Posted inଜାତୀୟ

NEP’ କୁ ନେଇ ବଢ଼ୁଛି ଡିଏମ୍‌କେ-ଭାଜପା ବିବାଦ

ନୂଆଦିଲ୍ଲୀ,୨।୩: ଜାତୀୟ ଶିକ୍ଷା ନୀତି (ଏନ୍‌ଇପି)କୁ ଜବରଦସ୍ତ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ଚାପ ପକାଉଥିବାରୁ ଏହାକୁ ନେଇ ତାମିଲନାଡୁର ଶାସକ ଡିଏମ୍‌କେ ଏବଂ ଭାଜପା ମଧ୍ୟରେ ବିବାଦ ତୀବ୍ର ରୂପ ଧାରଣ କରିଛି। ଶିକ୍ଷା ଅଧିକାର ଯୋଜନାରେ କେନ୍ଦ୍ରୀୟ ପାଣ୍ଠିକୁ ସ୍ଥଗିତ ରଖାଯାଇଥିବାରୁ ତାମିଲନାଡୁ ଏହାର ପ୍ରତିବାଦ ଜଣାଇଛି। ରାଜ୍ୟଗୁଡ଼ିକରେ ଏନ୍‌ଇପି ଲାଗୁ କରିବା ସହ ଏହି ପାଣ୍ଠି ଜଡ଼ିତ ଥିବା କେନ୍ଦ୍ର କହୁଥିବାବେଳେ ଏହା ଭାଷାଯୁଦ୍ଧକୁ ବଢ଼ାଇଛି। ଡିଏମ୍‌କେ ଏବଂ ଭାଜପା ମଧ୍ୟରେ ଚାଲିଥିବା ଏହି ବିବାଦରେ ଅନ୍ୟ କୌଣସି ଦଳ ସାମିଲ ହେବେ କି ନାହିଁ, ତାହାକୁ ନେଇ ସାଧାରଣରେ ଆଗ୍ରହ ବଢ଼ିଛି।

ଶିକ୍ଷା ଅଧିକାର ଯୋଜନାରେ ୨,୫୧୨ କୋଟି ଟଙ୍କା ପ୍ରଦାନ ଦାବିରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାଖକୁ ପତ୍ର ଲେଖିଥିଲାବେଳେ ତାମିଲନାଡୁ ଏନ୍‌ଇପିର ଅନୁପାଳନ କରି ନ ଥିବା କେନ୍ଦ୍ର କହିଥିଲା। ଏହାଠାରୁ ଯଥେଷ୍ଟ ଅଧିକ ପାଣ୍ଠି ଦେଲେ ବି ହିନ୍ଦୀ ଭାଷାକୁ ରାଜ୍ୟରେ ଲଦିଦିଆଯିବ ନାହିଁ ବୋଲି ଷ୍ଟାଲିନ୍‌ ଘୋଷଣା କରିଥିଲେ। ଷ୍ଟାଲିନ୍‌ଙ୍କ ମନ୍ତବ୍ୟରୁ ରାଜ୍ୟରେ କେବଳ ତାମିଲ ଏବଂ ଇଂଲିଶ ଦୁଇ ଭାଷା ନୀତି ବଳବତ୍ତର ରହିବା ପ୍ରତିଫଳିତ ହେଉଛି।

ସେହିପରି ପଞ୍ଜାବ ଏବଂ ତେଲଙ୍ଗାନା ଯଥାକ୍ରମେ ପଞ୍ଜାବୀ ଓ ତେଲୁଗୁକୁ ସେମାନଙ୍କ ସ୍କୁଲ୍‌ର ବାଧ୍ୟତାମୂଳକ ମୁଖ୍ୟ ଭାଷା କରିବାକୁ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ହିନ୍ଦୀକୁ ସାରା ଦେଶରେ ଲାଗୁ କରିବା ପାଇଁ ଭାଜପା ଆଗ୍ରହୀ ଥିବାବେଳେ ଉତ୍ତରଭାରରେ ଦଳର ଭାବମୂର୍ତ୍ତି ଦେଖାଇ ଦକ୍ଷିଣ ଭାରତୀୟ ଲୋକଙ୍କ ମଧ୍ୟରେ ଏହାକୁ ଲୋକପ୍ରିୟ କରାଇପାରିବ ନାହିଁ ବୋଲି ଜାଣିଛି। ହିନ୍ଦୀ ଭାଷାକୁ ଜବରଦସ୍ତ ଲଦିଦେବାକୁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ବିରୋଧ କରିଆସୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଚାକିରିରୁ ରିଜାଇନ ଦେଲେ ଭୁବନେଶ୍ୱର ଡିସିପି

ଭୁବନେଶ୍ୱର,୬ା୭: ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri