ଆଜି ରାଜ୍ୟ ସଭା ଭୋଟ, ମଇଦାନରେ ୫ ପ୍ରାର୍ଥୀ

ଭୁବନେଶ୍ୱର, ୧୬।୩(ସୁନିତ୍‌ ମିଶ୍ର):ଓଡ଼ିଶାର ୪ ରାଜ୍ୟ ସଭା ଆସନ ଲାଗି ସୋମବାର ଭୋଟ ହେବ। ଏପ୍ରିଲ ୨ ତାରିଖରେ ରାଜ୍ୟ ସଭାରୁ ସୁଜିତ୍‌ କୁମାର, ମମତା ମହନ୍ତ, ମୁଜିବୁଲ୍ଲା ଖାନ(ମୁନା) ଏବଂ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଶେଷ ହେବ। ଖାଲି ହେବାକୁ ଥିବା ଏହି ଆସନଗୁଡିକରେ ୪ ଜଣ ରାଜ୍ୟ ସଭାକୁ ଯିବେ। ଏଥିଲାଗି ୫ ଜଣ ପୁରୁଷ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି। ଭାଜପା ପକ୍ଷରୁ ସୁଜିତ କୁମାର ଏବଂ ମନମୋହନ ସାମଲଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ଭାଜପା ସମର୍ଥନରେ ସ୍ବାଧୀନ ଭାବେ ଦିଲୀପ ରାୟ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ସନ୍ତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ ବିଜେଡି, କଂଗ୍ରେସ ଏବଂ ସିପିଆଇ(ଏମ୍‌) ପକ୍ଷରୁ ମିଳିତ ଭାବେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ କମନ୍‌ ପ୍ରାର୍ଥୀ କରାଯାଇଛି। ୩ ଦଳର ସମର୍ଥନରେ ଦତ୍ତେଶ୍ୱର ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ୪ ଆସନ ଲାଗି ୫ ଜଣ ପ୍ରାର୍ଥୀ ଥିବାରୁ ରାଜ୍ୟ ସଭା ପାଇଁ ନିର୍ବାଚନ ହେବ। ସୋମବାର ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଧାନସଭାର ୫୪ ନମ୍ବର ରୁମ୍‌ରେ ନିର୍ବାଚନ ଅନୁଷ୍ଠିତ ହେବ। ଏହା ଭିତରେ ବିଧାୟକମାନେ ଆସି ନିଜର ଭୋଟଦାନ କରିବେ। ଭୋଟିଂ ସରିଯିବା ପରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟକୁ ନିର୍ବାଚନ କିପରି ହେଲା, କିଛି ଘଟଣା ଏବଂ ଅଘଟଣ ସବୁ କଥାର ରିପୋର୍ଟ ଯିବ। ସେଠାରୁ ଯେତେବେଳେ ନିର୍ଦ୍ଦେଶ ଦିଆଯିବ ତା’ପରେ ଗଣତି କରାଯିବ ବୋଲି ଜଣାପଡ଼ିଛି। ପ୍ରାୟତଃ ଅପରାହ୍ନ ୫ଟା ସମୟରେ ଗଣତି କରାଯାଇପାରେ। ଗଣତି ହେବାର କିଛି ସମୟ ପରେ ରାଜ୍ୟ ସଭା ପାଇଁ କେଉଁ ୪ ଜଣ ବିଜୟୀ ହେବେ ସେକଥା ଜଣାପଡିଯିବ।
ସୂଚନାଯୋଗ୍ୟ, ଜଣେ ପ୍ରାର୍ଥୀଙ୍କୁ ଜିତିବା ଲାଗି ୩୦ ଖଣ୍ଡ ଭୋଟ୍‌ର ଆବଶ୍ୟକତା ରହିଛି। ସଂଖ୍ୟା ଦୃଷ୍ଟିରୁ ବିଧାନସଭାରେ ଭାଜପାର ୭୯ ଜଣ ବିଧାୟକ ଥିବାବେଳେ ୩ ଜଣ ସ୍ବାଧୀନ ସଦସ୍ୟଙ୍କ ସମର୍ଥନ ଶାସକ ଦଳ ପ୍ରତି ରହିଛି। ଏହିପରି ବିଧାନସଭାରେ ଶାସକ ଦଳର ସଂଖ୍ୟା ୮୨ ରହିଛି। ବିଜେଡିର ୪୮ ଜଣ ବିଧାୟକ ଅଛନ୍ତି। କଂଗ୍ରେସର ୧୪ ଏବଂ ସିପିଆଇ(ଏମ୍‌)ର ଜଣେ ବିଧାୟକ ରହିଛନ୍ତି। ବିଜେଡିରୁ ନିଲମ୍ବିତ ହୋଇଥିବା ୨ ଜଣ ବିଧାୟକ ଏବେ ସ୍ବାଧୀନ ଅଛନ୍ତି। ଏହି ସଂଖ୍ୟାକୁ ଦେଖିଲେ ଭାଜପାର ୨ ଜଣ ପ୍ରାର୍ଥୀ ଜିତିବା ସମ୍ଭାବନା ଅଧିକ। ଭାଜପା ସମର୍ଥିତ ସ୍ବାଧୀନ ପ୍ରାର୍ଥୀଙ୍କ ସପକ୍ଷରେ ୨୨ ଖଣ୍ଡ ଭୋଟ ରହିଛି। ସେହିପରି ବିଜେଡିର ଜଣେ ପ୍ରାର୍ଥୀ ବିଜୟୀ ହେବା ସମ୍ଭାବନା ରହିଛି। ଅନ୍ୟପଟେ ବିଜେଡିର ଜଣେ ପ୍ରାର୍ଥୀଙ୍କୁ ୩୦ ଖଣ୍ଡ ଭୋଟ ଯିବା ପରେ ବଳକା ୧୮ ଖଣ୍ଡ, କଂଗ୍ରେସ ଓ ସିପିଆଇ(ଏମ୍‌)ର ୧୫ଟି ଭୋଟ ମିଶାଇଲେ କମନ୍‌ ପ୍ରାର୍ଥୀଙ୍କୁ ୩୩ଖଣ୍ଡ ଭୋଟ୍‌ ମିଳିବା କଥା। ହେଲେ ଭୋଟ ହେବାପରେ ଏହି ସଂଖ୍ୟା ଖେଳ କେଉଁଆଡ଼େ ଯାଉଛି ସେକଥା ସ୍ପଷ୍ଟ ହେବ।
ଏଠାରେ ଆହୁରି ଉଲ୍ଲେଖଯୋଗ୍ୟ, ରାଜ୍ୟ ସଭା ନିର୍ବାଚନ ଲାଗି ବିଧାନସଭାରେ ସବୁ କଡ଼ାକଡ଼ା କରାଯାଇଛି। ୫୪ ନମ୍ବର ପ୍ରକୋଷ୍ଠ ଯେଉଁଠାରେ ଭୋଟିଂ ହେବ ସେଠାକୁ ବିଧାୟକମାନେ ନିଜର ପରିଚୟ ପତ୍ର ଆଣି ଆସିବାକୁ ବାଧ୍ୟ। ସେମାନେ ଭୋଟ ଦେବା ସମୟରେ ସାଙ୍ଗରେ ଆଉ କିଛି ନେଇଯାଇପାରିବେ ନାହିଁ। ସବୁ ଦଳ ନିଜର ସ୍ବୀକୃତିପ୍ରାପ୍ତ ଏଜେଣ୍ଟଙ୍କୁ ବାଛିସାରିଛନ୍ତି । ଭାଜପା ପକ୍ଷରୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଜେଡିରୁ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରତାପ ଦେବ, କଂଗ୍ରେସର ପିସିସି ସଭାପତି ଭକ୍ତ ଚରଣ ଦାସ, ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ସିପିଆଇ(ଏମ୍‌)ରୁ ସୁରେଶ ପାଣିଗ୍ରାହୀ ସ୍ବୀକୃତିପ୍ରାପ୍ତ ଦଳୀୟ ଏଜେଣ୍ଟ ଭାବେ ରହିବେ। ସବୁ ଦଳରୁ ଜଣେ ଲେଖାଏ ଏଜେଣ୍ଟ ନିର୍ବାଚନ ସ୍ଥାନରେ ରହିପାରିବେ। ସେହିପରି ସବୁ ପ୍ରାର୍ଥୀଙ୍କ ତରଫରୁ ଜଣେ ଲେଖାଏ ପୋଲିଂ ଏଜେଣ୍ଟଙ୍କ ନାମ ଦିଆଯାଇଛି। ଏହାସହ ପ୍ରାର୍ଥୀମାନେ ନିଜର କାଉଣ୍ଟିଂ ଏଜେଣ୍ଟ ମଧ୍ୟ ଦେଇଛନ୍ତି। ଏହାସହ ସବୁ ପ୍ରାର୍ଥୀ ଭୋଟିଂ ଏବଂ ଗଣତି ସମୟରେ ସେଠାରେ ଉପସ୍ଥିତ ରହିବେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

ବିଶ୍ୱକର୍ମା ପୂଜା ମଣ୍ଡପରେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୮।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପରିସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାଆଡ଼ମ୍ବରରେ ଦେବଶିଳ୍ପୀ…

AIର ଅଗ୍ରଗତି ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱର ଅନ୍ତ ଘଟିବ? ଏକ ବହୁରାଷ୍ଟ୍ରୀୟ କମ୍ପାନୀର ସିଇଓ ଜେନସେନ ହୁଆଙ୍ଗଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୯।୯: ଆଜିର ବିଶ୍ୱରେ AI ଉନ୍ନତିର ଦ୍ରୁତ ଗତିକୁ ନେଇ ଲୋକମାନେ ବିଭକ୍ତ; କେତେକ ଏହାକୁ ଧୀର କରିବାକୁ ଚାହୁଁଥିବା ବେଳେ, ଅନ୍ୟ ବିଶେଷଜ୍ଞମାନେ ଯୁକ୍ତି ବାଢ଼ନ୍ତି…

ବିଧାୟକ ନିରଞ୍ଜନ ପୂଜାରୀଙ୍କ କାର୍‌କୁ ଅଣ୍ଡାମାଡ଼

ସୋନପୁର,୧୯ା୯(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କାର୍‌ ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଅଣ୍ଡାମାଡ଼ ହୋଇଛି। ପ୍ରଥମେ ତରଭା ବ୍ଲକର ଦେଉଳପଦର ଛକରେ…

କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ମମତାଙ୍କ କୋଳ ଶୂନ୍ୟ କରିଦେଲା ଋଷିକୁଲ୍ୟା: ଖେଳିଗଲା ଶୋକର ଛାୟା

ପୁରୁଷୋତ୍ତମପୁର,୧୯।୯ (ସବିତା ମିଶ୍ର): ଗଣେଶ ମୂର୍ତ୍ତି ବିସର୍ଜନବେଳେ ଋଷିକୁଲ୍ୟା ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଛାତ୍ର ସୁମିତ କୁମାର ମିଶ୍ରଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ପୁରୁଷୋତ୍ତମପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?