Posted inଜାତୀୟ

UNESCOର ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ ହେଲା ଦୀପାବଳି

ନୂଆଦିଲ୍ଲୀ,୧୦।୧୨: ଭାରତର ଆଲୋକର ପର୍ବ ଦୀପାବଳିକୁ ବୁଧବାର UNESCOର “ମାନବତାର ଅସ୍ପର୍ଶନୀୟ ସାଂସ୍କୃତିକ ଐତିହ୍ୟର ପ୍ରତିନିଧିତ୍ୱ ତାଲିକା”ରେ ସ୍ଥାନିତ କରାଯାଇଛି। ଏହି ଗୌରବପୂର୍ଣ୍ଣ ମାନ୍ୟତା ମିଳିବା ପରେ ସାରା ଦେଶରେ ଉତ୍ସବର ବାତାବରଣ ଦେଖିବାକୁ ମିଳିଛି।

ଦିଲ୍ଲୀର ଲାଲ୍ କିଲ୍ଲାଠାରେ ଆୟୋଜିତ UNESCOର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଏହି ଖବର ଘୋଷଣା ହେବା ପରେ ସଭାସ୍ଥଳରେ ‘ଜୟ ହିନ୍ଦ’, ‘ବନ୍ଦେ ମାତରମ୍’, ଏବଂ ‘ଭାରତ ମାତା କି ଜୟ’ ଧ୍ୱନିରେ ଗୁଞ୍ଜରି ଉଠିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳିକୁ UNESCOର ତାଲିକାରେ ଯୋଡ଼ାଯିବାକୁ ସ୍ୱାଗତ କରିଛନ୍ତି ଏବଂ କହିଛନ୍ତି ଯେ ଏହା ଏହି ପର୍ବର ବିଶ୍ୱସ୍ତରୀୟ ଲୋକପ୍ରିୟତା ବଢ଼ାଇବ। ସେ ସୋସିଆଲ ମିଡ଼ିଆରେ ଲେଖିଛନ୍ତି, “ଭାରତ ଏବଂ ସାରା ବିଶ୍ୱର ଲୋକେ ଉତ୍ସାହିତ ହୋଇଛନ୍ତି।”

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଘୋଷଣା ପରେ ଭାରତ ତରଫରୁ ବକ୍ତବ୍ୟ ରଖିଥିଲେ। ଦୀପାବଳି ହେଉଛି ଭାରତର ୧୬ତମ ଉପାଦାନ ଯାହା UNESCOର ଏହି ପ୍ରତିଷ୍ଠିତ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି।

ପୂର୍ବରୁ ଅନ୍ୟାନ୍ୟ ୧୫ଟି ଉପାଦାନ ମଧ୍ୟରେ କୁମ୍ଭମେଳା, କୋଲକାତାର ଦୁର୍ଗାପୂଜା, ଗୁଜୁରାଟର ଗରବା ନୃତ୍ୟ, ଯୋଗ, ବୈଦିକ ମନ୍ତ୍ର ଜପର ପରମ୍ପରା ଏବଂ ରାମଲୀଳା ସାମିଲ୍ ଅଛି।

ସଂସ୍କୃତି ମନ୍ତ୍ରୀ ଶେଖାୱତ ଏହି ଅବସରରେ କହିଥିଲେ ଯେ ଏହି ମାନ୍ୟତା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଭାବନାତ୍ମକ, ଏବଂ ଏହା ଶାନ୍ତି ତଥା ମଙ୍ଗଳର ବିଜୟକୁ ସମ୍ମାନିତ କରେ। ସେ ଆହୁରି କହିଥିଲେ ଯେ UNESCOର ଏହି ଟ୍ୟାଗ୍ ମିଳିବା ପରେ ଏହାକୁ ଏକ ଜୀବନ୍ତ ଐତିହ୍ୟ ଭାବରେ ବଞ୍ଚାଇ ରଖିବାର ଦାୟିତ୍ୱ ମଧ୍ୟ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ବଡ଼ଧରଣର ବିମାନ ଦୁର୍ଘଟଣା: ଟେକ୍‌ଅଫ୍‌ବେଳେ ଜଳିଗଲା, ସବୁଯାତ୍ରୀ ମୃତ

ଭେନେଜୁଏଲା,୨୯।୧: କଲମ୍ବିଆ ଏବଂ ଭେନେଜୁଏଲା ସୀମା ନିକଟରେ ଥିବା ନର୍ଟ ଡି ସାଣ୍ଟାଣ୍ଡର ପ୍ରଦେଶରେ ସାଟେନା ଏୟାରଲାଇନ୍ସର ଏକ ବାଣିଜି୍ୟକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସମସ୍ତ…

କୋଟିଆକୁ ନେଇ ତୁଟୁନି ବିବାଦ: ଓଡ଼ିଶାକୁ ଚ୍ୟାଲେଞ୍ଜ୍‌ ଦେଉଛି ଆନ୍ଧ୍ର

ପଟ୍ଟାଙ୍ଗି,୨୯ା୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆକୁ ନେଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସହ ସୀମା ବିବାଦ ଲାଗି ରହିଛି। ଏହି ପଞ୍ଚାୟତର ୧୨ ଗ୍ରାମକୁ ଆନ୍ଧ୍ରର…

୮ମ ବେତନ କମିଶନ: ନୂଆ ଦରମା କେତେ ହେବ, ପରେ କେତେ ବଢିବ; ଜାଣନ୍ତୁ ସବୁକିଛି

ଭୁବନେଶ୍ୱର,୨୮ା୧: ୮ମ କେନ୍ଦ୍ରୀୟ ବେତନ କମିଶନ ଗଠନ ଓ ଏହାର କାର୍ଯ୍ୟକାରିତାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ସାଧାରଣତଃ ଦରମା କେତେ ପ୍ରତିଶତ ବଢ଼ିବ,…

ଚତୁର୍ଥ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ: ଶିବମ ଦୁବେଙ୍କ ଧୂଆଁଧାର ଅର୍ଦ୍ଧଶତକ ବେକାର

ବିଶାଖାପାଟଣା,୨୮ା୧: ବିଶାଖାପାଟଣାର ଏସିଏ-ଭିଡିସିଏ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୫୦ ରନରେ ପରାସ୍ତ କରି ସିରିଜର ପ୍ରଥମ ବିଜୟ ହାସଲ କରିଛି।…

ବିଏମ୍‌ସିର ଚେତାବନୀ, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ…

ଭୁବନେଶ୍ୱର,୨୮ା୧: ଗୁଟ୍‌ଖାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ଜୋରଦାର ହେବ ଗୁଟ୍‌ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ଭେଣ୍ଡିଂ ଜୋନ୍, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ…

ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗ ରହୁ, ସରକାରଙ୍କୁ OHRCଙ୍କ ସୁପାରିସ୍‌

ଭୁବନେଶ୍ୱର,୨୮ା୧: ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗୀଙ୍କ ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କଲେ OHRC(ଓଡ଼ିଶା ମାନବ ଅଧିକାର ଆୟୋଗ) । ତୃତୀୟ ଲିଙ୍ଗ ବା…

ଅନ୍‌ଲାଇନରେ ବୁକ୍ କରିହେବ ପୂର୍ତ୍ତ ବିଭାଗର ଡାକବଙ୍ଗଳା; ଲଞ୍ଚ୍ ହେଲା ପୋର୍ଟାଲ

ଭୁବନେଶ୍ୱର,୨୮ା୧: ପର୍ଯ୍ୟଟକ ଏବଂ ସରକାରୀ ଅଧିକାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ଡାକବଙ୍ଗଳା ନିର୍ମାଣ କରିଛନ୍ତି। ଏଣିକି ପୂର୍ତ୍ତ ବିଭାଗର ଡାକବଙ୍ଗଳା ବା…

“ରାଜନୀତିରେ ମୂଲ୍ୟ ଦେବାକୁ ପଡ଼େ”: ଅଜିତଙ୍କ ମୃତ୍ୟୁ ପରେ ଏପରି କାହିଁକି କହିଲେ ରାଜ ଠାକରେ

ପୁଣେ,୨୮।୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଆକସ୍ମିକ ନିଧନରେ ଅନେକ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି। ଏପରି ସମୟରେ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri