୍ଜନ ବୈଶ୍ୱିକ ହାରାହାରିର ଅଧାରୁ କମ୍‌

ଦୁବାଇ,୬ା୧୨(ପି.ଟି.):ଭାରତର ମୁଣ୍ଡପିଛା ଅଙ୍ଗାରକାମ୍ଳ ଉତ୍ସର୍ଜନ ୨୦୨୨ରେ ୫ ପ୍ରତିଶତ ବୃଦ୍ଧି ପାଇ ୨ ଟନ୍‌ରେ ପହଞ୍ଚତ୍ଥିଲେ ମଧ୍ୟ ଏହା ବୈଶ୍ୱିକ ହାରାହାରିର ୫୦ ପ୍ରତିଶତରୁ କମ୍‌...

୨୦୧୧-୨୦ରେ ଭାରତ ଅଧିକ ଉତ୍ତପ୍ତ, ଆର୍ଦ୍ର

ଦୁବାଇ,୬ା୧୨(ପି.ଟି.):ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ୨୦୧୧ରୁ ୨୦୨୦ ଦଶନ୍ଧିରେ ଭାରତ ଅଧିକ ଉତ୍ତପ୍ତ ଓ ଆର୍ଦ୍ର ରହିଥିଲା ବୋଲି ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ)ର ନୂଆ...

ଆଦାନୀ ଗ୍ରୁପ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ଆମେରିକା ସରକାରଙ୍କ ବଡ ମନ୍ତବ୍ୟ, ରିପୋର୍ଟର ପ୍ରାସଙ୍ଗିତା ନାହିଁ

ନୂଆଦିଲ୍ଲୀ,୫।୧୨: ଗୌତମ ଆଦାନୀଙ୍କ ବିରୋଧରେ ହିଣ୍ଡେନବର୍ଗ ରିର୍ପୋଟରେ ଲଗାଯାଇଥିବା ଅଭିଯୋଗ ପ୍ରାସଙ୍ଗିକ ନୁହେଁ। ଏଭଳି ମନ୍ତବ୍ୟ ଦେଇଛନ୍ତି ଆମେରିକା ସରକାର। ଏପରି କହିବା ସହ ଆମେରିକା...

ଭେଣ୍ଟିଲେଟରରେ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ସାଜିଦ ମିର, ପାକିସ୍ତାନରେ ଦିଆଯାଇଛି ବିଷ!

ନୂଆଦିଲ୍ଲୀ,୫।୧୨: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ସାଜିଦ ମିର ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ଲଶ୍କର-ଏ-ତୋଏବାର ଏହି ଆତଙ୍କବାଦୀଙ୍କୁ ପାକିସ୍ତାନରେ ବିଷ ଦିଆଯାଇଛି। ସେ ସେଠାର ଏକ...

ବିଶ୍ୱର ଟପ୍‌ ୧୦୦ ଅସ୍ତ୍ରଶସ୍ତ୍ର ନିର୍ମାତା କମ୍ପାନୀ ତାଲିକାରେ ୩ଭାରତୀୟ କମ୍ପାନୀ

ନୂଆଦିଲ୍ଲୀ,୫।୧୨: ମେକ ଇନ ଇଣ୍ଡିଆ ଓ ଆତ୍ମ ନିର୍ଭର ହୋଇ ଭାରତ ବିଶ୍ୱରେ ନିଜର ଗୋଟିକ ପରେ ଗୋଟିଏ ଛାପ ଛାଡିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ...

ଜିତିଯିବେ ପୁଟିନ

ଓ୍ବାଶିଂଟନ,୫।୧୨: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ହ୍ବାଇଟ ହାଉସ ଆମେରିକା କଂଗ୍ରେସକୁ ଚେତାବନୀ ଦେଇଛି। ହ୍ବାଇଟ ହାଉସ କହିଛି ଯଦି ୟୁକ୍ରେନକୁ ସହାୟତା ବନ୍ଦ ହୋଇଯାଏ ତେବେ...

ଉତ୍ତର କୋରିଆରେ କମୁଛି ଶିଶୁ ଜନ୍ମ ହାର, କିମ କହିଲେ ଅଧିକ ସନ୍ତାନ ପ୍ରସବ କରନ୍ତୁ ମହିଳା

ସିଓଲ,୫।୧୨: ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଦେଶର ଶକ୍ତି ବୃଦ୍ଧି ପାଇଁ ମହିଳାମାନଙ୍କୁ ଅଧିକ ସନ୍ତାନ ପ୍ରସବ କରିବାକୁ କହିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri