Posted inଖେଳ

ହାରିବା ପରେ ପୁଅକୁ ଦେଖି କାନ୍ଦି ପକାଇଲେ ଜୋକୋଭିଚ୍‌

ଲଣ୍ଡନ, ୧୭।୭: ବିଶ୍ୱର ନମ୍ବରଓ୍ବାନ ଟେନିସ ଖେଳାଳି ସ୍ପେନର ୨୦ ବର୍ଷୀୟ କାର୍ଲୋସ ଅଲ୍‌କାରାଜ ଗାର୍ଫିଆ ଚଳିତ ବର୍ଷର ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ସେ ଦ୍ୱିତୀୟ ସିଡ୍‌ ତଥା ୭ ଥର ଚାମ୍ପିୟନ ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ଙ୍କୁ ୧-୬, ୭-୬ (୮/୬), ୬-୧, ୩-୬, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ଏଥିସହ ଓ୍ବିମ୍ବେଲଡନରେ ଜୋକୋଭିଚ୍‌ଙ୍କ ୩୪ ମ୍ୟାଚ ବିଜୟ ପଥରେ ବ୍ରେକ୍‌ ଲାଗିଛି। ମ୍ୟାଚ ଶେଷ ହେବା ପରେ ଜୋକୋଭିଚ୍‌ ମଧ୍ୟ ବହୁତ ନିରାଶ ହୋଇଥିଲେ ଏବଂ ଏହି ସମୟ ମଧ୍ୟରେ ସେ ତାଙ୍କ ପୁଅକୁ ଷ୍ଟାଣ୍ଡରେ ବସିଥିବାର ଦେଖି ଭାବପ୍ରବଣ ହୋଇଥିଲେ।
ଜୋକୋଭିଚ୍‌ଙ୍କ ପତ୍ନୀ ଏବଂ ତାଙ୍କ ଦୁଇ ପୁଅ ୱିମ୍ବେଲଡନଙ୍‌ ଫାଇନାଲ ମ୍ୟାଚ ଦେଖିବାକୁ ଆସିଥିଲେ। ମ୍ୟାଚ ସରିବା ପରେ ଜୋକୋଭିଚ୍‌ ସାନପୁଅ ଷ୍ଟେଫାନଙ୍କ ବିଷୟରେ କହୁଥିବା ସମୟରେ ଭାବପ୍ରବଣ ହୋଇଥିଲେ। ଜୋକୋଭିଚ୍‌ କହିଛନ୍ତି, ମୋ ପୁଅ ସେଠାରେ ହସୁଥିବା ଦେଖି ଭଲ ଲାଗୁଛି। ମୁଁ ତୁମକୁ ବହୁତ ଭଲ ପାଏ, ମୋତେ ସମର୍ଥନ କରିଥିବାରୁ ଧନ୍ୟବାଦ। ମୁଁ ତୁମକୁ ଜୋରରେ ଆଲିଙ୍ଗନ କରିବି ଏବଂ ଆମେ ସମସ୍ତେ ପରସ୍ପରକୁ ଭଲ ପାଇବା। ଏହି ଉପାୟରେ ହାରିବାକୁ କେହି ବି ପସନ୍ଦ କରିବେ ନାହିଁ।
ଫାଇନାଲର ପ୍ରଥମ ସେଟ୍‌କୁ ଅତି ସହଜରେ ଜିତିଥିଲେ ଜୋକୋଭିଚ୍‌। ନିଜ ଅଭିଜ୍ଞତାର ଉପଯୋଗ କରି ସେ ୬-୧ରେ ବିଜୟୀ ହୋଇଥିଲେ। ଦ୍ୱିତୀୟ ସେଟ୍‌ରେ କିନ୍ତୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ଅଲକାରାଜ। ଉଭୟଙ୍କ ପଏଣ୍ଟ ୬-୬ ହେବାପରେ ଟାଇବ୍ରେକର ପଦ୍ଧତି ଅବଲମ୍ବନ କରାଯାଇଥିଲା। ଏଥିରେ ଆଲକାରାଜ ୮-୬ରେ ବାଜି ମାରିଥିଲେ। ତୃତୀୟ ସେଟ୍‌କୁ ଅତି ସହଜରେ ୬-୧ରେ ଜିତିଥିଲେ ବିଶ୍ୱର ଏହି ନମ୍ବରଓ୍ବାନ ଖେଳାଳି। ମାତ୍ର ୪ର୍ଥ ସେଟ୍‌ରେ ପୁଣି ନିଜ ଦକ୍ଷତା ଦେଖାଇଥିଲେ ଜୋକୋଭିଚ୍‌। ୬-୩ରେ ବିଜୟୀ ହୋଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ। ୫ମ ତଥା ନିର୍ଣ୍ଣାୟକ ସେଟ୍‌କୁ ଅଲକାରାଜ ୬-୪ରେ ଜିତି ହୋଇଥିଲେ ନୂଆ ଚାମ୍ପିୟନ। ପ୍ରଥମଥରପାଇଁ ସେ ଓ୍ବିମ୍ବେଲଡନ ଫାଇନାଲରେ ପ୍ରବେଶ କରିଥିଲେ ଏବଂ ଚାମ୍ପିୟନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ଲଘୁଚାପ: ସପ୍ତାହେ ଯାଏ ପ୍ରବଳ ବର୍ଷା, ଆଜି ୬ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୭ା୮(ବନ୍ଦନା ସେଠୀ) – ରାଜ୍ୟରେ ଲଗାଣ ବର୍ଷା ପାଇଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଓ ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ଆସୁଛି ଆଉ ୨ ଲଘୁଚାପ।…

ବରଗଡ଼ରେ ଶନିବାର ସକାଳ ୮ଟାରୁ ବିଦ୍ୟୁତ୍ କାଟ୍: ଏସବୁ ଅଞ୍ଚଳରେ ୬ ଘଣ୍ଟା ବନ୍ଦ ରହିବ ବିଦ୍ୟୁତ୍ ସେବା

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଡିଭିଜନ୍-୨ ଗ୍ରୀଡ୍ ଅନ୍ତର୍ଗତ ୧୧କେଭି ଟେଲିଫୋନ୍ ଏକ୍ସଚେଞ୍ଜ୍ ଫିଡର୍ରେ ଜରୁରୀକାଳୀନ ମରାମତି କାର୍ଯ୍ୟ ଯୋଗୁ ଆସନ୍ତାକାଲି (ଶନିବାର) ସକାଳ ୮ଟାରୁ ଅପରାହ୍ନ ୨ଟା…

ବର୍ଷୀୟାନ ସଂଗଠକଙ୍କୁ ଝୁରୁଛି ଗାଁ ମାଟି ….

ପାଟଣା,୨୮/୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଂଚାୟତ ମଲ୍ଲି ପୋଷି ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଓ ବିଶିଷ୍ଟ ସଂଗଠକ ରବୀନ୍ଦ୍ର ବେଜଙ୍କ…

ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କଲେ ଜିଲାସ୍ତରୀୟ ଟିମ୍‌

ଛତ୍ରପୁର,୭ା୮(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ ନେତୃତ୍ୱରେ ଏକ ଜିଲାସ୍ତରୀୟ…

ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର

ଅତାବିରା,୭ା୮ (ଯୁଧିଷ୍ଠିର ମହାପାତ୍ର): ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ…

ଭଞ୍ଜନଗରରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ, କୁଲାଡରେ ଗୁହାଳ ଘର ଭୁଶୁଡ଼ି ୧୫ରୁ ଅଧିକ ଛେଳି ମୃତ

ଭଞ୍ଜନଗର,୭।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ଦିନ ହେବ ଅପରାହ୍ନ ଏବଂ ରାତିରେ ଲାଗିରହିଥିବା ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।…

ଜିଆର୍‌ପି କନଷ୍ଟେବଳ ସୌମ୍ୟ ହତ୍ୟା ମାମଲା: ପ୍ରମାଣ ଅଭାବରୁ ୬ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୭।୮: ଚର୍ଚ୍ଚିତ ଜିଆର୍‌ପି (GRP) କନଷ୍ଟେବଳ ସୌମ୍ୟ ରଞ୍ଜନ ମହାପାତ୍ର ହତ୍ୟା ମାମଲାରେ କୋର୍ଟଙ୍କ ପକ୍ଷରୁ ୬ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି। ଏହି ମାମଲାରେ ପୂର୍ବରୁ…

ଜିଲା ପରିଷଦ ସୋମନାଥଙ୍କ ଉଦ୍ୟମ ସଫଳ ହେଲା, ବଉଳା ନାଳ ଉପରେ ପୋଲ ନିର୍ମାଣ ପାଇଁ ମିଳିଲା ଅନୁମତି

ହାଟଡିହୀ/ଛେନାପଦୀ,୭।୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କେ. ବାଲିପାଳ ପଞ୍ଚାୟତ ଏବଂ ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳକୁ ଯୋଗାଯୋଗ ପାଇଁ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri