ଡାକ୍ତର ଜଣେ ସୈନିକ: ରାଜ୍ୟପାଳ

ବଲାଙ୍ଗୀର ଅଫିସ, ୧୧ା୪: ଯେତେବେଳେ ଶରୀର କଥା ଉଠେ ସେତେବେଳେ ଡାକ୍ତର ଜଣେ ସୈନିକ। ଯେତେବେଳେ ମନ କଥା ଉଠେ ସେତେବେଳେ ଡାକ୍ତର ଜଣେ ମନୋବିଜ୍ଞାନୀ। ଆଉ ଯେତେବେଳେ ଆମତ୍ା କଥା ଉଠେ ଡାକ୍ତର ସେତେବେଳେ ଜଣେ ପୂଜକ ବୋଲି ଓଡ଼ିିଶା ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ ସୋମବାର ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥିଭାବେ ଯୋଗଦେଇ କହିଛନ୍ତି। ରାଜ୍ୟପାଳ ଲାଲ ତାଙ୍କ ଦୀକ୍ଷାନ୍ତ ଅଭିଭାଷଣରେ ସନ୍ଥକବି ଭୀମ ଭୋଇଙ୍କ ବାଣୀ ଉଦ୍ଧାର କରି କହିଥିଲେ ଯେ, ଜାତି ଖୋଜିଲେ ମୁକ୍ତି ନାହିଁ, ମୁକ୍ତି ଖୋଜିଲେ ଜାତି ନାହିଁ। ଏହି ବାଣୀର ମର୍ମ ବୁଝିବାକୁ ହେବ। ଏହାହିଁ ତ ଅତିମାନସ ସଚେତନତା। ଭୀମ ଭୋଇ ଓ ଓଡ଼ିଶାର ଜଗନ୍ନାଥ ସଂସ୍କୃତିର ଅଜାତିବାଦ୍‌ ତତ୍ତ୍ୱକୁ ବୁଝିବାକୁ ହେବ। ଶ୍ରୀଅରବିନ୍ଦଙ୍କ ଅତିମାନସ ଚିନ୍ତନକୁ ହୃଦୟଙ୍ଗମ କରିବାକୁ ହେବ। ରାଜ୍ୟପାଳ ପ୍ରଫେସର ଲାଲ ଡାକ୍ତରୀ ଛାତ୍ରୀଛାତ୍ରଙ୍କୁ ପ୍ରଶ୍ନ କରିଥିଲେ କେବେ ଶୁଣିଛ କି, ମନ୍‌ୱାଲେ ଦୁଲ୍‌ହନିଆ ଲେ ଜାଏଙ୍ଗେ। ଆମେ ଶୁଣିଛୁ, ମନ୍ଦିର, ମସଜିଦ୍‌ ସବୁ ଭାଙ୍ଗିଦିଅ ହେଲେ କାହାର ହୃଦୟ ଭାଙ୍ଗନାହିଁ। ଏଣୁ ସବୁବେଳେ, ସବୁଠି ହୃଦୟର କଥା ଶୁଣ ବୋଲି ରାଜ୍ୟପାଳ ଡାକ୍ତରୀ ଛାତ୍ରୀଛାତ୍ରଙ୍କୁ ଉଦ୍‌ବୋଧନ ଦେଇଥିଲେ।
ସମ୍ମାନୀତ ଅତିଥିଭାବେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଓଡିଶା ସ୍ବାସ୍ଥ୍ୟ ଓ ବିଜ୍ଞନ ବିଶ୍ୱବିଦ୍ୟାଳୟ କୁଳପତି ଡ. ଦତ୍ତେଶ୍ୱର ହୋତା, ଜିଲାପାଳ ଚଞ୍ଚଳ ରାଣା, ଭୀମ ଭୋଇ ମେଡିକାଲ କଲେଜ ଡିନ୍‌ ଡା. ସବିତା ମହାପାତ୍ର, କଲେଜ ଛାତ୍ର ସଂସଦ ସଭାପତି ବିଶାଳ ପଣ୍ଡା ଓ ଅଭିଷେକ ପାଣି ମଞ୍ଚାସୀନ ହୋଇଥିଲେ। ସମ୍ମାନିତ ଅତିଥି ବିଧାୟକ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ୧୯୯୯ ମସିହାରେ ପଶ୍ଚିମ ଓଡ଼ିିଶା ବିକାଶ ପରିଷଦ ଗଠନ ହେବା ପରେ ବଲାଙ୍ଗୀରରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରାଯାଇଥିଲା। ନାନା ପ୍ରତିବନ୍ଧକ ସତ୍ତ୍ୱେ ଆଜି ଏହି କଲେଜରୁ ପ୍ରଥମ ବ୍ୟାଚ୍‌ ଡାକ୍ତରୀ ଛାତ୍ର ପାସ୍‌ କରିଛନ୍ତି। ଆଜି ସ୍ବପ୍ନ ପୂରଣ ହୋଇଛି। ଏଠାରେ ଶୀଘ୍ର ପିଜି ଶ୍ରେଣୀ ଏବଂ ସୁପରସ୍ପେଶାଲିଟି ବିଭାଗ ଖୋଲାଯାଉ ଏହା ହିଁ ତାଙ୍କର ସ୍ବପ୍ନ ବୋଲି ବିଧାୟକ ମିଶ୍ର କହିଥିଲେ। ସମ୍ମାନିତ ଅତିଥି କୁଳପତି ଡ. ହୋତା ତାଙ୍କ ବକ୍ତବ୍ୟରେ ଆଗାମୀ ଦିନରେ ଓଡିଶାରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଶିକ୍ଷା, ତାଲିମ ଓ ଗବେଷଣା ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ। ଏହି ଅବସରରେ ଭୀମ ଭୋଇ ମେଡିକାଲ କଲେଜର ମୁଖପତ୍ର ଜେନିସିସ୍‌କୁ ରାଜ୍ୟପାଳ ଲାଲ ଓ ଅନ୍ୟ ଅତିଥିମାନେ ଉନ୍ମୋଚିତ କରିଥିଲେ। କାର୍ଯ୍ୟକ୍ରମରେ ବଲାଙ୍ଗୀର ଏସ୍‌ପି ନୀତିନ କୁଶଲକର, ପ୍ରଫେସର ମଧୁସୂଦନ ପତି, ଅଧ୍ୟାପକ, ଷ୍ଟାଫ୍‌, ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।
ଦିନିକିଆ ବଲାଙ୍ଗୀର ଗସ୍ତରେ ଆସିଥିବା ରାଜ୍ୟପାଳ ଲାଲ ଏହାପରେ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ପରିସରରେ ସ୍ଥାପିତ ସ୍ବାଧୀନତା ସଂଗ୍ରାମୀ, ସମ୍ବିଧାନ ପ୍ରଣୟନ ସଭା ସଦସ୍ୟ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସ୍ବର୍ଗତ ଯୁଧିଷ୍ଠିର ମିଶ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ସେଠାରୁ ଯାଇ ରାଜ୍ୟପାଳ ଲୋଇସିଂହା ବ୍ଲକ ଅନ୍ତର୍ଗତ ଯୋଗୀସର୍ଡା ହରିହର ନୋଡାଲ ହାଇସ୍କୁଲର ୫୬ତମ ବାର୍ଷିକ ଉସତ୍ବରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri