ଘରେ କରନ୍ତୁ ହେୟାର ସ୍ପା

ଶୀତଦିନେ ଥଣ୍ଡା ପବନରେ କେଶ ଶୁଷ୍କ ହୋଇଯାଏ ଏବଂ ରୁପି ସମସ୍ୟା ମଧ୍ୟ ଦେଖାଦିଏ। ଏହାକୁ ଦୂରକରିବା ଲାଗି ଆପଣ ହେୟାର ସ୍ପା କରିପାରିବେ। ତେବେ ବ୍ୟୁଟିପାର୍ଲର ଯାଇ ଏଥିପାଇଁ ଅଧିକ ଖର୍ଚ୍ଚ କରିବା ଅପେକ୍ଷା ଆପଣ ଘରେ ମଧ୍ୟ ହେୟାର ସ୍ପା କରି ମଜଭୁତ ଓ ସୁନ୍ଦର କେଶ ପାଇପାରିବେ…

କୋକୋନଟ୍‌ କ୍ରିମ୍‌ ସ୍ପା: କେଶ ପାଇଁ ନଡ଼ିଆତେଲ କେତେ ଭଲ ସମସ୍ତେ ଜାଣନ୍ତି। କେବଳ ତେଲ ନୁହେଁ, ନଡ଼ିଆକୁ ବ୍ୟବହାର କରି ଆପଣ ହେୟାର ସ୍ପା କରିପାରିବେ। ନଡ଼ିଆକୁ ଗ୍ରାଇଣ୍ଡିଂ କରି ପେଷ୍ଟ ପ୍ରସ୍ତୁତ କରନ୍ତୁ। ପ୍ରଥମେ ଏକ ଟାଓ୍ବେଲକୁ ଗରମପାଣିରେ ବୁଡ଼ାଇ କେଶକୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ଷ୍ଟିମ୍‌ ଦିଅନ୍ତୁ। ଏହାପରେ ପେଷ୍ଟକୁ କେଶ ମୂଳରୁ ଶେଷ ପର୍ଯ୍ୟନ୍ତ ଭଲ ଭାବେ ଲଗାଇ ୧ରୁ ଦେଢଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ। ଏହାକୁ ମାଇଲ୍ଡ ଶାମ୍ପୁ ବ୍ୟବହାର କରି ଭଲ ଭାବେ ଧୋଇଦିଅନ୍ତୁ। ସପ୍ତାହରେ ଥରେ ଏହି ସ୍ପା କଲେ ନଡ଼ିଆରେ ଥିବା ଭିଟାମିନ୍‌ ବି୧, ବି୩, ବି୬, ସି, ଇ ସହିତ ଥିବା ଅନେକ ମିନେରାଲ୍ସ ତତ୍ତ୍ୱ କେଶକୁ ମଜଭୁତ କଳା ଏବଂ ଚମକପ୍ରଦ କରିଥାଏ।
କକୁମ୍ବର ହେୟାର ସ୍ପା: ପ୍ରଥମେ ଗୋଟିଏ କାକୁଡ଼ିକୁ ଛୋଟ ଛୋଟ କାଟି ସେଥିରେ ଏକ ଚାମଚ ଅଲିଭ ଅଏଲ ପକାଇ ଗ୍ରାଇଣ୍ଡିଂ କରିନିଅନ୍ତୁ। କେଶକୁ ୧୦ମିନିଟ୍‌ ଷ୍ଟିମ୍‌ ଦେବା ପରେ ଏହି ପେଷ୍ଟକୁ ଭଲ ଭାବେ ଲଗାଇଦିଅନ୍ତୁ। ଅଧଘଣ୍ଟା ରଖିବା ପରେ ମାଇଲ୍ଡ ଶାମ୍ପୁ ଲଗାଇ ଧୋଇଦିଅନ୍ତୁ। ଏହାକୁ ଲଗାଇଲେ କେଶ ଝଡ଼ିବା କିମ୍ବା ଶୁଷ୍କ ହେବା ଭଳି ସମସ୍ୟା ଦୂର ହୋଇଥାଏ।
ବିଅର ସ୍ପା: ଏକ କାଚ ଗିନାରେ ଅଧା ପର୍ଯ୍ୟନ୍ତ ବିଅର ନେଇ ରାତି ସାରା ରଖି ଦିଅନ୍ତୁ। ଏପରି କଲେ ତାହା ଅଳ୍ପ ଗାଢ଼ ହୋଇଯିବ। କେଶକୁ ୧୦ ମିନିଟ୍‌ ଷ୍ଟିମ୍‌ ଦେବା ପରେ ମାଇଲ୍ଡ ଶାମ୍ପୁରେ ଧୋଇ ଦିଅନ୍ତୁ। ବର୍ତ୍ତମାନ ପୂର୍ବରୁ ରଖାଯାଇଥିବା ବିଅରକୁ କେଶରେ ଭଲ ଭାବେ ମସାଜ କରନ୍ତୁ। ୧୦- ୧୫ ମିନିଟ୍‌ ରଖିବା ପରେ ପାଣିରେ ଧୋଇଦିଅନ୍ତୁ। ଏହା କେଶକୁ ମଜଭୁତ ଓ ସାଇନିଂ କରିବାରେ ସାହାଯ୍ୟ କରେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri