ଘରୋଇ ରୂପଚର୍ଯ୍ୟା

ସବୁଦିନ ଏମିତି କିଛି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ, ଯାହାର ସହଜ ସମାଧାନ ହୋଇପାରିବ। କିନ୍ତୁ ଏହା ଆମକୁ ଜଣା ନ ଥାଏ। ଏ ନେଇ କେତୋଟି ଟିପ୍ସ ଆପଣେଇ ପାରନ୍ତି…

ଯଦି ଆପଣଙ୍କ କେଶ ଓଦା ହୋଇଛି ତାକୁ କମ୍‌ ସମୟରେ ଶୁଖାଇବା ଏତେ ସହଜ ହୋଇ ନ ଥାଏ। ଏଥିଲାଗି ଓଦା କେଶକୁ ଏକ ଟାଓ୍ବେଲ୍‌ରେ ଗୁଡ଼ାଇ ରଖିବା ପରେ ତାକୁ ଡ୍ରାୟର ସାହାଯ୍ୟରେ ଶୁଖାନ୍ତୁ।
ଟାଣ ନଖକୁ କାଟିବା ସହଜ ହୋଇ ନ ଥାଏ। କେବେ କେବେ ଆମ ନଖ ଏତେ ଟାଣ ହୋଇଯାଇଥାଏ ଯେ ତାକୁ କାଟିବା ଓ ସେପ୍‌ ଦେବା ଏତେ ସହଜ ହୋଇ ନ ଥାଏ। ଗାଧୋଇବା ସମୟରେ ଆପଣଙ୍କ ନଖକୁ କିଛି ସମୟ ପାଣିରେ ବୁଡ଼ାଇ ରଖନ୍ତୁ। ପୁଣି କାମ କରନ୍ତୁ ଯେମିତିକି କପଡ଼ା ସଫା କରିବା,ବାସନ ମଜା ଏବଂ ଆଉ କିଛି କାମ କରିପାରିବେ। ଏହାପରେ ନଖ ନରମ ହୋଇଯାଏ, ଯାହାଦ୍ୱାରା ନଖ ଶେପ୍‌ ଦେବା ଏବଂ କାଟିବା ସହଜ ହୋଇଯିବ।
ଆଜିକାଲି ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହାନ୍ତି ଏଥିପାଇଁ ବିଭିନ୍ନ ପ୍ରକାର ବିଉଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି, ଏଥିସହ ଫେସିଆଲ୍‌ କରିଥାନ୍ତି। ଫେସିଆଲ୍‌ କରିବା ସମୟରେ କିଛି କଥା ଉପରେ ନଜର ଦେବା ନିହାତି ଜରୁରୀ। ଆପଣ ଲକ୍ଷ୍ୟକରିଥିବେ କି ଯେତେବେଳେ ଫେସିଆଲ୍‌ କରୁଛନ୍ତି ସେହି ସମୟରେ ଆପଣଙ୍କ ମୁହଁ ଲାଲ୍‌ ହୋଇଯାଉଛି। ତେବେ ଏହି ସମୟରେ ସ୍ପ୍ରେ ବଟଲ ସାହାଯ୍ୟରେ ମୁହଁକୁ ଥଣ୍ଡା ପାଣିରେ ସ୍ପ୍ରେ କରନ୍ତୁ। ଏପରି କଲେ ମୁହଁ ଜ୍ୱଳନ ହେବନାହିଁ।
ଆପଣଙ୍କୁ ଯଦି କେଉଁଠିକୁ ଯିବାର ଥାଏ ତେବେ ଆପଣ ନେଲ୍‌ପଲିସ୍‌ ଲଗାଇଲେ ତାହା ସହଜରେ ଶୁଖି ନ ଥାଏ। ଏଥିପାଇଁ ଆପଣ ପ୍ରଥମେ ନେଲ୍‌ପଲିସ୍‌ ଲଗାଇ ତାକୁ କିଛି ସମୟ ପାଣିରେ ବୁଡ଼ାଇ ଦିଅନ୍ତୁ। ଏହାଦ୍ୱାରା ନେଲ୍‌ପଲିସ୍‌ ଜଲ୍‌ଦି ଛାଡ଼ି ନ ଥାଏ ଓ ଶୁଖାଇବାକୁ ହେଲେ ହେୟାର ଡ୍ରାଏ ବ୍ୟବହାର କରିପାରିବେ।
କେଶ ଧଳା ହୋଇଯାଇଥିଲେ
ଯଦି ଆପଣଙ୍କୁ ଜଲ୍‌ଦି ଯିବାର ଅଛି କୌଣସି ମିଟିଂ କିମ୍ବା ପାର୍ଟିରେ, ତେବେ ସେ ସମୟରେ ତ ଆପଣ କେଶକୁ କଲର କରିପାରିବେ ନାହିଁ। ଏଥିଲାଗି ଆପଣ ନିଜର କିଛି ବିଉଟି ପ୍ରଡକ୍ଟ ବ୍ୟବହାର କରି ଧଳା କେଶକୁ କଳାପାରିବେ। ଯେମିତିକି ମସ୍କରା ବ୍ୟବହାର କରି ଧଳା କେଶକୁ କଳା କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri