ନିମ୍ନମାନ କାମ କରି ଠିକାଦାର ଫେରାର

ଯାଜପୁର,୭ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଗଠନ ହେବା ପରେ ଲୋକଙ୍କ ଜୀବନଧାରଣ ମାନରେ ଆଶାନୁରୂପ ଉନ୍ନତି ଆସିନାହିଁ। ଯେଉଁ ଅଞ୍ଚଳର ଗମନାଗମନ ଯେତେ ସୁଦୃଢ଼ ସେହି ଅଞ୍ଚଳ ସେତେ ଉନ୍ନତ ବୋଲି ବିଶ୍ୱାସ ରହିଛି। କିନ୍ତୁ ଦୁର୍ବଳ ନେତୃତ୍ୱ ତଥା ଠିକାଦାର ରାଜନୀତି ବିକାଶର ଧାରାକୁ ପଛକୁ ପକାଇ ଦେଇଥିବା ସାଧାରଣରେ ଆଲୋଚନା ହେଉଛି। ଆର ଆଣ୍ଡ ବି(ପୂର୍ତ୍ତ) ବିଭାଗର ଅର୍ଥ ଠିକ ଭାବେ ବିନିଯୋଗ ହେଉ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କୁହାଯାଉଛି। କଟକ ଜିଲା ଅଧୀନରେ ଥିବା ଚାରବାଟିଆ ପୂର୍ତ୍ତ ଡିଭିଜନ ଜରିଆରେ ଯାଜପୁର ଜିଲାରେ ହେଉଥିବା ରାସ୍ତା କାର୍ଯ୍ୟଗୁଡିକୁ ଅବଲୋକନ କଲେ ଏହା ଜଳଜଳ ହୋଇ ଦିଶୁଛି। ଏଠାରେ ବନ୍ଦାଳୋ-ଏଣ୍ଡରପଦା ୫ କିମି ରାସ୍ତାର ଉନ୍ନତିକରଣ କାର୍ଯ୍ୟକୁ ଖୋଦ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ସୁଚିନ୍ତିତ ଅବା ଯୋଜନାବଦ୍ଧ ଭାବେ ନ କରି ହାଫାଜର୍ଡ ମେନର(ଆବୁରୁ ଜାବୁରୁ) ରାସ୍ତା କାର୍ଯ୍ୟ ସମ୍ପନ୍ନ ହୋଇଥିବା ସ୍ବୀକାର କରିଛନ୍ତି। ଏପରି କି ସମୁଦାୟ ବ୍ୟୟ ଅଟକଳ ୪ କୋଟି ୨ ଲକ୍ଷ ୪୫ ହଜାର ୯୬୧ ଟଙ୍କା ମଧ୍ୟରୁ ସଂପୃକ୍ତ ସ୍ବତନ୍ତ୍ର ଶ୍ରେଣୀ ଠିକାଦାର ରାଜୀବଲୋଚନ ସାହୁ ଏଭଳି କାମ କରି ୧ କୋଟି ୧୫ ଲକ୍ଷ ୫୪ ହଜାର ୯୪୯ ଟଙ୍କା ଉଠାଇ ନେଇଥିବା ଜଣାପଡିଛି। ଠିକାଦାର ସାହୁ ବିଭାଗୀୟ ଅଧିକାରୀଙ୍କ କୌଣସି କାରଣ ଦର୍ଶାଅ ନୋଟିସ କିମ୍ବା ଉପସ୍ଥିତ ରହିବାକୁ ହେଉଥିବା ନିର୍ଦ୍ଦେଶକୁ ଭ୍ରୂକ୍ଷେପ କରୁ ନାହାନ୍ତି। ଏଥିରୁ ଠିକାଦାରଙ୍କ ସହ ଉପର ମହଲାରେ ବହୁ ହାତ ଥିବା ସନ୍ଦେହ କରାଯାଉଛି। ଫଳରେ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ପ୍ରାୟ ୨୦ ହଜାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।
ପଡୋଶୀ କଟକ ଜିଲାର ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନରେ ଯାଜପୁର ଜିଲାର ବଡ଼ଚଣା ଓ ବରୀ ବ୍ଲକର ୧୨ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ରହିଛି। ଏହିସବୁ ରାସ୍ତା ଉପରେ ଜିଲା ପ୍ରଶାସନର ସେତେଟା କର୍ତ୍ତୃତ୍ୱ ରହୁ ନ ଥିବାରୁ ମନମୁଖି ନିର୍ମାଣ ସହ ହରିଲୁଟ ଯୋଗୁ ଅଧିକାଂଶ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଚାରବାଟିଆ ପୂର୍ତ୍ତ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କ ରିପୋର୍ଟ ଅନୁସାରେ ୧୬ ନମ୍ବର ଜାତୀୟ ରାଜପଥର ବନ୍ଦାଳୋଠାରୁ ଏଣ୍ଡରପଦା ୫କିମି ରାସ୍ତା ନିର୍ମାଣ ୧ା୧୨ା୨୦୧୮ରୁ ଆରମ୍ଭ ହୋଇ ୩୧ା୮ା୨୦୧୯ରେ ଶେଷ ହେବା କଥା। କିନ୍ତୁ ଏହାର ୪ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ରାସ୍ତା ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ବିଡ଼ମ୍ବନା ଯେ, ଠିକାଦାରଙ୍କ ଉପରେ କେବଳ ବିଭାଗୀୟ କାରଣ ଦର୍ଶାଅ ନୋଟିସ କରି ଅଯାଚିତ ଅନୁକମ୍ପା ପ୍ରଦର୍ଶନ ହେଉଥିବା ଜଣାପଡିଛି। ଅଧୀକ୍ଷଣ ଯନ୍ତ୍ରୀଙ୍କ ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ, ରାସ୍ତାର ମନ୍ଥର ଅଗ୍ରଗତି ଏବଂ ଅସମ୍ପୂର୍ଣ୍ଣକୁ ନେଇ ଠିକାଦାରଙ୍କୁ ଏକାଧିକ ଥର ଜବାବ ତଲବ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୫ କିମି ରାସ୍ତା ମଧ୍ୟରୁ ମାତ୍ର ୧୨୭୭.୭୩ ମିଟର ପିଚୁ ଶେଷ ହୋଇଥିବାବେଳେ ୩୭୬୦ ମିଟର ଜିଏସ୍‌ବି(ପିଚୁ ତଳସ୍ତର) ଏବଂ ୨୧୫୬.୬୫ ମିଟର ଡବ୍ଲୁଏମ୍‌ଏମ୍‌(ମେଟାଲ, ଆଶ୍‌ଗୁଣ୍ଡ ଇତ୍ୟାଦି) ପର୍ଯ୍ୟନ୍ତ ହାଫାଜର୍ଡ ମେନର(ଆବୁରୁ ଜାବୁରୁ) ଭାବେ କାର୍ଯ୍ୟ ସମ୍ପନ୍ନ ହୋଇଛି। ଏନେଇ ଠିକାଦାର ସାହୁଙ୍କୁ ଏକାଧିକ ଥର ନୋଟିସ ଦେବା ପରେ ସେ ବିଭାଗୀୟ ଚିଫ୍‌ ଇଞ୍ଜିନିୟରଙ୍କୁ ଭେଟି ୩୦ା୧୨ା୨୦୨୨ ସୁଦ୍ଧା କାର୍ଯ୍ୟ ସମ୍ପନ୍ନ କରିବେ ବୋଲି ଲିଖିତ ଭାବେ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଚିଫ୍‌ ଇଞ୍ଜିନିୟରଙ୍କ ନିର୍ଦ୍ଦେଶରେ ବାକି କାମ କରିବାକୁ ଠିକାଦାରଙ୍କୁ ଅନୁମତି ଦେଇ ୧୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। କିଛିଟା କାମ କରି ଠିକାଦାର ଜଣକ ପୁଣି ଅଦୃଶ୍ୟ ହୋଇଯାଇଛନ୍ତି। ଚାରବାଟିଆ ପୂର୍ତ୍ତ ବିଭାଗ ପକ୍ଷରୁ ଗତ ୩ ତାରିଖରେ ଠିକାଦାରଙ୍କୁ ଉପସ୍ଥିତ ରହି ଚୂଡାନ୍ତ ମାପଚୁପ କରିବାକୁ ନୋଟିସ ହୋଇଥିଲା। ହେଲେ ଠିକାଦାର ଜଣକ ଉକ୍ତ ନୋଟିସକୁ ଅଣଦେଖା କରି ଉପସ୍ଥିତ ରହି ନ ଥିଲେ। ଏହାପରେ ଚାରବାଟିଆ ଅଧୀକ୍ଷଣ ଯନ୍ତ୍ରୀ ୩ା୭ା୨୦୨୩ରେ ଅସହାୟତା ପ୍ରକାଶ କରି ଚିଫ୍‌ ଇଞ୍ଜିନିୟରଙ୍କୁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି। ଏଥିରୁ ଠିକାଦାର ଏବଂ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଅସାଧୁ ମେଣ୍ଟ ରହିଥିବା ସନ୍ଦେହ କରାଯାଉଛି। ଏଥିରେ ସଂପୃକ୍ତ ଅଞ୍ଚଳବାସୀ ଉପଯୁକ୍ତ ଗମନାଗମନ ସୁବିଧା ନ ପାଇ ପେଷି ହେଉଥିବାବେଳେ ଠିକାଦାର ଓ ଯନ୍ତ୍ରୀ ମାଲାମାଲ ହେଉଥିବା ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?