Posted inଫୁରସତ

ଜାଣନ୍ତି ବବଲ୍‌ ର଼୍ୟାପ୍‌ ଦେଖିବା କ୍ଷଣି କାହିଁକି ଫୁଟାଇବାକୁ ମନ ଚାହେଁ

ଯେତେବେଳେ ଆମେ କିଛି ଜିନିଷ କିଣୁ ଏହା ଅତ୍ୟନ୍ତ ସୂକ୍ଷ୍ମ ଏବଂ ବହୁତ ଭଲ ଭାବରେ ପ୍ୟାକ୍‌ ହୋଇଥାଏ। ଗ୍ଲାସ ବ୍ୟତୀତ ଚାଇନା ମାଟିର ବାସନ ହେଉ କିମ୍ବା ଅନ୍ୟ କୌଣସି ସୂକ୍ଷ୍ମ ସାମଗ୍ରୀ ହେଉ ଏହି ଜିନିଷଗୁଡ଼ିକ ପ୍ରାୟତଃ ବବଲ୍‌ ର଼୍ୟାପ୍‌ରେ ପ୍ୟାକିଂ ହୋଇଥାଏ। ଏହି ସାମଗ୍ରୀଗୁଡ଼ିକ ବବଲ୍‌ ର଼୍ୟାପ୍‌ରେ ବହୁତ ସୁରକ୍ଷିତ। ଏହା ଭିତରେ ଜିନିଷ ଭାଙ୍ଗିବାର କମ୍‌ ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ବକ୍ସରେ ରଖିବା ପୂର୍ବରୁ ଟିଭି ଏବଂ ଫ୍ରିଜ୍‌ ପରି ମହଙ୍ଗା ଜିନିଷ ମଧ୍ୟ ବବଲ୍‌ ର଼୍ୟାପ୍‌ରେ ଗୁଡ଼ାଯାଇଥାଏ। ପ୍ଲାଷ୍ଟିକ ହେତୁ ଏହି ସାମଗ୍ରୀଗୁଡ଼ିକ ସ୍କ୍ରାଚ ହୋଇ ନ ଥାଏ। କିନ୍ତୁ ସାମଗ୍ରୀ ପ୍ୟାକ୍‌ ଖୋଲା ହେବା ମାତ୍ରେ ପିଲାଠୁ ବୟସ୍କ ଯାଏ ମଧ୍ୟ ଏହି ବବଲ୍‌ଗୁଡ଼ିକୁ ଫଟାଇବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି।

ଆପଣ କେବେ ଭାବିଛନ୍ତି କି ଏହି ବବଲ୍‌ଗୁଡ଼ିକୁ ଦେଖିବା ପରେ ଫୁଟାଇବା ପାଇଁ କାହିଁକି ମନ ଚାହେଁ। ତେବେ ଏହାର କାରଣ ମନୋବିଜ୍ଞାନ ସହିତ ଜଡ଼ିତ। ତେଣୁ ଜଣେ ବ୍ୟକ୍ତି ବବଲ୍‌ଗୁଡ଼ିକୁ ଦେଖିବା ମାତ୍ରେ ହାତରେ ଧରି ଫୁଟାଇବା ପାଇଁ ଇଚ୍ଛା ହୁଏ। ସମସ୍ତ ବବଲ୍‌ ନ ଫାଟିବା ପର୍ଯ୍ୟନ୍ତ ମନ ଶାନ୍ତି ହୁଏ ନାହିଁ।

ବାସ୍ତବରେ ଆଜିର ଜୀବନଶୈଳୀରେ ଅଧିକାଂଶ ଲୋକ ଉଦାସୀନତା ତଥା ଚାପରେ ରହୁଛନ୍ତି। ମନୋବିଜ୍ଞାନ ଅନୁଯାୟୀ, ଯେତେବେଳେ ଜଣେ ବ୍ୟକ୍ତି ଚାପରେ ଥାଆନ୍ତି, ସେତେବେଳେ ସେ ଛୋଟ ସ୍ପଞ୍ଜି ଜିନିଷ ଧରି ଅନେକ ଆରାମ ପାଇଥା’ନ୍ତି। ସେଥିପାଇଁ ଚାପ ପାଇଁ ଛୋଟ ସ୍ପଞ୍ଜ ବଲ୍‌ ତିଆରି କରାଯାଇଛି। ସେଗୁଡିକୁ ଫୁଟାଇ ମନ ଆନନ୍ଦ ହୋଇଥାଏ। ସେହିପରି ବବ୍‌ଲ ଫୁଟାଇ ବି ଲୋକେ ଆନନ୍ଦ ପାଇଥାନ୍ତି।

ବବଲ୍‌ ର଼୍ୟାପ୍‌ ଫୁଟାଇବା ସମୟରେ ବ୍ୟକ୍ତିର ଧ୍ୟାନ ଅଲଗା କେଉଁଆଡ଼େ ଯାଏ ନାହିଁ। କିଛି ସମୟ ପାଇଁ ମନରେ ଏକାଗ୍ରତା ଆସିଥାଏ। ଜୀବନର ସମସ୍ତ ଟେନ୍‌ସନ୍‌ ଭୁଲି ବବଲ୍‌ ଫୁଟାଇବାରେ ବ୍ୟସ୍ତ ରହିଥାନ୍ତି। ତେଣୁ ବୟସ ଯେତେ ବଢ଼ିଲେ ବି ବବଲ୍‌ ଫୁଟାଇ ଲୋକେ ମାନସିକ ଶାନ୍ତି ପାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri