ମେୟର ଭାବେ ନିର୍ବାଚିତ ହେଲା କୁକୁର

ଓ୍ବାଶିଂଟନ,୫।୧୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି। ଏପରିସ୍ଥଳେ ଏଠାକାର ସହରରେ ମେୟର ନିର୍ବାଚନ ମଧ୍ୟ କରାଯାଇଛି। କେଣ୍ଟୁକି ସହରରେ ମେୟର ଭାବେ ଏକ କୁକୁରକୁ ନିର୍ବାଚିତ କରାଯାଇଛି। ଏହି କୁକୁର ନାମ ଓ୍ବିଲବର ବିଷ୍ଟ୍‌। ଓ୍ବିଲବର ଏକ ଫ୍ରେଞ୍ଚ୍‌ ବୁଲ୍‌ଡଗ୍‌। ମୋଟ ୨୨ ହଜାର ୯୮୫ ଭୋଟ୍‌ ମଧ୍ୟରୁ ଓ୍ବିଲବର ୧୩ ହଜାର ୧୪୩ଟି ଭୋଟ ପାଇ ବିଜୟୀ ହୋଇଥିବା ନେଇ ସ୍ଥାନୀୟ ରାବିଟ୍‌ ହାଶ ସୋସାଇଟି ପକ୍ଷରୁ ସୂଚନା ଦିଆଯାଇଛି। ଦ୍ୱିତୀୟ ସ୍ଥାନରେ ଜ୍ୟାକ୍‌ ରାବିଟ୍‌ ଥିବାବେଳେ ତୃତୀୟ ସ୍ଥାନରେ ଗୋଲଡେନ୍‌ ରିଟ୍ରିଭର ପପି ରହିଥିବା ସୋସାଇଟି ପକ୍ଷରୁ କୁହାଯାଇଛି। ୧୨ ବର୍ଷିୟ ବର୍ଡର କୋଲି ଲେଡି ଷ୍ଟୋନ୍‌ ସହରର ଆମ୍ବାସଡ଼ର ଭାବେ ନିଜର ସ୍ଥାନ ବଜାୟ ରଖିଥିବା ସୋସାଇଟିର ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ସୂଚନା ଦିଆଯାଇଛି। ଓହିଓ ନଦୀ କୂଳରେ ବାସ କରୁଥିବା ରାବିଟ୍‌ ହାଶ ସମ୍ପ୍ରଦାୟରେ ୧୯୯୦ଠାରୁ ମେୟର ଭାବେ କୁକୁରକୁ ନିର୍ବାଚିତ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ଭାରତୀୟ ଶିଖ ବିଚ୍ଛିନ୍ନତାବାଦୀଙ୍କୁ ହତ୍ୟା ପାଇଁ କରିଥିଲେ ଷଡଯନ୍ତ୍ର, ଅଭିଯୋଗ ଲଗାଇଲା ଆମେରିକା

ନୂଆଦିଲ୍ଲୀ, ୨୯ା୧୧: ଜଣେ ଭାରତୀୟ ନାଗରିକ ଶିଖ୍ ବିଚ୍ଛିନ୍ନତାବାଦୀ ନେତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛି ଆମେରିକା। ନ୍ୟୁୟର୍କର ଦକ୍ଷିଣ ଜିଲ୍ଲା...

ପୁଣି ବଢୁଛି ଆଦାନୀଙ୍କ ସମ୍ପତ୍ତି

ଓ୍ବାଶିଂଟନ୍‌,୨୯ା୧୧:ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି ପୁଣି ବଢୁଛି। ଶୁକ୍ରବାର ହିଣ୍ଡେନବର୍ଗ ରିପୋର୍ଟ ସମ୍ପର୍କିତ ରାୟକୁ ସୁପ୍ରିମକୋର୍ଟ ସଂରକ୍ଷିତ ରଖିବା ପରେ ମଙ୍ଗଳବାର ଓ...

ନଓ୍ବାଜ୍‌ ଶରିଫ୍‌ଙ୍କୁ ମିଳିଲା ଆଶ୍ୱସ୍ତି

ଇସଲାମାବାଦ୍‌,୨୯।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ୍‌ ଶରିଫ୍‌ଙ୍କୁ ଆଶ୍ୱସ୍ତି ମିଳିଛି। ପାକିସ୍ତାନ ହାଇକୋର୍ଟ ନଓ୍ବାଜଙ୍କୁ ଦୁର୍ନୀତିର ୨ଟି ମାମଲାରେ ଦୋଷମୁକ୍ତ କରିଛି। ୨୦୧୮ରେ ଦୁର୍ନୀତି ମାମଲାରେ...

କୁମ୍ବୀରକୁ ଧରି ଫଟୋ ଉଠାଉଥିଲେ କିଛି ବ୍ୟକ୍ତି: ହଠାତ୍‌ ଘଟିଲା ଏମିତି, ଆଉ ତା’ପରେ ଦେଖନ୍ତୁ ଭିଡିଓ

ବିପଦପୂର୍ଣ୍ଣ ଜୀବଙ୍କ ନିକଟକୁ ଯିବାକୁ ଡର ଲାଗେ। ଲୋକମାନେ ଏପରି ଜୀବମାନଙ୍କ ଆଖପାଖକୁ ଯିବାକୁ ଥରନ୍ତି। ଏହିପରି ଜୀବମାନେ କ୍ଷଣିକ ମଧ୍ୟରେ ଲୋକଙ୍କ କ୍ଷତି କରନ୍ତି।...

ଯୌତୁକ ନା ବଜାର: ବିବାହରେ ଉପହାର ମିଳିଲା ଏତେ ଜିତିଷ, ରାଗିଗଲେ ଲୋକେ

ବିବାହରେ ଯୌତୁକ ଦେବା ପରମ୍ପରା ଦୀର୍ଘ ଦିନ ଧରି ଚାଲିଆସୁଛି। ଆଜି ବି ଲୋକମାନେ ଏହି ପରମ୍ପରାକୁ ପ୍ରୋତ୍ସାହିତ କରୁଥିବା ଦେଖାଯାଉଛି। ସୋସିଆଲ ମିଡିଆରେ ଏକ...

ଇସ୍ରାଏଲରେ ପହଞ୍ଚିଥିବା ଏଲନ ମସ୍କଙ୍କୁ ଆମନ୍ତ୍ରଣ କଲା ହମାସ

ଜେରୁଜେଲମ,୨୯।୧୧: ୟହୂଦି ବିରୋଧକୁ ନେଇ ସମାଲୋଚନାର ସମ୍ମୁଖୀନ ହେଉଥିବା ଏଲନ ମସ୍କ ସୋମବାର ଇସ୍ରାଏଲରେ ପହଞ୍ଚି ସେଠାରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଏକ ସ୍ବତନ୍ତ୍ର...

ମଦ୍ୟପ ଓ ଅପରାଧୀଙ୍କ ପାଇଁ ନିଯୁକ୍ତି ସୁଯୋଗ, ବିଜ୍ଞାପନ ଦେଲା ଏହି କମ୍ପାନୀ

ହୋବାର୍ଟ,୨୯।୧୧: ଭଲ ଦରମା ସହ ମନ ମୁତାବକ ଚାକିରି ଖଣ୍ଡିଏ ମିଳିଲେ ବ୍ୟକ୍ତ ଯେକେଉଁଠି ଯିବାକୁ ଚାହିଁଥାଏ। ସମ୍ପ୍ରତି, ଏକ ଏଭଳି ଚାକିରିର ବିଜ୍ଞାପନ ସୋସିଆଲ...

ଗାଜାରେ ୩୭ ଦିନ ପରେ ଭଗ୍ନାବଶେଷ ତଳୁ ଜୀବନ୍ତ ଉଦ୍ଧାର ହେଲା ଶିଶୁ, ଭାଇରାଲ ହେଉଛି ଭିଡିଓ

ଜେରୁଜେଲମ,୨୯।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଅସ୍ତ୍ରବିରତି ମଧ୍ୟରେ ଗାଜାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ପ୍ରକାଶ ପାଇଛି। ଭୟଙ୍କର ବୋମା ବିସ୍ଫୋରଣର ୩୭ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri