ଜାତୀୟ ସଂହତିର ଉତ୍ସବ ଦୀପାବଳି

ଆନନ୍ଦ ଓ ଆଲୋକର ଉତ୍ସବ ଦୀପାବଳିର ଆଦର୍ଶ ଓ ଆବେଦନ ଯେତିକି ଗୁରୁତ୍ୱପୂର୍ଣ୍ଣ, ସେତିକି ଗରିମାମୟ। ପ୍ରଥମତଃ ଭାରତୀୟ ଜନମାନସରେ ଦୀପଦାନ ଏକ ପରମ ପୁଣ୍ୟ ପ୍ରଥା ଭାବରେ ସ୍ବୀକୃତ ହୋଇଛି। ହିନ୍ଦୁ, ଖ୍ରୀଷ୍ଟିଆନ୍‌, ଶୈବ, ଶାକ୍ତ, ବୌଦ୍ଧ, ଜୈନ ଧର୍ମାବଲମ୍ବୀମାନେ ପ୍ରଦୀପ ପ୍ରଜ୍ୱଳନକୁ ଏକ ମଙ୍ଗଳମୟ କାର୍ଯ୍ୟ ବୋଲି ଗ୍ରହଣ କରିଛନ୍ତି। ମଣିଷକୁ ଏକ ବିକାଶଶୀଳ ଅଭୀପ୍ସାପରାୟଣ ଆମତ୍ା ଭାବରେ ମହାଯୋଗୀ ଶ୍ରୀଅରବିନ୍ଦ ତାଙ୍କ ‘ଦିବ୍ୟ ଜୀବନ’ ଗ୍ରନ୍ଥରେ ପ୍ରତିପାଦିତ କରିଛନ୍ତି। ମାନବାମତ୍ା ଅହରହ ପ୍ରାର୍ଥନା କରିଛି ଅନ୍ଧକାରରୁ ଆଲୋକ ଅଭିମୁଖେ ଅଗ୍ରସର ହେବା ପାଇଁ। ମୃତ୍ୟୁରୁ ଅମୃତ, ତା’ର ଏକ ବ୍ୟାକୁଳ ତଥା ଅନାହତ ଏବଂ ଆକୁଳତାମୟ ଅଭୀପ୍‌ସା। ଅନ୍ଧକାର ତା’ ପାଇଁ ମୃତ୍ୟୁର ପ୍ରତୀକ। ଭୂତ, ପ୍ରେତ ପ୍ରଭୃତି ଅନିଷ୍ଟକାରୀ ଶକ୍ତିଙ୍କୁ ଭୟ କରୁଥିବା ଆଦିମ ମଣିଷ ସେମାନଙ୍କ ଦାଉରୁ ରକ୍ଷା କରିବା ପାଇଁ ହୁଏତ ଆଲୋକ ଜଣାଇଥିଲା। ଏହିଠାରୁ ହୁଏତ ଦୀପାବଳିର ଅୟମାରମ୍ଭ ବୋଲି କେହି କେହି ଅନୁମାନ କରନ୍ତି।
ହିନ୍ଦୁ ମହାକାବ୍ୟ ମହାଭାରତ ଅନୁସାରେ, ଦୀପ ଜଳାଇ ମଣିଷ ତେଜସ୍ବୀ ଓ ଉଚ୍ଚାକାଙ୍‌କ୍ଷୀ ହୁଏ। ଅନ୍ଧକାରାଚ୍ଛନ୍ନ ଯମଲୋକରୁ ନିଜ ପିତୃପୁରୁଷଙ୍କୁ ଆଲୋକର ରାଜ୍ୟ ଧର୍ମଲୋକକୁ ଫେରାଇ ଆଣିବାକୁ ଜୀବିତ ଲୋକମାନେ ନାନା ପ୍ରକାରର ଆଲୋକ ପ୍ରଜ୍ୱଳନର ବ୍ୟବସ୍ଥା କରିଥା’ନ୍ତି। ଦେବାଲୋକ ସହିତ ସମ୍ପର୍କ ଓ ସୌହାର୍ଦ୍ଦ୍ୟ ସୃଷ୍ଟି ପାଇଁ ଘର ଓ ଦେବପୀଠମାନଙ୍କରେ ଦୀପ ଜଳାଯାଏ।
ଅନ୍ୟତମ ମହାକାବ୍ୟ ରାମାୟଣ ଅନୁସାରେ ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ର ପିତୃସତ୍ୟ ପାଳନ ପୂର୍ବକ ଚଉଦବର୍ଷ ବନବାସ ଓ ରାବଣର ନିଧନ କରି ଅଯୋଧ୍ୟା ଫେରିବା ପରେ ଆନନ୍ଦ ଓ ଉଲ୍ଲାସରେ ଅଯୋଧ୍ୟାବାସୀ ଦୀପାବଳିର ଆଲୋକମୟ ଲଗ୍ନରେ ତାଙ୍କର ମହାଭିଷେକ ପର୍ବ ପାଳନ କରିଥିଲେ। ଅନ୍ୟ ମତରେ ଏହି ତିଥିରେ ସୃଷ୍ଟିକର୍ତ୍ତା ବିଷ୍ଣୁଙ୍କ ସହ ଅନ୍ନପୂର୍ଣ୍ଣା ମା’ ମହାଲକ୍ଷ୍ମୀଙ୍କର ବିବାହ ସମ୍ପନ୍ନ ହୋଇଥିଲା। କାଳିକା ପୁରାଣ ଅନୁଯାୟୀ, ଏହି ତିଥିରେ ମା’ କାଳୀଙ୍କ ସଂହାରମୂର୍ତ୍ତିକୁ ନିଜେ ଶିବ ହିଁ ଶାନ୍ତ କରି ଜଗତର ମଙ୍ଗଳ କହିଥିଲେ। ସୁତରାଂ ଏହା ଉଭୟ ମା’ ଲକ୍ଷ୍ମୀ ଓ କାଳୀଙ୍କ ଆରାଧନା ତଥା ଆବାହନର ଉଜ୍ଜ୍ୱଳ ସ୍ମାରକୀ ବହନ କରେ। ଆଜି ଘରେ ଘରେ ଦେବୀଙ୍କର ଆହ୍ବାନ ଓ ଅର୍ଚ୍ଚନା ତା’ର ପ୍ରତୀକାମତ୍କ ଅଭିବ୍ୟକ୍ତି।
ଏ ଦେଶର ଇତିହାସ ଦୀପାବଳିର ଐତିହ୍ୟରେ ମୁଖରିତ। ସମ୍ରାଟ୍‌ ହର୍ଷବର୍ଦ୍ଧନଙ୍କ ‘ନାଗନମ’ ନାଟକ ଐତିହାସିକ ଆବୁଲ ଫଜଲଙ୍କ ‘ଆଇନ-ଇ-ଆକ୍‌ବରୀ’ ଦୀପାବଳିର ମହିମାମୟ ଗରିମା ଲିପିବଦ୍ଧ କରିଛି। ସମ୍ରାଟ୍‌ ଆକବର ନିଜେ ଦୀପଦାନ ପାଳନ କରିଥିବା ଘଟଣାର ଅବତାରଣା ଆଜି ସାମ୍ପ୍ରଦାୟିକତାର ସଂଘର୍ଷରେ ଶାନ୍ତ, କ୍ଳାନ୍ତ ଭାରତୀୟଙ୍କ ପାଇଁ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ବରୋଦା ସଂଗ୍ରହାଳୟରେ ସଂରକ୍ଷିତ ଅଛି ବାଦ୍‌ଶାହ ଆକବରଙ୍କର ଏ ପ୍ରଦୀପ ଜାତୀୟ ସଂହତିର ଅମ୍ଳାନ ସ୍ମାରକୀ। ଜାତି, ବର୍ଣ୍ଣ, ଧର୍ମ, ସଂସ୍କୃତି ଓ ସଭ୍ୟତା ନିର୍ବିଶେଷରେ ଦୀପାବଳି ଉତ୍ସବ ଏକ ସାର୍ବଜନୀନ ସର୍ବଭାରତୀୟ ଉତ୍ସବ। ଭାରତ ଭ୍ରମଣରେ ଆସିଥିବା ୟୁରୋପୀୟ ପରିବ୍ରାଜକମାନେ ମଧ୍ୟ ଦୀପଦାନ ଉତ୍ସବର ଅନ୍ତର୍ନିହିତ ମାନସିକତାର ଭୂୟସୀ ପ୍ରଶଂସା କରିଛନ୍ତି। ପ୍ରଦୀପର ବ୍ୟବହାର ଯେତିକି ନବୀନ, ସେତିକି ପ୍ରାଚୀନ। ରାଜା ଭୃହରିଙ୍କଠାରୁ ମହାକବି କାଳିଦାସଙ୍କ ପର୍ଯ୍ୟନ୍ତ ସମସ୍ତେ ଦୀପାବଳି ସମ୍ପର୍କରେ ନିଜ ସୃଷ୍ଟି ଭିତରେ ଉଲ୍ଲେଖ କରିଛନ୍ତି। ବହୁ ପ୍ରାଚୀନ ସ୍ଥାପତ୍ୟ ଓ ପ୍ରନତ୍ତାତ୍ତ୍ୱିକ କୃତିରେ ପ୍ରଦୀପର ଚିତ୍ର ଦୀପାବଳିକୁ ମହିମାନ୍ବିତ କରିଛି।
ଦୀପାବଳିର ଧର୍ମଧାରା ଆଜି ଭାରତର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ରୂପରେ ଓ ରଙ୍ଗରେ ଅନୁଭୂତ। ଆମ ରାଜ୍ୟରେ ପୟାଶ୍ରାଦ୍ଧ, ପିଣ୍ଡଦାନ ଓ ଗୋବର୍ଦ୍ଧନ ଉତ୍ସବ ଭାବରେ ଏହା ପାଳିତ ହେଲାବେଳେ ସମଗ୍ର ଦକ୍ଷିଣ ଭାରତରେ ଏହି ପର୍ବ ‘ନରକ ଚତୁର୍ଦ୍ଦଶୀ“ ଭାବେ ପାଳିତ ହୁଏ। ଯେଉଁ ନାରକାସୁର ଷୋଳହଜାର ରମଣୀଙ୍କୁ ବନ୍ଦୀ କରି ରଖିଥିଲା, ସେ ଅତ୍ୟାଚାରୀ ରାକ୍ଷସକୁ ଶ୍ରୀକୃଷ୍ଣ ଏହି ଦିନ ହତ୍ୟାକରି ବନ୍ଦିନୀମାନଙ୍କୁ ଉଦ୍ଧାର କରିଥିଲେ ବୋଲି ବିଶ୍ୱାସ କରାଯାଏ। ସେହିପରି ଆନ୍ଧ୍ରପ୍ରଦେଶରେ ଦୀପାବଳି ତିଥିରେ ସର୍ପମାନଙ୍କର ପୂଜା କରାଯାଉଥିବାବେଳେ କେରଳର ଅଧିବାସୀମାନେ ପ୍ରଦୀପ ପ୍ରଜ୍ୱଳନ ଭିତରେ ଏହି ଆଲୋକର ଉତ୍ସବକୁ ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି। ରାଜସ୍ଥାନର ଲୋକେ ଏହି ତିଥିକୁ ମହାରାଜା ବିକ୍ରମାଦିତ୍ୟଙ୍କର ଅଭିଷେକ ଉତ୍ସବର ସ୍ମାରକୀ ଭାବରେ ପାଳନ କଲାବେଳେ, ମହାରାଷ୍ଟ୍ରରେ ମହାଦାନୀ ରାଜା ବଳିଙ୍କର ପୂଜା କରାଯାଏ। ପ୍ରଜାନୁରଞ୍ଜନ ରାଜା ବଳିଙ୍କ ପ୍ରତି ଭଗବାନ ବିଷ୍ଣୁଙ୍କର ବିଚାରକୁ ଦେବତାମାନେ ପରବର୍ତ୍ତୀ ସମୟରେ ଅବିଚାର ବୋଲି ବିବେଚନା କରି ଗୋଟିଏ ଦିନ ପାଇଁ ତାଙ୍କୁ ତାଙ୍କର ରାଜ୍ୟକୁ ଏହି ତିଥିରେ ଆଣିଥିଲେ ବୋଲି ମଧ୍ୟ ଏମାନେ ବିଶ୍ୱାସ କରନ୍ତି। ଦୀପାବଳି ଉତ୍ସବ ଉତ୍କଳର ଅତୀତ ନୌବାଣିଜ୍ୟର ସ୍ମୃତି ମୁରୁଜ ମାଧ୍ୟମରେ ବହନ କଲାପରି, ଗୁଜରାଟର ବ୍ୟବସାୟୀମାନେ ଏହି ଶୁଭଲଗ୍ନରେ ସେମାନେ ବ୍ୟବସାୟିକ ନୂତନ ଉଦ୍ୟମର ଶୁଭାରମ୍ଭ କରନ୍ତି। ପଞ୍ଜାବରେ ଦୀପାବଳି ଉତ୍ସବ ବହୁ ଆଡ଼ମ୍ବରରେ ପାଳିତ ହୁଏ। ସ୍ବର୍ଣ୍ଣମନ୍ଦିର ଏକମାସ ଧରି ବିଭିନ୍ନ ବର୍ଣ୍ଣାଢ଼୍ୟ ଆଲୋକରେ ବିଭୂଷିତ ହୁଏ। ଉଭୟ ମହାଲକ୍ଷ୍ମୀ ଓ ସିଦ୍ଧିଦାତା ଗଣେଶଙ୍କର ଆରାଧନା କରାଯାଏ। ମୋଗଲ ସମ୍ରାଟ୍‌ ଜାହାଙ୍ଗୀର ଶିଖ୍‌ମାନଙ୍କର ଷଷ୍ଠଗୁରୁ ବନ୍ଦୀ ହରଗୋବିନ୍ଦ ସିଂହଙ୍କୁ ଦୀପାବଳି ତିଥିରେ ଗୋଆଲିଅର ଦୁର୍ଗରୁ ମୁକ୍ତ କରିଥିଲେ। ସେଥିପାଇଁ ପଞ୍ଜାବୀମାନଙ୍କ ନିମନ୍ତେ ଏହି ଉତ୍ସବ ଯେତିକି ଐତିହାସିକ, ସେତିକି ଐତିହ୍ୟପୂର୍ଣ୍ଣ।
ବୌଦ୍ଧ ଧର୍ମାବଲମ୍ବୀମାନେ ଏହି ଦିନଟିକୁ ତଥାଗତ ଶିଷ୍ୟଙ୍କର ପରିନିର୍ବାଣ ଭାବରେ ପାଳନ କଲାବେଳେ, ଜୈନମାନେ ସେମାନଙ୍କର ୨୪ତମ ତୀର୍ଥଙ୍କର ମହାବୀରଙ୍କ ପରିନିର୍ବାଣ ଭାବରେ ପାଳନ କରନ୍ତି। ସୁତରାଂ ଦୀପାବଳି ଯେପରି ଉଭୟ ତତ୍ତ୍ୱର ଜ୍ଞାନାଲୋକର ପ୍ରତୀକ।
ଏହି ଦୃଷ୍ଟିରୁ ଦୀପାବଳି ଯଥାର୍ଥରେ ଜାତୀୟ ସଂହତିର ସ୍ମାରକୀ କହିଲେ ଅତ୍ୟୁକ୍ତି ହେବନାହିଁ। ଏକ ବିରଳ ପର୍ବ ଯାହା ଶାନ୍ତି, ସଂହତି, ସଦ୍ଦିଚ୍ଛାର ବାର୍ତ୍ତା ବହନ କରେ। ମହାଯୋଗୀ ଶ୍ରୀଅରବିନ୍ଦ ତାଙ୍କ ‘ଦିବ୍ୟ ଜୀବନ’ ଗ୍ରନ୍ଥରେ ସଂହତି ଉପରେ ବିଶେଷ ଗୁରୁତ୍ୱ ଆରୋପ କରି କହିଛନ୍ତି: ‘ସଂହତି ହିଁ ଆଜି ମାନବ ଜୀବନ ତଥା ସମାଜର ସମସ୍ୟା’। ଅନୁରୂପ ଭାବରେ ଦିବ୍ୟ ଜନନୀଙ୍କ ଅନୁପମ ଭକ୍ତି ହୋଇଛି। ”ଯାହା ସଂହତି ଦିଗରେ ଆଗେଇ ନିଏ, ତାହାହିଁ ମତେ ସନ୍ତୁଷ୍ଟ କରେ।“
ସଦ୍ଦିଚ୍ଛା ଓ ସଂହତିର ଦୁର୍ଭିକ୍ଷ ଆଜିର ଅର୍ଥ ଓ ସ୍ବାର୍ଥସର୍ବସ୍ବ ସମାଜ ଓ ଜୀବନକୁ ଚରମ ଅମାନୁଷିକତା ଆଡ଼କୁ ଠେଲି ନେଉଥିବାବେଳେ ମହାଯୋଗୀ ଶ୍ରୀଅରବିନ୍ଦ ଓ ଦିବ୍ୟ ଜନନୀ ଶ୍ରୀମା’ଙ୍କ ପବିତ୍ର ବାର୍ତ୍ତା ମଣିଷ ଜାତିକୁ ଅତିମାନସିକତାରେ ଅଭିମନ୍ତ୍ରିତ କରୁ ଏବଂ ଦୀପାବଳିର ଆନନ୍ଦମୟ ଆଲୋକ ତାକୁ ଅମୃତାୟନର ଦିବ୍ୟସ୍ପର୍ଶ ଦେଉ- ଏତିକି ପ୍ରାର୍ଥନା।

  • ବିମଳ ପ୍ରସନ୍ନ ଦାସ
    ମୋ: ୯୪୩୮୧୮୬୨୨୬

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri