Posted inUncategorized

ଗର୍ଭାବସ୍ଥାରେ ଖାଆନ୍ତୁ ନାହିଁ

ଗର୍ଭାବସ୍ଥାରେ ଖାଦ୍ୟପେୟରେ ସମ୍ପୂର୍ଣ୍ଣ ଧ୍ୟାନ ରଖିବାକୁ ହୋଇଥାଏ। ଏ ସମୟରେ ସାମାନ୍ୟ ଅବହେଳା ବି ଗର୍ଭସ୍ଥ ଶିଶୁ ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ଏହି ସମୟରେ କେଉଁ ଖାଦ୍ୟ ସବୁ ଖାଇବା ଉଚିତ ନୁହେଁ ସେ ସମ୍ପର୍କରେ ଜାଣି ରଖନ୍ତୁ…

ସେଲ ଫିସ୍‌- ଗର୍ଭବତୀମାନେ କଦାପି ହେଲେ ସେଲ୍‌ଫିସ୍‌ ଖାଇବା ଉଚିତ ନୁହେଁ। ଏହି ମାଛ ଖାଇଲେ ବିଭିନ୍ନ ପ୍ରକାରର ବ୍ୟାକ୍ଟେରିଆଜନିତ ସଂକ୍ରମଣ ହୋଇଥାଏ। ତେଣୁ ଗର୍ଭସ୍ଥ ଶିଶୁର ଇନଫେକ୍‌ସନ୍‌ ହେବାର ସମ୍ଭାବନା ରହିଥାଏ।
ପ୍ରୋସେସ୍‌ଡ ମିଟ୍‌- ଗର୍ଭବତୀଙ୍କ ପାଇଁ ପ୍ରୋସେସ୍‌ଡ ମିଟ୍‌ ବି ଖାଇବା ଉଚିତ ନୁହେଁ। ଏହାକୁ ଖାଇବା ଫଳରେ ଟେକ୍ସୋପ୍ଲାଜମା, ଲିଷ୍ଟେରିଆ ଏବଂ ସେଲ୍‌ମୋଲେନା ଭଳି ବିଭିନ୍ନ ପ୍ରକାରର ବ୍ୟାକ୍ଟେରିଆଲ ଇନ୍‌ଫେକସନ୍‌ ହୋଇଥାଏ। ତେଣୁ ପେଟିସ୍‌ କିମ୍ବା ବର୍ଗରରେ ଥିବା ମାଂସ କିମ୍ବା ଅଧା ସିଝା ମାଂସ ଖାଆନ୍ତୁ ନାହିଁ।
କଞ୍ଚା ଅଣ୍ଡା- ଗର୍ଭବତୀମାନେ କଞ୍ଚା ଅଣ୍ଡା ଖାଇଲେ ବିଭିନ୍ନ ପ୍ରକାରର ଇନ୍‌ଫେକସନ୍‌ ସହିତ ଜ୍ୱର, ବାନ୍ତି ଆଦି ବହୁ ସମସ୍ୟା ଦେଖାଦେଇଥାଏ। ବଜାରରେ ମିଳୁଥିବା ବିଭିନ୍ନ ଖାଦ୍ୟରେ କଞ୍ଚା ଅଣ୍ଡା ମିଶା ଯାଇଥାଏ, ସେସବୁ ଖାଆନ୍ତୁ ନାହିଁ।
କଫି- ଗର୍ଭାବସ୍ଥାରେ ଖୁବ୍‌ କମ୍‌ ମାତ୍ରାରେ କଫି ପିଇବା ଉଚିତ। କାରଣ ଏହା ଖୁବ୍‌ଶୀଘ୍ର ରକ୍ତରେ ମିଶି ପ୍ଲେସେଣ୍ଟାରେ ପହଞ୍ଚି ଯାଇଥାଏ। ତେଣୁ ଶିଶୁର ବିକାଶ ହୋଇ ନ ଥାଏ।
କଞ୍ଚା ସ୍ପ୍ରାଉଟ୍‌- ସ୍ପ୍ରାଉଟ୍‌ ଖାଇବା ଶରୀର ପାଇଁ ଭଲ କିନ୍ତୁ ଗର୍ଭବତୀଙ୍କ ପାଇଁ ଏହା ଆଦୌ ଭଲ ନୁହେଁ। ଗଜା ମୁଗ କିମ୍ବା ଅନ୍ୟ କୌଣସି କଞ୍ଚା ସ୍ପ୍ରାଉଟ୍‌ ଖାଇବା ଫଳରେ ବ୍ୟାକ୍ଟେରିଆ ସୃଷ୍ଚି ହେବାର ସମ୍ଭାବନା ରହିଥାଏ। ତେଣୁ ସେସବୁକୁ ସିଝାଇ ଖାଆନ୍ତୁ।
ଅନ୍‌ପାଶ୍ଚରାଇଜ୍‌ ମିଲ୍କ- କଞ୍ଚା କ୍ଷୀର ଏବଂ ଅନ୍‌ପାଶ୍ଚରାଇଜ୍ଡ କ୍ଷୀର କିମ୍ବା ଲହୁଣି ଖାଇବା ଫଳରେ ବହୁ ଇନ୍‌ଫେକସନ୍‌ ହୋଇଥାଏ। ତେଣୁ ଏସବୁ ଖାଆନ୍ତୁ ନାହିଁ।
ଜଙ୍କ ଫୁଡ୍‌- ଏହି ସମୟରେ ଜଙ୍କ ଫୁଡ୍‌ ମଧ୍ୟ ଖାଇବା ଉଚିତ ନୁହେଁ। ଏସବୁ ଖାଇବା ଫଳରେ ପୋଷକ ତତ୍ତ୍ୱ କମ୍‌ ହୋଇଥାଏ ଏବଂ ଫ୍ୟାଟ ଅଧିକ ହୋଇଥାଏ ତେଣୁ ଡେଲିଭରି ସମୟରେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri