ଗୃହଶତ୍ରୁ

ଇରାନର ଦକ୍ଷିଣ ପାଶର୍‌ବ ଏବଂ ଆଫଗାନିସ୍ତାନର ଉତ୍ତର ପଶ୍ଚିମ ଭାଗରେ ଅବସ୍ଥିତ ପାକିସ୍ତାନର ସବୁଠୁ ବଡ଼ ପ୍ରଦେଶ ହେଉଛି ବେଲୁଚିସ୍ତାନ। ପାକିସ୍ତାନର ୪୪ ପ୍ରତିଶତ ଅଞ୍ଚଳ ପରିମିତ ବେଲୁଚିସ୍ତାନ ସୁନ୍ନି ମୁସଲମାନ ଓ ଆଦିବାସୀବହୁଳ। ବେଲୁଚିସ୍ତାନକୁ ଏକ ସ୍ବତନ୍ତ୍ର ଦେଶ କରିବାକୁ ୧୯୪୭ ମସିହାରୁ ବେଲୁଚିବାସୀ ସଂଗ୍ରାମ କରୁଛନ୍ତି। ପାକିସ୍ତାନ ଏହି ଆନ୍ଦୋଳନକୁ ଭଣ୍ଡୁର କରିଚାଲିଛି। ଏହା ସହ ବେଲୁଚିସ୍ତାନରେ ପାକିସ୍ତାନ ସେନା ଓ ପୋଲିସର ଶୋଷଣ, ଦମନଲୀଳା, ମାନବାଧିକାର ଉଲ୍ଲଂଘନ ଜାରି ରହିଛି। ତେଣୁ ପାକିସ୍ତାନ ଭିତରେ ଥାଇ ମଧ୍ୟ ବେଲୁଚିବାସୀଙ୍କ ମନୋଭାବ ପାକିସ୍ତାନ ପ୍ରତି କଠୋର ରହିଆସିଛି। ପାକିସ୍ତାନ ଉପରେ ପ୍ରତିଶୋଧ ପାଇଁ ଏମାନେ ପାକିସ୍ତାନ ନେତା, ଆର୍ମି, ପୋଲିସ ଓ ଅଧିକାରୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରୁଛନ୍ତି। ଭାରତ ବିରୋଧରେ ପାକିସ୍ତାନର ପ୍ରାୟୋଜିତ ଆତଙ୍କବାଦକୁ ବିରୋଧ କରି ବେଲୁଚିବାସୀ ଭାରତକୁ ସମର୍ଥନ ଜଣାଇଛନ୍ତି। ପାକିସ୍ତାନ ତୁରନ୍ତ ପାକ୍‌ ଅଧିକୃତ କଶ୍ମୀର ଖାଲି କରୁ ଏନେଇ ଏମାନେ ଭାରତ ସହ ସ୍ବର ମିଳାଇଛନ୍ତି। ସ୍ବତନ୍ତ୍ର ବେଲୁଚିସ୍ତାନ ଗଠନ ପାଇଁ ଦୀର୍ଘ ବର୍ଷର ସଂଘର୍ଷ ସହ ଚଳିତ ବର୍ଷ ମେ ୯ରେ ବେଲୁଚିସ୍ତାନ ମୁକ୍ତିସେନା ବେଲୁଚିସ୍ତାନକୁ ସ୍ବାଧୀନ ରାଷ୍ଟ୍ର ଭାବେ ଘୋଷଣା କରିଛି। ଯଦିଓ ଏହାକୁ ଅନ୍ତର୍ଜାତୀୟ ସ୍ବୀକୃତି ମିଳିନି କିନ୍ତୁ ଆଗକୁ ସେମାନଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ସହ ଭାରତ ସମେତ ଜାତିସଂଘ ଓ ପାକିସ୍ତାନ ବିରୋଧୀ ରାଷ୍ଟ୍ରକୁ ସମର୍ଥନ ମାଗିଛନ୍ତି। ନୂଆଦିଲ୍ଲୀରେ ବେଲୁଚିସ୍ତାନର ଦୂତାବାସ ଖୋଲିବା ପାଇଁ ଅନୁରୋଧ କରିଛି ବେଲୁଚି ଲିବରେଶନ ଆର୍ମି (ବିଏଲ୍‌ଏ)।
ପାକିସ୍ତାନ ୧୯୪୭ରୁ ବେଲୁଚିସ୍ତାନବାସୀଙ୍କ ସହ ଶଠତା କରିଛି। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ଓ ବାଂଲାଦେଶ ଗଠନ ପରେ ଏମାନେ ମଧ୍ୟ ସେହି ମିଶନକୁ ଜୋରଦାର କରିଛନ୍ତି। ଏବେ ପାକିସ୍ତାନ ପାଇଁ ଭଷ୍ମାସୁର ପାଲଟିଛନ୍ତି ବେଲୁଚିସ୍ତାନ ନିବାସୀ। ବେଲୁଚିସ୍ତାନ ପ୍ରାକୃତିକ ସମ୍ପଦ ଓ ଖଣିଜ ସମ୍ପଦରେ ଭରପୂର। ପାକିସ୍ତାନର ଅର୍ଥନୀତି ପାଇଁ ବେଲୁଚିସ୍ତାନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ପାକିସ୍ତାନ ଜାଣିଶୁଣି ଏହି ପ୍ରଦେଶକୁ ଅବହେଳିତ କରିରଖିଛି। ପାକିସ୍ତାନର ଅନ୍ୟ ୩ ପ୍ରଦେଶ ପଞ୍ଜାବ, ସିନ୍ଧ, ଖାଇବର ପଖତୁନଖ୍ବା ପାକିସ୍ତାନ ଜାତୀୟ ରାଜନୀତିରେ ଗୁରୁତ୍ୱ ବହନ କରୁଥିବା ବେଳେ ବେଲୁଚିସ୍ତାନର ପ୍ରତିନିଧିତ୍ୱ ନଗଣ୍ୟ ରହିଛି। ଛୋଟ ପ୍ରଦେଶ ପଞ୍ଜାବ ପାକିସ୍ତାନ ରାଜନୀତିରେ ସର୍ବାଗ୍ରେ ରହିଛି। ପାକିସ୍ତାନର ପଞ୍ଜାବ ପ୍ରଦେଶରୁ ହିଁ ସର୍ବାଧିକ ରାଜନେତା ଏବଂ ସେନା ପ୍ରମୁଖ ପାକିସ୍ତାନକୁ ନିୟନ୍ତ୍ରଣ କରିଆସୁଛନ୍ତି। ଯାହାକି ବେଲୁଚିସ୍ତାନବାସୀଙ୍କୁ ଅସହ୍ୟ ହେଉଛି। ବେଲୁଚି ନେତା ତଥା ଲେଖକ ମୀର ୟାର ବଲୁଚ ବେଲୁଚିସ୍ତାନକୁ ସ୍ବାଧୀନ ରାଷ୍ଟ୍ରଭାବେ ସ୍ବୀକୃତି ଦେବାକୁ ବିଶ୍ବବାସୀଙ୍କୁ ଅନୁରୋଧ କରିଛନ୍ତି। ବେଲୁଚିସ୍ତାନର ସ୍ବତନ୍ତ୍ର ଜାତୀୟ ପତାକା ଓ ଏହାର ଭୌଗୋଳିକ ମ୍ୟାପ ଜାରି ହୋଇଛି। ମୀର ୟାର ବଲୁଚ କହିଛନ୍ତି ଆମକୁ ଆଉ କେହି ଅଟକାଇ ପାରିବେ ନାହିଁ। ଏବେ ବିଶ୍ବ ଚୁପ ନ ରହୁ। ବେଲୁଚିସ୍ତାନ ନାଗରିକଙ୍କୁ ପାକିସ୍ତାନୀ ନାଗରିକ କହିବା ବନ୍ଦ କରାଯାଉ। ବେଲୁଚିସ୍ତାନକୁ ଶାନ୍ତି ସେନା ପଠାଇବା ଲାଗି ଜାତିସଂଘ ପାଖରେ ଦାବି ରଖିଛନ୍ତି ବେଲୁଚିବାସୀ। ଏହା ସହ ପାକିସ୍ତାନୀ ସେନା ବେଲୁଚିସ୍ତାନ ଛାଡିବାକୁ ବିଏଲ୍‌ଏ ଚରମବାଣୀ ଶୁଣାଇଛି।
ବିଏଲ୍‌ଏ ବେଲୁଚିସ୍ତାନର ୬ଟି ଅଞ୍ଚଳକୁ ନିଜ ଦଖଲକୁ ନେଇଥିବା ଦାବି କରିଛି। ଏହା ସହ ବେଲୁଚିସ୍ତାନ ଛାଡ଼ି ଚାଲିଯାଅ ବୋଲି ଚାଇନାର ଯନ୍ତ୍ରୀ ଓ ପାକିସ୍ତାନ ସେନାକୁ ଚେତାବନୀ ଦେଇଛି । କିଛିଦିନ ପୂର୍ବେ ବିଏଲ୍‌ଏ ପାକିସ୍ତାନରେ ଟ୍ରେନ୍‌ ଅପହରଣଠାରୁ ଆରମ୍ଭ କରି ପାକିସ୍ତାନ ସେନା ଉପରେ ଆକ୍ରମଣ ଜାରିରଖିଛି। ପାକିସ୍ତାନର ୫୧ଟି ସ୍ଥାନରେ ୭୧ରୁ ଅଧିକ ଆକ୍ରମଣ କରିଥିଲା ବିଏଲ୍‌ଏ। ପାକିସ୍ତାନ ଅର୍ଦ୍ଧ ସାମରିକ ବାହିନୀ କେନ୍ଦ୍ର, ପୋଲିସ ଷ୍ଟେଶନ, ଖଣିଜ ପରିବହନ ମାର୍ଗ, ଜାତୀୟ ରାଜପଥକୁ ବିଏଲ୍‌ଏ ଟାର୍ଗେଟ୍‌ କରୁଛି। ଜାଣିଶୁଣି ପାକିସ୍ତାନ ଏହି ଅଞ୍ଚଳକୁ ଅଣବିକଶିତ କରି ରଖିଛି। ବେଲୁଚିବାସୀ ମଧ୍ୟ ପାକିସ୍ତାନ ସହ କୌଣସି ଦ୍ବିପାକ୍ଷିକ ଆଲୋଚନା ଚାହୁଁନାହାନ୍ତି। ସେମାନଙ୍କର ଗୋଟିଏ ଉଦ୍ଦେଶ୍ୟ ରହିଛି ସ୍ବତନ୍ତ୍ର ବେଲୁଚିସ୍ତାନ ଦେଶ। ଏହା ସହ ବେଲୁଚିସ୍ତାନର ସ୍ବତନ୍ତ୍ର ମୁଦ୍ରା, ସରକାରୀ ପ୍ରତିଷ୍ଠାନ ପାଇଁ ସେମାନେ ଜାତିସଂଘକୁ ସହାୟତା ମାଗିଛନ୍ତି।
ବେଲୁଚିସ୍ତାନରେ ପାକିସ୍ତାନ ସେନା ଓ ପୋଲିସର ବର୍ବରତା ବିରୋଧରେ ଅନ୍ତର୍ଜାତୀୟ ହସ୍ତକ୍ଷେପ ଦାବି କରିଆସୁଛି ବିଏଲ୍‌ଏ। ପାକିସ୍ତାନ ବିରୋଧରେ ସେମାନଙ୍କ ଆକ୍ରମଣ ଓ ମିଶନକୁ ବିଏଲ୍‌ଏ ଅପରେଶନ ହେରୋଫର ନଁା ଦେଇଛି। କେବଳ ସେତିକି ନୁହେଁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର, ୱାନ ବେଲ୍ଟ ୱାନ ରୋଡ ପରିଯୋଜନାରେ ଚାଇନାର ଜନ୍ତାରେ ଫସିଥିବା ପାକିସ୍ତାନ ଓ ଏହି ଅଞ୍ଚଳରେ ବିକାଶ ନଁାରେ ଦମନଲୀଳାରେ ସାମିଲ ଥିବା ଚାଇନା ସେନା ମଧ୍ୟ ବିଏଲ୍‌ଏ ଟାର୍ଗେଟ୍‌ରେ ରହିଛି। ବେଲୁଚିସ୍ତାନର ଚାଇନା ନିୟୋଜିତ କରିଥିବା ଯନ୍ତ୍ରୀମାନଙ୍କୁ ବେଲୁଚି ଲିବରେଶନ ଆର୍ମି ଖୋଜିଖୋଜି ହତ୍ୟା କରୁଛି। କାରଣ ଭିତ୍ତିଭୂମି ବିକାଶ ନଁାରେ ପାକିସ୍ତାନ ଚାଇନାକୁ ବେଲୁଚିସ୍ତାନ ଭିତରେ ପୂରାଇ ବେଲୁଚିମାନଙ୍କ ଦୀର୍ଘଦିନର ଦାବିକୁ ପାଣିଚିଆ କରିବାକୁ ଚେଷ୍ଟା କରୁଛି। କିନ୍ତୁ ଏସବୁକୁ ଖାତିର ନ କରି ବେଲୁଚିବାସୀ ଉଭୟ ପାକିସ୍ତାନ ଓ ଚାଇନାକୁ କଡ଼ା ଜବାବ ଦେଉଛନ୍ତି। ତେବେ ବିଶ୍ବ ଦରବାରରେ ପାକିସ୍ତାନ ନିଜର ବଦନାମ୍‌କୁ ଲୁଚାଇବାକୁ ବେଲୁଚି ଆନ୍ଦୋଳନକୁ ଭାରତ ଦ୍ବାରା ପ୍ରାୟୋଜିତ ବୋଲି କହିଆସୁଛି। କିନ୍ତୁ ପ୍ରକୃତ ପକ୍ଷେ ଆତଙ୍କବାଦୀଙ୍କୁ ପାଳିପୋଷି ଭାରତକୁ ପ୍ରରଣ କରୁଥିବା ପାକିସ୍ତାନ ପାଇଁ ବେଲୁଚିସ୍ତାନ ଏବେ ଗୃହଶତ୍ରୁ ପାଲଟିଛି ।

ଲଳିତେନ୍ଦୁ ପଲାଉରୀ
ବାଲିପନ୍ତାଳ,ନଗର, ଅସ୍ତରଙ୍ଗ, ପୁରୀ
ମୋ:୯୭୭୮୬୯୭୦୩୬


Enter your email to get our daily news in your inbox.

All Right Reserved By Dharitri.Com

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri