ଏବେ ହୋଇପାରିବେନି ରାଷ୍ଟ୍ରପତି, ୭୫ ଦିନ କରିବାକୁ ପଡିବ ଅପେକ୍ଷା, ଜାଣନ୍ତୁ କାହିଁକି

ଓ୍ବାଶିଂଟନ୍‌,୭।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟ ଫଳ ସ୍ପଷ୍ଟ ହୋଇଛି । ତଥାପି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ସମାରୋହ ୨୦୨୫ ଜାନୁଆରୀ ୨୦ରେ ଅନୁଷ୍ଠିତ ହେବ । ଅର୍ଥାତ ଭୋଟ ଫଳ ଆସିବାର ୭୫ ଦିନ ପରେ ହିଁ ଟ୍ରମ୍ପ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହୋଇପାରିବେ । ତେବେ କାହିଁକି ତାଙ୍କୁ ୭୫ ଦିନର ରାଜ ମୁକୁଟ ପିନ୍ଧିବାକୁ ୭୫ ଦିନ ସମୟ ଲାଗିବ ଜାଣନ୍ତୁ…

ଶପଥ ପାଇଁ ଦୀର୍ଘ ଦିନ ଲାଗିବା ପଛରେ କାରଣ ରହିଛି । ଆମେରିକାକୁ ୧୭୭୬ରେ ସ୍ବାଧୀନତା ପ୍ରାପ୍ତ ହୋଇଥିଲା । ସେ ସମୟରେ ଅଧିକାଂଶ ଲୋକ ଦୂରଦୂରାନ୍ତ ଅଞ୍ଚଳରେ ବାସ କରୁଥିଲେ । ନିର୍ବାଚନ ପରେ ଭୋଟ ଗଣତି, ଇଲେକ୍ଟରଙ୍କ ବୈଠକ, କଂଗ୍ରେସ ପର୍ଯ୍ୟନ୍ତ ଭୋଟ ପହଞ୍ଚାଇବାରେ ଅଧିକ ସମୟ ଲାଗୁଥିଲା । ତେଣୁ ଭୋଟିଂରୁ ଶପଥ ଗ୍ରହଣ ମଧ୍ୟରେ ଦୀର୍ଘ ଦିନର ବ୍ୟବଧାନ ରଖାଯାଇଥିଲା ।

ପ୍ରାରମ୍ଭିକ ସମୟରେ ଏହି ବ୍ୟବଧାନ ଆହୁରି ଅଧିକ ଥିଲା । ୧୭୮୯ରେ ପ୍ରଥମ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଏପ୍ରିଲ ୩୦ରୁ ହୋଇଥିଲା । ଦ୍ୱିତୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୧୭୯୩ ମାର୍ଚ୍ଚ ୪ରୁ ଆରମ୍ଭ ହୋଇଥିଲା ଏବଂ ଏହା ପରମ୍ପରା ହୋଇଯାଇଥିଲା । ନଭେମ୍ବରରେ ନିର୍ବାଚନ ହେବା ପରେ ମାର୍ଚ୍ଚ ପର୍ଯ୍ୟନ୍ତ ବହୁତ ସମୟ ନଷ୍ଟ ହେଉଥିଲା ।କ୍ୟାବିନେଟ ଗଠନ ଲାଗି ଏତେ ସମୟର ଆବଶ୍ୟକତା ନ ଥିଲା । ତେଣୁ ୧୯୩୩ରେ ରାଷ୍ଟ୍ରପତି ଫ୍ରାଙ୍କଲିନ ଡି ରୁଜଭେଲ୍ଟଙ୍କ ଶପଥ ଗ୍ରହଣ ପୂର୍ବରୁ ବିଂଶତମ ସମ୍ବିଧାନ ସଂଶୋଧନ ଜରିଆରେ ଜାନୁଆରୀ ୨୦କୁ ନୂଆ କାର୍ଯ୍ୟକାଳର ଆରମ୍ଭ ତାରିଖ ଧାର୍ଯ୍ୟ ହୋଇଥିଲା । ୨୦୧୩ରେ ବାରାକ ଓବାମା ନିଜ କାର୍ଯ୍ୟକାଳ ଜାନୁଆରୀ ୨୧ ସୋମବାରରୁ ଆରମ୍ଭ କରିଥିଲେ । ତାଙ୍କ ପୂର୍ବରୁ ରାଷ୍ଟ୍ରପତି ଡୱାଇଟ ଡି ଆଇଜନହାୱର ଏବଂ ରୋନାଲ୍ଡ ରିଗନ ମଧ୍ୟ ଜାନୁଆରୀ ୨୧ରୁ କାର୍ଯ୍ୟଭାର ସମ୍ଭାଳିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରୁ ସେବା ସଂକଳ୍ପ ଅଭିଯାନ: ୧୩ଟି କାର୍ଯ୍ୟକ୍ରମକୁ ନେଇଁ ଲୋକଙ୍କୁ ପାଖକୁ ଯିବ ଭାଜପା

ଭବାନୀପାଟଣା,୧୧।୯(ଉତ୍ତମ କୁମାର ଦାଶ): ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ମାସେ ବ୍ୟାପି ସେବା ସଂକଳ୍ପ ଅଭିଯାନ କରିବ ଭାଜପା । ଏଥିରେ ପ୍ରତ୍ୟେକ ମଣ୍ଡଳ, ବୁଥ ଏବଂ ଜିଲାରେ ସେବା…

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ, ଅକ୍ଟୋବରରୁ ୩ରାଶିଙ୍କ ଧନଲାଭ ଯୋଗ; ଚାକିରିରେ ବଡ଼ ପ୍ରମୋଶନ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ, ଶନିଙ୍କୁ ସବୁଠାରୁ ଶକ୍ତିଶାଳୀ, ନିଷ୍ଠୁର ଗ୍ରହ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ । ଶନିଙ୍କ ସ୍ଥିତିର ପ୍ରଭାବ ୧୨ଟି ରାଶି ସହିତ…

ଦିବ୍ୟାଙ୍ଗଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ପଦକ୍ଷେପ: ଏକାଧିକଙ୍କୁ ମିଳିଲା ସହାୟତା ରାଶି

ଦାରିଙ୍ଗବାଡ଼ି, ୧୧।୯ (ଅରୁଣ ସାହୁ): ଦିବ୍ୟାଙ୍ଗଙ୍କ ବିକାଶ ସହ ସେମାନଙ୍କୁ ସ୍ୱରୋଜଗାରକ୍ଷମ କରାଇ ସ୍ୱାବଲମ୍ବୀ କରିବା ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ପ୍ରୟାସ ଆରମ୍ଭ ହୋଇଛି। ପୂର୍ବରୁ…

ଘରେ ଝିଅ ଜନ୍ମ ହେଲେ ଆପଣଙ୍କୁ ମିଳିବ ୨୭ ଲକ୍ଷ ଟଙ୍କା! କରିବାକୁ ହେବ କେବଳ ଏହି କାମ…

ନୂଆଦିଲ୍ଲୀ,୧୧।୯: ଯଦି ଆପଣଙ୍କ ଘରେ ଝିଅ ଜନ୍ମ ହୋଇଛି, ତେବେ ଏବେ ଆପଣ ୨୭ ଲକ୍ଷ ଟଙ୍କା ପାଇପାରିବେ। କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା ଅଛି,…

ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ଆକ୍ରମଣ: ଥାନାରେ ପଶି ଛଡାଇ ନେବାକୁ ପୋଲିସ ସହ ଧସ୍ତାଧସ୍ତି, ୫ ମହିଳାଙ୍କ ସମେତ…

ପୁରୁଷୋତ୍ତମପୁର,୧୧ା୯ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଶୁକ୍ରବାର ଗୁଣିଗାରେଡିକୁ ନେଇ ତୁମୁଳକାଣ୍ଡ ଘଟିଛି। ଗୁଣିଗାରେଡି ସନ୍ଦେହରେ କେଶବ ଗୌଡ(୬୫)ଙ୍କୁ ଆକ୍ରମଣ କରାଯାଇଛି। ତାଙ୍କୁ ଥାନାରେ…

ତାଜ୍‌ରେ ଜିନପିଙ୍ଗ, ITC ର୍ମୌଯ୍ୟରେ ପୁଟିନ: ଗୋଟିଏ ରାତିର ଭଡ଼ା ଜାଣିଲେ ତାଜୁବ ହେବେ…

ନୂଆଦିଲ୍‌ଲୀ,୧୧।୯: ଦିଲ୍ଲୀରେ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ହେବାକୁ ଥିବା ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ରାଜଧାନୀର ଅନେକ ଅଞ୍ଚଳ ଛାଉଣୀରେ ପରିଣତ ହୋଇଛି। ହୋଟେଲ…

ଭଞ୍ଜନଗର ପଞ୍ଚାୟତ ସମିତିର ସାଧାରଣ ବୈଠକ: ଯୋଗଦେଲେ ବିଧାୟକ, କହିଲେ ସମନ୍ୱୟ ରକ୍ଷା କରି…

ଭଞ୍ଜନଗର, ୧୧।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଶୁକ୍ରବାର ପଞ୍ଚାୟତ ସମିତି ଅଧ୍ୟକ୍ଷ ନରିସଭା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?