Posted inଜାତୀୟ

ଦାନ୍ତ ଘଷୁ ଘଷୁ ଗିଳିଦେଲେ ଟୁଥ୍‌ ବ୍ରଶ୍‌

ଔରଙ୍ଗାବାଦ,୩୦।୧୨: ମହାରାଷ୍ଟ୍ରର ଔରଙ୍ଗାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ଦାନ୍ତ ଘଷୁ ଘଷୁ ଟୁଥ ବ୍ରଶକୁ ଗିଳି ଦେଇଛନ୍ତି। ଔରଙ୍ଗାବାଦ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲର ଡାକ୍ତରମାନେ ସଫଳତାର ସହ ଚିକିତ୍ସା କରି ସେହି ବ୍ୟକ୍ତିଙ୍କ ପେଟରୁ ଟୁଥ ବ୍ରଶ ବାହାର କରିଥିଲେ। ଏହି ବ୍ୟକ୍ତିଙ୍କ ନାମ ହେଉଛି ରାଜେଶ ଯାଦବ। ଡାକ୍ତରଙ୍କ କହିବାନୁସାରେ, ଡିସେମ୍ବର ୨୬ରେ ସକାଳେ ବ୍ରଶ କରିବାବେଳେ ରାଜେଶ ପୁରା ଟୁଥ ବ୍ରଶକୁ ଗିଳି ଦେଇଥିଲେ। ପରେ ରାଜେଶଙ୍କ ପେଟରେ ଅତ୍ୟଧିକ ଯନ୍ତ୍ରଣା ହେବାକୁ ଲାଗିଲା। ତାଙ୍କୁ ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହା ପରେ ସିଟି ସ୍କାନରୁ ଜଣାପଡିଥିଲା ରାଜେଶଙ୍କ ପେଟରେ ପୁରା ଟୁଥ ବ୍ରଶଟି ଅଛି। ସିଟି ସ୍କାନ ରିପୋର୍ଟ ଦେଖିବା ପରେ ଡାକ୍ତରଙ୍କ ଏକ ଟିମ ତୁରନ୍ତ ଅସ୍ତ୍ରୋପଚାର କରିଥିଲେ ଏବଂ ସଫଳତାର ସହିତ ପେଟରୁ ବ୍ରଶ ବାହାର କରିଥିଲେ। ଅସ୍ତ୍ରୋପଚାର କରିଥିବା ଡାକ୍ତରମାନେ କହିଛନ୍ତି ଯେ ରୋଗୀ ଏବେ ଭଲ ଅଛନ୍ତି, ଭୟଭୀତ ହେବାର କୌଣସି କାରଣ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନୀରବିଲା ‘ଭଏସ୍‌ ଅଫ୍‌ ଲଭ୍‌’

କୋଲକାତା, ୧ା୬: ଭର୍ସାଟାଇଲ ଗାୟକ ତଥା କେକେ ନାମରେ ବେଶ୍‌ ପରିଚିତ କ୍ରିଷ୍ଣକୁମାର କୁନ୍ନଥଙ୍କ ମଙ୍ଗଳବାର ରାତିରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୫୩ ବର୍ଷ...

କଂଗ୍ରେସ ବିନା ବିରୋଧୀଙ୍କୁ ଏକଜୁଟ ଯୋଜନା କରୁଛନ୍ତି କେସିଆର…

ହାଇଦ୍ରାବାଦ, ୧୨।୯ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ତାଙ୍କର ରାଜନୈତିକ ଗତି ବୃଦ୍ଧି କରୁଥିବା ଦେଖାଯାଉଛି। ସେ ରବିବାର କର୍ନାଟକର ପୂର୍ବତନ ସିଏମ...

କେଦାରନାଥରେ ଅଘଟଣ: ହେଲିକପ୍ଟର ପଙ୍ଖାରେ ଅଧିକାରୀଙ୍କ ଗଳା କଟିଲା…

ଡେରାଡୁନ,୨୩।୪ : ଉତ୍ତରାଖଣ୍ଡ ଚାର୍‌ ଧାମ ଯାତ୍ରାର ଦ୍ୱିତୀୟ ଦିନରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣା କେଦାରନାଥ ହେଲିପ୍ୟାଡରେ ଘଟିଛି।...

୫କଂଗ୍ରେସ ନେତାଙ୍କୁ ଇଡିର ସମନ

ନୂଆଦିଲ୍ଲୀ,୩।୧୦: ନ୍ୟାସନାଲ ହେରାଲ୍ଡ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସୋମବାର ୫ଜଣ କଂଗ୍ରେସ ନେତାଙ୍କୁ ସମନ ପଠାଇଛି। ସମନ ପଠାଯାଇଥିବା ନେତାଙ୍କ ମଧ୍ୟରେ ଅଞ୍ଜନ...

ଭାକ୍ସିନ୍‌ ଯୋଗୁ ପୁଣି ନୂଆ ବିପଦ: ୨ ଡୋଜ୍‌ ମଧ୍ୟରେ ସମୟ ବଢ଼ିଲେ ସଂକ୍ରମଣ ଆଶଙ୍କା ଅଧିକ…

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦେଶରେ...

ପିତାଙ୍କ ଆଫେୟାର୍ସକୁ ନେଇ ଇନ୍ଦିରାଙ୍କୁ ଅଭିଯୋଗ କରୁଥିଲେ ଏହି ରାଜନେତାଙ୍କ ପୁଅ !

ନୂଆଦିଲ୍ଲୀ,୨୮।୬: ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପନେ ପକାଇଛନ୍ତି। ଦେଶରେ ଆର୍ଥିକ ସୁଧାର କଥା ଆସିଲେ...

ବିଜୟର ୬ ବଡ଼ କାରଣ

ନୂଆଦିଲ୍ଲୀ,୧୨ା୨: ଦିଲ୍ଲୀ ନିର୍ବାଚନରେ ବଡ଼ ବିଜୟ ହାସଲ ସହ ଏଏପି କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି। ଏଏପି ବିଜୟର କେତେକ କାରଣ...

ରାଜୌରିରେ ପୁଣି ବିସ୍ଫୋରଣ: ଜଣେ ଶିଶୁ ମୃତ, ୪ ଆହତ

ଶ୍ରୀନଗର,୨।୧: ଜମ୍ମୁ ଡିଭିଜନର ରାଜୋରୀ ଜିଲାର ଡାଙ୍ଗ୍ରି ଅଞ୍ଚଳରେ ଆଇଇଡି ବିସ୍ଫୋରଣ ହୋଇଛି। ଏଥିରେ ଜଣେ ଶିଶୁଙ୍କର ମୃତ୍ୟୁ ଘଟିବା ସହ ୪ ଜଣ ଆହତ...

Advertisement
Archives

Model This Week