ଘରଚଟିଆଙ୍କୁ ବାସ ମିଳୁନି

ମହାକାଳପଡ଼ା,୩୧ା୩ (ଡି.ଏନ.ଏ.): ଦିନ ଥିଲା ଅଝଟ ପିଲାଙ୍କୁ କୋଳରେ ବସାଇ ମା’ ଘରଚଟିଆ ଚଢ଼େଇକୁ ଦେଖେଇ ତୁନି କରୁଥିଲା। ସମୟ ବଦଳି ଯାଇଛି ଘରଚଟିଆଙ୍କ କିଚିରି ମିଚିରି ଶବ୍ଦ ଆଉ ଶୁଭୁନାହିଁ। ଗାଁ ଗଣ୍ଡାରେ ନଡ଼ା ଛପର ଘର ଦେଖିବାକୁ ମିଳୁନି। ଯେଉଁ ଚାଳଛପର ଘରେ ଘରଚଟିଆ ବସା ବାନ୍ଧି ନିଜର କୁନି କୁନି ଥଣ୍ଟରେ ତା’ର ଶାବକଙ୍କୁ ଆଧାର ଦେଇ ଖୁସିରେ ରହୁଥିଲା, ଏବେ ସେ ବାସହରା। କାରଣ ଗାଁ ଗହଳିରେ ପକ୍କାଘର ନିର୍ମାଣ ହେବା ଦ୍ୱାରା ଆଶ୍ରୟ ନ ପାଇବାରୁ ଏମାନେ ଗାଁ  ଛାଡ଼ି ପାଖ ବୁଦୁବୁଦିଆ ଜଙ୍ଗଲରେ କୋଚିତ ମାତ୍ରାରେ ଦେଖିବାକୁ ମିଳୁଛନ୍ତି। ୭୦ ଦଶକରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ଗାଁ ଗଣ୍ଡାରେ ବହୁଳ ପରିମାଣରେ ଘର ଚଟିଆ ବସା ବାନ୍ଧି ଚାଳ ଛପର ଘରେ ବସବାସ କରୁଥିଲେ। ସକାଳ ହେଲେ ବସାରୁ ବାହାରି ଗାଁ ଦାଣ୍ଡ, ଘର ଅଗଣାରେ ପଡ଼ିଥିବା ଖାଦ୍ୟ, ଖୁଦ, ମଳୁଖ, ମୁଢ଼ି, ରୁଟି ଓ ଚାଷ ଜମିରୁ ପୋକ ଆଦିକୁ ଖାଉଥିଲେ। ଅପରପକ୍ଷରେ ବିପର୍ଯ୍ୟୟ ଆସିବାର ଢେର୍‌ ପୂର୍ବରୁ ଘର ଚଟିଆ ଚଢ଼େଇମାନେ ଶହଶହ ସଂଖ୍ୟାର ସଂଘ ବଦ୍ଧ ହୋଇ ଆକାଶରେ ଚକର କାଟନ୍ତି। ଏମାନେ ଆକାଶରେ ଖୁବ୍‌ ଉପର ଭାଗରେ ଉଡ଼ି ବୁଲିଥାନ୍ତି।
ଅପରପକ୍ଷରେ ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ଓ ପରିବେଶ ସନ୍ତୁଳନ ରକ୍ଷା କରିବାରେ ଏମାନଙ୍କ ପ୍ରମୁଖ ଭୂମିକା ଲିଭାଇଥାନ୍ତି। ୧୯୭୧ ସାମୁଦ୍ରିକ ବାତ୍ୟା, ୧୯୮୨ ସାମୁଦ୍ରିକ ବାତ୍ୟା, ୧୯୯୯ ମହାବାତ୍ୟା ପରେ ଜଙ୍ଗଲ ନଷ୍ଟ ହେବା ଦ୍ୱାରା ଏମାନଙ୍କ ବଂଶ ବିଲୁପ୍ତ ହେବାର ଲାଗିଛି। ଗୋଟେ ପଟରେ ପ୍ରାକୃତିକ ବିପର୍ଯ୍ୟୟରେ ଚାଳ ଛପର ଘର ଭାଙ୍ଗିଗଲା। ଅନ୍ୟପକ୍ଷେ ବାତ୍ୟାରେ ବହୁ ମାତ୍ରାରେ ଏମାନଙ୍କ ମୃତ୍ୟୁ ଘଟିଲା। ଫଳରେ ସେବେଠାରୁ ଆଉ ଗାଁ ଗଣ୍ଡାରେ ଥିବା କେତେକ ଚାଳ ଛପର ଘରେ ଘର ଚଟିଆମାନଙ୍କୁ ଦେଖିବାକୁ ମିଳୁନାହିଁ। ଏହି ଚଢ଼େଇମାନେ ବର୍ଷ କରେ ୨ ଥର ଡିମ୍ବ ଦେଇଥାନ୍ତି। ଚାଳ ଘରକୁ ସୁରକ୍ଷିତ ମଣି ଏମାନେ ଆଶ୍ରା ନେଇଥାନ୍ତି। ଏମାନେ ବାହ୍ୟ ଶତ୍ରୁଠାରୁ ରକ୍ଷା ପାଇବାକୁ ମାଈ ଚଢ଼େଇ ନିଜ ଡିମ୍ବକୁ ଉଷୁମ ଦେବା ପାଇଁ ଜଗି ରହିଥିବା ବେଳେ ଅଣ୍ଡିରା ପକ୍ଷୀଟି ଖାଦ୍ୟ ଯୋଗାଡ଼ କରି ଆଣି ଦେଇଥାଏ। ୨୧ ଦିନ ପରେ ଡିମ୍ବ ଫୁଟି ଶାବକ ଜନ୍ମ ନେଇଥାଏ। ସେ ପର୍ଯ୍ୟନ୍ତ ମା’ ଚଢ଼େଇଟି ଶାବକମାନଙ୍କୁ ନିଜ ଡେଣା ତଳେ ସୁରକ୍ଷିତ ଭାବେ ଜଗିଥାଏ। ଏ ସମ୍ପର୍କରେ ପକ୍ଷୀପ୍ରେମୀ ସୁବାସ ସ୍ବାଇଁ କୁହନ୍ତି, ଏମାନଙ୍କ ସୁରକ୍ଷା, ସଂରକ୍ଷଣ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହେବା ଆବଶ୍ୟକ। ଏମନେ କୁନି କୁନି ଚଢ଼େଇ ହେଲେ ମଧ୍ୟ ବିଗିଡି ଯାଉଥିବା ପରିବେଶକୁ ସନ୍ତୁଳନ ରକ୍ଷା କରନ୍ତି। ଯଦି ଏବେଠାରୁ ଘରଚଟିଆଙ୍କୁ ସୁରକ୍ଷା ଦିଆ ନ ଯାଏ ଭବିଷ୍ୟତର ପିଢ଼ିମାନେ କେବଳ ଚିତ୍ରରେ ଦେଖିବା ସାର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri