ଘରୋଇ ରୂପଚର୍ଯ୍ୟା

ସବୁଦିନ ଏମିତି କିଛି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ, ଯାହାର ସହଜ ସମାଧାନ ହୋଇପାରିବ। କିନ୍ତୁ ଏହା ଆମକୁ ଜଣା ନ ଥାଏ। ଏ ନେଇ କେତୋଟି ଟିପ୍ସ ଆପଣେଇ ପାରନ୍ତି…

ଯଦି ଆପଣଙ୍କ କେଶ ଓଦା ହୋଇଛି ତାକୁ କମ୍‌ ସମୟରେ ଶୁଖାଇବା ଏତେ ସହଜ ହୋଇ ନ ଥାଏ। ଏଥିଲାଗି ଓଦା କେଶକୁ ଏକ ଟାଓ୍ବେଲ୍‌ରେ ଗୁଡ଼ାଇ ରଖିବା ପରେ ତାକୁ ଡ୍ରାୟର ସାହାଯ୍ୟରେ ଶୁଖାନ୍ତୁ।
ଟାଣ ନଖକୁ କାଟିବା ସହଜ ହୋଇ ନ ଥାଏ। କେବେ କେବେ ଆମ ନଖ ଏତେ ଟାଣ ହୋଇଯାଇଥାଏ ଯେ ତାକୁ କାଟିବା ଓ ସେପ୍‌ ଦେବା ଏତେ ସହଜ ହୋଇ ନ ଥାଏ। ଗାଧୋଇବା ସମୟରେ ଆପଣଙ୍କ ନଖକୁ କିଛି ସମୟ ପାଣିରେ ବୁଡ଼ାଇ ରଖନ୍ତୁ। ପୁଣି କାମ କରନ୍ତୁ ଯେମିତିକି କପଡ଼ା ସଫା କରିବା,ବାସନ ମଜା ଏବଂ ଆଉ କିଛି କାମ କରିପାରିବେ। ଏହାପରେ ନଖ ନରମ ହୋଇଯାଏ, ଯାହାଦ୍ୱାରା ନଖ ଶେପ୍‌ ଦେବା ଏବଂ କାଟିବା ସହଜ ହୋଇଯିବ।
ଆଜିକାଲି ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହାନ୍ତି ଏଥିପାଇଁ ବିଭିନ୍ନ ପ୍ରକାର ବିଉଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି, ଏଥିସହ ଫେସିଆଲ୍‌ କରିଥାନ୍ତି। ଫେସିଆଲ୍‌ କରିବା ସମୟରେ କିଛି କଥା ଉପରେ ନଜର ଦେବା ନିହାତି ଜରୁରୀ। ଆପଣ ଲକ୍ଷ୍ୟକରିଥିବେ କି ଯେତେବେଳେ ଫେସିଆଲ୍‌ କରୁଛନ୍ତି ସେହି ସମୟରେ ଆପଣଙ୍କ ମୁହଁ ଲାଲ୍‌ ହୋଇଯାଉଛି। ତେବେ ଏହି ସମୟରେ ସ୍ପ୍ରେ ବଟଲ ସାହାଯ୍ୟରେ ମୁହଁକୁ ଥଣ୍ଡା ପାଣିରେ ସ୍ପ୍ରେ କରନ୍ତୁ। ଏପରି କଲେ ମୁହଁ ଜ୍ୱଳନ ହେବନାହିଁ।
ଆପଣଙ୍କୁ ଯଦି କେଉଁଠିକୁ ଯିବାର ଥାଏ ତେବେ ଆପଣ ନେଲ୍‌ପଲିସ୍‌ ଲଗାଇଲେ ତାହା ସହଜରେ ଶୁଖି ନ ଥାଏ। ଏଥିପାଇଁ ଆପଣ ପ୍ରଥମେ ନେଲ୍‌ପଲିସ୍‌ ଲଗାଇ ତାକୁ କିଛି ସମୟ ପାଣିରେ ବୁଡ଼ାଇ ଦିଅନ୍ତୁ। ଏହାଦ୍ୱାରା ନେଲ୍‌ପଲିସ୍‌ ଜଲ୍‌ଦି ଛାଡ଼ି ନ ଥାଏ ଓ ଶୁଖାଇବାକୁ ହେଲେ ହେୟାର ଡ୍ରାଏ ବ୍ୟବହାର କରିପାରିବେ।
କେଶ ଧଳା ହୋଇଯାଇଥିଲେ
ଯଦି ଆପଣଙ୍କୁ ଜଲ୍‌ଦି ଯିବାର ଅଛି କୌଣସି ମିଟିଂ କିମ୍ବା ପାର୍ଟିରେ, ତେବେ ସେ ସମୟରେ ତ ଆପଣ କେଶକୁ କଲର କରିପାରିବେ ନାହିଁ। ଏଥିଲାଗି ଆପଣ ନିଜର କିଛି ବିଉଟି ପ୍ରଡକ୍ଟ ବ୍ୟବହାର କରି ଧଳା କେଶକୁ କଳାପାରିବେ। ଯେମିତିକି ମସ୍କରା ବ୍ୟବହାର କରି ଧଳା କେଶକୁ କଳା କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ସବୁଠୁ ବଡ଼ ଗୋଚର: ତୁଳା ସମେତ ଏହି ୪ ରାଶିଙ୍କୁ ଅପାର ଧନଲାଭ, ଚାକିରିରେ ବଡ଼ ଅଫର୍‌

ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଆତ୍ମବଳ, ପ୍ରତିଷ୍ଠା, ଅଧିକାର, ନେତୃତ୍ୱ ଏବଂ କ୍ୟାରିୟର ସମ୍ୱନ୍ଧିତ ଗ୍ରହ ଭାବେ ବିବେଚନା କରାଯାଏ। ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟ ରାଶି ପରିବର୍ତ୍ତନ…

ନବଗ୍ରହଙ୍କ ରାଜା ସୂର୍ଯ୍ୟଙ୍କ ନଜରରେ ୫ ରାଶି: ରବିବାରଠୁ ଭାଗ୍ୟରେ ଲାଗିବ ଲଟେରୀ, ଆୟ ସହିତ ବଢିବ…

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ନବଗ୍ରହଙ୍କ ରାଜା ବୋଲି କୁହାଯାଏ। ଆତ୍ମବିଶ୍ୱାସ, ପ୍ରତିଷ୍ଠା, ନେତୃତ୍ୱ କ୍ଷମତା ଓ କର୍ମକ୍ଷେତ୍ରରେ ସଫଳତା ସହ ସୂର୍ଯ୍ୟଙ୍କୁ ଯୋଡ଼ି ଦେଖାଯାଏ। ତେଣୁ…

ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…

କେତୁଙ୍କ ଚଳନ କରିଦେବ କାଙ୍ଗାଳ! ଅକ୍ଟୋବର ପହିଲାଠୁ ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଏମାନଙ୍କ ପାଇଁ ଭଲ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାୟାବୀ ଗ୍ରହ କେତୁ ୩ ଅକ୍ଟୋବର ୨୦୨୬ ରାତି ୯ଟା ୪୮ ମିନିଟରେ ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ। ଏହି…

ସୂର୍ଯ୍ୟ-ଶୁକ୍ରଙ୍କ ଶୁକ୍ରାଦିତ୍ୟ ରାଜଯୋଗ: ୨୦୨୭ ପୂର୍ବରୁ ମାଲାମାଲ ହେବେ ୪ ରାଶି, ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଓ ଶୁକ୍ରଙ୍କ ଯୁତିରୁ ଶୁକ୍ରାଦିତ୍ୟ ରାଜଯୋଗ ଗଠନ ହେବ। ଏହି ଯୋଗ ୪ଟି ରାଶି ପାଇଁ ଶୁଭ ଫଳ ଆଣିପାରେ। ମେଷ,…

ନିଜ ନକ୍ଷତ୍ରରେ ଶନି କଲେ ପ୍ରବେଶ: ୩ ରାଶିଙ୍କ ପଲଟିଯିବ ଭାଗ୍ୟ, ବ୍ୟବସାୟରେ ବମ୍ପର ଲାଭ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ରାଶି ପରିବର୍ତ୍ତନଠାରୁ ଆରମ୍ଭ କରି ନକ୍ଷତ୍ର ଗୋଚରକୁ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଏ। ଶନିଙ୍କ ଗତିବିଧିର ପ୍ରଭାବ ୧୨ଟି ରାଶି ଉପରେ…

ଶନି-ଚନ୍ଦ୍ରଙ୍କ ସଂଯୋଗରେ ବିଷ ଯୋଗ: ସଙ୍କଟରେ ୩ ରାଶି, ପାଖରୁ ପଳାଇବ ସବୁ ଟଙ୍କା, ଚାଲିଯିବ ଚାକିରି!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଚନ୍ଦ୍ର ଓ ଶନିଙ୍କ ଯୁତିରୁ ‘ବିଷ ଯୋଗ’ ଗଠନ ହୋଇଥାଏ। ଜ୍ୟୋତିଷବିଦ୍‌ଙ୍କ ମତରେ ଏହି ଯୋଗର ପ୍ରଭାବ କିଛି ରାଶି ଉପରେ…

ଅକ୍ଟୋବର ୧ରୁ ଧନବର୍ଷା! ରାହୁଙ୍କ ସ୍ୱାତୀ ନକ୍ଷତ୍ରକୁ ଯିବେ ବୁଧ, ମାଲାମାଲ୍ ହେବେ ଏହି ୫ ରାଶି

ଅକ୍ଟୋବର ୧ ତାରିଖ ସକାଳ ୯ଟା ୩୩ ମିନିଟ୍‌ରେ ଗ୍ରହମାନଙ୍କ କୁମାର ‘ବୁଧ’ ତୁଳା ରାଶିରେ ବିରାଜମାନ ଥାଇ ସ୍ୱାତୀ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି। ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?