ଡିଜେ ସାଉଣ୍ଡ, ଲାଇଟ୍‌ ଚିନ୍ତାର କାରଣ

ନୟାଗଡ଼,୧୧।୧୨(ଲୋକନାଥ ମିଶ୍ର): ଡିଜେ ସାଉଣ୍ଡ ଓ ଲାଇଟ୍‌ ଚିନ୍ତାର କାରଣ ପାଲଟିଛି। ଡିଜେ ସାଉଣ୍ଡରେ ଛାତି ଓ ଘରଦ୍ୱାର ଥରୁଥିବାବେଳେ ଏହା ଉପରେ ପ୍ରଶାସନ ଲଗାମ ଲଗାଇ ପାରୁନି। ଡିଜେ ବଜାଇବା ବାରଣ ରହିଥିବାବେଳେ ଚଢ଼ାଉ ଓ ଧରପଗଡ଼ ନ ଥିବାରୁ ଏହା ଅବାଧରେ ଚାଲୁଥିବା ଅଭିଯୋଗ ହୋଇଆସୁଛି। ପୁଣି ଏହାର ଲାଇଟ୍‌ ମଧ୍ୟ ଶରୀର ପାଇଁ କ୍ଷତିକାରକ। ସମସ୍ତେ ଏ ନେଇ ଅବଗତ ଥିଲେ ବି ପ୍ରତିବାଦର ସ୍ବର ନରମି ଯାଉଛି। ଏପରିକି ଥାନା ଓ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ, ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଡିଜେ ବାଜୁଥିଲେ ମଧ୍ୟ ଏହାକୁ ବିରୋଧ ନାହିଁ। ଡିଜେ ବାଜିବାକୁ ନେଇ ସୁପ୍ରିମକୋର୍ଟ ଓ ହାଇକୋର୍ଟର ବାରଣ ରହିଥିବାବେଳେ ପ୍ରଶାସନର ଅଣଦେଖା ସାଧାରଣ ଲୋକଙ୍କର ନିଦ ହଜାଇ ଦେଇଛି।
ଏ ସମ୍ପର୍କରେ ନୟାଗଡ଼ର ଆଇନଜୀବୀ ଅମୀୟ ପଟ୍ଟନାୟକ କହିଛନ୍ତି, ଡିଜେ ସାଉଣ୍ଡ ଓ ଲାଇଟ୍‌କୁ ବିରୋଧ କରାଯିବା ଦରକାର। ଲୋକମାନେ ଏହା ବାଜିବା ସମୟରେ ପ୍ରତିବାଦ କରିବେ ବୋଲି ମନସ୍ଥ କରୁଛନ୍ତି। ତେବେ ପରବର୍ତ୍ତୀ ସମୟରେ ଭୁଲି ଯାଉଛନ୍ତି। ପୋଲିସ ଏହାକୁ ବିରୋଧ କରୁନାହିଁ। ଏଣୁ ମାନସିକ ସ୍ତରରେ ସମସ୍ତେ କଷ୍ଟ ପାଉଛନ୍ତି। ରୋଗୀ ବେଶୀ ହଇରାଣ ହେଉଛନ୍ତି। ଏଣୁ ଏହାର ପ୍ରତିକାର ମାସେ ଭିତରେ ପୋଲିସ ଓ ପ୍ରଶାସନ ନ କଲେ ବାଧ୍ୟ ହୋଇ ହାଇକୋର୍ଟରେ ରିଟ୍‌ କରିବି ବୋଲି କହିଛନ୍ତି। ନୟାଗଡ଼ ଏନ୍‌ଏସିର ପୂର୍ବତନ ଚେୟାରମ୍ୟାନ ଭବାନୀ ଶଙ୍କର ଦାଶ କହିଛନ୍ତି ମନ୍ଦିର, ସ୍କୁଲ, ସ୍ବାସ୍ଥ୍ୟକେନ୍ଦ୍ର, ଥାନା, ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଡିଜେ ବାଜୁଛି। ଡିଜେର ସାଉଣ୍ଡରେ ଘରେ ବସି ହେଉନି। ଏହା ଉପରେ ଲଗାମ ଲଗାଇବା ଦରକାର। ରୋଗୀ, ବୟସ୍କ ବ୍ୟକ୍ତି, ଛୋଟ ପିଲା ଏହାର ସାଉଣ୍ଡରେ ବେଶୀ କଷ୍ଟ ପାଉଛନ୍ତି। କୃଷକ ନେତା ରଣଜିତ ଦଳବେହେରା କହିଛନ୍ତି, ଡିଜେ ବଜାଇବା ଫେସନ ହୋଇଗଲାଣି। ଏହାର ସାଉଣ୍ଡ ଓ ଲାଇଟ୍‌ କ୍ଷତିକାରକ ହୋଇଥିବା ସମସ୍ତେ ଅବଗତ ଥିଲେ ବି ଏହାକୁ ବଜାଇବାର ସୁଯୋଗ ହାତଚଡ଼ା କରୁନାହାନ୍ତି। ଏବେ ବିବାହ ଋତୁ ଚାଲିଥିବାବେଳେ ଗାଁ ଗହଳିରେ ଓ ସହରରେ ଡିଜେ ସାଉଣ୍ଡ ନିଦ ହଜାଇ ସାରିଲାଣି। ଏହାକୁ ବ୍ୟାନ କରିବା ଦରକାର। ସାମାଜିକ କର୍ମୀ ସନ୍ତୋଷ ପ୍ରଧାନ କହିଛନ୍ତି, ଆଧୁନିକ ଯୁଗରେ ଡିଜେର ଚାହିଦା ବଢ଼ିଛି। ଏହା ବଜାଇବାରେ କଟକଣା ରହିଛି। ତେବେ କଟକଣାକୁ ଅଣଦେଖା କରି ଅତ୍ୟଧିକ ସାଉଣ୍ଡ ଦେଇ ବଜାଉଥିବାରୁ ସବୁଆଡେ ଏବେ ପ୍ରତିବାଦରସ୍ବର ଉଠିଲାଣି। ଜିଲା ଓ ପୋଲିସ ପ୍ରଶାସନ ଏ ଉପରେ ଲଗାମ ଲଗାଇବା ଦରକାର। ପରିବେଶବିତ୍‌ ଅନ୍ତର୍ଯ୍ୟାମୀ ସାହୁ କହିଛନ୍ତି, ଡିଜେ ଶବ୍ଦ ପ୍ରଦୂଷଣ କରୁଛି। ଏହା ମନୁଷ୍ୟ ସମେତ ପଶୁପକ୍ଷୀଙ୍କୁ କ୍ଷତି ପହଞ୍ଚାଉଛନ୍ତି। ଗର୍ଭବତୀ ମହିଳା, ହାର୍ଟ ରୋଗୀ, ରୋଗୀଙ୍କୁ ବହୁ ମୂଲ୍ୟ ଦେବାକୁ ପଡୁଛି। ଡିଜେକୁ ପ୍ରତିବାଦ କଲେ ଗାଁ ଗହଳିରେ ଓ ସହରରେ ସମାଲୋଚନା ହେବାକୁ ପଡ଼େ। ଆଧୁନିକତାରେ ତାଳ ଦେଇ ଚାଲିବାକୁ ଆମକୁ ପରାମର୍ଶ ମିଳେ। କୋର୍ଟଙ୍କ ଅର୍ଡରକୁ ମଧ୍ୟ ଲୋକ ନମାନି ଡିଜେ ବଜାଉଛନ୍ତି। ଓଡଗାଁର ସାମାଜିକ କର୍ମୀ ଦିଲୀପ କୁମାର ବିଶୋଇ କହିଛନ୍ତି, ପ୍ରଶାସନ ଓ ପୋଲିସଠାରୁ ଅନୁମତି ନ ନେଇ ଡିଜେ ବଜାଯାଉଛି। ଡିଜେ ନ ବାଜିଲେ ବାହାଘର ମଜା ବାହାରୁନି। ଆବାସିକ ଅଞ୍ଚଳରେ ଦିନବେଳା ୫୫ ଡେସିବିଲ୍‌ ଓ ରାତିରେ ୪୫ ଡେସିବିଲରେ ଡିଜେ ବାଜିବାକୁ ନିୟମ ରହିଛି। ହେଲେ ନିୟମକୁ ଫୁ କରି ମନଇଚ୍ଛା ସାଉଣ୍ଡ ଦେଇ ଯୁବ ପିଢ଼ି ମଜା ନେଉଛନ୍ତି। ଯୁବ ପିଢ଼ିଙ୍କ ସହ ମା’ ବାପା, ବନ୍ଧୁବାନ୍ଧବ, ପଡୋଶୀ, ସ୍ଥାନୀୟ ଲୋକ ସମର୍ଥନ କରୁଛନ୍ତି। ଯାହାର କୁପ୍ରଭାବରେ ସମସ୍ତେ କ୍ଷତିଗ୍ରସ୍ତ ହେଉଛନ୍ତି। ଏହା ଉପରେ ଲଗାମ ଲଗାଇବା ଦରକାର।
ଡିଜେ ବଜାଇଲେ କାର୍ଯ୍ୟାନୁଷ୍ଠାନ
ଡିଜେ ବଜାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୟାଗଡ଼ ଏସ୍‌ପି ରାହୁଲ ଜୈନ କହିଛନ୍ତି। ଏସ୍‌ପିଙ୍କ ସୂଚନା ଅନୁସାରେ, ପୂଜା ପାର୍ବଣରେ ଡିଜେ ବଜାଇବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଏଥିରେ ସଫଳତା ମିଳିଛି। ଏବେ ବିବାହ ଋତୁ ଯୋଗୁ ପୁଣି ଡିଜେ ବଜାଇବା କାର୍ଯ୍ୟ ଆରମ୍ଭ ହୋଇଛି। ନଜରକୁ ଆସିବା ପରେ ଡିଜେକୁ ବାରଣ ନେଇ ସବୁ ଥାନାକୁ ଅବଗତ କରାଯିବ। ଏପରି କି ଡିଜେ ବଜାଇବାର ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ନେଇ ଖବର ମିଳିଲେ ପୋଲିସ ପକ୍ଷରୁ ଚଢ଼ାଉ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri