![](https://www.dharitri.com/wp-content/uploads/2022/08/Untitled-1-544.jpg)
ପ୍ରତ୍ୟେକ ଦନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ, ଭିଡିଓ ଶେୟାର ହେବାରେ ଲାଗିଛି। ଠିକ୍ ସେମିତି ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି। ତେବେ ସେହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ କୁକୁର ରାସ୍ତା ସାଇଡ୍ରେ ବେଲୁନ୍ ସହିତ ଖେଳୁଛି। ତା’ର ଦୁଇ ଗୋଡରେ ଡେଇଁପଡି ବେଲୁନ୍କୁ ଠେଲି ଦେଉଛି, ଆଉ ବେଲୁନ୍ଟି ପବନରେ ଉଡିଯାଉଛି। ହେଲେ ତାକୁ ଏପରି ଗାଇଡ୍ କରିବାକୁ ପାଖରେ କେହି ନ ଥିଲେ। ଆପେ ଆପେ କୁକରଟି ବେଲୁନ୍ ସହ ଏଭଳି କରୁଥିବା ଦେଖି ରାସ୍ତାରେ ଯାଉଥିବା ଲୋକେ ଦେଖିବାକୁ ଭିଡ କରିଥିଲେ। ଏହି ଭିଡିଓଟି ଭାଇରାଲ ହେବା ମାତ୍ରେ ୨.୪ ମିଲିୟନରୁ ଅଧିକ ଭ୍ୟୁ ମିଳିଥିବା ବେଳେ କେହି କେହି କମେଣ୍ଟ ମଧ୍ୟ କରିଛନ୍ତି।
Dünyanın en iyi videosunu izledim az önce pic.twitter.com/NesKoTKgfL
— nehir (@rivierepx) August 1, 2022