ଦାରିଙ୍ଗବାଡି,୧।୭(ଅରୁଣ ସାହୁ): ରାଜ୍ୟବ୍ୟାପୀ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ(ଓଏମଏସଏ) ପକ୍ଷରୁ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ସିମନବାଡି, ବୁଡ଼ାଗୁଡା, ଶିକରମାହା, ଗଦାପୁର, ବ୍ରାହ୍ମଣୀଗାଁ, ମର୍ଦ୍ଦିପାଙ୍କା ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସମସ୍ତ ଡାକ୍ତରମାନେ କାର୍ଯ୍ୟଛାଡ଼ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଫଳରେ ଏହି ସବୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀମାନେ ବିଶେଷ କରି ଗର୍ଭବତୀ ମହିଳା, ଶିଶୁ, ଓ ଅନ୍ୟାନ୍ୟ ଜରୁରୀକାଳୀନ ସେବା ପାଇବାକୁ ହଇରାଣ ଭୋଗୁଛନ୍ତି। ଯେଉଁସବୁ ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୁଷ ଡାକ୍ତର ଅଛନ୍ତି ଏବେ ସେହି ଡାକ୍ତର ମାନେ ହିଁ ରୋଗୀ ପାଇଁ ଏକ ମାତ୍ର ଭରସା ବୋଲି କୁହାଯାଉଛି। ଜୁଲାଇ ପହିଲା ଜାତୀୟ ଡାକ୍ତର ଦିବସରେ ଡାକ୍ତରଙ୍କ ବଡ଼ ଆନ୍ଦୋଳନ କରାଯାଉଥିବା ଦେଖିବାକୁ ମିଳିଛି। ଏହି ଆନ୍ଦୋଳନକୁ ସହଯୋଗ କରିବା ପାଇଁ ସଂଘ ପକ୍ଷରୁ ଜନସାଧାରଣ ସହଯୋଗ କରିବାକୁ ନିବେଦନ କରାଯାଇଥିବା ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ କହିଛନ୍ତି।
Dharitri – Odisha’s No.1 Odia Daily

