ରଥ ଚାରିପଟେ ବ୍ୟାରିକେଡ୍‌ ରଖା ନ ଯାଉ

ପୁରୀ ଅଫିସ,୨୧।୫: ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କୁ ରଥ ଛୁଇଁବାକୁ ଦିଆଯାଉନାହିଁ। ବଡ଼ଦାଣ୍ଡରେ ତିନିରଥ ଥିବାବେଳେ ସେଗୁଡ଼ିକ ଚାରିପଟେ ବ୍ୟାରିକେଡ୍‌ କରାଯାଉଛି। ତେଣୁ ଶ୍ରଦ୍ଧାଳୁଙ୍କୁ ରଥ ଟାଣିବାରୁ ବାରଣ କରାଯାଉ। କେବଳ ସେବାୟତମାନେ ରଥ ଟାଣନ୍ତୁ। ନଚେତ ରଥ ଚାରିପଟୁ ବ୍ୟାରିକେଡ୍‌ ହଟାଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଓଡ଼ିଶା ଯୁବ ଚେତନା ସଙ୍ଗଠନର ରାଜ୍ୟ ସଭାପତି ବଦ୍ରି ମିଶ୍ର ଗତ ୧୫ ତାରିଖରେ ଚିଠି ଲେଖିଥିଲେ। ସେ ଏହି ଚିଠି ମାଧ୍ୟମରେ ଶ୍ରଦ୍ଧାଳୁଙ୍କ ଅସନ୍ତୋଷ ଓ ରଥ ଛୁଇଁବାର ବ୍ୟଗ୍ରତା ନେଇ ପରୋକ୍ଷରେ ସୂଚନା ଦେଇଥିଲେ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୃଦୟଙ୍ଗମ କରିଛନ୍ତି। ଉକ୍ତ ପ୍ରସଙ୍ଗରେ ବିଚାରବିମର୍ଶ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପୁରୀ ଜିଲାପାଳଙ୍କୁ ଚିଠି ଲେଖାଯାଇଛି। ଏହି ଚିଠି ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିବାବେଳେ ଆଗାମୀ ରଥଯାତ୍ରା ପ୍ରସ୍ତୁତି ଓ ସମନ୍ବୟ ବୈଠକରେ ଏ ନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି।
ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରିତ ପତ୍ରରେ ଉଲ୍ଲେଖ ଥିଲା ଯେ, ରଥ ଉପରେ ଠାକୁରଙ୍କୁ ଛୁଇଁବା ନେଇ ୨୦୧୪ ଜୁନ୍‌ ୨୧ରେ ହାଇକୋର୍ଟ କଟକଣା ଜାରି କରିଥିଲେ। ରଥ ଉପରେ ଠାକୁରଙ୍କୁ ଛୁଇଁବା ଅନୁଚିତ ବୋଲି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜା ମତ ରଖିଥିଲେ। ଅନ୍ୟପକ୍ଷରେ ଠାକୁର ପହଣ୍ଡି ହେବା ସମୟରେ ବାହାର ଲୋକେ ତାଙ୍କୁ ଛୁଇଁଲେ ସେ ଛୁଆଁ ହୁଅନ୍ତି ନାହିଁ ବୋଲି ଶ୍ରୀମନ୍ଦିର ସ୍ବତ୍ୱଲିପିର ପୃଷ୍ଠା ୬୯ରେ ଉଲ୍ଲେଖ ରହିଛି। ଏହାସତ୍ତ୍ୱେ ରଥରେ ମହାପ୍ରଭୁଙ୍କୁ ଛୁଇଁଲେ ଯଦି ଛୁଆଁ, ତେବେ ରଥ ଦଉଡ଼ି ଛୁଇଁଲେ ମଧ୍ୟ ଛୁଆଁ ହେବା ଦରକାର। ବଡ଼ଦାଣ୍ଡରେ ରଥ ରହିବା ପରେ ତୁରନ୍ତ ଲୁହା ବ୍ୟାରିକେଡ୍‌ ଲଗାଇ ଦିଆଯାଉଛି। ମହାପ୍ରଭୁଙ୍କ ରଥକୁ ଭକ୍ତ ସ୍ପର୍ଶ କରିପାରୁନାହିଁ। ରଥକୁ ଛୁଇଁବା ଲାଗି ପ୍ରଶାସନ ସୁଯୋଗ ଦେଉନାହିଁ। ଯଦି ଭକ୍ତ ରଥ ଛୁଇଁ ପାରିବେନି ତେବେ ଦଉଡ଼ି ଧରିବା ମଧ୍ୟ ଛୁଆଁ ଭାବେ ବିବେଚନା ହେଉ। ଏହି ନ୍ୟାୟରେ ଭକ୍ତଙ୍କୁ ବାରଣ କରି କେବଳ ସେବାୟତମାନେ ରଥ ଟାଣନ୍ତୁ ବୋଲି ଚିଠିରେ ଦର୍ଶାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧାର ଟଙ୍କା ପରିଶୋଧକୁ କେନ୍ଦ୍ରକରି ଛୁରୀରେ ମରଣାନ୍ତକ ଆକ୍ରମଣ ; ଜାମିନ ଆବେଦନ ଖାରଜ ହେବାରୁ ୨ ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର ଚନ୍ଦନ ସ୍ବାଇଁଙ୍କ ଠାରୁ ଗ୍ରାମର ଏ.ସନ୍ତୋଷ ପାତ୍ର ଗତ ପ୍ରାୟ ୩ ମାସ ପୂର୍ବେ…

ଧାନକିଣାରେ ଅବ୍ୟବସ୍ଥା: ଚିନ୍ତାରେ ଶତାଧିକ ଚାଷୀ

ତିହିଡ଼ି,୧୭ା୬(କାଳନ୍ଦୀ ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ ଧାନ ଅମଳ…

ଭାଜପାରେ ସାମିଲ ହେଲେ ବିଜେଡି-କଂଗ୍ରେସର ବହୁ କର୍ମକର୍ତ୍ତା

ମାଲକାନଗିରି,୧୭ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡ଼ିଆ ସଦର ବ୍ଲକ କଲ୍ୟାଣମଣ୍ଡପଠାରେ ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ମାଲକାନଗିରି ବିଧାୟକ…

ପ୍ରବଳ ଖରା ଯୋଗୁ ସକାଳୁଆ ସ୍କୁଲ, ଜାଣନ୍ତୁ କେଉଁ ଜିଲାରେ ହେଲା ଘୋଷଣା

ନୂଆପଡା,୧୭।୬: ପ୍ରବଳ ଖରା ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଓଡ଼ିଶାର ଅନେକ ଜିଲାରେ ପାରଦ ୪୦ରୁ ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ଉଚ୍ଚ…

ଆନ୍ତଃଜିଲା ବାଇକ ଚୋରି ର଼୍ୟାକେଟ୍‌ର ପର୍ଦ୍ଦାଫାଶ, ୭ ଗିରଫ

ରିଷିଡା ୧୭।୬: (ସୁଶାନ୍ତ ମଲ୍ଲିକ): ମ.ରାମପୁର ପୋଲିସକୁ ମିଳିଛି ବଡ଼ ସଫଳତା । ଆନ୍ତଃ ଜିଲା ବାଇକଚୋରି ର଼୍ୟାକେଟ ବର୍ତ୍ତମାନ ପୋଲିସ ହାତରେ । ଦୀର୍ଘଦିନ ଧରି…

ସ୍ବାଧୀନତାର ୭୮ ବର୍ଷ ପରେ ବି ଅନ୍ଧାରରେ ଗ୍ରାମବାସୀ: ଦେଲେ ଏଭଳି ଚେତାବନୀ, ବିଜୁଳି ନ ମିଳିଲେ …

ଥୁଆମୁଳ ରାମପୁର, ୧୭।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୁଳ ରାମପୁର ବ୍ଲକ ଅଧୀନସ୍ଥ ‘ତୁମୋନୀଖୋଲ’ ଗ୍ରାମକୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ପହଞ୍ଚି…

ସୁବର୍ଣ୍ଣପୁର ପରେ ଏହି ଜିଲାରେ ସ୍କୁଲ ଛୁଟି, ୨୨ରେ ଖୋଲିବ ସ୍କୁଲ

ଭୁବନେଶ୍ୱର,୧୭।୬: ପ୍ରବଳ ଖରା ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଓଡ଼ିଶାର ଅନେକ ଜିଲାରେ ପାରଦ ୪୦ରୁ ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ଉଚ୍ଚ…

ଅନ୍ଧାରରେ ଲୁଚି ମଣିଷର ଜାସୁସୀ କରୁଛନ୍ତି ଏଲିଅନ! ବୈଜ୍ଞାନିକଙ୍କ ଏହି ଚେତାବନୀ ସାରା ବିଶ୍ୱରେ ସୃଷ୍ଟି କଲାଣି ଆତଙ୍କ

ବିଗତ ଅନେକ ବର୍ଷ ଧରି ଏହି ସୌରମଣ୍ଡଳରେ ଏଲିଅନଙ୍କ ଉପସ୍ଥିତିକୁ ନେଇ ଅନେକ ବଡ଼ ବଡ଼ ଦାବି କରାଯାଇଛି। ହେଲେ ଏପର୍ଯ୍ୟନ୍ତ ଏହା ଏକ ଅସମାହିତ ପ୍ରଶ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri