ଦୌଡ଼ିଲେ ଡାକ୍ତର

ବେଙ୍ଗାଲୁରୁରେ ଟ୍ରାଫିକ୍‌ ଜାମ୍‌ ସମସ୍ତଙ୍କୁ ହନ୍ତସନ୍ତ କରୁଛି। ପ୍ରବଳ ବର୍ଷା ଯୋଗୁ ପାଣି ଜମିଯିବା ଫଳରେ ସେଠାରେ ଗାଡ଼ି ଚଳପ୍ରଚଳ ବାଧାପ୍ରାପ୍ତ ହେଉଛି। ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଡାକ୍ତର ଗୋବିନ୍ଦ ନନ୍ଦକୁମାର ଭିଡ଼ ଭିତରେ ଅଟକି ଯିବାରୁ ଗାଡ଼ିରୁ ଓହ୍ଲାଇ ୩ କିଲୋମିଟର ଦୌଡ଼ିଲେ। ଏହି ଡାକ୍ତର ଗାଡ଼ି ଭିତରେ ନିଶ୍ଚିତ ଭାବରେ ମୋବାଇଲ ଫୋନ୍‌କୁ ସମ୍ପୂର୍ଣ୍ଣ ଚାର୍ଜ କରିବା ସହ ସେଲ୍‌ଫି ଷ୍ଟିକ୍‌ ରଖୁଥିବାର ପ୍ରମାଣ ଭିଡିଓ ଦେଖିଲେ ଯେକୌଣସି ସାଧାରଣ ବ୍ୟକ୍ତି ବୁଝିପାରିବେ। ୩ କି.ମି. ବାଟ ଦୌଡ଼ିଥିବା ଏହି ଡାକ୍ତର ତାଙ୍କ ଦୌଡ଼କୁ ଫୋନ୍‌ର ସେଲ୍‌ଫି ମୋଡ୍‌ରେ ରଖି ରେକର୍ଡ କରିଛନ୍ତି। ସେହି ଭିଡିଓକୁ ତାଙ୍କର ସାମାଜିକ ଦାୟିତ୍ୱସମ୍ପନ୍ନତା ବିଷୟରେ ସମସ୍ତଙ୍କୁ ଜଣାଇବା ପାଇଁ ସାମାଜିକ ଗଣମାଧ୍ୟମ(ସୋସିଆଲ ମିଡ଼ିଆ)ରେ ପ୍ରସାରିତ କରିଥିବାବେଳେ ପ୍ରଶଂସାରେ କୁଢ଼େଇ ହୋଇଯାଇଥିଲେ। ନକାରାତ୍ମକ ମନ୍ତବ୍ୟ ଦେଇ କେତେକ ଅବାଞ୍ଛିତ ଲୋକ କହିଛନ୍ତି ଯେ, ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର କରିବାକୁ ବ୍ୟାକୁଳ ଡାକ୍ତର ସେଲ୍‌ଫି ନେବା କଥା କେମିତି ଭାବିପାରିଲେ । ଏଭଳି ନକାରାମତ୍କ ଲୋକଙ୍କୁ କେବେହେଲେ ବୁଝାଇ ହେବ ନାହିଁ। ନିଃସନ୍ଦେହରେ ସେହି ଡାକ୍ତର ନିଜର ପ୍ରଚାର ପାଇଁ ଏଭଳି ଭିଡିଓ ପ୍ରସ୍ତୁତ କରିଛନ୍ତି। ପୁନର୍ବାର ନିଃସନ୍ଦେହରେ କୁହାଯାଇପାରେ ସେହି ଅସ୍ତ୍ରୋପଚାର ପାଇଁ ମିଳିବାକୁ ଥିବା ଅର୍ଥ ଦ୍ୱାରା ଆକର୍ଷିତ ହୋଇଥାଇପାରନ୍ତି। କିନ୍ତୁ ଏହାସବୁ ତାଙ୍କ ବିରୋଧରେ ଧରିବା ଉଚିତ ନୁହେଁ।
ଭାରତର ସବୁ ସାନବଡ଼ ସହରରେ ଘଟୁଥିବା ବର୍ଷାଜନିତ ଟ୍ରାଫିକ୍‌ ସମସ୍ୟାକୁ ମଧ୍ୟ ଗୌଣ କରାଯାଇପାରିବ ନାହିଁ। ତତ୍‌ସହିତ ଭାରତୀୟ ନାଗରିକମାନେ ଅତ୍ୟନ୍ତ ସଚେତନ ହେବା ଦରକାର ଯେ, ଏହିଭଳି ନିଜର ପ୍ରଚାର ପ୍ରସାର କରୁଥିବା ଆଜିକାର ଯୁଗରେ କ୍ୱଚିତ ଲୋକ ବାସ୍ତବରେ ଜନହିତକାରୀ କାର୍ଯ୍ୟ କରୁଛନ୍ତି। ଗ୍ରାମାଞ୍ଚଳରେ ରହୁଥିବା ଅନେକ ଡାକ୍ତରଙ୍କ କଥା ସୋସିଆଲ ମିଡିଆରେ ଶୁଣିବାକୁ ମିଳେ ନାହିଁ। ବିନା ଅର୍ଥରେ ଅସ୍ତ୍ରୋପଚାର କରୁଥିବା ସରକାରୀ ଡାକ୍ତରଙ୍କର କାହାଣୀ ଅନ୍ଧାରରେ ଲୁଚିଯାଏ। ସେମାନେ କିଭଳି ନାଳ, ନଦୀ ଓ ଜଙ୍ଗଲ ଅତିକ୍ରମ କରି ରୋଗୀଙ୍କୁ ସେବା ଦେଉଛନ୍ତି ତାହା ଆମକୁ ସାମାଜିକ ଗଣମାଧ୍ୟମରେ କାଁ ଭାଁ ଦେଖିବାକୁ ମିଳେ। ଏଥିରେ ଆମେ ଭାରତୀୟ ଶିକ୍ଷା ନେବା ଉଚିତ ଯେ, ଆଜିକାର ସମୟରେ କେବଳ ଗଳ୍ପ କହୁଥିବା ମିଥ୍ୟାବାଦୀମାନଙ୍କୁ ଚିହ୍ନିବା ଦରକାର। ଭାରତ ପଞ୍ଚମ ବୃହତ୍‌ ଅର୍ଥନୀତି ହେବାଠାରୁ ଆରମ୍ଭ କରି ଚାଇନା ଏବଂ ପାକିସ୍ତାନକୁ ଯୁଦ୍ଧରେ ହରାଇପାରିବା ଭଳି ଅସତ୍ୟ ପ୍ରଚାରକୁ ନ ବୁଝିଲେ ଭବିଷ୍ୟତରେ ବିରାଟକାୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri