ଘରଚଟିଆଙ୍କୁ ବାସ ମିଳୁନି

ମହାକାଳପଡ଼ା,୩୧ା୩ (ଡି.ଏନ.ଏ.): ଦିନ ଥିଲା ଅଝଟ ପିଲାଙ୍କୁ କୋଳରେ ବସାଇ ମା’ ଘରଚଟିଆ ଚଢ଼େଇକୁ ଦେଖେଇ ତୁନି କରୁଥିଲା। ସମୟ ବଦଳି ଯାଇଛି ଘରଚଟିଆଙ୍କ କିଚିରି ମିଚିରି ଶବ୍ଦ ଆଉ ଶୁଭୁନାହିଁ। ଗାଁ ଗଣ୍ଡାରେ ନଡ଼ା ଛପର ଘର ଦେଖିବାକୁ ମିଳୁନି। ଯେଉଁ ଚାଳଛପର ଘରେ ଘରଚଟିଆ ବସା ବାନ୍ଧି ନିଜର କୁନି କୁନି ଥଣ୍ଟରେ ତା’ର ଶାବକଙ୍କୁ ଆଧାର ଦେଇ ଖୁସିରେ ରହୁଥିଲା, ଏବେ ସେ ବାସହରା। କାରଣ ଗାଁ ଗହଳିରେ ପକ୍କାଘର ନିର୍ମାଣ ହେବା ଦ୍ୱାରା ଆଶ୍ରୟ ନ ପାଇବାରୁ ଏମାନେ ଗାଁ  ଛାଡ଼ି ପାଖ ବୁଦୁବୁଦିଆ ଜଙ୍ଗଲରେ କୋଚିତ ମାତ୍ରାରେ ଦେଖିବାକୁ ମିଳୁଛନ୍ତି। ୭୦ ଦଶକରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ଗାଁ ଗଣ୍ଡାରେ ବହୁଳ ପରିମାଣରେ ଘର ଚଟିଆ ବସା ବାନ୍ଧି ଚାଳ ଛପର ଘରେ ବସବାସ କରୁଥିଲେ। ସକାଳ ହେଲେ ବସାରୁ ବାହାରି ଗାଁ ଦାଣ୍ଡ, ଘର ଅଗଣାରେ ପଡ଼ିଥିବା ଖାଦ୍ୟ, ଖୁଦ, ମଳୁଖ, ମୁଢ଼ି, ରୁଟି ଓ ଚାଷ ଜମିରୁ ପୋକ ଆଦିକୁ ଖାଉଥିଲେ। ଅପରପକ୍ଷରେ ବିପର୍ଯ୍ୟୟ ଆସିବାର ଢେର୍‌ ପୂର୍ବରୁ ଘର ଚଟିଆ ଚଢ଼େଇମାନେ ଶହଶହ ସଂଖ୍ୟାର ସଂଘ ବଦ୍ଧ ହୋଇ ଆକାଶରେ ଚକର କାଟନ୍ତି। ଏମାନେ ଆକାଶରେ ଖୁବ୍‌ ଉପର ଭାଗରେ ଉଡ଼ି ବୁଲିଥାନ୍ତି।
ଅପରପକ୍ଷରେ ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ଓ ପରିବେଶ ସନ୍ତୁଳନ ରକ୍ଷା କରିବାରେ ଏମାନଙ୍କ ପ୍ରମୁଖ ଭୂମିକା ଲିଭାଇଥାନ୍ତି। ୧୯୭୧ ସାମୁଦ୍ରିକ ବାତ୍ୟା, ୧୯୮୨ ସାମୁଦ୍ରିକ ବାତ୍ୟା, ୧୯୯୯ ମହାବାତ୍ୟା ପରେ ଜଙ୍ଗଲ ନଷ୍ଟ ହେବା ଦ୍ୱାରା ଏମାନଙ୍କ ବଂଶ ବିଲୁପ୍ତ ହେବାର ଲାଗିଛି। ଗୋଟେ ପଟରେ ପ୍ରାକୃତିକ ବିପର୍ଯ୍ୟୟରେ ଚାଳ ଛପର ଘର ଭାଙ୍ଗିଗଲା। ଅନ୍ୟପକ୍ଷେ ବାତ୍ୟାରେ ବହୁ ମାତ୍ରାରେ ଏମାନଙ୍କ ମୃତ୍ୟୁ ଘଟିଲା। ଫଳରେ ସେବେଠାରୁ ଆଉ ଗାଁ ଗଣ୍ଡାରେ ଥିବା କେତେକ ଚାଳ ଛପର ଘରେ ଘର ଚଟିଆମାନଙ୍କୁ ଦେଖିବାକୁ ମିଳୁନାହିଁ। ଏହି ଚଢ଼େଇମାନେ ବର୍ଷ କରେ ୨ ଥର ଡିମ୍ବ ଦେଇଥାନ୍ତି। ଚାଳ ଘରକୁ ସୁରକ୍ଷିତ ମଣି ଏମାନେ ଆଶ୍ରା ନେଇଥାନ୍ତି। ଏମାନେ ବାହ୍ୟ ଶତ୍ରୁଠାରୁ ରକ୍ଷା ପାଇବାକୁ ମାଈ ଚଢ଼େଇ ନିଜ ଡିମ୍ବକୁ ଉଷୁମ ଦେବା ପାଇଁ ଜଗି ରହିଥିବା ବେଳେ ଅଣ୍ଡିରା ପକ୍ଷୀଟି ଖାଦ୍ୟ ଯୋଗାଡ଼ କରି ଆଣି ଦେଇଥାଏ। ୨୧ ଦିନ ପରେ ଡିମ୍ବ ଫୁଟି ଶାବକ ଜନ୍ମ ନେଇଥାଏ। ସେ ପର୍ଯ୍ୟନ୍ତ ମା’ ଚଢ଼େଇଟି ଶାବକମାନଙ୍କୁ ନିଜ ଡେଣା ତଳେ ସୁରକ୍ଷିତ ଭାବେ ଜଗିଥାଏ। ଏ ସମ୍ପର୍କରେ ପକ୍ଷୀପ୍ରେମୀ ସୁବାସ ସ୍ବାଇଁ କୁହନ୍ତି, ଏମାନଙ୍କ ସୁରକ୍ଷା, ସଂରକ୍ଷଣ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହେବା ଆବଶ୍ୟକ। ଏମନେ କୁନି କୁନି ଚଢ଼େଇ ହେଲେ ମଧ୍ୟ ବିଗିଡି ଯାଉଥିବା ପରିବେଶକୁ ସନ୍ତୁଳନ ରକ୍ଷା କରନ୍ତି। ଯଦି ଏବେଠାରୁ ଘରଚଟିଆଙ୍କୁ ସୁରକ୍ଷା ଦିଆ ନ ଯାଏ ଭବିଷ୍ୟତର ପିଢ଼ିମାନେ କେବଳ ଚିତ୍ରରେ ଦେଖିବା ସାର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri