ଯିଏ ଯେତେ ଅନ୍ତରଙ୍ଗ ହେଲେ ବି କୁହନ୍ତୁ ନାହିଁ ଏହି ୪ କଥା; ସୁଖରେ ରହିବେ…

ଚାଣକ୍ୟ ନୀତିରେ ଜୀବନର ମୂଲ୍ୟବୋଧ ସମ୍ବନ୍ଧରେ ଅନେକ କଥା ଉଲ୍ଲେଖ କରାଯାଇଛି। ଆଚାର୍ଯ୍ୟ ଚାଣକ୍ୟ ଏକ ଶ୍ଳୋକରେ ଚାରିଟି ବିଷୟରେ କହିଛନ୍ତି, ଯାହାକୁ ଜଣେ ବ୍ୟକ୍ତି କାହାକୁ ବି କହିବା ଉଚିତ୍‌ ନୁହେଁ। ଆସନ୍ତୁ ଜାଣିବା ସେହି ବିଷୟରେ …

-ଆଚାର୍ଯ୍ୟ କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଖରାପ ଅଛି। ସେ ବ୍ୟବସାୟରେ କ୍ଷତି ସହୁଛନ୍ତି। ତାଙ୍କର ଆର୍ଥିକ କ୍ଷତି ଘଟିଛି, ତେବେ ତାଙ୍କୁ ଏ ବିଷୟରେ କାହାରିକୁ କହିବା ଉଚିତ୍‌ ନୁହେଁ। ବ୍ୟକ୍ତିର ଆର୍ଥିକ ପରିସ୍ଥିତି ବିଷୟରେ ଜାଣିବା ପରେ ଲୋକମାନେ ସାହାଯ୍ୟ କରିବାକୁ ଭୟ କରନ୍ତି। କେବଳ ଏତିକି ନୁହେଁ, ଯଦି ଲୋକମାନେ ଜାଣନ୍ତି ଯେ ଜଣେ ବ୍ୟକ୍ତି ଆର୍ଥିକ ସଙ୍କଟରେ ଅଛନ୍ତି ତେବେ ସେମାନେ ସେହି ବ୍ୟକ୍ତିଙ୍କଠାରୁ ଦୂରେଇ ଯିବା ଆରମ୍ଭ କରନ୍ତି। ଏହି କାରଣରୁ ଏହିପରି ଜିନିଷଗୁଡିକ ଗୁପ୍ତ ରଖିବା ଉଚିତ ବୋଲି ସେ କହିଛନ୍ତି।

-ଚାଣକ୍ୟ କୁହନ୍ତି, ଜଣେ ବ୍ୟକ୍ତି ନିଜର ଦୁଃଖକୁ ଗୁପ୍ତ ରଖିବା ଉଚିତ୍‌। ଏହି କଥା କହିବା ପରେ ଦୁଃଖିଲୋକଙ୍କୁ ଅନ୍ୟମାନେ ପରିହାସ କରନ୍ତି। ଏହାଦ୍ୱାରା ଅଧିକ ବିବ୍ରତ ହୋଇପାରନ୍ତି। ତେଣୁ, ତୁମର ମନର ଦୁଃଖକୁ ଅନ୍ୟ ଆଗରେ ପ୍ରକାଶ କରିବା ଠାରୁ ଦୂରେଇ ରହିବା ଉଚିତ।

-ଏକ ପଦରେ ଚାଣକ୍ୟ ମହିଳାଙ୍କ ଚରିତ୍ର ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଜଣେ ବୁଦ୍ଧିମାନ ବ୍ୟକ୍ତି ନିଜ ପତ୍ନୀଙ୍କ ଅଭ୍ୟାସ ବିଷୟରେ ଅନ୍ୟ ବ୍ୟକ୍ତିଙ୍କୁ କହି ନ ଥାଏ। ସ୍ବାମୀ-ସ୍ତ୍ରୀଙ୍କ କଥା କାହାକୁ କହିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଅସୁବିଧାରେ ପଡ଼ିପାରନ୍ତି।

– ଏହାଛଡ଼ା ଚାଣକ୍ୟ କୁହନ୍ତି, ଯଦି କେହି ଆପଣଙ୍କୁ ଅପମାନ କରିଛି ତେବେ ସେ ବିଷୟରେ କାହାକୁ କହିବା ଉଚିତ ନୁହେଁ। ଯଦି କୌଣସି ସମୟରେ କିମ୍ବା ସ୍ଥାନରେ ଅପମାନଜନକ କଥାର ସମ୍ମୁଖୀନ ହେଉଛନ୍ତି, ତେବେ ଏହା ବିଷୟରେ କାହାକୁ କୁହନ୍ତୁ ନାହିଁ । ଏହାଦ୍ୱରା ଅନ୍ୟମାନଙ୍କ ଆଗରେ ନିଜ ସମ୍ମାନ ହ୍ରାସ ପାଇଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏହିସବୁ ଖାଦ୍ୟ ଖାଇବା ପରେ କ୍ଷୀର ପିଇବା ଅନୁଚିତ

ପ୍ରତିଦିନ କ୍ଷୀର ପିଇବା ଶରୀର ପାଇଁ ଖୁବ୍‌ ଲାଭଦାୟକ। ଏହା ଶରୀରକୁ ଶକ୍ତି ଯୋଗାଇବା ସହିତ ଅନେକ ରୋଗ ସହ ଲଢ଼ିଥାଏ। ମାତ୍ର ଏପରି କିଛି...

ସଫଳ ବୈବାହିକ ଜୀବନ ପାଇଁ କ‘ଣ କୁହନ୍ତି ଚାଣକ୍ୟ

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ବୈବାହିକ ଜୀବନ ବିଷୟରେ କହିଛନ୍ତି। ଚାଣକ୍ୟ କହିଛନ୍ତି, ସ୍ତ୍ରୀ-ସ୍ବାମୀ ସମ୍ପର୍କ ରଥର ଦୁଇଟି ଚକ ପରି। ପରିବାର ଚଳାଇବାବେ ଉଭୟଙ୍କର...

ବିବାହିତ ଥିଲେ କେବେ ବି ଭୁଲନ୍ତୁ ନାହିଁ ଚାଣକ୍ୟଙ୍କ ଏସବୁ କଥା: ଉଣା ହେବ ନାହିଁ…

ଜୀବନସାଥୀଙ୍କ ପ୍ରେମ ଓ ସମର୍ପଣ ପାଇଥିବା ବ୍ୟକ୍ତି ଦୁନିଆର ସବୁଠାରୁ ସୁଖୀ। ଘରେ ଖୁସିରେ ରହୁଥିବା ବ୍ୟକ୍ତିର ଜୀବନରେ କେବେ ବି ଦୁଃଖ ଏବଂ ଅଶାନ୍ତି...

ଶାଢ଼ି ପିନ୍ଧିବାବେଳେ…

ଶାଢ଼ିରେ ପ୍ରାୟ ସବୁ ଫିଗରର ମହିଳା ସୁନ୍ଦର ଦେଖାଯାନ୍ତି। କିନ୍ତୁ ବେଳେବେଳେ ଶାଢ଼ି ପିନ୍ଧିବା ସମୟରେ କେତେଜଣ ମହିଳା ଏଭଳି ଭୁଲ୍‌ କରିବସନ୍ତି ଯେ ସେମାନଙ୍କ...

ବନ୍ଦ ପରେ ଟ୍ୟାପ୍‌ରୁ ପାଣି ପଡ଼ିବା ଘର ପାଇଁ ବଡ଼ ବିପଦ: ଦେଖାଦିଏ ଏସବୁ ସମସ୍ୟା

ବାସ୍ତୁଶାସ୍ତ୍ର ଅନୁଯାୟୀ, ଯଦି ରୋଷେଇ ଘର, ବାଥ୍‌ରୁମ କିମ୍ବା ଘରର ଅନ୍ୟ କୌଣସି ସ୍ଥାନରେ ଲଗାଯାଇଥିବା ଟ୍ୟାପକୁ ବନ୍ଦ କରାଯିବା ପରେ ମଧ୍ୟ ଟପ୍‌ଟପ୍‌ ହୋଇ...

ପର୍ଯ୍ୟଟନର ପେଣ୍ଠସ୍ଥଳ ଅରୁଣାଚଳ ପ୍ରଦେଶ

ଅରୁଣାଚଳ ପ୍ରଦେଶ ଭାରତର ଏମିତି ଏକ ରାଜ୍ୟ, ଯେଉଁଠାରେ ପର୍ଯ୍ୟଟକ ଅନେକ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର, ଦୁର୍ଗ, ସଂଗ୍ରହାଳୟ, ମଠ, ମନ୍ଦିର ଆଦି ଦେଖିବାକୁ ପାଇପାରିବେ।...

ସ୍ମାର୍ଟ କିଚେନ ଟିପ୍ସ

ବ୍ୟସ୍ତବହୁଳ ଜୀବନରେ କିପରିଭାବେ ଶୀଘ୍ର ରୋଷେଇ ଘର କାମ ସାରିବେ ସେଇ ଲକ୍ଷ୍ୟରେ ସମସ୍ତେ କାମ କରିଥାନ୍ତି। ଏକ୍ଷେତ୍ରରେ ଆପଣଙ୍କୁ ସ୍ମାର୍ଟ କିଚେନ ଟିପ୍ସ ସମ୍ପର୍କରେ...

କରୋନା କାଳରେ କେବଳ ଏହି କାରଣ ପାଇଁ ବଢୁଛି ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା

କରୋନାର ଦ୍ୱିତୀୟ ଲହରି ଖାଲି ଯେ, ଆମ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ତାହା ନୁହେଁ, ଏହା ମାନସିକ ସ୍ତରରେ ମଧ୍ୟ ବେଶ୍‌ ପ୍ରଭାବ ପକାଉଛି।...

Advertisement
Archives

Model This Week