‘ବଳକା ରାଜ୍ୟରେ ଘରୋଇ ଉପଭୋକ୍ତା ଶୋଷିତ’

ଭୁବନେଶ୍ୱର,୫ା୭(ବ୍ୟୁରୋ): ରାଜ୍ୟରେ ବିଦ୍ୟୁତ୍‌ ବିଭ୍ରାଟ ଓ ଘରୋଇକରଣକୁ ନେଇ ସରକାରଙ୍କ ଉପରେ ବିରୋଧୀ ବର୍ଷିଛନ୍ତି। ରାଜ୍ୟରେ ବିଦ୍ୟୁତ୍‌ ସେବା ବିପର୍ଯ୍ୟସ୍ତ ହୋଇଛି। ଗାଁ ଗଣ୍ଡାରେ ଘନ ଘନ ବିଦ୍ୟୁତ୍‌ କାଟ୍‌ ହେଉଛି। ସରକାର ଘରୋଇ କମ୍ପାନୀ ହାତରେ ବିଦ୍ୟୁତ୍‌ ଦେଇ ଉପଭୋକ୍ତାଙ୍କୁ ଲୁଟିବାକୁ ଛାଡ଼ିଦେଇଛନ୍ତି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଗ୍ରାହକ ବେଶି ଶୋଷଣର ଶିକାର ହେଉଛନ୍ତି । ବିଦ୍ୟୁତ୍‌ ବଳକା ରାଜ୍ୟରେ ଉପଭୋକ୍ତା ବିଜୁଳି ସଙ୍କଟରେ ଘାଣ୍ଟିି ହେଉଛନ୍ତି। ବାରମ୍ବାର ବିଦ୍ୟୁତ୍‌ କାଟ ଓ ଘରୋଇ କମ୍ପାନୀ ଜୁଲମରେ ନୟାନ୍ତ ହେଲେଣି ଉପଭୋକ୍ତା। ଘରୋଇ କମ୍ପାନୀ ବିୁଦ୍ୟତ୍‌ ବିଲ୍‌ ଆଦାୟରେ ମାତିଛି। ରାଜ୍ୟରେ ବିଦ୍ୟୁତ୍‌ ସଂସ୍କାର ପ୍ରହେଳିକା ପାଲଟିଛି। ‘ବିଦ୍ୟୁତ ସଂସ୍କାର ଆଳରେ ଉପଭୋକ୍ତାଙ୍କୁ ମହଙ୍ଗା ମାଡ଼, ଘନ ଘନ ବିଦ୍ୟୁତ୍‌ କାଟ୍‌ ଏବଂ ଲୋ-ଭୋଲ୍‌ଟେଜ୍‌ ସମସ୍ୟା ଚୁଲିକି ଗଲାଣି, ପିଲାଙ୍କ ପାଠ’ ଶୀର୍ଷକ ମୁଲତବୀ ଆଣି ବିରୋଧୀ ସରକାରଙ୍କୁ ଜୋର୍‌ଦାର ଆକ୍ରମଣ କରିଛନ୍ତି।
ମୁଲତବୀ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଲେ, ସାରା ଓଡ଼ିଶାରେ ବିଦ୍ୟୁତ୍‌ ସଙ୍କଟ ଦେଖାଦେଇଛି। ସରକାରଙ୍କ ସମର୍ଥନରେ ଘରୋଇ କମ୍ପାନୀ ବିଦ୍ୟୁତ୍‌ କାଟ୍‌ କରୁଛି। ରାଜ୍ୟ ସରକାର ଗତ ୨୨ ବର୍ଷରେ ବିଦ୍ୟୁତ୍‌ ଅପ୍‌ଗ୍ରେଡ୍‌ ପାଇଁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେ ଟଙ୍କା ଗଲା କୁଆଡ଼େ। ତଦନ୍ତ କରି ଗୃହକୁ ଜଣାଇବା ଦରକାର। ଦେଶର ୮ଟି ରାଜ୍ୟରେ ବିଦ୍ୟୁତ୍‌ ଦାମ୍‌ କମ୍‌ ରହିଛି। ଓଡ଼ିଶା ଏକ ବଳକା ରାଜ୍ୟ ହୋଇ ମଧ୍ୟ ଉପଭୋକ୍ତାଙ୍କୁ ଅଧିକ ଟଙ୍କା ଦେବାକୁ ପଡୁଛି। ଜାତୀୟ ହାର ୟୁନିଟ୍‌ ପିଛା ୫ ଟଙ୍କା ୧୧ ପଇସା ରହିଥିବା ବେଳେ ଓଡ଼ିଶାରେ ୫ ଟଙ୍କା ୨୨ ପଇସା ରହିଛି। ରାଜ୍ୟ ସରକାର ସବୁବେଳେ କହିଆସୁଛନ୍ତି ଓଡ଼ିଶା ଏକ ବିଦ୍ୟୁତ୍‌ ବଳକା ରାଜ୍ୟ। ଘରୋଇ କମ୍ପାନୀ କେବଳ ବିଲ୍‌ ଆଦାୟ କରିବାରେ ବ୍ୟସ୍ତ। ଗତ ୨୧ ବର୍ଷରେ ୧୩୫ ପ୍ରତିଶତ ବିଦ୍ୟୁତ୍‌ ଶୁଳ୍କ ବଢ଼ିଛି। ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ୧୧୧%, ଶିଳ୍ପକ୍ଷେତ୍ରରେ ୧୦୫.୫୬% ବଢ଼ିଛି। ୨୦୦୦ରେ ୫୦ ୟୁନିଟ୍‌ ଯାଏ ୨ ଟଙ୍କା ୫୦ ପଇସା ଥିବା ବେଳେ ୪୦୦ ୟୁନିଟ୍‌ ପର୍ଯ୍ୟନ୍ତ ୨ ଟଙ୍କା ୮୦ ପଇସା ଥିଲା। ଏବେ ଏହା ଯଥାକ୍ରମେ ୩ ଓ ୬ ଟଙ୍କାକୁ ବୃଦ୍ଧି ପାଇଛି। ଗାଁ ଗଣ୍ଡାରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ହେଉଛି। ଭାଜପା ସଭ୍ୟ ମୁକେଶ ମହାଲିଙ୍ଗ କହିଲେ, ରାଜ୍ୟ ସରକାର ବିଦ୍ୟୁତ୍‌ର ସୁଧାର ପାଇଁ ୨୦ ହଜାର କୋଟି ଦେଇଥିଲେ ସତ, ହେଲେ ସେଥିରେ କିଛି ସୁଧାର ହେଲାନାହିଁ। ୨୪ ଘଣ୍ଟା ବିଜୁଳି କାଟ୍‌ ହେଉଛି। ଭାଜପା ସଭ୍ୟ ସନାତନ ବିଜୁଳି କହିଲେ, ବିଦ୍ୟୁତ୍‌ କ୍ଷେତ୍ରରେ ସବୁଠାରୁ ବଡ଼ ଦୁର୍ନୀତି ହେଉଛି। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ସବୁ ଜାଗାରେ ବିଦ୍ୟୁତ୍‌ କାଟ୍‌ ହେଉଛି। ରାଜ୍ୟ ସରକାର ପ୍ରତିବର୍ଷ ୫% ବୈଷୟିକ କ୍ଷତି କମିବ ବୋଲି କହୁଥିଲେ। ତାହା ମଧ୍ୟ ହେଲାନାହିଁ। ଦିଲ୍ଲୀରେ ୨୦୦ ୟୁନିଟ୍‌ ଯାଏ ମାଗଣା ବିଦ୍ୟୁତ୍‌ ଦିଆଯାଉଛି। ପଞ୍ଜାବରେ ଏପ୍ରିଲ ପହିଲାରୁ ୩୦୦ ୟୁନିଟ୍‌ ମାଗଣା ବିଦ୍ୟୁତ୍‌ ଦିଆଯାଉଛି। ଛତିଶଗଡ଼ରେ ୧୦୦ ୟୁନିଟ୍‌ ଯାଏ ୟୁନିଟ୍‌ ପିଛା ୭୦ ପଇସା ଥିବା ବେଳେ ଓଡ଼ିଶାରେ ୩ ଟଙ୍କା। ଓଡ଼ିଶାରେ କ’ଣ ଦିଲ୍ଲୀ, ପଞ୍ଜାବଠାରୁ ଅଧିକ ଧନୀ ଲୋକ ରହୁଛନ୍ତି। ଏଇଏସ୍‌ ପରେ ରିଲାଏନ୍ସ ଆଉ ଏବେ ଟାଟା କମ୍ପାନୀକୁ ବିଦ୍ୟୁତ ବଣ୍ଟନ ଦାୟିତ୍ୱ ଦେଇଛି। ଟାଟା ଜବରଦସ୍ତ ବିଲ୍‌ ଆଦାୟ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। କଂଗ୍ରେସ ସଭ୍ୟ ଅଧିରାଜ ପାଣିଗ୍ରାହୀ ରାଜ୍ୟରେ ବିଦ୍ୟୁତ୍‌ ବ୍ୟବସ୍ଥାକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ। ଧ୍ୟାନ ଆକର୍ଷଣକାରୀ ନୋଟିସ ଦେଇ ବିଜେଡି ସଭ୍ୟ ଉମାକାନ୍ତ ସାମନ୍ତରାୟ, ସୁଧିର ସାମଲ, ଧ୍ରୁବଚରଣ ସାହୁ ଏବଂ ଦେବୀପ୍ରସନ୍ନ ତ୍ରିପାଠୀ ପ୍ରମୁଖ ଗତ ୨୧ ବର୍ଷରେ ହୋଇଥିବା ବିଦ୍ୟୁତ୍‌ ସଂସ୍କାର ସମ୍ପର୍କରେ ସୂଚନା ଦେଇଥିଲେ। ୨୦୦୦ ମସିହାରେ ବିଦ୍ୟୁତ୍‌ ଅବସ୍ଥା କ’ଣ ଥିଲା ଓ ଏବେ କ’ଣ ଅଛି ସେ ନେଇ ସୂଚନା ଦେବା ସହ ବିରୋଧୀଙ୍କ ଦ୍ୱାରା ଆଗତ ମୁଲତବୀକୁ ବିରୋଧ କରିଥିଲେ।
ବିରୋଧୀଙ୍କ ଜବାବ ଦେଇ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ୨୦୦୦ ମସିହାରେ ରାଜ୍ୟରେ ୧୬ ଲକ୍ଷ ବିଦ୍ୟୁତ୍‌ ଉପଭୋକ୍ତା ଥିଲେ। ଏବେ ସେହି ସଂଖ୍ୟା ୯୪ ଲକ୍ଷରେ ପହଞ୍ଚତ୍ଲାଣି। ସେତେବେଳେ ପିକ୍‌ ଆୱାରରେ ୧୬୮୦ ମେଗାୱାଟ୍‌ ଥିବା ବେଳେ ତାହା ଏବେ ୪୮୦୦ ମେଗାୱାଟ୍‌ରେ ପହଞ୍ଚତ୍ଛି। ସେହିପରି ୨୦୦୦ରେ ରାଜ୍ୟରେ ୮୨୪୦ ବିଦ୍ୟୁତ୍‌ ଲାଇନ ଥିବା ବେଳେ ଏବେ ୧୫,୭୮୬ କିଲୋମିଟରରେ ପହଞ୍ଚିଛି। ସେହିପରି ସେ ସମୟରେ ୫୮ଟି ଗ୍ରୀଡ୍‌ ଥିବା ବେଳେ ତାହା ଏବେ ୧୭୮ରେ, ବଡ଼ ଟ୍ରାନ୍ସଫର୍ମର ୪୨୩୫ ଥିବା ବେଳେ ଏବେ ୨୪,୨୨୦ ଏବଂ ଗ୍ରାମାଞ୍ଚଳ ସବ୍‌ଷ୍ଟେଶନ ସେ ସମୟରେ ୪୦,୧୦୦ ଥିବା ବେଳେ ଏବେ ୨.୫ ଲକ୍ଷରେ ପହଞ୍ଚିଛି। ରାଜ୍ୟରେ ବୈଷୟିକ ଓ ପରିବହନଜନିତ କ୍ଷତି ୫୭% ଥିବା ବେଳେ ଏବେ ତାହା ୨୫ ପ୍ରତିଶତରେ ରହିଛି। ଯଦି ବିଦ୍ୟୁତ୍‌ କ୍ଷେତ୍ରରେ କୌଣସି କାମ ହୋଇନି ତେବେ ଏତେସବୁ ହେଲା କେମିତି ବୋଲି ମନ୍ତ୍ରୀ ବିରୋଧୀଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ଏକ ଖବରକାଗଜର ଅସତ୍ୟ ଖବରକୁ ନେଇ ବିରୋଧୀ ମୁଲତବୀ ପ୍ରସ୍ତାବ ଆଣିଛନ୍ତି। ସେଥିରେ କୌଣସି ସତ୍ୟତା ନାହିଁ। ରାଜ୍ୟରେ ବିଦ୍ୟୁତ୍‌ ସଂସ୍କାର କରିବାକୁ ଏଇଏସ୍‌ କମ୍ପାନୀକୁ ଅଣାଯାଇଥିଲା। ସେ କିଛି ନ କରିବାରୁ ତାକୁ ବିଦା କରିବାକୁ ସରକାର କୋର୍ଟକୁ ଗଲେ। ସେହିପରି ରିଲାଏନ୍ସ ଏନର୍ଜିକୁ ୨୦୧୫ରୁ ବିଦା କରିଦିଆଯାଇଛି।
ରାଜ୍ୟରେ କିଛିବର୍ଷ ତଳେ ବିଦ୍ୟୁତ୍‌ ଅଭାବ ରହିଥିଲା। ଏବେ କିନ୍ତୁ ଓଡ଼ିଶା ବଳକା ରାଜ୍ୟରେ ପରିଣତ ହୋଇପାରିଛି। କମ୍‌ ବର୍ଷା ହେଲେ ଜଳବିଦ୍ୟୁତ୍‌ ଉପତ୍ାଦନ କମ୍‌ ହୋଇଥାଏ। ସାମୟିକ ଭାବେ ବିଦ୍ୟୁତ୍‌ ସମସ୍ୟା ଦେଖାଦେଇଥାଏ। ସେହିପରି ବଏଲ୍‌ର ଟ୍ୟୁବ୍‌ ଲିକେଜ୍‌ ହେଲେ ତାପଜ ବିଦ୍ୟୁତ୍‌ ଉପତ୍ାଦନ ପ୍ରଭାବିତ ହୋଇଥାଏ। ଏପ୍ରିିଲ ୨୫ ତାରିଖରୁ ରାଜ୍ୟରେ କୌଣସି ବିଦ୍ୟୁତ୍‌ କାଟ୍‌ ହୋଇନାହିଁ। ବିଦ୍ୟୁତ୍‌ କାଟ୍‌ ନ କରିବାକୁ ସରକାର ବଣ୍ଟନ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲେ। ପିଲାମାନଙ୍କ ପାଠପଢ଼ାରେ କୌଣସି ଅସୁବିଧା ହୋଇ ନାହିଁ। ରାଜ୍ୟରେ ନିଅଣ୍ଟିଆ ବିଦ୍ୟୁତ୍‌ ଭରଣା ପାଇଁ ରାଜ୍ୟ ସରକାର ୧୨ରୁ ୧୬ ଟଙ୍କା ମଧ୍ୟରେ ବିଦ୍ୟୁତ୍‌ କିଣି ଉପଭୋକ୍ତାଙ୍କୁ ୩ ଟଙ୍କା ୧୨ ପଇସାରେ ଯୋଗାଇ ଦେଉଛନ୍ତି। ଏବେ ବିଦ୍ୟୁତ୍‌ ସଂସ୍କାର କାର୍ଯ୍ୟ ଟାଟା ପାୱାରକୁ ଦିଆଯାଇଛି। ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟ ସରକାର ଓ କମ୍ପାନୀ ମିଶି ବିଦ୍ୟୁତ୍‌ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ୮ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି । କେନ୍ଦ୍ର ସରକାର ସବ୍‌ସିଡି ଦେଉ ନ ଥିବାରୁ ମାଗଣାରେ ବିଦ୍ୟୁତ୍‌ ଯୋଗାଇ ଦିଆଯାଉନାହିଁ। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ଭାଜପା ସଭ୍ୟମାନେ ବିଧାନସଭା କକ୍ଷ ତ୍ୟାଗ କରି ବାହାରକୁ ଚାଲିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri